ବିବାହବେଳେ ପାକିସ୍ତାନରେ କେତେ ଯୌତୁକ ଦିଆଯାଏ? ଅଧିକ ଡିମାଣ୍ଡ କଲେ…

ଇସଲାମବାଦ,୧୫।୧୧: ଭାରତରେ ଯୌତୁକ ନେବା ଏବଂ ଦେବା ବେଆଇନ, ତଥାପି ଏହି ପ୍ରଥା ଅଧିକାଂଶ ସ୍ଥାନରେ ଜାରି ରହିଛି। ସେହିପରି ପଡୋଶୀ ଦେଶ ପାକିସ୍ତାନର ଅବସ୍ଥା ମଧ୍ୟ ସମାନ। ପାକିସ୍ତାନରେ ଯୌତୁକ ପ୍ରତା ଏବେ ମଧ୍ୟ ଜାରି ରହିଛି। କିନ୍ତୁ ଜାଣନ୍ତି କି ଏଠାରେ କେତେ ଯୌତୁକ ଦେବା ପ୍ରଥା ରହିଛି…

ପାକିସ୍ତାନରେ ଅନେକ ପରିବାରରେ ଯୌତୁକ ପ୍ରଥାକୁ ଗମ୍ଭୀରତାର ସହ ନିଆଯାଏ। ବିଶେଷକରି ମଧ୍ୟବିତ୍ତ ଏବଂ ଗାଁରେ ଏହି ଅଭ୍ୟାସ ସାଧାରଣ ହୋଇଗଲାଣି। ଏଠାରେ ଯୌତୁକର ପ୍ରବଳ ଡିମାଣ୍ଡ ଯୋଗୁ ଝିଅର ପରିବାର ଉପରେ ବହୁତ ଚାପ ପକାଯାଇଥାଏ। ଅନେକ ଥର ପରିବାର ମଧ୍ୟ ନିଜ ଝିଅର ବିବାହ ପାଇଁ ଋଣ ନେଇଥା’ନ୍ତି। ଏହି କାରଣରୁ ଅନେକ ପରିବାର ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛନ୍ତି।

ପାକିସ୍ତାନରେ ଯୌତୁକ ସମ୍ବନ୍ଧୀୟ ଆଇନଗତ ବ୍ୟବସ୍ଥା ମଧ୍ୟ ରହିଛି। ପାକିସ୍ତାନରେ ଡାଉରି ଆଣ୍ଡ ପ୍ରପର୍ଟି ଆକ୍ଟ, ୧୯୭୬ରେ ପ୍ରଣୟନ ହୋଇଥିଲା। ଯାହା ଉଦ୍ଦେଶ୍ୟ ଅତ୍ୟଧିକ ଯୌତୁକ ଦାବିକୁ ରୋକିବା ଏବଂ ମହିଳାଙ୍କ ପ୍ରତି ହେଉଥିବା ଶୋଷଣକୁ ବନ୍ଦ କରିବା ଲକ୍ଷ୍ୟ ରଖାଯାଇଥିଲା। ଏହି ନିୟମ ଅନୁଯାୟୀ, ବିବାହ ସମୟରେ ଯୌତୁକ ଦିଆଯିବାକୁ ଥିବା ସମ୍ପତ୍ତିର ସଠିକ ତାଲିକା ପ୍ରସ୍ତୁତ କରିବା ଆବଶ୍ୟକ, ଯାହା ଦ୍ୱାରା କୌଣସି ପ୍ରକାରର ବିବାଦ ନ ହୁଏ।

ଏହା ବ୍ୟତୀତ ପାକିସ୍ତାନ Pakistan Corrective Code ରେ ମଧ୍ୟ ଯୌତୁକ ନିର୍ଯାତନା ତଥା ଶାରୀରିକ ହିଂସା ମାମଲାରେ ଦଣ୍ଡବିଧାନ ପାଇଁ ବ୍ୟବସ୍ଥା ରହିଛି। ଯୌତୁକ ଦାବି କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ। ଯଦି କୌଣସି ବ୍ୟକ୍ତି ଏଥିପାଇଁ ଚାପ ପକାନ୍ତି କିମ୍ବା ଶାରୀରିକ କିମ୍ବା ମାନସିକ ନିର୍ଯାତନା ଦିଅନ୍ତି, ତେବେ ତାଙ୍କୁ ଦଣ୍ଡ ଦିଆଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

୩୧ ଅକ୍ଟୋବର ଯାଏ ୩ରାଶିଙ୍କ ଫିଟିଲା ଭାଗ୍ୟ; ଚାକିରିରେ ମିଳିବ ବଡ଼ ପ୍ରମୋଶନ, ହୁ ହୁ ହୋଇ ବଢିବ ଟଙ୍କା…

ବୈଦିକ ଜ୍ୟୋତିଷରେ ଦେବଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧନ, ସୁଖ, ସନ୍ତାନ ଏବଂ ସୌଭାଗ୍ୟର କାରକ ଗ୍ରହ ଭାବେ ବିବେଚନା କରାଯାଏ। ଗୁରୁ ଯେତେବେଳେ ରାଶି ପରିବର୍ତ୍ତନ କରନ୍ତି,…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri