ତରଳିଲାଣି ୫୭୦ ନିୟୁତ ହାତୀ ଓଜନର ହିମବାହ

ଲଣ୍ଡନ, ୯।୪: ତାପମାତା ବୃଦ୍ଧି ଓ ଜଳବାୟୁ ପରିବର୍ତ୍ତନ ଯୋଗୁ ପ୍ରକୃତି ବ୍ୟାପକ ପ୍ରଭାବିତ ହେବାରେ ଲାଗିଛି। ଏଥିଯୋଗୁ ସମଗ୍ର ପ୍ରାଣୀଜଗତ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି। କ୍ରମବର୍ଦ୍ଧିଷ୍ଣୁ ତାପମାତ୍ରା ହେତୁ ହିମବାହ ତରଳିବାରେ ଲାଗିଛି। କେନ୍ଦ୍ରୀୟ ହିମାଳୟର ହିମବାହ ଦ୍ରୁତ ବେଗରେ ହ୍ରାସ ପାଇଛି, ଯେଉଁଥିପାଇଁ ୨୦୦୦ରୁ ୨୦୨୦ ମସିହା ମଧ୍ୟରେ ଗ୍ଲାସିଆଲ ଲେକ୍‌ (ହିମବାହ ତରଳି ସୃଷ୍ଟି ହୋଇଥିବା ହ୍ରଦ)ର ସଂଖ୍ୟା ବୃଦ୍ଧି ପାଇଛି। ଗତ ୨୦ ବର୍ଷ ମଧ୍ୟରେ ହିମାଳୟରୁ ୨.୭ ଗିଗା ଟନ୍‌ (୨୭୦କୋଟି ଟନ୍‌) ଓଜନର ହିମବାହ ତରଳିଛି। ଏହା ୫୭୦ ନିୟୁତ ହାତୀଙ୍କ ଓଜନ ସହିତ ସମାନ ବୋଲି ବିଶେଷଜ୍ଞ ଦାବି କରିଛନ୍ତି। ବ୍ରିଟେନ୍‌ର ୟୁନିଭର୍ସିଟି ଅଫ୍‌ ସେଣ୍ଟ୍‌ ଆଣ୍ଡ୍ରେୟୁସ୍‌୍‌, ଚାଇନିଜ୍‌ ଏକାଡେମୀ ଅଫ୍‌ ସାଇନ୍ସ, ଅଷ୍ଟ୍ରେଲିଆର ଗ୍ରାଜ୍‌ ୟୁନିଭର୍ସିଟି ଅଫ୍‌ ଟେକ୍ନୋଲୋଜି ଏବଂ ଗର୍ନେଜ ମେଲୋନ ୟୁନିଭର୍ସିଟି ପକ୍ଷରୁ ହିମବାହ କ୍ଷୟ ବିଷୟରେ ଅଧ୍ୟୟନ କରାଯାଇଛି। ହିମବାହ ତରଳିବା କାରଣରୁ ହିମାଳୟ ପର୍ବତରେ ବହୁ ପରିବର୍ତ୍ତନ ପରିଲକ୍ଷିତ ହେଉଥିବା ବିଶେଷଜ୍ଞମାନେ କହିଛନ୍ତି। ପ୍ରଥମ ଥର ପାଇଁ ହିମାଳୟରୁ କ୍ଷୟ ହୋଇଥିବା ହିମବାହର ପରିମାଣ ଆକଳନ ବିଶେଷଜ୍ଞମାନଙ୍କ ଦ୍ୱାରା ସମ୍ଭବ ହୋଇଛି। ଅଧ୍ୟୟନ ସମ୍ପର୍କିତ ରିପୋର୍ଟର ବିସ୍ତୃତ ବିବରଣୀ ଜର୍ନାଲ୍‌ ‘ନେଚର ଜିଓସାଇନ୍ସ’ରେ ପ୍ରକାଶ ପାଇଛି। ହିମାଳୟର ଅନ୍ୟ ପାର୍ଶ୍ୱ ଅପେକ୍ଷା କେନ୍ଦ୍ରୀୟ ଅଞ୍ଚଳରେ ଅଧିକ ମାତ୍ରାରେ ହିମବାହ ତରଳୁଥିବା ବିଶେଷଜ୍ଞମାନେ ଲକ୍ଷ୍ୟ କରିଛନ୍ତି। ଗ୍ଲାସିଓ-ହାଇଡ୍ରୋଲୋଜିକାଲ ମଡେଲ ଜରିଆରେ ସାଟେଲାଇଟ୍‌ରୁ ସଂଗୃହୀତ ଡେଟା ଦ୍ୱାରା ହିମବାହ କ୍ଷୟ ସମ୍ପର୍କରେ ତଥ୍ୟ ହାସଲ କରାଯାଇଛି। ଅନ୍ୟପକ୍ଷେ ପୂର୍ବ ଅଧ୍ୟୟନଗୁଡ଼ିକର ବିଶେଷଜ୍ଞମାନେ ଏ ବିଷୟରେ ଅବଗତ ନ ଥିବା ରିପୋର୍ଟରେ କୁହାଯାଇଛି।
୨୦୦୦ରୁ ୨୦୨୦ ମଧ୍ୟରେ ହିମାଳୟରେ ପ୍ରୋଗ୍ଲାସିଆଲ୍‌ ଲେକ୍‌ ସଂଖ୍ୟା ବଢ଼ିଛି। ଗ୍ଲାସିଆଲ୍‌ ଲେକ୍‌ ସଂଖ୍ୟାରେ ୪୭% ବୃଦ୍ଧି ଘଟିଥିବାବେଳେ ଅଞ୍ଚଳରେ ୩୩% ଏବଂ ଆୟତନରେ ୪୨% ବୃଦ୍ଧି ଘଟିଛି। ହିମବାହ ତରଳିବା ପଛର ମୁଖ୍ୟ କାରଣ ଖୋଜି ବାହାର କରି ଏହାର ପ୍ରତିକାର କରିବା ବର୍ତ୍ତମାନ ସମୟରେ ବଡ଼ ଚ୍ୟାଲେଞ୍ଜ ପାଲଟିଛି। ଗ୍ଲାସିଆଲ୍‌ ଲେକ୍‌ର ପରିମାଣ ବଢ଼ିବା ଯୋଗୁ ସମୁଦ୍ର ପତ୍ତନରେ ବୃଦ୍ଧି ଘଟିବ। ଫଳରେ ତଳିଆ ଅଞ୍ଚଳ ଏବଂ ସମୁଦ୍ର ଆଖପାଖ ସହରକୁ ବିପଦ ମାଡ଼ିବା ନେଇ ବିଶେଷଜ୍ଞମାନେ ସତର୍କ କରାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ‘ନୋ UPI ଡେ’: QR କୋଡ୍‌ରେ କଳା କପଡ଼ା ବାନ୍ଧିଲେ ବ୍ୟବସାୟୀ; ପକେଟ୍‌ରେ ରଖନ୍ତୁ ନଗଦ

ନୂଆଦିଲ୍ଲୀ,୨୩।୯: UPI ପେମେଣ୍ଟକୁ ନେଇ ପ୍ରସ୍ତାବିତ ନୂଆ ନିୟମ ବିରୋଧରେ ମଧ୍ୟପ୍ରଦେଶର ବ୍ୟବସାୟୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଆଜି ରାଜ୍ୟର ବିଭିନ୍ନ ବଡ଼ ସହରରେ ‘ନୋ UPI ଡେ’…

ମାତ୍ର ଗୋଟିଏ ବଲ୍‌ ବଦଳାଇଦେଲା ଦେଲା ମ୍ୟାଚ୍‌ର ଫଳାଫଳ: ଭାରତ ସପକ୍ଷରେ ଅମ୍ପାୟାରଙ୍କ ନିଷ୍ପତ୍ତିକୁ ନେଇ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ,୨୩।୯: ଭାରତ ଓ ଜାପାନ ମଧ୍ୟରେ ଖେଳାଯାଇଥିବା ରୋମାଞ୍ଚକର T20 ମ୍ୟାଚ୍‌ର ଶେଷ ଓଭରରେ ଅମ୍ପାୟାରଙ୍କ ଏକ ନିଷ୍ପତ୍ତିକୁ ନେଇ ଚର୍ଚ୍ଚା ଜୋର ଧରିଛି। ମ୍ୟାଚ୍‌ର ଫଳାଫଳ…

LPG ଦର ନେଇ ନୂଆ ଖବର: ୬୦୦ ଟଙ୍କା ଯାଏ କମିଲା ଗ୍ୟାସ ଦାମ, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୨୩।୯: କମର୍ସିଆଲ LPG ସିଲିଣ୍ଡରକୁ ନେଇ ଏବେ ବଜାରରେ ଏକ ଭିନ୍ନ ଚିତ୍ର ସାମ୍ନାକୁ ଆସିଛି। କିଛି ଅଞ୍ଚଳରେ ସରକାରୀ ଦରଠାରୁ ଯଥେଷ୍ଟ କମ ମୂଲ୍ୟରେ ୧୯…

କନ୍ୟା ରାଶିରେ ସୃଷ୍ଟି ହେଲା ମହାପୁରୁଷ ରାଜଯୋଗ: ମକର ସମେତ ୩ ରାଶିଙ୍କର ଲାଗିଲା ଲଟେରୀ, ବ୍ୟାଙ୍କ ବାଲାନ୍ସରେ ଅଚାନକ ବୃଦ୍ଧି

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ଭଦ୍ର ମହାପୁରୁଷ ଯୋଗକୁ ଏକ ଶୁଭ ରାଜଯୋଗ ଭାବେ ବିବେଚନା କରାଯାଏ। ବୁଧ ନିଜ ରାଶି ମିଥୁନ କିମ୍ବା କନ୍ୟାରେ ରହି କୁଣ୍ଡଳୀର…

ବଡ଼ ଘୋଷଣା କଲା କଂଗ୍ରେସ: ଏହି ଦିନ ଓଡ଼ିଶା ଡାକରା, ଜାଣନ୍ତୁ କ’ଣ ବନ୍ଦ, କ’ଣ ରହିବ ଖୋଲା

ଭୁବନେଶ୍ୱର,୨୩।୯: ଖଣି ପ୍ରସଙ୍ଗକୁ କେନ୍ଦ୍ର କରି ରାଜ୍ୟ ସରକାର ବିରୋଧରେ ଆନ୍ଦୋଳନକୁ ଆହୁରି ତୀବ୍ର କରିବାକୁ ଯୋଜନା କରିଛି ଓଡ଼ିଶା କଂଗ୍ରେସ। ଦଶହରା ପରେ ରାଜ୍ୟବ୍ୟାପୀ ବନ୍ଦ…

ଇତିହାସ ରଚିଲା ଭାରତ: T20ରେ ଏମିତି କାରନାମା କରିବାରେ ବିଶ୍ୱର ପ୍ରଥମ ଦଳ

ନୂଆଦିଲ୍ଲୀ,୨୩।୯: ଜାପାନ ବିପକ୍ଷରେ ରୋମାଞ୍ଚକର ଭାବେ ୨ ରନ୍‌ର ବିଜୟ ହାସଲ କରିବା ସହ ଭାରତୀୟ କ୍ରିକେଟ ଦଳ ଅନ୍ତର୍ଜାତୀୟ T20 କ୍ରିକେଟ୍‌ରେ ଏକ ବଡ଼ ଇତିହାସ…

ବନ୍ଦେ ମାତରମ୍‌ ଗାଇବାକୁ ମନା କରୁଥିବା ବିବେକବାଦୀ ପ୍ରତିବାଦୀଙ୍କୁ ଦଣ୍ଡିତ କରା ନ ଯାଉ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୩ା୯: ବନ୍ଦେ ମାତରମ୍‌ ଗାନ କରିବାକୁ ମନା କରୁଥିବା ଜଣେ ବିବେକବାଦୀ ପ୍ରତିବାଦୀଙ୍କୁ ଦଣ୍ଡିତ କରାଯିବା ଉଚିତ ନୁହେଁ ବୋଲି ସୁପ୍ରିମକୋର୍ଟ ମଙ୍ଗଳବାର କେନ୍ଦ୍ର ସରକାରଙ୍କୁ କହିଛନ୍ତି।…

ଭାରତ ବିପକ୍ଷ T20 ସିରିଜ ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷଣା: ବାଦ୍‌ ପଡ଼ିଲେ ଷ୍ଟାର୍‌ ଅଲରାଉଣ୍ଡର

ନୂଆଦିଲ୍ଲୀ,୨୩।୯: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ୨୨ ଅକ୍ଟୋବରରୁ ୫ ମ୍ୟାଚ ବିଶିଷ୍ଟ T20 ସିରିଜ ଆରମ୍ଭ ହେବ। ଏହି ସିରିଜ ପାଇଁ ନ୍ୟୁଜିଲାଣ୍ଡ କ୍ରିକେଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?