ଟି-୨୦ ବିଶ୍ୱକପ୍‌ରେ ଜିତିଲେ ମିଳିବ ଏତେ ଟଙ୍କା, ଆଉ ସେଞ୍ଚୁରୀ ମାରିଲେ…

ନୂଆଦିଲ୍ଲୀ,୨୯।୬: ଟି-୨୦ ବିଶ୍ୱକପ (ଭାରତ ବନାମ ଦକ୍ଷିଣ ଆଫ୍ରିକା ଫାଇନାଲ ୨୦୨୪)ର ଅନ୍ତିମ ମ୍ୟାଚରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମୁହାଁମୁହିଁ ହେବାକୁ ଯାଉଛନ୍ତି। ଭାରତୀୟ ଦଳ ୧୦ବର୍ଷ ପରେ ଟି-୨୦ ବିଶ୍ୱକପ ଫାଇନାଲରେ ଏଣ୍ଟ୍ରି କରିଛି। ଭାରତ ଶେଷ ଥର ପାଇଁ ୨୦୧୪ରେ ଫାଇନାଲରେ ପହଞ୍ଚିଥିଲା। ମାତ୍ର ଫାଇନାଲରେ ଶ୍ରୀଲଙ୍କା ଦ୍ୱାରା ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ଏଥର ଟି-୨୦ ମ୍ୟାଚ୍‌ ଆମେରିକା ଏବଂ ୱେଷ୍ଟଇଣ୍ଡିଜରେ ଖେଳାଯାଉଛି। ଏଥିରେ ମୋଟ ୨୦ଟି ଦଳ ଅଂଶଗ୍ରହଣ କରିଛନ୍ତି। ସମସ୍ତଙ୍କୁ ପରାଜିତ କରି ଭାରତ ଏବଂ ଦକ୍ଷିଣ ଆଫ୍ରିକା ଫାଇନାଲରେ ଏଣ୍ଟ୍ରି କରିଛନ୍ତି। ତେବେ ଶନିବାର ଭାରତ ଓ ଦ.ଆଫ୍ରିକା ମଧ୍ୟରେ ଏକ ଧୂଆଁଧାର ମ୍ୟାଚ୍‌ ଦେଖିବାକୁ ମିଳିବ।

ଟି-୨୦ ଏଥର ଐତିହାସିକ ହେବାକୁ ଯାଉଛି। କାରଣ ଏପର୍ଯ୍ୟନ୍ତ ଖେଳାଯାଇଥିବା ସମସ୍ତ ବିଶ୍ୱକପ ତୁଳନାରେ ଏଥର ସର୍ବାଧିକ ପୁରସ୍କାର ରାଶି ରଖାଯାଇଛି । ଆଇସିସି ଅନୁଯାୟୀ ଟି-୨୦ ବିଶ୍ୱକପର ନବମ ସଂସ୍କରଣ ପାଇଁ ମୋଟ ୧୧.୨୫ ମିଲିୟନ ଆମେରିକୀୟ ଡଲାରର ପାଣ୍ଠି ଆବଣ୍ଟନ କରାଯାଇଛି। ଭାରତୀୟ ଟଙ୍କା ହିସାବରେ ଏହା ପ୍ରାୟ ୯୩.୮୦ କୋଟି ଟଙ୍କା ।

ତେବେ ଆଜିର ଫାଇନାଲ ମ୍ୟାଚ୍‌ରେ ଯେଉଁ ଦଳ ବିଶ୍ୱକପ୍‌ ଜିତିବେ ସେ ୨.୪୫ ମିଲିୟନ ଆମେରିକୀୟ ଡଲାର ପୁରସ୍କାର ରାଶି ପାଇବେ। ଯାହା ଭାରତୀୟ ଟଙ୍କାରେ ପ୍ରାୟ ୨୦.୪୨ କୋଟି ଅଟେ। ଏହା ବ୍ୟତୀତ ଏକ ବିଜେତା ଟ୍ରଫି ମଧ୍ୟ ପାଇବେ। ଅନ୍ୟପକ୍ଷରେ ରନର୍ସଅପ ଦଳ ପାଇଁ ମଧ୍ୟ ବିପୁଳ ପୁରସ୍କାର ରାଶି ସ୍ଥିର କରାଯାଇଛି। ସବୁଠାରୁ ବଡ଼ କଥା ହେଉଛି ବିଶ୍ୱକପରେ ପରାଜିତ ଦଳକୁ ମଧ୍ୟ ୧.୨୮ ମିଲିୟନ ଡ଼ଲାର ବା ୧୦.୬୭ କୋଟି ଟଙ୍କା ମିଳିବ।

ତେବେ ଆମେ ଟି-୨୦ ବିଶ୍ୱକପ ବିଜେତା ଏବଂ ରନର୍ସଅପ ବିଷୟରେ କହିଲେ। କିନ୍ତୁ ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରୁଥିବା ସମସ୍ତ ଦଳ ପାଇଁ ମଧ୍ୟ ଭଲ ପରିମାଣର ପୁରସ୍କାର ରାଶି ସ୍ଥିର କରାଯାଇଛି। ଉଦାହରଣ ସ୍ବରୂପ, ସେମିଫାଇନାଲରୁ ହଟାଯାଇଥିବା ଦଳ ପାଇଁ ୭୮୭,୫୦୦ ଡଲାରର ପରିମାଣ ସ୍ଥିର କରାଯାଇଛି। ତେଣୁ ସୁପର ୮ରେ ହଟାଯାଇଥିବା ଦଳଗୁଡିକ ୩୮୨,୫୦୦ଡଲାର କିମ୍ବା ୩.୮ କୋଟି ଟଙ୍କା ପାଇବେ। ସେହିଭଳି ନବମରୁ ଦ୍ୱାଦଶ ତମ ସ୍ଥାନରେ ଥିବା ଟିମ୍‌ଙ୍କୁ ୨୪୭,୫୦୦ ଡଲାର କିମ୍ବା ୨.୬ କୋଟି ଟଙ୍କା ମିଳିବ। ସେହିପରି ୧୩ରୁ ୨୦ ତମ ଥିବା ଦଳଗୁଡିକ ୧.୮୭ କୋଟି ଟଙ୍କା ପୁରସ୍କାର ରାଶି ପାଇବେ।

ପୁରସ୍କାର ରାଶି ବ୍ୟତୀତ, ଆପଣ ପ୍ରତ୍ୟେକ ମ୍ୟାଚ ଜିତିବା ପାଇଁ ମଧ୍ୟ ଟଙ୍କା ପାଇବେ। ଆଇସିସି ଅନୁଯାୟୀ, ପ୍ରତ୍ୟେକ ମ୍ୟାଚ ଜିତିବା ପାଇଁ ଦଳ ୨୬ଲକ୍ଷ ଟଙ୍କା ପାଇବେ। ତେବେ ଏଥିରେ ସେମିଫାଇନାଲ କିମ୍ବା ଫାଇନାଲ ମ୍ୟାଚ (ଆଇସିସି ଟି -20 ବିଶ୍ୱକପ) ଅନ୍ତର୍ଭୂକ୍ତ କରାଯାଇ ନାହିଁ।

ପ୍ରତ୍ୟେକ ଟୁର୍ନାମେଣ୍ଟର ପୁରସ୍କାର ରାଶି ସ୍ଥିର କରିବାବେଳେ ଆଇସିସି ଅନେକଗଡିଏ ଜିନିଷ ଧ୍ୟାନରେ ରଖିଥାଏ। ସେହି ଟୁର୍ନାମେଣ୍ଟର ରାଇଟ୍ସ ଏବଂ କେତେ ପ୍ରଯୋଜକ ଜଡିତ ତାକୁ ମଧ୍ୟ ଧ୍ୟାନରେ ରଖିଥା’ନ୍ତି। ଡିଜନି ପ୍ଲସ ହଟଷ୍ଟାର ଅନୁଯାୟୀ, ଏଥର ୧୯ ଟି କମ୍ପାନୀ ଟି-୨୦ ବିଶ୍ୱକପରେ ପ୍ରାୟୋଜକ ଅଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

ବିମାନକୁ କ୍ରାଶ କରିବାକୁ….ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ, ବିଶ୍ବରେ ହଇଚଇ!

ଦୁବାଇରୁ ଇସ୍ରାଏଲ ଯାଉଥିବା ଏକ ଫ୍ଲାଇଦୁବାଇ ବିମାନରେ ହୋଇଥିବା ଅଘଟଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ବିମାନ ଇସ୍ରାଏଲ ନିକଟରେ ପହଞ୍ଚିବା…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ବିଶ୍ୱ ରେକର୍ଡ ଭାଙ୍ଗିଲେ ଗିଲ୍, ଏହି ଖେଳାଳିଙ୍କୁ ପଛରେ ପକାଇ କଲେ…

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ୍ ନିଜ ନାମରେ ଆଉ ଏକ ବଡ଼ ବିଶ୍ୱ ରେକର୍ଡ ଯୋଡ଼ିଛନ୍ତି । ଗୁଆହାଟୀର ବାରସାପାରା…

ମହାସଂଯୋଗ! ଅକ୍ଟୋବର ଆରମ୍ଭରୁ ଚମକିବ ୫ଟି ରାଶିର ଭାଗ୍ୟ! ବୁଧ-ଅରୁଣଙ୍କ କୃପାରୁ ହେବେ ମାଲାମାଲ୍ !

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଗୋଚର ଓ ବିଶେଷ ସଂଯୋଗର ଏକ ବଡ଼ ଗୁରୁତ୍ୱ ରହିଛି । ୩୦ ସେପ୍ଟେମ୍ବର ୨୦୨୬ ସକାଳ ୮ଟା ୫୬ ମିନିଟ୍‌ରେ ବୁଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?