କୋଟିପତି ହେବି କିପରି

ଅନନ୍ତ ଚରଣ ସ୍ବାଇଁ

 

“ମୁଁ ମଧ୍ୟ ଦିନେ କୋଟିପତି ହେବି“- ଏହା ଥିଲା ରାଜଧାନୀରେ ରହୁଥିବା ଜନୈକ ସଫେଇ କର୍ମଚାରୀଙ୍କ ଦୃଢ଼ୋକ୍ତି। ଶୁଣି ବହୁତ ଖୁସିହେଲି। ଅଧିକାଂଶ ଲୋକେ ଏହାକୁ ଅବାସ୍ତବ ଓ ପାଗଳର ପ୍ରଳାପ କହି ଏଡ଼ାଇଦେବେ। ଜଣେ ସ୍ବଳ୍ପ ଆୟକାରୀ ସଫେଇ କର୍ମଚାରୀଙ୍କ ଏପରି ବକ୍ତବ୍ୟ ଦିବାସ୍ବପ୍ନ ଭଳି ଲାଗିବା ସ୍ବାଭାବିକ। ଲଟେରି କିମ୍ବା ଅସତ୍‌ ଉପାୟରେ ଅପ୍ରତ୍ୟାଶିତ ଧନପ୍ରାପ୍ତି ବିନା କୋଟିପତି ହେବା ଅସମ୍ଭବ ମନେହୁଏ। ସ୍ବଳ୍ପ ଓ ସୀମିତ ଆୟରେ ପରିବାର ଚଳାଇବାକୁ ନିଅଣ୍ଟପଡ଼େ। ଅଭାବ ଭିତରେ ବୈଭବର ସ୍ବପ୍ନ ଦେଖିବା ଏବଂ ନିଜର କୋଟିପତି ହେବାର ଇଚ୍ଛାକୁ ସାକାର କରିବା ପାଇଁ ତାଙ୍କର ଉଦ୍ୟମ ସ୍ବାଗତଯୋଗ୍ୟ। କମ୍‌ ଆୟ ସତ୍ତ୍ୱେ କିପରି କୋଟିପତି ହେବାକୁ ଇଚ୍ଛା କଲେ; ସେଥିପାଇଁ କେଉଁଠୁ ପ୍ରେରଣା ପାଇଲେ ଏବଂ କୋଟିପତି ହେବାର ଉପାୟ ବିସ୍ତୃତ ଭାବେ ବର୍ଣ୍ଣନା କରିବାକୁ କହିଲି।
ସେ ଆରମ୍ଭ କଲେ। ତିନି ବର୍ଷ ତଳର କଥା। ଏକ ଆର୍ଥିକ ସଚେତନତା କାର୍ଯ୍ୟକ୍ରମରୁ ମୁଁ ପ୍ରେରଣା ପାଇଥିଲି। ସେଦିନର ଆର୍ଥିକ ବିଶେଷଜ୍ଞଙ୍କ ଉପଦେଶ ମୋ ମନକୁ ପ୍ରଭାବିତ କରିଥିଲା। ସେ କହିଲେ, ଥରେ ଜଣେ ଶିକ୍ଷକ ଶ୍ରେଣୀର ଦୁଇ ମେଧାବୀ ଛାତ୍ରଙ୍କୁ ପାଖକୁ ଡାକି କହିଲେ, ଏ ବର୍ଷ ଗଣିତରେ ଯେପରି ଶହେରୁ ଶହେ ନମ୍ବର ରହେ। ଜଣେ ଛାତ୍ର କହିଲା- ”ଗୁରୁଜୀ! ଗଣିତରେ କେବେ ଷାଠିଏରୁ ଅଧିକ ନମ୍ବର ଆସିନି। ଶହେ ନମ୍ବର ରଖିବା ମୋ ପକ୍ଷରେ ସମ୍ଭବ ନୁହେଁ। ଅଯଥା ଗଣିତରେ ସମୟ ଦେଇ ଲାଭ ନାହିଁ। ଏପରି ଯୁକ୍ତି ଦେଖାଇ ସେ ଗୁରୁଜୀଙ୍କ କଥାକୁ ଏଡ଼ାଇଦେଲା। ଅନ୍ୟ ଛାତ୍ରଟି ପଚାରିଲା- ଗୁରୁଜୀ! ମୁଁ ଗଣିତରେ କେବେ ପଚାଶ ନମ୍ବରରୁ ଅଧିକା ରଖିନାହିଁ। ଶହେ ନମ୍ବର ରଖିବାକୁ କ’ଣ କରିବାକୁ ହେବ? ଏହା ମୋ ପକ୍ଷରେ ସମ୍ଭବ କି ନାହିଁ ଟିକେ ବିସ୍ତୃତ ଭାବେ ବୁଝାଇ କୁହନ୍ତୁ। ଗୁରୁଜୀ ଆଶ୍ୱାସନା ଦେଇ କହିଲେ, ଶହେ ନମ୍ବର ଆଣିବା ପାଇଁ ନିୟମିତ ବିଭିନ୍ନ ପ୍ରକାରର ଗାଣିତିକ ପ୍ରଶ୍ନ ସମାଧାନ କରିବା ଅଭ୍ୟାସ କରିବ। ଏପରି କରିବା ଦ୍ୱାରା ତୁମର ଗଣିତରେ ଜ୍ଞାନ ବଢ଼ିବ। ପରୀକ୍ଷାରେ ଶହେ ନମ୍ବର, ନହେଲେ ଶହେ ପାଖାପାଖି ନମ୍ବର ରଖିପାରିବ। ଗୁରୁଙ୍କ ଉପଦେଶ ମାନିବାରୁ ପିଲାଟି ଗଣିତରେ ୯୯ ନମ୍ବର ଆଣିଲା। ଅନ୍ୟ ପିଲାଟି ଗୁରୁଜୀଙ୍କ କଥାକୁ ଗୁରୁତ୍ୱ ଦେଲା ନାହିଁ। ନିଜ ଜ୍ଞାନର ପରିସୀମା ବଢ଼ାଇବାକୁ ଚେଷ୍ଟା କଲାନି। ଗଣିତରେ ୬୨ ନମ୍ବର ରଖି ପରୀକ୍ଷାରେ କୃତକାର୍ଯ୍ୟ ହେଲା। ପ୍ରଥମ ଛାତ୍ରଟି ରୋକଠୋକ ମନା କରିଦେଲା। ଦ୍ୱିତୀୟ ପିଲା ଅଧିକ ନମ୍ବର ରଖିବାକୁ କ’ଣ କରିବାକୁ ହେବ ତାହା ପଚାରି ବୁଝିବା ସହ ନିରନ୍ତର ସେଥିପାଇଁ ଚେଷ୍ଟା କଲା। ପରିଶେଷରେ ତା’ ଶ୍ରମର ମୂଲ୍ୟ ପାଇଲା। ଗରିବ ଲୋକ କିପରି କୋଟିପତି ହେବାର ଉପାୟ ପ୍ରାଞ୍ଜଳ ଭାବେ ସେ ବୁଝାଇଲେ। ତାଙ୍କ ଉପଦେଶକୁ ମୁଁ ଅକ୍ଷରେ ଅକ୍ଷରେ ପାଳନ କରିଆସୁଛି। ଏବେ ମୋର କୋଟିପତି ହେବା ନିଶ୍ଚିତ। ଅନେକ ଲୋକ ତାଙ୍କ କଥାକୁ ଅବାସ୍ତବ କହି ଗୁରୁତ୍ୱ ଦେଲେ ନାହିଁ। ଫଳରେ ସେମାନଙ୍କର କୋଟିପତି ହେବାର ରାସ୍ତା ସବୁଦିନ ପାଇଁ ବନ୍ଦ ହୋଇଗଲା।
ଦଶ ବର୍ଷ ତଳର ଏକ ଘଟଣା ମନେପଡ଼େ। ସୀମା ସୁରକ୍ଷା ବଳରେ କିଛି କର୍ମଚାରୀମାନଙ୍କ ସହ ଆର୍ଥିକ ସାକ୍ଷରତା, ଆର୍ଥିକ ପରିଚାଳନା ଏବଂ ନିଜର ଆର୍ଥିକ ଯୋଜନାର ଗୁରୁତ୍ୱ ଓ ଆବଶ୍ୟକତା ନେଇ ଆଲୋଚନା କରୁଥାଏ। ଶେଷରେ ପଚାରିଲି, କେଉଁମାନେ ନିଜକୁ କୋଟିପତି କରିପାରିବେ ବୋଲି ଭାବୁଛନ୍ତି ସେମାନେ ନିଜ ନିଜର ହାତ ଟେକନ୍ତୁ। ଜଣେ ବୟସ୍କ କର୍ମଚାରୀ ହାତ ଉଠାଇଥିବା ଲକ୍ଷ୍ୟ କଲି। ତାଙ୍କୁ ପଚାରିଲି- ସାର୍‌, ଆପଣଙ୍କ ବୟସ କେତେ? ସେ କହିଲେ- ୫୫ ବର୍ଷ। ତାଙ୍କୁ ପଚାରିଲି, ଆପଣ ତ ଆଉ କିଛି ବର୍ଷ ଭିତରେ ଅବସର ନେବେ। କୋଟିପତି ହେବାର ପ୍ରସ୍ତୁତି ବୋଧହୁଏ ପୂର୍ବରୁ ଆରମ୍ଭ କରିଛନ୍ତି। ସେଥିପାଇଁ କୋଟିପତି ହୋଇପାରିବେ ବୋଲି ଦୃଢ଼ ବିଶାସ। ସେ ଯେଉଁ ଉତ୍ତର ଦେଲେ, ସେଥିରେ ଉପସ୍ଥିତ ସମସ୍ତ ବ୍ୟକ୍ତି ସ୍ତମ୍ଭୀଭୂତ ହୋଇଗଲେ। ସେ କହିଲେ, ଦୀର୍ଘ ତିରିଶ ବର୍ଷ ଧରି ରୋଜଗାର କରୁଛି। କେବେ କୋଟିପତି ହେବାର ସ୍ବପ୍ନ ଦେଖିନି। ଆୟର ସଦୁପଯୋଗ, ଖର୍ଚ୍ଚ ନିୟନ୍ତ୍ରଣ, ବିଭିନ୍ନ ଲାଭଦାୟକ ଯୋଜନାରେ ନିବେଶ କରି ସାଧାରଣ ଲୋକଟିଏ କୋଟିପତି ହେବାର ଉପାୟ ଜାଣିବା ପରେ କୋଟିପତି ହେବା ଆଶା ବଢ଼ିଗଲା। ଅବସର ପୂର୍ବରୁ କୋଟିପତି ହେବା ସମ୍ଭବ ନୁହେଁ। କିନ୍ତୁ ଦୃଢ଼ତାର ସହ କହୁଛି, ଯଦି ମୁଁ ୮୫ ବର୍ଷଯାଏ ବଞ୍ଚେ ତେବେ ନିୟମିତ ସଞ୍ଚୟ ଓ ନିବେଶ ଦ୍ୱାରା ମୋ ପୁଅକୁ ସେତେବେଳକୁ କୋଟିପତି କରିପାରିବି। ନିଜେ ନ ହେଲେ ନାହିଁ, ଜଣେ କୋଟିପତିର ବାପା ହିସାବରେ ଗର୍ବ ଅନୁଭବ କରିବି। ଏହି ଭାବନାକୁ ଦୃଷ୍ଟିରେ ରଖି ମୁଁ କୋଟିପତି ହେବାର ଆଶା ରଖିଛି।
ବାସ୍ତବରେ ଜଣେ ଗରିବ ବ୍ୟକ୍ତି ଚେଷ୍ଟାକଲେ କୋଟିପତି ହୋଇପାରିବ। ମାସକୁ ମାତ୍ର ୧୦୦ ଟଙ୍କା ନିୟମିତ ୬୦ ବର୍ଷ ପର୍ଯ୍ୟନ୍ତ ସଞ୍ଚୟ କରିବା ସହ ସଞ୍ଚିତ ରାଶିକୁ ଲାଭଦାୟକ, ସ୍ବୀକୃତିପ୍ରାପ୍ତ ମିଚ୍ୟୁଆଲ ଫଣ୍ତରେ ପଦ୍ଧତିଗତ ଯୋଜନା (Systematic।nvestment Plan) ମାଧ୍ୟମରେ ବିନିଯୋଗ କଲେ କୋଟିପତି ହେବା ସହଜ ହୋଇଥାଏ। ୬୦ ବର୍ଷରେ ସମୁଦାୟ ସଞ୍ଚତ୍ତ ରାଶି ହେଉଛି ୭୨୦୦୦/- ଟଙ୍କା। ଦୀର୍ଘ ଅବଧିର ନିବେଶରୁ ବାର୍ଷିକ ୧୦ ରୁ ୧୫ ପ୍ରତିଶତ ରିଟର୍ନ ମିଳିବାର ଆଶା ଥାଏ। ବାର୍ଷିକ ୧୨ ପ୍ରତିଶତ ରିଟର୍ନ ହିସାବରେ ୬୦ ବର୍ଷରେ ଏଥିରୁ ମିଳିବ ଟ୧ .୩ କୋଟି। ଏହା ଏକ ଗାଣିତିକ ହିସାବ। ସମାଜରେ ଅନେକ ଲୋକ ଏହା ଶୁଣିବା ଓ ବୁଝିବାକୁ ପ୍ରସ୍ତୁତ ନ ଥା’ନ୍ତି। ନିୟମିତ ୧୦୦ ଟଙ୍କା ମାସକୁ ସଞ୍ଚୟ କରିବା ଯେତିକି କଷ୍ଟ ନୁହେଁ, ତା’ଠାରୁ ଅନେକ ଗୁଣ କଷ୍ଟ ହେଉଛି ଦୀର୍ଘ ୬୦ ବର୍ଷର ଅପେକ୍ଷା। ଏଠାରେ ଜାଣିବା ଦରକାର ଯେଉଁମାନଙ୍କର ଅଧିକ ଆୟ ବା ସମ୍ବଳ ଅଛି, ସେମାନେ କମ୍‌ସମୟ ମଧ୍ୟରେ କୋଟିପତି ହୋଇପାରିବେ। ଉଦାହରଣ ସ୍ବରୂପ ଜଣେ ମାସକୁ ୧୦୦୦ ଟଙ୍କା ନିୟମିତ ୪୦ ବର୍ଷ ନିବେଶ କଲେ ବାର୍ଷିକ ୧୨ ପ୍ରତିଶତ ହିସାବରେ ପରିପକ୍ୱ ରାଶି (Maturity Value)ର ମୂଲ୍ୟ ଟ୧ .୨ କୋଟି। ୩୦ ବର୍ଷରେ କୋଟିପତି ହେବାକୁ ହେଲେ ନିୟମିତ ମାସିକ ୩୦୦୦ ଟଙ୍କା ସଞ୍ଚୟ କରିବାକୁ ହେବ। କୋଟିପତି ହେବାର ଅନେକ ଉପାୟ ଅଛି। ସେ ସବୁ ଉପାୟ ଜାଣିଲେ ଆପେ ଆପେ ଜଣେ କୋଟିପତି ହୋଇପାରିବ ନାହିଁ। କୋଟିପତି ହେବା ପାଇଁ ନିରନ୍ତର ପ୍ରଚେଷ୍ଟା ଦରକାର।
ମୋ: ୭୩୮୧୦୪୬୪୭୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଷ୍ଠା ଓ ପ୍ରତିବଦ୍ଧତା ସଫଳତା ଆଣେ, ଯାହା ପ୍ରମାଣ କରିପାରିଛନ୍ତି ଉତ୍ତରାଖଣ୍ଡର ସୁଶାନ୍ତ ୟୁନିଆଲ ଏବଂ ତାଙ୍କ ଭାଇ। ଦୁଇ ଭାଇ ସବୁଠୁ ବଡ଼ ଛତୁ ଛତ୍ପାଦନ…

ଡିଜିଟାଲ ଗଣମାଧ୍ୟମ ଓ ଶିଶୁ

ନିକଟରେ ବିଶ୍ୱର ପ୍ରଥମ ଦେଶ ରୂପେ ଅଷ୍ଟ୍ରେଲିଆ ଆଇନ କରିଛି ୧୬ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ପାଇଁ ୧୦ ବଡ଼ ବଡ଼ ଡିଜିଟାଲ ଗଣମାଧ୍ୟମକୁ ନିଷିଦ୍ଧ…

ଗମ୍ଭୀର ସ୍ଥିତିରେ ବାୟୁ ପ୍ରଦୂଷଣ

ସମ୍ପ୍ରତି ବାୟୁ ପ୍ରଦୂଷଣ ଏକ ଜଟିଳ, ବୈଶ୍ୱିକ ଜରୁରିକାଳୀନ ପରିସ୍ଥିତି ପାଲଟିଛି। ଭାରତ ପରିପ୍ରେକ୍ଷୀରେ ଏହା ସ୍ବାସ୍ଥ୍ୟ ନିମନ୍ତେ ପରିବେଶୀୟ ବିପଦ ଭାବରେ ଉଭା ହୋଇଛି। ନିକଟରେ…

ଆଇସ୍‌କ୍ରିମ୍‌ ଖାଇଲେ

କଟକ ଜିଲା ବାଙ୍କୀ ତହସିଲ ଅନ୍ତର୍ଗତ କୁମୁସର ଗାଁରେ ୯ ଫେବୃଆରୀରେ ଅନୁଷ୍ଠିତ ଏକ ଅଷ୍ଟପ୍ରହରୀ କାର୍ଯ୍ୟକ୍ରମରେ ଆଇସ୍‌କ୍ରିମ ଖାଇ ୧୮ ଜଣ ପିଲା ଅସୁସ୍ଥ ହୋଇଥିବା…

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

ଦୁଃଖ ଖୋଜୁଥିବା ମଣିଷ

କିଛି ଏମିତି ଅଜବ ଲୋକ ଅଛନ୍ତି, ଆପଣ ବି ଭେଟିଥିବେ କେଉଁଠି କେତେବେଳେ। ଜଞ୍ଜାଳମୁକ୍ତ ହୋଇ ପରିବାରକୁ ନେଇ ନିଜ ଭିତରେ ସୁଖୀ ଥିବା ମଣିଷଟି ସମସ୍ତଙ୍କୁ…

ଉଠିବା ଦରକାର, ଉଡ଼ିବା ପଛକଥା

ପ୍ରଥମ ବିଶ୍ୱଯୁଦ୍ଧ ସମୟର ଇଟାଲୀୟ ଆମ୍ବୁଲାନ୍ସ ଚାଳକ, ପରବର୍ତ୍ତୀ ସମୟରେ ଗୁରୁତର ଆହତ ଅର୍ନେଷ୍ଟ ହେମିଂୱେଙ୍କ କଥା ଆଜି ବି ପାସୋରି ପାରି ନାହାନ୍ତି ଅର୍ଥନୈତିକ ବିଶାରଦଗଣ।…

ଦୋଳି ଦୁର୍ଘଟଣା

ପ୍ରମୋଦ ଉଦ୍ୟାନ କିମ୍ବା ମନୋରଞ୍ଜନର ଖୋରାକ ଯୋଗାଉଥିବା କୌଣସି ମେଳାକୁ ବୁଲିଯିବା ବେଳେ ଆନନ୍ଦ ଲାଭ କରିବା ଥାଏ ମୂଳ ଲକ୍ଷ୍ୟ। କିନ୍ତୁ ତାହା ନିରାନନ୍ଦ ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri