କେମିତି ହେବେ ମୋଟା

ସୁନ୍ଦର ଏବଂ ସ୍ଲିମ୍‌ ଫିଗର କାହାକୁ ବା ଭଲ ନ ଲାଗେ। ହେଲେ ଆବଶ୍ୟକରୁ ଅଧିକ ପତଳା ହେବା ଦ୍ୱାରା ବି ସୁନ୍ଦରତା କମାଇଦିଏ। ଏ କ୍ଷେତ୍ରରେ ଅନେକେ ଓଜନ ବୃଦ୍ଧି କରି ସାଉଣ୍ଡ ଫିଗର ପାଇବା ଲାଗି ବିଭିନ୍ନ ଖାଦ୍ୟଠାରୁ ଆରମ୍ଭକରି ଔଷଧ ସେବନ କରିବାକୁ ବି ପଛାଇ ନ ଥାନ୍ତି; ଯାହାକି ସ୍ବାସ୍ଥ୍ୟ ପାଇଁ ହିତକର ନୁହେଁ। ତେଣୁ ପ୍ରାକୃତିକ ଉପାୟରେ ଓଜନ ବଢ଼ାଇବା ଲାଗି ଆପଣାନ୍ତୁ
କେତେକ ଉପାୟ…

ତେଲ ମସଲାଯୁକ୍ତ ଖାଦ୍ୟ, ଫାଷ୍ଟଫୁଡ୍‌, ଫୁଡ୍‌ ସପ୍ଲିମେଣ୍ଟ, ପ୍ରୋଟିନ୍‌ ପାଉଡର ଆଦି ଖାଇଲେ ଶୀଘ୍ର ଓଜନ ବୃଦ୍ଧି ହୋଇଯିବ ଭାବି ଅନେକେ ପ୍ରତିଦିନ ଏଭଳି ଖାଦ୍ୟ ଖାଆନ୍ତି। ହେଲେ ଏହା ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାର କାରଣ ସାଜିଥାଏ। ତେଣୁ ସୁଷମ ଆହାର ଗ୍ରହଣ କରନ୍ତୁ। ଖାଦ୍ୟ ତାଲିକାରେ ସବୁ ପ୍ରକାର ପୌଷ୍ଟିକ ଖାଦ୍ୟକୁ ସାମିଲ କରନ୍ତୁ। ଖାଦ୍ୟରେ କ୍ୟାଲୋରି ମାତ୍ରା ବଢ଼ାନ୍ତୁ। ପ୍ରୋଟିନ୍‌ଯୁକ୍ତ ଖାଦ୍ୟ ଯେତେ ଅଧିକ ଗ୍ରହଣ କରିବେ ସେତେ ଶୀଘ୍ର ଲାଭ ପାଇବେ।

ଖାଦ୍ୟ, ଫଳ, ପନିପରିବା ଆଦିରେ ପର୍ଯ୍ୟାପ୍ତ ପରିମାଣରେ କାର୍ବୋହାଇଡ୍ରେଟ୍‌ ରହିଛି। ତେଣୁ ଏହାକୁ ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲକଲେ ଓଜନ ବଢ଼ିବାରେ ସାହାଯ୍ୟ କରିବ।
ମଧ୍ୟରେ ଓଜନ ବଢ଼ାଇବା ଲାଗି କଦଳୀ ସବୁଠୁ ଭଲ। ପ୍ରତିଦିନ ଦୁଇଟି ପାଚିଲା କଦଳୀ ଖାଆନ୍ତୁ। ନ ହେଲେ ସକାଳୁ ଏହାର ସେକ୍‌ ପିଇପାରିବେ। କ୍ଷୀର କଦଳୀ ଚକଟି ଖାଇବା ବି ଲାଭଦାୟକ।
ବିଭିନ୍ନ ଆଇଟମ୍‌ ଖାଆନ୍ତୁ। ସେହିପରି ଆମିଷ ଖାଇବା ବି ଓଜନ ବଢ଼ାଇବାରେ ସାହାଯ୍ୟ କରିଥାଏ।
ଜଳଖିଆରେ ବ୍ରେଡ୍‌ ସହ ୨ଟି ସିଝା ଅଣ୍ଡା କିମ୍ବା ଆମ୍‌ଲେଟ୍‌ ଖାଆନ୍ତୁ। ଏହା ଖୁବ୍‌ ଶୀଘ୍ର ଆପଣଙ୍କ ସ୍ବାସ୍ଥ୍ୟରେ ପରିବର୍ତ୍ତନ ଆଣିବାରେ ସାହାଯ୍ୟ କରିବ।
ତାଲିକାରେ ବଟର ସାମିଲ କରନ୍ତୁ। ବିଶେଷକରି ପିନଟ୍‌ ବଟରରେ ଥିବା ମୋନୋସାଚୁରେଟେଡ୍‌ ଫ୍ୟାଟ୍‌ ଆପଣଙ୍କ ଓଜନ ଶୀଘ୍ର ବଢ଼ାଇବ।
ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଓଜନ ବଢୁଛି କି ନାହିଁ ଜାଣିବା ଲାଗି ମାସକୁ ଥରେ ମାପିବାକୁ ଭୁଲନ୍ତୁ ନାହିଁ। ନଚେତ୍‌ ଆବଶ୍ୟକରୁ ଅଧିକ ମୋଟା ହେବା ଦ୍ୱାରା ବି ଅସୁବିଧା ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

ଖରାଦିନେ କେମିତି ନେବେ ତ୍ୱଚାର ଯତ୍ନ: ଆପଣାନ୍ତୁ ଏହି ଟିପ୍ସ

ଯଦି ଆପଣ ଖରାଦିନରେ କେଉଁଠିକି ବୁଲିବାକୁ ଯାଉଛନ୍ତି ତେବେ ସାଙ୍ଗରେ ଭଲ କ୍ଲିଞ୍ଜର,ଟୋନର,ମଶ୍ଚରାଇଜର ନେବାକୁ ଭୁଲନ୍ତୁ ନାହିଁ। ଏହାପରେ ସନ୍‌ସ୍କ୍ରିନ୍‌ ଲୋସନ୍‌ ବ୍ୟବହାର କରିପାରିବେ; ଯାହା...

ଫ୍ୟାମିଲି ଟ୍ରିପ୍‌ରେ ଯିବାକୁ ଚାହୁଁଛନ୍ତି କି? ଧ୍ୟାନରେ ରଖନ୍ତୁ ଏସବୁ କଥା

ଛୁଟି ହେଲେ ସମସ୍ତେ ବାହାର ସ୍ଥାନକୁ ବୁଲିଯିବାକୁ ପସନ୍ଦ କରନ୍ତି। ଟ୍ରିପ୍‌ ସମୟରେ କିଛି କଥାକୁ ଧ୍ୟାନରେ ନିହାତି ରଖିବା ଆବଶ୍ୟକ। ସେ ସମ୍ପର୍କରେ କିିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri