‘ଗୁଣ ଦେଖିବେ ନା ରୂପ’; କିଭଳି ବାଛିବେ ଜୀବନସାଥୀ…

ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତି ମାଧ୍ୟମରେ ନନ୍ଦ ରାଜବଂଶକୁ ପରାସ୍ତ କରି ତାଙ୍କ ଶିଷ୍ୟ ଚନ୍ଦ୍ରଗୁପ୍ତ ମୋର୍ଯ୍ୟଙ୍କୁ ରାଜା କରିଥିଲେ। ସେବେଠାରୁ ତାଙ୍କର ନୀତି ଓ ଜ୍ଞାନକୁ ଲୋକେ ଜୀବନରେ ଗ୍ରହଣ କରି ଆସୁଛନ୍ତି। କାରଣ ଏହା ଜୀବନକୁ ସରଳ ଓ ସହଜ କରିଥାଏ।

ଆଜି ଆସନ୍ତୁ ଜାଣିବା ଚାଣକ୍ୟଙ୍କ ଅନୁଯାୟୀ ସ୍ତ୍ରୀ ଚୟନ ସମୟରେ କେଉଁ ବିଷୟ ଧ୍ୟାନ ରଖିବା ଉଚିତ:

୧-ଶାରୀରିକ ଗୁଣ:
ଚାଣକ୍ୟ କୁହନ୍ତି, ଜୀବନସାଥୀ ବାଛିବାର ମାପ କେବେ ବି ଶାରୀରିକ ଆକର୍ଷଣ ହେବା ଉଚିତ ନୁହେଁ। ପ୍ରାୟତଃ ପୁଅମାନେ ମହିଳାଙ୍କ ସୌନ୍ଦର୍ଯ୍ୟକୁ ଦେଖନ୍ତି ଏବଂ ତାଙ୍କ ଗୁଣକୁ ଅଣଦେଖା କରନ୍ତି। ଯେଉଁମାନେ ଏଭଳି କରନ୍ତି ସେମାନେ ବୈବାହିକ ଜୀବନରେ ସର୍ବଦା ଦୁଃଖ ପାଆନ୍ତି।

୨-ସମ୍ଭ୍ରାନ୍ତ ପରିବାରର ଝିଅଙ୍କୁ ବିବାହ କର:
ଚାଣକ୍ୟ କୁହନ୍ତି ଜଣେ ବ୍ୟକ୍ତି ସମ୍ଭ୍ରାନ୍ତ ପରିବାରର ଝିଅକୁ ବିବାହ କରିବା ଉଚିତ। ତାଙ୍କର ରଙ୍ଗ କିଭଳି ଦେଖିବା ଉଚିତ ନୁହେଁ। ରଙ୍ଗ ସ୍ବାଭାବିକ ହୋଇଥିଲେ ହେଁ ତାଙ୍କର ଗୁଣ କିଭଳି ତାହା ଦେଖିବା ଉଚିତ। ସେହିଭଳି ନିମ୍ନ ଜାତିର ଝିଅଙ୍କୁ ତାଙ୍କର ସୌନ୍ଦର୍ଯ୍ୟ ଦେଖି ବିବାହ କରିବା ଅନୁଚିତ। ଏପରି କରିବାକୁ ଭାବୁଥିଲେ ପ୍ରଥମେ ତାଙ୍କ ଗୁଣଗୁଡ଼ିକୁ ଭଲ ଭାବେ ପରୀକ୍ଷା କରିନିଅନ୍ତୁ।

୩-ଧୌର୍ଯ୍ୟବାନ ହୁଅ:
ଚାଣକ୍ୟ କୁହନ୍ତ, ଯେଉଁ ବ୍ୟକ୍ତିଙ୍କର ଧୌର୍ଯ୍ୟ ଅଛି, ସେ ସବୁ ପ୍ରକାର ପରିସ୍ଥିତିକୁ ସମ୍ଭାଳି ପାରିବେ। ଏଣୁ ସବୁବେଳେ ଧୌର୍ଯ୍ୟବାନ ସ୍ତ୍ରୀଙ୍କୁ ବାଛନ୍ତୁ। ବିବାହ ପୂର୍ବରୁ ସ୍ତ୍ରୀଙ୍କ ମଧ୍ୟରେ ଏହି ଗୁଣ ଅଛି କି ନାହିଁ ତାହାକୁ ପରଖି ନିଅନ୍ତୁ। କାରଣ ଏଭଳି ଗୁଣ ଥିବା ମହିଳା କଠିନ ପରିସ୍ଥିତିରେ ଆପଣଙ୍କ ସହ ଛିଡ଼ା ହୋଇଥାନ୍ତି।

୪- ପ୍ରକୃତି କିଭଳି ପରଖି ନିଅନ୍ତୁ:
ଚାଣକ୍ୟଙ୍କ ଅନୁଯାୟୀ, ଜଣେ ନିଜ ପାଇଁ ରାଗି ସ୍ବଭାବର ସ୍ତ୍ରୀ ବାଛିବା ଉଚିତ ନୁହେଁ। କାରଣ କ୍ରୋଧିତ ଲୋକମାନେ ସେମାନଙ୍କ ଆଖପାଖରେ ଥିବା ସୁଖକୁ ଅଣଦେଖା କରନ୍ତି। ରାଗି ଝିଅଙ୍କୁ ବିବାହ କଲେ ସୁଖୀ ଜୀବନ କଳ୍ପନା କରିବା ବୃଥା ଅଟେ। ସଫଳ ଦାମ୍ପତ୍ୟ ଜୀବନ ପାଇଁ ଜୀବନସାଥୀ ଶାନ୍ତ ସ୍ବଭାବର ହେବା ଉଚିତ ବୋଲି ସେ କହିଛନ୍ତି।
୫-ସଂସ୍କାର:
ଚାଣକ୍ୟ କୁହନ୍ତି, ଜୀବନସାଥୀ ସଂସ୍କାରୀ ହେବା ଆବଶ୍ୟକ। ଏହାଛଡ଼ା ନିଜ ଧର୍ମ ବିଷୟରେ ତାଙ୍କର ଜ୍ଞାନ ଥିବା ଜରୁରୀ।


Enter your email to get our daily news in your inbox.

All Right Reserved By Dharitri.Com

ହଟ୍‌ ଷ୍ଟୋନ୍‌ ମସାଜ୍‌ ରଖେ ଏସବୁ ରୋଗରୁ ଦୂରେଇ…

ବିଭିନ୍ନ ଶାରୀରିକ ସମସ୍ୟା କ୍ଷେତ୍ରରେ ହଟ୍‌ ଷ୍ଟୋନ୍‌ ମସାଜ୍‌ ଯୋଗୁ ସୁଫଳ ମିଳିଥାଏ। ଏହି ପ୍ରକାର ଚିକିତ୍ସାରେ ପଥରକୁ ଗରମ କରି ଶରୀରର ନିର୍ଦ୍ଦିଷ୍ଟ ସ୍ଥାନରେ...

ଉପକାରୀ କଦଳୀ: ସ୍ବାସ୍ଥ୍ୟ ପାଇଁ ଯେତିକି ଲାଭକାରୀ, ତ୍ୱଚା ପାଇଁ ମଧ୍ୟ…

ପାଚିଲା କଦଳୀ ହେଉଛି ଏମିତି ଏକ ସ୍ବାଦିଷ୍ଟ ତଥା ଗୁଣକାରୀ ଫଳ, ଯାହାକୁ ଖାଇଲେ ଶୀଘ୍ର ପେଟ ପୁରି ଗଲା ଭଳି ଅନୁଭବ ହୋଇଥାଏ। ଏହା...

ଏହି ୪ ରାଶିର ଯୁବକଙ୍କ ପ୍ରତି ଶୀଘ୍ର ଆକର୍ଷିତ ହୋଇଥାନ୍ତି ଯୁବତୀ; ଦେଖିଲେ ଆପଣ…

ଜ୍ୟୋତିଷ ଶାସ୍ତ୍ରରେ ରାଶିମାନଙ୍କ ମହତ୍ୱ ଅଧିକ। କାରଣ ରାଶି ଆଧାରରେ ବ୍ୟକ୍ତିର ସ୍ବଭାବ, ଗୁଣ-ଦୋଷ ଏବଂ ତାର ଜୀବନରେ ହେବାକୁ ଥିବା ଘଟଣା ବିଷୟରେ ଜଣାପଡ଼ିଥାଏ।...

ସଂକ୍ରମଣ ଯୋଗୁ ନଖର ରଙ୍ଗ ହୁଏ ଏଭଳି…

କେତେକ କାରଣ ଯୋଗୁ କିଛି ଲୋକଙ୍କ ହାତ ଏବଂ ଗୋଡ଼ ନଖ ସଂକ୍ରମିତ ହୋଇଥାଏ। ଏହା ଯୋଗୁ ନଖ ରଙ୍ଗ ବଦଳି ହଳଦିଆ ବା ଧଳା...

ଶୀତଦିନେ କାହିଁକି ଲଗାଇବେ ସୋରିଷ ତେଲ

ଶୀତଦିନେ ସୋରିଷ ତେଲ ମାଲିସ ହେଲେ ଶରୀର ସୁସ୍ଥ ରହିଥାଏ ବୋଲି ଆୟୁର୍ବେଦ ବିଶେଷଜ୍ଞମାନେ କହିଛନ୍ତି। ଏଥିରେ ରହିଛି ଆଇରନ୍‌, କ୍ୟାଲସିୟମ, ଫ୍ୟାଟି ଏସିଡ୍‌ ଓ...

ଟ୍ରାଇ କଲର୍‌ ଲୁକ୍‌

ସାଧାରଣତନ୍ତ୍ର ଦିବସ ଅବସରରେ ଟିକେ ଡିଫରେଣ୍ଟ ଦେଖାଯିବା ପାଇଁ ପ୍ରାୟ ସମସ୍ତଙ୍କର ଇଚ୍ଛା ଥାଏ। ଖାସ୍‌ କରି ଟ୍ରାଇ କଲର୍‌ ଲୁକ୍‌ରେ ଫ୍ୟାଶନେବଲ୍‌ ଲାଗିବାକୁ କିଏ...

ପରିବାର ପାଇଁ ପରିବେଶ

ଘର ପରିବେଶକୁ ପ୍ରଦୂଷଣମୁକ୍ତ କରିବା ସହ ଘରକୁ ସୁନ୍ଦର ଓ ଆକର୍ଷଣୀୟ କରିବା ପାଇଁ ଏବେ ଗୃହିଣୀମାନେ ଅଧିକରୁ ଅଧିକ ଇନ୍‌ଡୋର ପ୍ଲାଣ୍ଟ ଲଗାଉଛନ୍ତି। ସମୟ...

ରୋଗ ପ୍ରତିରୋଧକ ଶକ୍ତି ଓ ଡାଇବେଟିସ

ଡାଇବେଟିସ ଏପରି ଏକ ସମସ୍ୟା ଯାହା ଥରେ ଦେଖାଦେଲେ ତାହା ପରୋକ୍ଷରେ କେତେକ ରୋଗକୁ ଆମନ୍ତ୍ରଣ କରିଥାଏ। ଯଦି ଦୀର୍ଘ ମାସ ଧରି ଆପଣଙ୍କର ସୁଗାର...

Advertisement
Archives

Model This Week