Posted inଖେଳ

ବଡ଼ କ୍ଷତି ସହିବ ବିସିସିଆଇ

ମୁମ୍ବାଇ,୪।୫ : ବିଭିନ୍ନ ଦଳର ଖେଳାଳି କୋଭିଡ୍‌-୧୯ରେ ଆକ୍ରାନ୍ତ ଥିବା ଜଣାପଡ଼ିବା ପରେ ଆଇପିଏଲର ୧୪ତମ ସଂସ୍କରଣକୁ ସ୍ଥଗିତ କରି ଦିଆଯାଇଛି। ଏଥି ଯୋଗୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)କୁ ବଡ଼ ଆକାରରେ କ୍ଷତି ସହିବାକୁ ପଡ଼ିବ। ଚଳିତ ଆଇପିଏଲ ମଧ୍ୟାନ୍ତରରୁ ସ୍ଥଗିତ ହେବାରୁ ଆମେ ୨ ହଜାର କିମ୍ବା ଅଢ଼େଇ ହଜାର କୋଟି ଟଙ୍କାର କ୍ଷତି ସହିବୁ। ଏ ନେଇ ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ଚଳିତ ଆଇପିଏଲରେ ମୋଟ ୬୦ ମ୍ୟାଚ୍‌ ମଧ୍ୟରୁ କେବଳ ୨୯ଟି ମ୍ୟାଚ୍‌ ଖେଳାଯାଇଛି। ଷ୍ଟାର ସ୍ପୋଟର୍‌ସ ୧୬,୩୪୭ କୋଟି ଟଙ୍କାରେ ୫ ବର୍ଷ ପାଇଁ କିଣିଥିଲା ପ୍ରସାରଣ ଅଧିକାର। ଏହାକୁ ହିସାବ କଲେ ପ୍ରସାରଣ ବାବଦକୁ ବର୍ଷକୁ ୩୨୬୯.୪ କୋଟି ଟଙ୍କା ପାଉଥିଲା ବିସିସିଆଇ। ଗୋଟିଏ ସିଜନରେି ୬୦ ମ୍ୟାଚ୍‌ ଖେଳାଗଲେ, ମ୍ୟାଚ୍‌ ପିଛା ବୋର୍ଡକୁ ୫୪.୫ କୋଟି ଟଙ୍କା ମିଳେ। କିନ୍ତୁ ୨୯ଟି ମ୍ୟାଚ୍‌ ଖେଳାଯାଇଥିବାରୁ ବୋର୍ଡ ୧୫୮୦ କୋଟି ଟଙ୍କା ହାସଲ କରିଛି। ଏଥି ଯୋଗୁ ବିସିସିଆଇ ସିଧାସଳଖ ୧୬୯୦ କୋଟି ଟଙ୍କା ହରାଇଛି।

ମୋବାଇଲ ଉତ୍ପାଦନକାରୀ କମ୍ପାନୀ ଭିଭୋ ଟୁର୍ନାମେଣ୍ଟ ଟାଇଟଲ ପ୍ରାୟୋଜକ ଭାବେ ପ୍ରତ୍ୟେକ ସେସନରେ ୪୪୦ କୋଟି ଟଙ୍କା ପ୍ରଦାନ କରିଥାଏ। ଆଇପିଏଲ ସ୍ଥଗିତ ରହିବା ଫଳରେ ବୋର୍ଡ ଏହାର ଅଧା ଅର୍ଥ ହରାଇବ। ପୁଣି ସହକାରୀ ପ୍ରୟୋଜକ ଭାବେ ଅନ୍‌ଏକାଡେମୀ, ଡ୍ରିମ୍‌ ୧୧, ସିଆରଇଡି, ଅପ୍‌ଷ୍ଟୋକ୍ସ ଓ ଟାଟା ମୋଟର୍ସ ପ୍ରତ୍ୟେକ ୧୨ କୋଟି ଟଙ୍କା ପ୍ରଦାନ କରିଥାନ୍ତି। ବର୍ତ୍ତମାନ ଏହି ପ୍ରାୟୋଜକମାନେ ଏହାର ଅଧା ଅର୍ଥ ପ୍ରଦାନ କରିବେ। ଫଳରେ ଏ ବାବଦରେ ବୋର୍ଡ ମୋଟ ଉପରେ ୨୨୦୦ କୋଟି ଟଙ୍କା ହରାଇବ। ପ୍ରକୃତରେ ଏହାଠାରୁ ଅଧିକ ଅର୍ଥ ବିସିସିଆଇ ହରାଇବ ବୋଲି ଅନୁମାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପାଠ ଗଲା ଚୁଲିକୁ, କ୍ରିକେଟରୁ ମିଳୁଛି ଟଙ୍କା

ନୂଆଦିଲ୍ଲୀ,୧୬।୨: ଭାରତୀୟ କ୍ରିକେଟ ଜଗତରେ ଏବେ ଟଙ୍କାର ବର୍ଷା ହେଉଛି। ବହୁତ କମ୍ ବୟସରୁ ଉଦୟମାନ କ୍ରିକେଟର ମାନଙ୍କୁ କୋଟି କୋଟି ଟଙ୍କାରେ IPL ଟିମ୍ ସବୁ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri