Odisha Elections 2024
Posted inଫୁରସତ

ଶୁଆ କେମିତି କହେ କଥା? ଜାଣନ୍ତୁ ସେ ସମ୍ପର୍କରେ..

ଶୁଆଙ୍କର ମଣିଷ ଭଳି ନା ଜିଭ ଅଛି, ନା ଓଠ, ନା ହିଁ ଅଛି ତାଳୁ। ସେମାନଙ୍କର ଭୋକାଲ କର୍ଡ ବି ନାହିଁ। ତଥାପି ସେମାନେ ମଣିଷ ପରି କଥା କହିପାରନ୍ତି। ତେବେ ଏହା ସମ୍ଭବ ହୁଏ କେମିତି?
ବିଜ୍ଞାନ କହେ, ଶୁଆର ଟ୍ରାକିଆ ବା ଶ୍ୱାସନଳୀରେ ସିରିଂକ୍ସ ନାମକ ଏକ ଅଙ୍ଗ ଥାଏ, ଯାହାକି ଫୁସ୍‌ଫୁସ୍‌ ଓ ଓ୍ବିଣ୍ଡ ପାଇପ୍‌ ମଝିରେ ଥାଏ। ମଣିଷ ଗଳାରେ ଥିବା ଲାରିଂକ୍ସ(ଶବ୍ଦପେଟି) ପରି ସିରିଂକ୍ସର ଭୋକାଲ ଫୋଲ୍ଡ ବି ଥାଏ। ଯେତେବେଳେ ଶୁଆ ଶ୍ୱାସକ୍ରିୟା କରେ ବାୟୁ ସିରିଂକ୍ସ ଦେଇ ଗତି କରେ। ମଣିଷର ଲାରିଂକ୍ସଠାରୁ ସିରିଂକ୍ସ ଅଧିକ ଫ୍ଲେକ୍ସିବଲ୍‌। ତେଣୁ ବାୟୁ ଗତି କଲାବେଳେ ଏହାର ଉଭୟ ପାର୍ଶ୍ୱରେ କମ୍ପନ ସୃଷ୍ଟି ହୋଇ ଭିନ୍ନ ଭିନ୍ନ ଶବ୍ଦ ବାହାରିଥାଏ। ତା’ଛଡ଼ା ଶୁଆ କେଉଁ ପ୍ରକାରର ଶବ୍ଦ ବାହାର କରିବ ତାହା ତା’ ଗଳାରେ ଥିବା ଅନେକଗୁଡିଏ ମାଂସପେଶୀ ଓ ସିରିଂକ୍ସ ବାହାରେ ଥିବା ଅନେକ ନରମ ହାଡର ରିଙ୍ଗ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ। ତା’ସହ ନକଲ କରିବାର ସଜ୍ଞାନାତ୍ମକ ତନ୍ତ୍ର ବା କଗନିଟିଭ ମେକାନିଜ୍‌ମ ଅଫ୍‌ ଇମିଟେସନ୍‌ ଦ୍ୱାରା ସେମାନେ ମଣିଷ ଯାହା କହେ ତାକୁ ନକଲ କରି ମଣିଷ ଭଳି କଥା କହିପାରନ୍ତି। ଏହାବାଦ ଶୁଆର ମୋଟା ଜିଭ ବି ମଣିଷ ପରି ଶବ୍ଦ ବାହାର କରିବାରେ ସାହାଯ୍ୟ କରିଥାଏ। କାରଣ ଜିଭର ମୁଭମେଣ୍ଟ ବି ଶବ୍ଦରେ ପରିବର୍ତ୍ତନ ଆଣିବାରେ ସାହାଯ୍ୟ କରିଥାଏ।

ଶୁଆ ମଣିଷ କହୁଥିବା କଥାର ନକଲ କରିପାରେ। ହେଲେ ସେମାନେ ଯେଉଁ ଶବ୍ଦକୁ ନକଲ କରନ୍ତି ତା’ର ଭାବ ବା ଅର୍ଥ ସେତେଟା ବୁଝି ନ ଥାନ୍ତି ବୋଲି କିଛି ଗବେଷଣା କହେ। ଅର୍ଥାତ୍‌ ଶୁଆ ଆପଣଙ୍କୁ ପଚାରିପାରେ ଯେ, ଆପଣ କେମିତି ଅଛନ୍ତି। ତା’ର ଅର୍ଥ ନୁହେଁ କି ସେ ନିଜର ମସ୍ତିସ୍କକୁ ବ୍ୟବହାର କରି ଭାବି ଚିନ୍ତି କହିଥାଏ। ବରଂ ସେ ଏହି କଥାକୁ ବାରମ୍ବାର କାହା ମୁହଁରୁ କହୁଥିବାର ଶୁଣି ତାକୁ ମନେ ରଖି ନକଲ କରି କହେ। ଆମେ ଏହା ବି କହିପାରିବା ଯେ, ଶୁଆ ଭଲ ମିମିକ୍ରି କରିପାରେ। ତେବେ ଆଉ କିଛି ଗବେଷଣା ଏହାର ବିପରୀତ କହେ ଯେ, ଶୁଆର ମସ୍ତିସ୍କ ବଡ଼ ଓ ମଣିଷର ମସ୍ତିସ୍କ ସଂରଚନା ପରି ହୋଇଥାଏ। ତେଣୁ ଏହା ଏକ ବୁଦ୍ଧିମାନ ପକ୍ଷୀ। ଏହାର ଜଟିଳ ସ୍ବର କ୍ଷମତା ଥିବା ସହ ଜ୍ଞାନ ବି ଅଛି। ତା’ଛଡ଼ା ଏମାନେ ସାମାଜିକ ସଂରଚନା ଭିତରେ ରହନ୍ତି। ତେଣୁ ଆଖପାଖର ମଣିଷଙ୍କ ସହ କଥା ହେବାକୁ ଚେଷ୍ଟା କରନ୍ତି ଓ ମିଶିଥାନ୍ତି। ଏମାନେ ଖାଲି ମଣିଷ ପରି କଥା ହୁଅନ୍ତି ନାହିଁ। ବରଂ ଗୀତ ବି ଗାଇ ପାରନ୍ତି। ସେପୁଣି ମଣିଷ ଭଳି ଖୁସି ଥିବାବେଳେ।
ଭଲ କଥା କହୁଥିବା ଶୁଆ: ଆଫ୍ରିକାନ ଗ୍ରେ ଶୁଆ ମଣିଷ ପିଲାଙ୍କ ଭଳି କଥା କହିପାରେ। ତା’ଛଡା ୟେଲୋ ନେପ୍‌ଡ ଆମାଜନ ପ୍ୟାରୋଟ୍‌, ଡବଲ ଆମାଜନ ୟେଲୋ ହେଡ ଆମାଜନ ପ୍ୟାରୋଟ, ଏକଲିକଟସ୍‌ ପ୍ୟାରୋଟ୍‌ ଆଦି ଭଲ କଥା କହୁଥିବା ଶୁଆଭାବେ ଜଣାଶୁଣା।


Enter your email to get our daily news in your inbox.

All Right Reserved By Dharitri.Com

ସିଂହ ଏକାକି କରିଦେଲା ବିଶାଳକାୟ ହାତୀର ଶିକାର, ଦୃଶ୍ୟ ଦେଖିଲେ ଟାଙ୍କୁରି ଉଠିବ ଲୋମ

ଜଙ୍ଗଲର ସବୁଠାରୁ ଘାତକ ଶିକାରୀ ତାଲିକାରେ ସିଂହର ସ୍ଥାନ ପ୍ରଥମ। ହେଲେ କିଛି ବନ୍ୟଜନ୍ତୁ ଏଭଳି ରହିଛି ଯାହାଙ୍କ ଶିକାର କରିବା ସିଂହ ପାଇଁ କଷ୍ଟକର...

କିଏ ଏହି IPS DS Kutey, ଯାହାଙ୍କୁ ନେଇ ରାଜ୍ୟରେ ଚହଳ

ଭୁବନେଶ୍ୱର,୨୮।୫: ନିଲମ୍ବିତ ହୋଇଛନ୍ତି IPS ଅଫିସର ଡିଏସ କୁଟ୍ଟେ। IPS କୁଟ୍ଟେଙ୍କୁ ସସପେଣ୍ଡ କରିଛନ୍ତି ଭାରତୀୟ ନିର୍ବାଚନ କମିଶନର (ECI)। CMOରେ ସ୍ପେଶାଲ ସେକ୍ରେଟାରୀ ଭାବେ...

ଭଲ ଦରମା ସତ୍ତ୍ୱେ ସଞ୍ଚୟ କରିପାରୁ ନାହାନ୍ତି କି? ଆପଣାନ୍ତୁ ୫୦:୩୦:୨୦ ଫର୍ମୁଲା, ରହିବନି ଅବଶୋଷ

ସାଧାରଣତଃ ଟଙ୍କା ସଞ୍ଚୟ କରିବା ଏକ କଳା ବୋଲି କୁହାଯାଏ। ସମସ୍ତଙ୍କ ପାଖରେ ତାହା ନ ଥାଏ। ଅଧିକାଂଶ ଲୋକ ଭଲ ଦରମା ପାଉଥିଲେ ହେଁ...

ବ୍ରିଟେନ୍‌ରେ ବିଶ୍ବର ସବୁଠାରୁ ଛୋଟ ଜେଲ

ଲଣ୍ଡନ: ଯେତେବେଳେ ବିଭିନ୍ନ ଜେଲ ବିଷୟରେ ଆଲୋଚନା ହୁଏ ସେତେବେଳେ ଦିଲ୍ଲୀର ତିହାର ଜେଲ ଏବଂ ପୁଣେର ୟେରୱାଡ଼ା ଜେଲ କଥା ମନକୁ ଆସିଥାଏ। ଭାରତର...

କର୍ମାନୁଯାୟୀ ଦଣ୍ଡ, ପୁଣି ଗୋଟିଏ ଜନ୍ମରେ

ଏ ସଂସାରରେ ଯିଏ ଯେମିତି କର୍ମ କରିବ, ସେ ସେମିତି ଫଳ ପାଇବ। ଭଲ କର୍ମ ର ଭଲ ଫଳ। ଖରାପ କର୍ମର ଖରାପ ଫଳ।...

କଳାଗ୍ରାମ ସାରଙ୍ଗଯୋଡ଼ି

ଏଠି ସଞ୍ଜ ନଇଁ ଆସିଲେ ପ୍ରତିଦିନ ଚାଲେ ଲୋକକଳାର ସାଧନା। ଗାଁ ଭାଗବତ ଘରେ କଳାକାରମାନେ ଏକାଠି ହୁଅନ୍ତି। ଭାଗବତ ପଢ଼ାଯାଏ, ଠାକୁରଙ୍କୁ ପ୍ରାର୍ଥନା କରାଯାଏ।...

ବୋଉ ନିର୍ଦ୍ଦେଶରେ ଶାଢ଼ି କିଣିଥିଲି

ଯୁକ୍ତ ତିନି ବିଜ୍ଞାନ ଶେଷବର୍ଷ ପରୀକ୍ଷାର ଶେଷ ପେପର ଥାଏ ଗଣିତ। ପରୀକ୍ଷା ଶେଷଦିନର ଅନୁଭବ ପ୍ରତି ପରୀକ୍ଷାର୍ଥୀଙ୍କ ପାଇଁ ଥାଏ ଯେମିତି ନିଆରା ସେମିତି...

ଯେତେଦିନ ବଞ୍ଚିବି କବିତାରେ ବଞ୍ଚିବି

”ଓଡ଼ିଆ ଭାଷା ସାହିତ୍ୟରେ ରହିଛି ଅମୂଲ୍ୟ ସମ୍ପଦ। ଆମେ ଯେତେ ଗଭୀରକୁ ଯିବା ସେତେ ମଣିମୁକ୍ତା ପାଇବା। ସାହିତ୍ୟ ସମାଜ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri