Posted inଫୁରସତ

ଯେତେଦିନ ବଞ୍ଚିବି କବିତାରେ ବଞ୍ଚିବି

”ଓଡ଼ିଆ ଭାଷା ସାହିତ୍ୟରେ ରହିଛି ଅମୂଲ୍ୟ ସମ୍ପଦ। ଆମେ ଯେତେ ଗଭୀରକୁ ଯିବା ସେତେ ମଣିମୁକ୍ତା ପାଇବା। ସାହିତ୍ୟ ସମାଜ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ସମାଜର ହିତ ପାଇଁ ସାହିତ୍ୟ ସତ୍ୟ ପଥରେ ଗଲେ ତାହା ଚିରଦିନ ଅମର ହୋଇ ରହିବ।“ ଯାହା କୁହନ୍ତି, ଓଡ଼ିଆ କାବ୍ୟ ସାହିତ୍ୟର ଜଣେ ଆଦରଣୀୟ ବ୍ୟକ୍ତିତ୍ୱ ତଥା ପ୍ରିୟତମାର କବି ଭାବେ ସୁପରିଚିତ ଡ. ଫନୀ ମହାନ୍ତି । ‘ପ୍ରିୟତମା’, ‘ଅହଲ୍ୟା’, ‘ରୁଚିର ନଗର’, ‘ବିଷାଦଯୋଗ’, ‘ମୃଗୟା’, ‘ମାନଚିତ୍ର’, ‘କାଳସର୍ପ’, ‘ଚିତ୍ର ପ୍ରତିମା’, ‘ବିଦଗ୍ଧ ହୃଦୟ’, ‘ସୁନୟନା’, ‘ପୁଷ୍ପଧନୁ’, ‘ଚିତ୍ର ନାରୀ’ ପରି ଅନେକ ସଫଳ କାବ୍ୟ ପୁସ୍ତକ ଓ ଅନୁବାଦ ପୁସ୍ତକ ସେ ଭେଟି ଦେଇଛନ୍ତି ଓଡ଼ିଆ କାବ୍ୟ ସାହିତ୍ୟକୁ। କବିଙ୍କର ଜନ୍ମ ୧୯୪୪ମସିହା ଜାନୁୟାରୀ ୨୫, ଖୋର୍ଦ୍ଧା ଜିଲା ଫକୀରପଡ଼ା ଗ୍ରାମରେ। ମା’ ରାୟମଣୀ ମହାନ୍ତି ଓ ବାପା ଭୋଳାନାଥ ମହାନ୍ତି। ୩ ଭାଇ ଭଉଣୀରେ ସେ ଥିଲେ ମଝିଆ। ବାଲ୍ୟସ୍ମୃତିକୁ ମନେପକାଇ କବି କୁହନ୍ତି, ‘ଆମର ଯୌଥ ପରିବାର ଥିଲା। କିଛି କାରଣବଶତଃ ଜମିଦାରି ଚାଲିଯିବା ପରେ ଘରେ ଘୋର ଆର୍ଥିକ ସମସ୍ୟା ଦେଖା ଗଲା। ତଥାପି ପାରସ୍ପରିକ ସ୍ନେହ ଶ୍ରଦ୍ଧା ଭିତରେ ପରିବାର ରେ ଏକତା ବୋଧ ରହିଥିଲା। ମୋ ପରିବାର ଥିଲା ବେଶ୍‌ ସଂସ୍କୃତି ସମ୍ପନ୍ନ, ଧାର୍ମିକ,ଜଗନ୍ନାଥପ୍ରେମୀ। ବାପା, ଜେଜେ ଉଭୟେ ଥିଲେ ବେଶ୍‌ ସୃଜନଶୀଳ ବ୍ୟକ୍ତି। ବହୁ ସାମାଜିକ, ସାଂସ୍କୃତିକ, ଜନହିତକର କାର୍ଯ୍ୟ କରୁଥିଲେ; ଯାହାର ସୁପ୍ରଭାବ ଖୁବ୍‌ ପିଲାଦିନୁ ମୋ ଉପରେ ପଡ଼ିଥିଲା। ବାପା ଥିଲେ ପ୍ରଧାନ ଶିକ୍ଷକ।‘ସରଗଫଳ’ ନାମକ ଖଣ୍ଡିଏ ଖଣ୍ଡକାବ୍ୟ ତାଙ୍କ ଦ୍ବାରା ପ୍ରକାଶିତ। ଜେଜେ ଦୟାନିଧି ମହାନ୍ତି ଯଦିଓ କବିତା ଲେଖନ୍ତିନି, ତଥାପି ବହୁ ଶାସ୍ତ୍ର ପୁରାଣରେ ସେ ଥିଲେ ସୁଜ୍ଞାନୀ,ବିଦ୍ୱାନ। ନିତି ସଞ୍ଜରେ ଆମ ଘରେ ଆଧ୍ୟାତ୍ମିକ ଚର୍ଚ୍ଚା ହୁଏ। ରାମାୟଣ, ମହାଭାରତ,ଗୀତା,ଭାଗବତ ପାଠ କରାଯାଏ। ଗାଆଁ ସ୍କୁଲରୁ ୫ମ ଶ୍ରେଣୀ ପାସ୍‌ କରିବା ପରେ ମୋର ଜନ ବିଦ୍ୟାମନ୍ଦିର ଚଣାହାଟ ବିଦ୍ୟାଳୟରେ ୭ମ ଶ୍ରେଣୀରେ ନାମ ଲେଖାହେଲା। ସେଠାରେ ପଢ଼ିବା ସମୟରେ ମୋର ଭେଟ ହୋଇ ଥିଲା ବିଶିଷ୍ଟ କବି ରାଧାମୋହନ ଗଡ଼ନାୟକଙ୍କ ସହ। ସ୍କୁଲର ବାର୍ଷିକୋତ୍ସବରେ କବିଙ୍କର ଏକ କବିତା ମୁଁ ଆବୃତ୍ତି କରିଥିଲି। ଅତ୍ୟନ୍ତ ମୁଗ୍ଧହୋଇ ସେ ମୋ ପିଠି ଆଉଁଶି ଦେଇ ସେଦିନ କହିଥିଲେ, ମାଆ ସରସ୍ବତୀଙ୍କ ଆଶିଷ ତୁମ ଉପରେ ଅଛି । ଲେଖାଲେଖି ଜାରି ରଖିବ। ତାଙ୍କର ଏହି ଶ୍ରଦ୍ଧା ଓ ସ୍ନେହାଶୀର୍ବାଦ ମୋ ଭିତରେ ସୃଜନର ବୀଜ ବୁଣି ଦେଇଥିଲା । ହେଲେ ଜୀବନ ତ ଆଉ ଆମ ମନ ମୁତାବକ ଚାଲେନାହିଁ। ହଠାତ୍‌ ଦୁର୍ଭାଗ୍ୟ ଆସି ପହଞ୍ଚିଲା ମୋ ଭାଗ୍ୟରେ। ମଥା ଉପରୁ ବାପାଙ୍କ ହାତ ଉଠିଗଲା। ପରେ ପରେ ସାନଭାଇ ମଧ୍ୟ ସାଥୀ ଛାଡ଼ିଲା। ଘରେ ଘୋର ଦାରିଦ୍ର୍ୟ ଅବସ୍ଥା। ସହାନୁଭୂତିର କଥା ସିନା ସମସ୍ତେ କହିଲେ, ସହଯୋଗର ଛୋଟିଆ ହାତଟିଏ କେହି ବଢ଼ାଇଲେ ନାହିଁ। ବାଧ୍ୟହୋଇ ମାମୁଘରକୁ ଚାଲି ଆସିଲି। ୧୯୫୯ ମସିହାରେ ସେହିଠାରୁ ହିଁ ମାଟ୍ରିକ ପାସ୍‌ କଲି। ଘରର ଆର୍ଥିକ ପରିସ୍ଥିତି ଦେଖି ଅଜା ଚାକିରି ଖଣ୍ଡେ ଯୋଗାଡ଼ କରି କହିଲେ, ବାବାରେ ଏଥର ତୋ’ ଦାୟିତ୍ୱ ତୋର। ସେତେବେଳକୁ ମୋତେ ୧୬ ବର୍ଷ ବୟସ । ଟେଲିଗ୍ରାଫ୍‌ ମେସେଞ୍ଜର ଚାକିରି। ପ୍ରଥମ ପୋଷ୍ଟିଂ ତାଳଚେରରେ ହେଲା। ସାଇକେଲ ଖଣ୍ଡିଏ ଧରି ପ୍ରଥମ ଦିନ ଅଫିସର ଡାକ ପିଅନଙ୍କ ସହ ତାଳଚେରର ଗଳିକନ୍ଦି ବୁଲି ଦେଖିବାକୁ ନିର୍ଦ୍ଦେଶ ଦେଲେ ପୋଷ୍ଟ ମାଷ୍ଟର। ଯେତେବେଳେ ଯାହାର ଟେଲିଗ୍ରାମ୍‌ ଆସିବ ତୁରନ୍ତ ତା’ ପାଖରେ ହାଜିର ହେବାକୁ ପଡ଼ିବ। ଏହା ଗୁରୁତ୍ୱପୂର୍ଣ୍ଣ କାମ ସାରା ଦିନର । ପ୍ରଥମ ଦିନ ଉପାସ ଭୋକେ ବୁଲାବୁଲିରେ ସମୟ ଗଲା। ଏ କାମ ମୋ ଦ୍ବାରା ସମ୍ଭବ ନୁହେଁ ଚିନ୍ତାକରି ଚାକିରି ଛାଡ଼ି ଚାଲି ଆସିଲି । ତା’ପରେ ମୋର ଗୋଟିଏ ନିଶା ରହିଲା କେମିତି ଉଚ୍ଚଶିକ୍ଷା ହାସଲ କରିବି। ଟ୍ୟୁଶନ ଆରମ୍ଭ କରି ବିଜେବି କଲେଜରେ ନାମ ଲେଖାଇଲି। ସେବେଠାରୁ ବହୁ ଘାତ ପ୍ରତିଘାତ ଭିତରେ ଶିକ୍ଷା ଜାରି ରଖି ବାଣୀବିହାରରୁ ଏମ୍‌ଏ ପାସ୍‌ କରିଛି। ସେହିଠାରୁ ହିଁ ଦର୍ଶନ ଶାସ୍ତ୍ରରେ ପିଏଚ୍‌.ଡି. କରିଛି। ବହୁ ବେସରକାରୀ ଓ ସରକାରୀ କଲେଜରେ ଅଧ୍ୟାପକ ରହି ପିଲାଙ୍କୁ ଶିକ୍ଷାଦାନ କରିଛି। ବାଣୀବିହାରରେ ପଢ଼ିବା ସମୟରେ ହିଁ ମୋର ଭେଟ ହୁଏ ବହୁ ବିଶିଷ୍ଟ ଲେଖିକଙ୍କ ସହ । ମୋର ଲେଖକୀୟ ଜୀବନରେ ବିଶିଷ୍ଟ ଔପନ୍ୟାସିକ ଓ ଲେଖକ କୃଷ୍ଣପ୍ରସାଦ ମିଶ୍ରଙ୍କର ଅନେକ ଅବଦାନ ରହିଛି। ମୁଁ ଦୁଃଖ ସାଉଣ୍ଟିଛି,ଦୃଶ୍ୟ ସାଉଣ୍ଟିଛି। ମୋ ଲେଖକୀୟ ପ୍ରେରଣା କଥା ଯଦି କହିବି ମୁଁ ଭଲପାଏ ପ୍ରକୃତିକୁ, ନଦୀ,ପାହାଡ଼,ଝରଣା,ସବୁଜ ବନାନୀର ସୌନ୍ଦର୍ଯ୍ୟ ମୋତେ ବିମୋହିତକରେ। ପଶୁପକ୍ଷୀ କୀଟପତଙ୍ଗଙ୍କର କିଚିରିମିଚିରି ଶବ୍ଦ ମୋତେ ଲେଖା ମନସ୍କ କରିଥାଏ । ‘ସଂଯୋଗ’ ନାମକ ଏକ ପତ୍ରିକା ପ୍ରକାଶକରି ମୁଁ ଅନେକ ନୂଆ ଲେଖକଙ୍କୁ ସୁଯୋଗ ଦେଇଥିଲି। ସ୍ତ୍ରୀ ପୁଷ୍ପା ମହାନ୍ତି ୨ପୁଅ ପ୍ରୀତମ, ପ୍ରମୀତ, ବୋହୂ ଓ ଦୁଇ ନାତିଙ୍କୁ ନେଇ ମୋର ସଂସାର। ସ୍ତ୍ରୀ ମଧ୍ୟ ଜଣେ ଲେଖିକା। ମୋର ଅନେକ ପୁସ୍ତକ ଇଂରାଜୀ,ଅସମିଆ ,ବଙ୍ଗଳା,ହିନ୍ଦୀ,ସାନ୍ତାଳୀ, ସଂସ୍କୃତ, ମିଥାଳୀ,ଗୁଜରାଟୀ,ନେପାଳୀ ଭାଷାରେ ଅନୁବାଦିତ ହୋଇଛି। ମୋ ଲେଖା ପାଇଁ ମତେ ଯେଉଁସବୁ ସ୍ବୀକୃତି ମିଳିଛି ତା’ ମଧ୍ୟରେ ସଂସ୍କୃତି ସମ୍ମାନ,ଉତ୍କଳ ସମ୍ମାନ,ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ମାନ, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର,ବିଦ୍ୟାରତ୍ନ ସମ୍ମାନ,କବି ଜୟଦେବ ସମ୍ମାନ, ଫକୀରମୋହନ ସାହିତ୍ୟ ଶ୍ରୀ ସମ୍ମାନ, ଅଲ ଇଣ୍ଡିଆ ପୋଏଟ୍‌ସ ମିଟ୍‌, ଭୁବନେଶ୍ବର ଓ ଚେନ୍ନାଇରୁ ସମ୍ମାନିତ ଓ ସମ୍ବର୍ଦ୍ଧିତ ହୋଇଛି।
ମୁଁ ଏତିକି କହିବି କବିତା ମୋ ଜୀବନର ସବୁକିଛି। ଯେତେଦିନ ବଞ୍ଚିବି କବିତାରେ ବଞ୍ଚିବି । କବି ହୋଇ ବଞ୍ଚିବି। ପୁନଶ୍ଚ ଫେରିଆସିବି ଏଇ ମାଟି କୋଳକୁ କବିଟିଏ ହୋଇ। ନିଜେ ଲେଖିବା ସହ ଅନ୍ୟମାନଙ୍କୁ ପ୍ରେରଣା ଦେଉଥିବି।

-ପ୍ରିୟମ୍ବଦା ରଥ
ଆର୍‌କେପୁରମ, ସେକ୍ଟର- ୪, ନୂଆଦିଲ୍ଲୀ
ମୋ:୮୬୮୮୯୫୭୮୦୦


Enter your email to get our daily news in your inbox.

All Right Reserved By Dharitri.Com

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ମଧ୍ୟପ୍ରଦେଶ ଟ୍ରାଜେଡ଼ି: ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୯: ମଧ୍ୟପ୍ରଦେଶକୁ ବୁଲିବାକୁ ତଥା ଦେବଦର୍ଶନ ପାଇଁ ଯାଇଥିବା ଓଡ଼ିଶାର ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟଣାରେ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?