ଭୁବନେଶ୍ବର, ୧୯ା୭(ସୁନିତ୍ ମିଶ୍ର): ଓଡ଼ିଶା ଗତ ୧୩ ବର୍ଷରେ ୮ ଥର ମରୁଡ଼ି ପରିସ୍ଥିତିର ସମ୍ମୁଖୀନ ହୋଇଛି। ପ୍ରତିଥର ମରୁଡ଼ି ଆସିଲେ ଗତାନୁଗତିକ ଭାବେ ସରକାରଙ୍କ ଆପଦକାଳୀନ ବୈଠକ ବସିଥାଏ। କୃଷି ବିଭାଗ ଅଧିକାରୀମାନେ ମରୁଡ଼ି ସହ୍ୟ କରିପାରୁଥିବା କୃଷି ସାରଣୀକୁ ଆପଣାଇବାକୁ ପରାମର୍ଶ ଦିଅନ୍ତି। ଉଠା ଜଳସେଚନ ପଏଣ୍ଟଗୁଡ଼ିକୁ ସଜାଇବାକୁ ତାଗିଦ୍ କରନ୍ତି। ଏହାପରେ ସରକାର କିଛି ସବସିଡି ଘୋଷଣା କରି ହାତଝାଡ଼ି ବସନ୍ତି। ତେବେ ରାଜ୍ୟ ସରକାର ତାଙ୍କ ୨୪ ବର୍ଷ ଶାସନରେ ଏଥିପାଇଁ ବିଭାଗ ପକ୍ଷରୁ ମୋଟ କେତେ ଟଙ୍କା ଓ କେତେ ପରିମାଣର ଜମିକୁ କେଉଁ ଜଳଉତ୍ସ ଦ୍ୱାରା ଜଳସେଚନର ସୁଯୋଗ ସୃଷ୍ଟି କରିଛନ୍ତି, ତା’ର ତଥ୍ୟ ପ୍ରଦାନ କରନ୍ତୁ। ଏହାସହ ଏହାର ସତ୍ୟ ଉପରେ ଆଧାରିତ ସବିଶେଷ ଏକ ବିବରଣୀର ସାର୍ବଜନୀନ କରିବା ସହିତ ଏହାର ଏକ ତୁରନ୍ତ ଶ୍ୱେତପତ୍ର ପ୍ରକାଶ କରିବାକୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି କିଷାନ ସେଲ୍ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ କହିଛନ୍ତି। ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ ଅମୀୟ କହିଛନ୍ତି ଯେ, ଚାଷ ପାଇଁ ପ୍ରମୁଖ ବ୍ୟବସ୍ଥା ହେଲା ଜଳସେଚନ। କିନ୍ତୁ ଜଳସେଚନ ପାଇଁ ରାଜକୋଷରୁ ହଜାର ହଜାର କୋଟି ଟଙ୍କା ବ୍ୟୟ କରାଯାଉଥିବା ବେଳେ ଏବେ ମଧ୍ୟ ଫଳ ଶୂନ। ବର୍ତ୍ତମାନର ସରକାର ତାଙ୍କର ପାଖାପାଖି ଦୀର୍ଘ ଅଢ଼େଇ ଦଶନ୍ଧି ଶାସନ ସମୟରେ ଯେତେଗୁଡ଼ିଏ ଜଳଉତ୍ସ ସୃଷ୍ଟି କରିଛନ୍ତି ସେଥିରେ ଚାଷୀ ଲାଭବାନ ହେବା ପରିବର୍ତ୍ତେ ସରକାର, ମନ୍ତ୍ରୀ, ଯନ୍ତ୍ରୀ ଓ କଣ୍ଟ୍ରାକ୍ଟର ଏଥିରେ ସବୁଠାରୁ ଅଧିକ ଫାଇଦା ଉଠାଇଛନ୍ତି ବୋଲି ଅମୀୟ କହିଛନ୍ତି।
ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ
ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...
ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ
ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...
ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ
ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...
ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା
ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...
ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ
ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...
ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି
ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...
ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ
ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...
ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ
ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...
Archives


