ମଧୁବାବୁ କାହା ଦୃଷ୍ଟିରେ କିପରି

ଦିଲ୍ଲୀପ ଦାଶଶର୍ମା

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର ୧୯୩୪ ମସିହା ଫେବୃୟାରୀ ମାସ ୪ ତାରିଖ ଦିନ ମହାପ୍ରୟାଣ ହୋଇଥିଲା। ସେହି ସମୟରେ ତାଙ୍କର ବହୁ ଭାରତୀୟ ଓ ଇଉରୋପୀୟ ବନ୍ଧୁ, ଉଚ୍ଚ ପଦାଧିକାରୀ ଏବଂ ବିଶିଷ୍ଟ ବ୍ୟକ୍ତି ସେମାନଙ୍କର ଶୋକବାର୍ତ୍ତା ମଧୁବାବୁଙ୍କ ପାଳିତ କନ୍ୟା ଶୈଳବାଳା ଦାସଙ୍କ ନିକଟକୁ ପଠାଇଥିଲେ। ମଧୁବାବୁଙ୍କ ସମ୍ପର୍କରେ କିଛି ସ୍ମୃତିକଥା ଲେଖି ପଠାଇବା ପାଇଁ ଶୈଳବାଳା ସେମାନଙ୍କୁ ଅନୁରୋଧ କରିଥିଲେ। ଅନୁରୋଧ ରକ୍ଷାକରି ସେମାନେ ତାଙ୍କୁ ଯେଭଳି ଜାଣିଥିଲେ ତାହା ଲେଖି ପଠାଇଲେ। ମଧୁବାବୁଙ୍କୁ ବିଶିଷ୍ଟ ବ୍ୟକ୍ତିମାନେ ଯେଭଳି ଜାଣିଥିଲେ ତାହା ପାଠକମାନେ ଜାଣିବା ପାଇଁ ପ୍ରାୟ ୨୧ ବର୍ଷ ପରେ ଏ ସମସ୍ତ ଲେଖାକୁ ଏକ ପୁସ୍ତକ ଭାବରେ ଶୈଳବାଳା ସଙ୍କଳନ କରିଥିଲେ। ଏହି ପୁସ୍ତକର ନାମ ରଖିଥିଲେ ‘ଲାଇଫ୍‌ ଅଫ୍‌ ମଧୁସୂଦନ ଦାସ ଆଜ୍‌ ସିନ୍‌ ବାଈ ମେନି ଆଇଜ୍‌’। ଏହି ଇଂଲିଶ ପୁସ୍ତକକୁ ୨୦୦୯ରେ ପଦ୍ମଚରଣ ନାୟକ ପ୍ରଥମେ ଓଡ଼ିଆରେ ଅନୁବାଦ କରିଥିଲେ ଓ ଏହି ଓଡ଼ିଆ ପୁସ୍ତକର ନାମ ରଖିଥିଲେ ‘ଚିରବନ୍ଦନୀୟ’। ଏହି ପୁସ୍ତକରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ମହାନ୍‌ ବ୍ୟକ୍ତିମାନେ କିପରି ଜାଣିଥିଲେ ତାହା ଆଲୋଚନା କରିବା।
ମହାତ୍ମା ଗାନ୍ଧୀ ମଧୁସୂଦନ ଦାସଙ୍କୁ ତାଙ୍କ ଶ୍ରଦ୍ଧାଞ୍ଜଳି ପତ୍ରରେ ଜଣେ ମହାନ୍‌ ଦେଶପ୍ରେମୀ ବୋଲି ବର୍ଣ୍ଣନା କରିବା ସହିତ ମଧୁବାବୁଙ୍କ ସହିତ ମିଶିବାକୁ ତାଙ୍କର ସୌଭାଗ୍ୟ ବୋଲି କହିଥିଲେ। ଭାରତବର୍ଷର ପ୍ରଥମ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ ଲେଖିଥିଲେ ଯେ, ବିହାର ଛାତ୍ର ସମ୍ମିଳନୀ (ଯେଉଁଥିରେ ମଧୁବାବୁ ସଭାପତିତ୍ୱ କରିଥିଲେ)କୁ ରେଳଗାଡି ଓ ଷ୍ଟିମରରେ ଏକାଠି ଯିବା ସମୟରେ ଦୁଇଜଣଙ୍କ ମଧ୍ୟରେ ଯେଉଁ ଆଳାପ ହୋଇଥିଲା ସେଥିରୁ ସେ ମଧୁବାବୁଙ୍କର ବ୍ୟକ୍ତିତ୍ୱ, ବୌଦ୍ଧିକ ଗଭୀରତା, ଭୟଶୂନ୍ୟତା ଓ ଦେଶପ୍ରେମର ପରିଚୟ ପାଇଥିଲେ। କଲିକତା ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଶ୍ୟାମା ପ୍ରସାଦ ମୁଖାର୍ଜୀ ନିଜ ଲେଖାରେ ମଧୁସୂଦନ ଦାସ ତାଙ୍କ ପିତା ଆଶୁତୋଷ ମୁଖାର୍ଜୀଙ୍କ ଗୁରୁ ଥିଲେ ବୋଲି ପ୍ରକାଶ କରିବା ସହିତ ମଧୁବାବୁଙ୍କର ସହୃଦୟତାର ଅନୁଭୂତି ବର୍ଣ୍ଣନା କରିଥିଲେ। ବିହାରର ପୂର୍ବତନ ପ୍ରଧାନମନ୍ତ୍ରୀ ମି.ଏମ୍‌. ୟୁନୁସ୍‌ ମଧୁବାବୁଙ୍କୁ ଭାରତବର୍ଷର ଜଣେ ମହାନ୍‌ ଦେଶପ୍ରେମୀ କହିବା,ଶିଳ୍ପର ବିକାଶ ପାଇଁ ଅଶେଷ ତ୍ୟାଗ ସ୍ବୀକାର କରିବା କଥା ସହ ଉତ୍କଳ ଟ୍ୟାନେରୀ ବିଷୟରେ ବର୍ଣ୍ଣନା କରିଥିଲେ। ଓଡ଼ିଶାର ପୂର୍ବତନ ପ୍ରଧାନମନ୍ତ୍ରୀ ବିଶ୍ୱନାଥ ଦାସ ମଧୁସୂଦନଙ୍କୁ ଆଧୁନିକ ଓଡ଼ିଶାର ସ୍ରଷ୍ଟା ବୋଲି କହିଥିଲେ। ପଣ୍ଡିତ ନୀଳକଣ୍ଠ ଦାସ ମଧୁବାବୁଙ୍କୁ ଜନନେତା ଭାବେ ବର୍ଣ୍ଣନା କରିଥିଲେ। ସେ କହିଥିଲେ ଯେ, ୧୯୦୩ରେ ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନର ସ୍ରଷ୍ଟା ଥିଲେ ମଧୁସୂଦନ ଦାସ।
ଗ୍ରାମୀଣ ଚମଡ଼ା ଶିଳ୍ପ କ୍ଷେତ୍ରରେ ମଧୁସୂଦନ ଦାସ ହିଁ ମୋର ଆଖି ଖୋଲି ଦେଇଥିଲେ ବୋଲି ମାହାତ୍ମା ଗାନ୍ଧୀ କହିଥିଲେ। କୁଟୀରଶିଳ୍ପ ହେଉ କି ସ୍ବଦେଶୀ ଶିଳ୍ପ, ନାରୀମାନଙ୍କୁ ସ୍ବାତନ୍ତ୍ର୍ୟ ଓ କ୍ଷମତା ପ୍ରଦାନ କ୍ଷେତ୍ରରେ ମଧୁବାବୁ ସାରା ଦେଶରେ ଆଗରେ ଥିଲେ। ଗୋ ରକ୍ଷା କ୍ଷେତ୍ରରେ ମଧୁବାବୁ ବହୁ ଆଗରୁ ସଫଳ ହୋଇଛନ୍ତି ବୋଲି ମହାତ୍ମା ଗାନ୍ଧୀ ତାଙ୍କ ଭାଷଣରେ କହୁଥିଲେ। ମୋହନ ଦାସ କରମଚାନ୍ଦ ଗାନ୍ଧୀ ତା୧୨ା୦୮ା୧୯୨୫ ରିଖରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଦେଇଥିବା ପତ୍ରରେ ଲେଖିଥିଲେ- ଉତ୍କଳରେ ଚରଖାର ପ୍ରସାର କିପରି ହୋଇ ପାରିବ, ମୁଁ ଆପଣଙ୍କଠାରୁ ଅବଶ୍ୟ ଶିକ୍ଷା କରିବି। ମହାତ୍ମା ଗାନ୍ଧୀଙ୍କଠାରୁ ଆରମ୍ଭ କରି ମଧୁବାବୁଙ୍କୁ ଜାଣିଥିବା ସମସ୍ତ ବ୍ୟକ୍ତିଙ୍କର କଥା, ଭାଷଣ କିମ୍ବା ଲେଖା ଦେଖିଲେ ଜଣା ହେବ ଯେ, ମଧୁସୂଦନ ଦାସ କେବଳ ଉତ୍କଳ ଗୌରବ ନ ଥିଲେ ସେ ଥିଲେ ଭାରତ ଗୌରବ। କିନ୍ତୁ ଜାତୀୟ ସ୍ତରରେ ମଧୁବାବୁଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦାନ କରାଯାଇ ନାହିଁ। ଏପରି କି ବାରମ୍ବାର ଦାବି ହେଉଥିଲେ ମଧ୍ୟ ସଂସଦ ପରିସରରେ ମଧୁବାବୁଙ୍କର ପ୍ରତିମୂର୍ତ୍ତିିଟିଏ ପ୍ରତିଷ୍ଠା ହୋଇପାରୁ ନାହିଁ। ଏଥିପାଇଁ ହେଉଥିବା ଦାବି ଓଡ଼ିଶା ସୀମା ଡେଇଁ ଦିଲ୍ଲୀ ପର୍ଯ୍ୟନ୍ତ ପହଞ୍ଚିପାରୁଛି କି ନାହିଁ ତାହା ଜଣାପଡୁ ନାହିଁ। ମଧୁସୂଦନ ଦାସଙ୍କ ପ୍ରତିିମୂର୍ତ୍ତି ସଂସଦ ଭବନ ପରିସରରେ ସ୍ଥାପନା ହୋଇପାରିଲେ ଶ୍ରାଦ୍ଧ ଦିବସରେ ବରପୁତ୍ରଙ୍କୁ ପ୍ରକୃତ ଶ୍ରଦ୍ଧାଞ୍ଜଳି ଜ୍ଞାପନ ହୋଇପାରନ୍ତା।
ମୋ-୮୯୮୪୦୦୭୬୦୦


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri