ହାରିଲି କେତେ ଜିତିଲି କେତେ

ଜୀବନଟା ଗୋଟେ ଅଡୁଆ ସୂତାର ଖିଅ। କେତେବେଳେ କେମିତି ସେଥିରେ ସେ ନିଜ ଅଜାଣତରେ ଛନ୍ଦି ହୋଇଯାଏ ଯେ ସେଥିରୁ ମୁକୁଳିବା ମୁସ୍କିଲ ହୋଇପଡେ। ସେତେବେଳେ ଭାରି ଆକ୍ତାମାକ୍ତା ଲାଗେ ଜୀବନ। ଅଣନିଃଶ୍ବାସୀ ମନେହୁଏ ଏକଲାପଣ। ମନେହୁଏ, ସତେଯେମିତି ଦୁନିଆର ଯାବତୀୟ ଦୁଃଖତକ ଭଗବାନ କେବଳ ତା’ ମୁଣ୍ଡରେ ହିଁ ଲଦି ଦେଇଛନ୍ତି। ଏଣୁ ବିଚରା ମଣିଷ ଚେଷ୍ଟା କରେ ଦୁଃଖ ସହିତ ଯୁଝିବା ପାଇଁ। ପାରୁ ପର୍ଯ୍ୟନ୍ତ ଜାରିରଖେ ତା’ ଲଢେଇ। ସଂଘର୍ଷ ଭିତରେ ଶେଷରେ ପାଇଯାଏ ସଫଳତା। ଶେଷକୁ ସେ ଅଡୁଆ ଭିତରୁ ମୁକୁଳି ଆସିବାକୁ ସମର୍ଥ ହୁଏ। ଏହା ହିଁ ତ ଜୀବନ। ଏଥିରେ ତ ନିହିତ ଥାଏ ସଫଳ ହେବାର ରାହା ଟିକକ। ଆଉ ତା’ ସହିତ ବଞ୍ଚିବାର ଆବେଗ।
ଦୁଃଖ ତ ସମସ୍ତେ ଦେଇଜାଣନ୍ତି। କିନ୍ତୁ ଖୁସି ଦେଇପାରୁଛି କିଏ ! ଆମ ପାଖରେ ଖୁସି ବାଣ୍ଟିବାର ସମ୍ବଳ ଥାଇ ସୁଦ୍ଧା ସେଥିରେ ଆମର ଥାଏ କାର୍ପଣ୍ୟଭାବ। କାହିଁକିନା ଅନ୍ୟର ଖୁସି ହିଁ ଆମ ପାଇଁ ସାଜିଥାଏ ଈର୍ଷାର କାରଣ। ଅଧିକାଂଶ ମଣିଷଙ୍କ ପ୍ରକୃତି ଏୟା ଯେ ଏ ଦୁନିଆରେ କେବଳ ସେମାନେ ହିଁ ଖୁସିରେ ରୁହନ୍ତୁ। ଅନ୍ୟମାନଙ୍କ ଖୁସି ସହିତ ମୋର ବା ସମ୍ପର୍କ କ’ଣ ! ଏଇ ଭାବଧାରା ଟିକକ ମଣିଷକୁ ଏମିତି କବଳିତ କରି ରଖିଛି ଯେ ସେ ଚାହିଁଲେ ବି ଏଥିରୁ ମୁକୁଳି ପାରୁନି। ତେବେ ବାସ୍ତବତା ଏଇଆ ଯେ ଅନ୍ୟକୁ ଖୁସି ଟିକିଏ ଦେଇପାରିଲେ ସାର୍ଥକ ହୁଏ ଜୀବନ। ମିଳିଥାଏ ପ୍ରଚୁର ଆତ୍ମସନ୍ତୋଷ।
ଅନେକ କ୍ଷେତ୍ରରେ ମଣିଷ ସ୍ବାର୍ଥ ଟିକକ ପାଇଁ ଅନ୍ୟ ସହିତ ଝଗଡ଼ା କରି ବସେ। ମତାନ୍ତରରୁ ହୁଏ ମନାନ୍ତର। ସମ୍ପର୍କ ଭଟ୍ଟା ପଡିଯାଏ। ବନ୍ଦ ହୋଇଯାଏ କଥାବାର୍ତ୍ତା। ଘଟଣା ବୋହିଯାଏ ପାଣିପରି, କିନ୍ତୁ କଥାଟାକୁ ଜାବୁଡ଼ି ଧରିଥିବା କାରଣରୁ ପୂର୍ବର ସେ ମଧୁର ସମ୍ପର୍କ ଆଉ ଫେରିପାଏନା। ଗାଳିଗୁଲଜ କରି ତା’ ଚଉଦ ପୁରୁଷ ଉଭେଇଥିବା ଖୁସିରେ ଭାବବିହ୍ବଳ ହୋଇପଡ଼ିଥିବା ମଣିଷଟି ସମ୍ପର୍କ ତୁଟାଇପାରି ଜିତିବାର ଗର୍ବ ଅନୁଭବ କରୁଥାଏ ସତ, କିନ୍ତୁ ପରୋକ୍ଷରେ ସେ ହାରିଯାଇଥାଏ ଦୁନିଆ ଆଖିରେ। ହାରି ଯାଇଥାଏ ବିବେକ ପାଖରେ। ଭାଇ ସହିତ ଲଢ଼େଇ କରି ହଣାକଟା କରି ଭାଇ ଭାଗରୁ ଅଧିକ ସମ୍ପତ୍ତି ଲୁଟି ନେଇଥିବା ସାନଭାଇ ଜିତିଗଲା ବୋଲି ଖୁସିରେ ସିନା ଆତ୍ମବିଭୋର ହୋଇପଡିଥାଏ, ହେଲେ ରକ୍ତ ପାଖରେ ହାରିଯାଇଥାଏ ସେ।
କୋଟି କୋଟି ଟଙ୍କା ରୋଜଗାର କରୁଥିବା ଜଣେ ଅଫିସର ହାଟ ବଜାରରୁ ବାଇଗଣ କିଲେ କିଣି ତିରିଶ ଟଙ୍କା ବଦଳରେ କୋଡିଏ ଟଙ୍କା ଦେଇଥିଲେ। ଶସ୍ତାରେ ବୁଢ଼ୀ ମାଉସୀଠୁ ବାଇଗଣ ହାତେଇ ଥିବାରୁ ବିଜୟ ସୈନିକ ପରି ଜଣାପଡୁଥିଲେ। କିନ୍ତୁ ପ୍ରକୃତରେ ସେ ହାରିଯାଇଥିଲେ ମଣିଷପଣିଆଠାରୁ। ଅଫିସରେ ସତ୍‌ କାମକରି ଅସତ୍‌ ଉପାୟରେ ହିତାଧିକାରୀଙ୍କଠାରୁ ଦିନ ଦ୍ୱିପ୍ରହରରେ ଲାଞ୍ଚ ନେଉଥିବା କିରାଣି କି ବାବୁଜଣକ ସେଦିନ ଜିତିଯାଇଥିଲେ ବୋଲି ସିନା ଗର୍ବ ଅନୁଭବ କରୁଥିଲେ କିନ୍ତୁ ସେ ବିବେକ ପାଖରେ ହାରି ଯାଇଥିଲେ।
ସେଦିନ ଏକ ପ୍ରତିଷ୍ଠିତ ସାହିତ୍ୟ ଅନୁଷ୍ଠାନରୁ ସମ୍ମାନିତ ହୋଇଥିବା ଖୁସିରେ ଗର୍ବରେ ପାଦ ତଳେ ଲାଗୁ ନ ଥିଲା ନୂଆ ନୂଆ କବିତା ଲେଖୁଥିବା ଜଣେ କବିଙ୍କର। ଖୁସିରେ ବେଶ୍‌ କୁଣ୍ଢେମୋଟ ହୋଇଯାଉଥିଲା ତାଙ୍କ ଛାତି। ଚାରିଆଡୁ ତାଙ୍କ ପାଖକୁ ଛୁଟୁଥିଲା ଶୁଭେଚ୍ଛାର ସୁଅ। ଏକ ବିଜୟୀ ସୈନିକ ପରି ସେ ମାନପତ୍ରକୁ ବୁଲି ବୁଲି ସମସ୍ତଙ୍କୁ ଦେଖାଉଥିଲେ। ସ୍ବାମୀଙ୍କ ପ୍ରତିଭାକୁ ମନେମନେ ପ୍ରଶଂସା କରି ବସିଥିବା ସ୍ତ୍ରୀ ଆଗରେ କବି ସତଟା ଉଗାଳିଦେଲେ – ଆହେ ମାନପତ୍ରଟା ଟିକେ ଯତ୍ନରେ ରଖିବ। ଏଥିପାଇଁ ମୋତେ ପାଞ୍ଚ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡିଛି!
କଳିଙ୍ଗ ଯୁଦ୍ଧରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବିନିମୟରେ ବିଜୟ ହାସଲ କରିଥିବା ସମ୍ରାଟ ଅଶୋକ ସତରେ କ’ଣ ଜିତିପାରିଥିଲେ! ନା ଜିତିବାର ଛଳନା କରିଥିଲେ। ଜିତିବାର ପରବର୍ତ୍ତୀ ମୁହୂର୍ତ୍ତରେ ସେ ଯେଉଁ ବିଜୟ ଉତ୍ସବ ପାଳନ କରିଥିଲେ, ସେଇଠି ହିଁ ସେ ହୃଦୟଙ୍ଗମ କରିଥିଲେ ଜିତିବାର ସଂଜ୍ଞା ଓ ସ୍ବରୂପ। ଉପଲବ୍ଧି କରିପାରିଥିଲେ ସେ, ତରବାରିର ଜୟ ପ୍ରକୃତ ଜୟ ନୁହେଁ, ସ୍ନେହ ଓ ପ୍ରେମ ଦ୍ୱାରା ଅନ୍ୟ ହୃଦୟକୁ ଜୟ କରିବା ହିଁ ପ୍ରକୃତ ବିଜୟ। ସୁତରାଂ ସେ ଫିଙ୍ଗି ଦେଇଥିଲେ ତରବାରି। ପାଲଟି ଯାଇଥିଲେ ଚଣ୍ଡାଶୋକରୁ ଧର୍ମାଶୋକ।
ଭରା କୁରୁସଭାରେ କୌରବମାନେ କରିଥିଲେ ସତୀ ସାଧ୍ୱୀ ଦ୍ରୌପଦୀଙ୍କ ବସ୍ତ୍ର ହରଣ। ଭାବିଥିଲେ ଜିତିଯାଇଥିଲେ ସେମାନେ। ହେଲେ ନା, ଏହା ଥିଲା ପ୍ରତିହିଂସାର ଜୟ। ଅନ୍ଧ ଅହମିକାର ଜୟ। ଶାନ୍ତି ଓ ମମତାର ଜୟର ସତ୍ତା ସୁଦ୍ଧା ଏଥିରେ ନ ଥିଲା। ଗାନ୍ଧୀଙ୍କ ଜୟ ଥିଲା ସତ୍ୟ, ଅହିଂସା, ଧର୍ମ ଓ ନ୍ୟାୟର ଜୟ, ଯାହା ଆଗରେ ଶକ୍ତିଶାଳୀ ଇଂରେଜ ସରକାର ମୁଣ୍ଡ ନୁଆଇଁବାକୁ ବାଧ୍ୟ ହୋଇଥିଲା। ଜିତିବାର ଖୁସି ଖାଲି ବିହ୍ବଳ କରେନାହିଁ ବରଂ ଏହା ଶିରାପ୍ରଶିରାରେ ସ୍ପନ୍ଦନ ଖେଳାଇଦିଏ। ଉତ୍ସାହ ଓ ଆନନ୍ଦ ପ୍ରଦାନ କରେ। ଗୋଟିଏ ପରେ ଗୋଟିଏ ସଫଳତା ପାଇବାର ମାର୍ଗ ଉନ୍ମୋଚନ କରେ।
ମିଛକୁ ମୋହରା କରି ସତକୁ ଜିଣୁଥିବା ମଣିଷ ଜିତିବାର ଖୁସି ଜାହିର କରିପାରେ ସିନା ଅନୁଭବ କରିପାରି ନ ଥାଏ। ମିଛକୁ ଥୋପ ପକାଇ ଜିତିବାକୁ ଜିଦ୍‌ ଧରିଥିବା ମଣିଷର ଜୟଜୟକାର ଧ୍ୱନି ହୃଦୟରୁ ନୁହେଁ କେବଳ ମୁଖରୁ ହିଁ ଉଚ୍ଚାରିତ ହୋଇଥାଏ। ଯେଉଁଠି ବିଜୟ ଆତ୍ମସନ୍ତୋଷ ଦେଇପାରେନି ସେଠି ଭୋଗିବାକୁ ହୋଇଥାଏ ପରାଜୟର ଗ୍ଲାନି। ସୁତରାଂ ଏହି ମିଛ ବିଜୟର ସାର୍ଥକତା ଆଉ କେଉଁଠି ଯେ! ସନ୍ତୋଷ ଯେଉଁଠି ଆତ୍ମଗୋପନ କରେ, ଖୁସି ଯେଉଁଠି ପ୍ରହେଳିକା ପାଲଟେ ସେଠି ଜିତିବା ଏକ ବିଡ଼ମ୍ବନା ମାତ୍ର। ଏଣୁ ମିଛ ଓ ଅନ୍ୟାୟରେ ଜିତିବାକୁ ପଛରେ ପକାଇ ସତ ଓ ନ୍ୟାୟରେ ହାରିବାରେ ହିଁ ପ୍ରକୃତ ମାନବୀୟ ଚେତନାର ଉତ୍ତରଣ ବୋଲି କୁହାଯାଇପାରେ। କର୍ମ ପ୍ରତି ନିଷ୍ଠା ଓ ଆନ୍ତରିକତା ସହିତ ଏକ ଉତ୍ସର୍ଗୀକୃତ ଭାବନା ହିଁ ଆମକୁ ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇ ପାରିବ।
ଶିକ୍ଷକ, କିଶୋରନଗର ଉଚ୍ଚ ବିଦ୍ୟାଳୟ
ରାଜ କିଶୋରନଗର, ଅନୁଗୋଳ,
ମୋ: ୯୪୩୭୫୪୭୧୪୬


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପୂର୍ଣ୍ଣ ଟିମ୍‌ ଉପରେ ଭାରି ପଡ଼ିଲେ ବୈଭବ ସୂର୍ଯ୍ୟବଂଶୀ

ଆବୁଧାବି,୧୨।୧୨: ଭାରତୀୟ କିଶୋର ତାରକା ବୈଭବ ସୂର୍ଯ୍ୟବଂଶୀ U19 ଏସିଆ କପରେ UAE ବିପକ୍ଷରେ ୧୭୧ ରନ୍‌ କରି ୨୦୨୫ରେ ତାଙ୍କର ଚମତ୍କାର ଫର୍ମ ଜାରି...

ଦାୟିତ୍ୱ ନେଲେ ନବନିର୍ବାଚିତ ଅଧ୍ୟକ୍ଷା, ନୂଆ ରୂପରେଖ ନେଇ କହିଲେ…

କୁନ୍ଦୁରା,୧୨ା୧୨(ସନ୍ତୋଷ ପ୍ରହରାଜ): କୋରାପୁଟ ଜିଲା କୁନ୍ଦୁରା ପଞ୍ଚାୟତ ସମିତି ଅଧ୍ୟକ୍ଷା ଉପନିର୍ବାଚନରେ ସ୍ବାଧୀନ ଭାବେ ବିଜୟୀ ହୋଇ ଦାୟିତ୍ୱ ନେଲେ ବନିତା କାନ୍ଦଲିଆ। ବହୁ ବାଦବିବାଦ...

ଆହୁରି ୨ଦିନ ପ୍ରବଳ ଶୀତ: ଆଜି ୯ ଜିଲାକୁ ଓ୍ୱାର୍ନିଂ

ଭୁବନେଶ୍ୱର,୧୨।୧୨: ଆହୁରି ୨ ଦିନ ଯାଏ ଶୀତ ଲହରି ଜାରି ରହିବ। ଉତ୍ତର-ପଶ୍ଚିମ ଦିଗରୁ ପ୍ରବାହିତ ହେଉଥିବା ଥଣ୍ଡା ଶୁଷ୍କ ବାୟୁ ପ୍ରଭାବରେ ଶୀତ ଲହରି...

ଧରିତ୍ରୀ ପ୍ରଭାବ: ଖବର ପ୍ରକାଶ ପରେ ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣ ହେବ ଶ୍ମଶାନ ଘାଟ

ପୁରୁଷୋତ୍ତମପୁର,୧୨ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ମୃତଦେହ ଦାହ କରିବା ଓ କ୍ରିୟାକର୍ମ କରିବା ସହ ମୃତବ୍ୟକ୍ତିଙ୍କ ଅସ୍ଥି ରଖିବା ଲୋକଙ୍କ ଲାଗି ସମସ୍ୟା ପାଲଟିଥିବାବେଳେ...

ଧାନ ସଂଗ୍ରହରେ ଅଚଳାବସ୍ଥା ଜାରି: ଜାତୀୟ ରାଜପଥରେ ଗର୍ଜିଲେ ଚାଷୀ

ସମ୍ବଲପୁର,୧୨।୧୨(ପ୍ରମୋଦ ବହିଦାର): ସମ୍ବଲପୁରରେ ଟୋକନ ମିଳିବା ବିଳମ୍ବକୁ ନେଇ ତାତି ଉଠିଛନ୍ତି ଚାଷୀ। ଉତ୍ତ୍ୟକ୍ତ ଚାଷୀ ଶୁକ୍ରବାର ପୂର୍ବାହ୍ନରୁ ସମ୍ବଲପୁର ସହରର ୨କୁ ନେଇ ଚାଷୀ...

୨୦୨୬ରେ ରାହୁ ଗୋଚର: ଏହି ୩ ରାଶିର ବଦଳିବ ଭାଗ୍ୟ, ୩ ରାଶିର ଭାଗ୍ୟ ଖରାପ

ନୂଆଦିଲ୍ଲୀ,୧୩।୧୨: ୨୦୨୬ ବର୍ଷ କିଛି ରାଶି ପାଇଁ ପରିବର୍ତ୍ତନଶୀଳ ବର୍ଷ ହୋଇପାରେ। ନୂତନ ବର୍ଷରେ ରାହୁ ଦୁଇଥର ନିଜର ସ୍ଥାନ ପରିବର୍ତ୍ତନ କରିବେ। ସମ୍ପତ୍ତି ଲାଭ...

ମାତ୍ର ୫ ହଜାର ଟଙ୍କାରେ ଆରମ୍ଭ କରନ୍ତୁ ଏହି ବ୍ୟବସାୟ: ପ୍ରଥମ ଦିନରୁ ଲାଭ ହିଁ ଲାଭ…

ନୂଆଦିଲ୍ଲୀ,୧୨।୧୨: ଅନେକ ଲୋକ ଚାକିରି ଛାଡି ନିଜର ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି। ତଥାପି, ଅନେକ ଲୋକ ପାଣ୍ଠି ଅଭାବରୁ ଏହା କରିପାରୁ ନାହାଁନ୍ତି।...

ଭୋ ଭୋ ହୋଇ କାନ୍ଦିଲେ ହେମା ମାଳିନୀ: ୨ ଝିଅଙ୍କ ଆଗରେ ଘଟିଲା…

ବଲିଉଡର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ନିକଟରେ ଦେହାନ୍ତ ହୋଇଥିଲା। ତାଙ୍କ ପରିବାର ଏବେ ବି ଏହି ଆଘାତରୁ ମୁକୁଳିପାରୁନାହିଁ। କିଛି ଦିନ ପୂର୍ବେ ସନ୍ନି ଦେଓଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri