Posted inଜାତୀୟ

ଉତ୍ତରପୂର୍ବାଞ୍ଚଳରେ ଭାଜପା କେତେ ସଫଳ

ନୂଆଦିଲ୍ଲୀ, (କୁଲଦୀପ ସିଂ) ୯।୪ : କେନ୍ଦ୍ରରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟି (ଭାଜପା) ଏପ୍ରିଲ ୬ ତାରିଖରେ ୪୩ତମ ପ୍ରତିଷ୍ଠା ଦିବସ ପାଳନ କରିଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳୀୟ କ୍ୟାଡରମାନଙ୍କୁ ସମ୍ବୋଧିତ କରି ଅତ୍ୟଧିକ ଆତ୍ମବିଶ୍ୱାସର ଶିକାର ନ ହେବାକୁ ପରାମର୍ଶ ଦେଇଥିଲେ। ନିକଟରେ ଶେଷ ହୋଇଥିବା ୩ ଉତ୍ତରପୂର୍ବାଞ୍ଚଳ ରାଜ୍ୟ ନିର୍ବାଚନ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟ ଦଳୀୟ କର୍ମୀମାନଙ୍କ ଲାଗି ଏକ ଉଲ୍ଲେଖନୀୟ ବାର୍ତ୍ତା। ଗତ ମାର୍ଚ୍ଚ ୨ରେ ମେଘାଳୟ, ତ୍ରିପୁରା ଓ ନାଗାଲାଣ୍ଡ ଭୋଟ ଫଳାଫଳ ପ୍ରକାଶ ପାଇଥିଲା। ନିର୍ବାଚନକୁ ଭାଜପା ପୂରା ପୋଛିନେଲା ବୋଲି ଇଣ୍ଟରନେଟ୍‌ରେ ମନ୍ତବ୍ୟ ଛାଇଯାଇଥିଲା। ଗୈରିକ ଦଳ ବିଜୟ ଉତ୍ସବ ମନାଇବା ସହ ୩ ରାଜ୍ୟରେ ମେଣ୍ଟ କିମ୍ବା ବିନା ମେଣ୍ଟରେ ସରକାର ଗଢ଼ିଥିଲା।
ଭାଜପା ଉତ୍ତରପୂର୍ବାଞ୍ଚଳରେ ନିଜ ଉପସ୍ଥିତି ବଢ଼ାଇବାରେ ସଫଳ ହୋଇଥିଲେ ମଧ୍ୟ ଉକ୍ତ ଅଞ୍ଚଳରେ କ୍ଲିନ୍‌ ସୁଇପ୍‌ ପାଇଁ ଏହି ଦଳକୁ ଆହୁରି ଅନେକ ପଥ ଅତିକ୍ରମ କରିବାକୁ ପଡ଼ିବ। ଆସାମକୁ ବାଦ୍‌ଦେଲେ ୭ ଉତ୍ତରପୂର୍ବାଞ୍ଚଳ ରାଜ୍ୟ ଯଥା ସିିକିମ, ତ୍ରିପୁରା, ଅରୁଣାଚଳପ୍ରଦେଶ, ନାଗାଲାଣ୍ଡ, ମିଜୋରାମ, ମେଘାଳୟ ଏବଂ ମଣିପୁରରେ ମୋଟ ବିଧାନସଭା ଆସନ ମଧ୍ୟରୁ ଭାଜପାକୁ ୩୭.୭ ପ୍ରତିଶତ ମିଳିଛି। ଉକ୍ତ ଅଞ୍ଚଳରେ ମୋଟ ୩୭୧ ଆସନ ମଧ୍ୟରୁ ଭାଜପା ୧୪୦ଟି ଆସନ ଅକ୍ତିଆର କରିପାରିଛି। ୧୦ ବର୍ଷ ପୂର୍ବରୁ ଉତ୍ତରପୂର୍ବାଞ୍ଚଳରେ ଗୈରିକ ଦଳର ସ୍ଥିତି ନଗଣ୍ୟ ଥିଲା। ସଦ୍ୟ ଅନୁଷ୍ଠିତ ନିର୍ବାଚନରେ ଭାଜପା ତ୍ରିପୁରାରେ ୪ ଆସନ ହରାଇଥିବାବେଳେ ନାଗାଲାଣ୍ଡ ଓ ମେଘାଳୟରେ ପୂର୍ବ ସ୍ଥିତି ବଜାୟ ରଖିଛି। ତେବେ ତ୍ରିପୁରା ଓ ମେଘାଳୟରେ ଦଳର ଭୋଟ ଭାଗ କମିଥିବାରୁ ଏହା ଭାଜପା ନେତୃବୃନ୍ଦଙ୍କ ପାଇଁ ଚିନ୍ତାଜନକ। ୨୦୧୮ ନିର୍ବାଚନରେ ଭାଜପା ତ୍ରିପୁରାରେ ୩୬ ଆସନ ପାଇଥିବାବେଳେ ଏଥର ୩୨ଟିରେ ସନ୍ତୁଷ୍ଟ ହୋଇଛି। ସେହିପରି ସେଠାରେ ଭାଜପାର ଭୋଟ ହାର ପାଖାପାଖି ୫% କମିଛି। ମେଘାଳୟରେ ଏଥର ଭାଜପା ସମସ୍ତ ୬୦ ଆସନରେ ଲଢ଼ି ମାତ୍ର ୨ ଆସନରେ ଜିତିଛି। ଏହାର ଭୋଟ ଭାଗ ମଧ୍ୟ ପୂର୍ବାପେକ୍ଷା ହ୍ରାସ ପାଇଛି। ଏହି ରାଜ୍ୟରେ ଝୁଲା ବିଧାନସଭା ସ୍ଥିତି ସୃଷ୍ଟି ହୋଇଥିବାରୁ କ୍ଷମତାରେ ରହିବା ପାଇଁ ଭାଜପାକୁ ୨୬ ଆସନ ଦଖଲ କରିଥିବା ମୁଖ୍ୟମନ୍ତ୍ରୀ କନରାଡ୍‌ ସାଙ୍ଗ୍‌ମାଙ୍କ ନେତୃତ୍ୱାଧୀନ ନ୍ୟାଶନାଲ ପିପୁଲ୍ସ ପାର୍ଟି (ଏନ୍‌ପିପି)କୁ ସମର୍ଥନ ଦେବାକୁ ପଡ଼ିଛି। ଉଲ୍ଲେଖଯୋଗ୍ୟ, ମେଘାଳୟ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପା ଏନ୍‌ପିପିକୁ ଛାଡ଼ି ଏକାକି ଲଢ଼ିବା ପାଇଁ ନିଷ୍ପତ୍ତି ନେଇଥିଲା।
ତେବେ ଖ୍ରୀଷ୍ଟିଆନ ବହୁଳ ରାଜ୍ୟ ନାଗାଲାଣ୍ଡରେ ଭାଜପାର ଭୋଟ ହାର ୩ ପ୍ରତିଶତ ବୃଦ୍ଧି ପାଇଛି। ନାଗାଲାଣ୍ଡରେ ଭାଜପା ୧୨ ଆସନ ଜିତିଥିବାବେଳେ ୨୫ ଆସନ ଦଖଲ କରିଥିବା ନ୍ୟାଶନାଲିଷ୍ଟ ଡେମୋକ୍ରାଟିକ୍‌ ପ୍ରୋଗ୍ରେସିଭ୍‌ ପାର୍ଟି (ଏନ୍‌ଡିପିପି) ସହ ମେଣ୍ଟ ସରକାର ଗଢ଼ିଛି। ଉଭୟ ମେଘାଳୟ ଓ ନାଗାଲାଣ୍ଡରେ ଦୁଇ ଆଞ୍ଚଳିକ ଦଳ ଏନ୍‌ପିପି ଏବଂ ଏନ୍‌ଡିପିପି ୨୦୧୮ ନିର୍ବାଚନ ତୁଳନାରେ ଏଥର ଅଧିକ ଆସନ ଦଖଲ କରିଛନ୍ତି। ପୂର୍ବରୁ ଏନ୍‌ଡିପିପିର ୧୮ ବିଧାୟକ ଥିବାବେଳେ ଏଥର ଏହି ସଂଖ୍ୟା ଆଉ ୭ ବଢ଼ିଛି। ଏନ୍‌ପିପି ମଧ୍ୟ ପୂର୍ବଠାରୁ ୬ ଅଧିକ ଆସନ ଦଖଲ କରିଛି।
ଏହି ୩ ରାଜ୍ୟକୁ ବାଦ୍‌ଦେଲେ ଭାଜପା ଆସାମ, ଅରୁଣାଚଳପ୍ରଦେଶ, ସିକିମ ଓ ମଣିପୁରରେ ମଧ୍ୟ କ୍ଷମତାରେ ରହିଛି। ଉତ୍ତରପୂର୍ବାଞ୍ଚଳରେ ଭାଜପାର ବିକାଶମୂଳକ କାର୍ଯ୍ୟ ଓ ନୂଆ ପ୍ରକଳ୍ପ ଆରମ୍ଭକୁ ନେଇ ରଣନୀତି ପ୍ରସ୍ତୁତି ଦଳକୁ ଫାଇଦା ଦେଇଛି। ଅନ୍ୟପକ୍ଷରେ ମିଜୋରାମରେ ଏହି ଦଳର ସ୍ଥିତି ଆଖିଦୃଶିଆ ନୁହେଁ। ଏହି ରାଜ୍ୟର ବିଧାନସଭାରେ ଭାଜପାର ଜଣେ ମାତ୍ର ବିଧାୟକ ଅଛନ୍ତି। ମେଘାଳୟରେ ମଧ୍ୟ ଦଳ ନିଜର ସ୍ଥିତି ବଢ଼ାଇପାରି ନାହିଁ। ହିନ୍ଦୁତ୍ୱ ଭାବମୂର୍ତ୍ତି ସତ୍ତ୍ୱେ ଭାଜପା ଉତ୍ତରପୂର୍ବାଞ୍ଚଳରେ ଗୋମାଂସ ବିରୋଧୀ ଅଭିଯାନ ଓ ଧର୍ମାନ୍ତରୀକରଣ ବିରୋଧୀ ଅଭିଯାନରୁ ନିଜକୁ ଦୂରେଇ ରଖିଛି। ତଥାପି ମେଘାଳୟ ଭଳି ଖ୍ରୀଷ୍ଟିଆନ୍‌ ବହୁଳ ରାଜ୍ୟରେ ଭାଜପା ଉପରେ ଲୋକଙ୍କ ଆସ୍ଥା ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri