ବିକି କୌଶଲଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ବଲିଉଡ ଅଭିନେତା ବିକି କୌଶଲ ଆଜି ୩୪ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ମେ ୧୬, ୧୯୮୮ରେ ଜନ୍ମଗ୍ରହଣ କରିଥିଲେ। ବିବାହ ପରେ ସେ ସ୍ତ୍ରୀ କ୍ୟାଟ୍ରିନା କୈଫ୍‌ଙ୍କ ସହ ନ୍ୟୁୟର୍କରେ ପ୍ରଥମ ଥର ପାଇଁ ପାଳନ କରିଛନ୍ତି। ସେ ‘ଗ୍ୟାଙ୍ଗସ ଅଫ ୱାସେପୁର’ରେ ସହକାରୀ ନିର୍ଦ୍ଦେଶକ ଭାବରେ ନିଜର କ୍ୟାରିଅର୍‌ ଆରମ୍ଭ କରିଥିଲେ। ଏହି ଫିଲ୍ମରେ ସେ ଏକ ଛୋଟ ଭୂମିକା ମଧ୍ୟ ଗ୍ରହଣ କରିଥିଲେ। ଏହା ପରେ, ସେ ଫିଲ୍ମ ‘ମସାନ’ରେ ଜଣେ ମୁଖ୍ୟ ଅଭିନେତା ଭାବରେ ୨୦୧୫ରେ କାମ କରିବାର ସୁଯୋଗ ପାଇଥିଲେ। ଏହି ଫିଲ୍ମଟି ତାଙ୍କ କ୍ୟାରିଅର୍‌ ଟର୍ଣ୍ଣି ପଏଣ୍ଟ୍‌ ଥିଲା। ତାଙ୍କୁ ପ୍ରକୃତ ପରିଚୟ ଦେଇଥିବା ଫିଲ୍ମଟି ହେଲା ‘ଉରି’। ଏହି ଫିଲ୍ମଟି ବିକିଙ୍କ ଭାଗ୍ୟ ବଦଳାଇ ଦେଇଥିଲା। ଆଦିତ୍ୟ ଧରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ତାଙ୍କୁ ରାତାରାତି ଷ୍ଟାର କରିଥିଲା। ଏହି ଫିଲ୍ମ ପାଇଁ ବିକିଙ୍କୁ ଜାତୀୟ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।
ବିକି ଏକ ବିଳାଶପୂର୍ଣ୍ଣ ଶୈଳୀରେ ଜୀବନଯାପନ କରନ୍ତି। ତାଙ୍କର ମୁମ୍ବାଇରେ ଏକ ଘର ଅଛି। ବିବାହ ପରେ, ସେ ମୁମ୍ବାଇର ଅନ୍ଧେରୀ ଅଞ୍ଚଳରେ ଥିବା ଓବରେଇ ସ୍ପ୍ରିଙ୍ଗରେ କ୍ୟାଟ୍ରିନାଙ୍କ ସହ ରହୁଛନ୍ତି। ଭିକିଙ୍କ ସହ ତାଙ୍କ ପରିବାର ମଧ୍ୟ ଏହି ଘରେ ରୁହନ୍ତି।
ବିକି ମୁଖ୍ୟତଃ ଫିଲ୍ମରୁ ରୋଜଗାର କରନ୍ତି। ସେ ଗୋଟିଏ ଫିଲ୍ମ ୍‌ପାଇଁ ତିନିରୁ ଚାରି କୋଟି ଟଙ୍କା ନିଅନ୍ତି। ଏହା ବ୍ୟତୀତ ସେ ଅନେକ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ ମାଧ୍ୟମରେ ମଧ୍ୟ ରୋଜଗାର କରନ୍ତି। ବିକିଙ୍କ ବାର୍ଷିକ ଆୟ ପ୍ରାୟ ୪ କୋଟି ଟଙ୍କା ହେବ ବୋଲି କୁହାଯାଉଛି। ସେ ମାସକୁ ୨୫ ଲକ୍ଷରୁ ଅଧିକ ରୋଜଗାର କରନ୍ତି। ବିକିଙ୍କ ସମ୍ପତ୍ତି ମୂଲ୍ୟ ପ୍ରାୟ ୩୦ କୋଟି ଟଙ୍କା।

ବିକିଙ୍କର ଏକ ରେଞ୍ଜ ରୋଭର ଗାଡି ଅଛି। ଏହାକୁ ସେ ଗତ ବର୍ଷ କିଣିଥିଲେ। ଏହା ବ୍ୟତୀତ ତାଙ୍କର ଏକ ମର୍ସିଡିଜ ବେଞ୍ଜ ଜିଏଲ୍ସି ଏସୟୁଭି କାର୍‌ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri