Posted inଫୁରସତ

କଳାଗ୍ରାମ ସାରଙ୍ଗଯୋଡ଼ି

ଏଠି ସଞ୍ଜ ନଇଁ ଆସିଲେ ପ୍ରତିଦିନ ଚାଲେ ଲୋକକଳାର ସାଧନା। ଗାଁ ଭାଗବତ ଘରେ କଳାକାରମାନେ ଏକାଠି ହୁଅନ୍ତି। ଭାଗବତ ପଢ଼ାଯାଏ, ଠାକୁରଙ୍କୁ ପ୍ରାର୍ଥନା କରାଯାଏ। ବିଭିନ୍ନ ପାରମ୍ପରିକ ବାଦ୍ୟଯନ୍ତ୍ର ବଜାଇ ହୁଏ ନାମସଂକୀର୍ତ୍ତନ। କଳାସଂସ୍କୃତିସମ୍ପନ୍ନ ଏହି ଗାଁ ହେଉଛି ସାରଙ୍ଗଯୋଡ଼ି। ଓଡ଼ିଶାର ଐତିହ୍ୟସମ୍ପନ୍ନ ଗ୍ରାମ ସୁଆଣ୍ଡୋକୁ ଯିବା ପୂର୍ବରୁ ଭାର୍ଗବୀ ନଦୀର ଦକ୍ଷିଣ ପାର୍ଶ୍ୱବନ୍ଧରେ ପ୍ରାୟ ୨କି:ମି. ଦୂର ଯିବା ପରେ ପଡ଼ିବ ପୁରୀ ଜିଲାର ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ସାରଙ୍ଗଯୋଡ଼ି ଗ୍ରାମପଞ୍ଚାୟତ। ଏହି ପଞ୍ଚାୟତ ଅଧୀନରେ ଅଛି ସାରଙ୍ଗଯୋଡ଼ି ଗାଁ। ଏହି ଗାଁର ପ୍ରାୟ ସମସ୍ତେ ଲୋକକଳାରେ ସାମିଲ ହୋଇଥାନ୍ତି। ବାଇଁଶୀବାଡ଼ି, ସାରଙ୍ଗଯୋଡ଼ି ଶାସନ, ମର୍ଦମୁଖ, ମଳୁଖପାଟଣା ଆଦି ଗାଁର ପ୍ରାୟ ୧୧୭ ପରିବାରର ପିଲାଙ୍କଠାରୁ ବୟସ୍କ ଯାଏ ସଭିଏ ଓଡ଼ିଶାର ପାରମ୍ପରିକ ଲୋକକଳାରେ ନିପୁଣ। ଏଠାରେ ଦେଖିବାକୁ ମିଳେ ଗୋଟିପୁଅ, ମାଦଳ, ଦାସକାଠିଆ, ଓଡ଼ିଶୀ, ପାଲା, ସଂକୀର୍ତ୍ତନ, ରାମଲୀଳା, ମୃଦଙ୍ଗବାଦ୍ୟ ନୃତ୍ୟ, ସାହିଯାତ, ମେଢନୃତ୍ୟ ଆଦି ବିଭିନ୍ନ ପାରମ୍ପରିକ ଲୋକନୃତ୍ୟ। ଏହା ବ୍ୟତୀତ ଏହି ଗାଁରେ ଅନେକ କାରିଗର ଅଛନ୍ତି; ଯେଉଁମାନେ କି ପଟଚିତ୍ର, ତାଳପତ୍ର ପୋଥିକାମ, ପଥରଖୋଦେଇ, ମୂର୍ତ୍ତି ଗଢ଼ିବା, କାଗଜ ମୁଖାର କଳାକୃତି ତିଆରି କରିଥାନ୍ତି। ଏଠାକାର କାରିଗର ସବିତା ପଲେଇ କୁହନ୍ତି, ତାଳପତ୍ର ଖୋଦେଇ କାମ କରିବା ସହ ସଂକୀର୍ତ୍ତନରେ ଗାୟିକାଭାବେ ପ୍ରତ୍ୟେହ ହରିନାମ ଗାନ କରିଥାଏ। ଯେଉଁଠାରେ ନାମ କୀର୍ତ୍ତନ ହୁଏ ସେଠାରେ ଭଗବାନ ସ୍ବୟଂ ପ୍ରକଟ ହୋଇଥାନ୍ତି ବୋଲି ମୋର ବିଶ୍ୱାସ ରହିଛି। ଭଗବାନଙ୍କ ନାମରେ ଅପାର ମହିମା ରହିଛି। ଶ୍ରଦ୍ଧା ଓ ନିଷ୍ଠାର ସହିତ ବାରମ୍ବାର ଆବୃତ୍ତି କଲେ ଅନ୍ତଃକରଣରେ ପବିତ୍ରତା ଆସେ। ଦିବ୍ୟ ଆନନ୍ଦ ମିଳେ। ନାମସଂକୀର୍ତ୍ତନ ଦ୍ୱାରା ସାଧାରଣ ଜୀବନ ଦିବ୍ୟଜୀବନରେ ପରିବର୍ତ୍ତିତ ହୋଇଥାଏ। ସେହିପରି ମୃଦଙ୍ଗବାଦ୍ୟ ଗୁରୁ ରମେଶ ପଲାଇ କୁହନ୍ତି- ଗାଁ ଗହଳିରେ ନାମସଂକୀର୍ତ୍ତନ ମଣ୍ଡଳୀରେ କଳାକାରମାନେ ମୃଦଙ୍ଗ ବଜାଇଥାନ୍ତି। ଆମ ସାରଙ୍ଗଯୋଡ଼ି ଗାଁର କଳାକାରମାନଙ୍କର ଏହି କ୍ଷେତ୍ରରେ ସ୍ବତନ୍ତ୍ର ପରିଚୟ ରହିଛି। ଗୁରୁ ଧୂରନ୍ଧର ପ୍ରଧାନ କୁହନ୍ତି, ଆମ ଗାଁର ଲୋକମାନେ ନିଜ କଳାସଂସ୍କୃତିକୁ ନେଇ ଖୁବ୍‌ ଗୌରବ ମନେକରନ୍ତି। ଗାଁର କଳାକାରମାନେ ଯେତେବେଳେ ଜି-୨୦ ସମ୍ମିଳନୀରେ ଲୋକକଳା ମାଧ୍ୟମରେ ନିଜର କଳାକୌଶଳ ପ୍ରଦର୍ଶନ କରିଥିଲେ, ତାହା ଖୁବ୍‌ ମନଛୁଆଁ ହୋଇପାରିଥିଲା। ଆମ ଗାଁର ପୁରୁଷ କଳାକାରମାନେ ରାଜ୍ୟ ଓ ବାହାର ରାଜ୍ୟରେ ବହୁବାର ଲୋକକଳା ପ୍ରଦର୍ଶନକରି ସୁନାମ ଆଣିଛନ୍ତି। ଗୁରୁ କୈଳାସଚନ୍ଦ୍ର ବିଶ୍ୱାଳ କୁହନ୍ତି, ‘ଗୋଟିପୁଅ ନୃତ୍ୟରେ ୧୫ ଜଣ ଥିବାବେଳେ ମୃଦଙ୍ଗରେ ୮ରୁ ୨୦ଜଣ ରୁହନ୍ତି। ପାଲାରେ ୬ଜଣ, ରାମଲୀଳାରେ ୨୨ଜଣ ଲେଖାଏ ନୃତ୍ୟ ପରିବେଷଣ କରିଥାନ୍ତି। ଗାଁର ବିଭିନ୍ନ ଲୋକକଳାର କାଳକାରମାନଙ୍କ ଗୋଷ୍ଠୀ ମଧ୍ୟରେ ୨ଜଣ ଲେଖାଏ ସେମାନଙ୍କ ମଧ୍ୟରେ ମୁଖିଆ ଭାବେ ବୁଝାଶୁଝା କରିଥାନ୍ତି।
କଳାଗ୍ରାମର ମାନ୍ୟତା: ଗୁରୁ କୈଳାସଚନ୍ଦ୍ର ବିଶ୍ୱାଳ କୁହନ୍ତି,‘ସବୁଠାରୁ ବଡ଼କଥା ହେଲା ଏହି ଗାଁକୁ ୨୦୧୮ ମସିହାରେ ଓଡ଼ିଶା ସରକାରଙ୍କ ତରଫରୁ ଗୋଟିପୁଅ ନୃତ୍ୟ ଏବଂ ମେଢ଼ନୃତ୍ୟ ପାଇଁ ‘ଲୋକକଳା ଗ୍ରାମ’ର ମାନ୍ୟତା ମିଳିଛି। ଯାହାକି ଏହି ଗାଁର କଳାକାରମାନଙ୍କ ପ୍ରଚେଷ୍ଟାରୁ ସମ୍ଭବ ହୋଇଛି। ଏହି ଗାଁର କଳାକାରମାନେ ଜାପାନର ଟୋକିଓରେ ଆୟୋଜିତ ‘ନମସ୍ତେ ଇଣ୍ଡିଆ’ ଫେଷ୍ଟିଭାଲରେ ଗୋଟିପୁଅ ନୃତ୍ୟ କରି ବହୁ ପ୍ରଶଂସା ବି ପାଇଛନ୍ତି। କଳାକାରମାନେ ମାଦଳ, ମୃଦଙ୍ଗବାଦ୍ୟର ନୃତ୍ୟ ନିମନ୍ତେ ଦରିଆପାରି ହୋଇ ପ୍ୟାରିସ୍‌, ବେଲଜିୟମ, ପର୍ତ୍ତୁଗାଲ, ଇଂଲଣ୍ଡ ଆଦି ବିଦେଶ ରାଷ୍ଟ୍ରକୁ ଯାଇଛନ୍ତି। ମହିଳାମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ନାମ ସଂକୀର୍ତ୍ତନ ଆଦି କରିଥାନ୍ତି। ପ୍ରତିବର୍ଷ ଗାନ୍ଧୀ ଜୟନ୍ତୀରେ ଲୋକକଳା ଦିବସକୁ ମନେପକାଇ ଏଠାକାର କଳାକାରମାନେ ବିଭିନ୍ନ ପାରମ୍ପରିକ କଳା ପରିବେଷଣ କରିଥାନ୍ତି। ସରସ୍ବତୀପୂଜା, ପଣା ସଂକ୍ରାନ୍ତିରେ ସେମାନେ ବାଦ୍ୟଯନ୍ତ୍ରକୁ ପୂଜାର୍ଚ୍ଚନା କରିଥାନ୍ତି। ଗୋପବନ୍ଧୁଙ୍କ ଜୟନ୍ତୀ, କାର୍ତ୍ତିକପୂର୍ଣ୍ଣିମା ମହୋତ୍ସବ, ଗୋଟିପୁଅ ନୃତ୍ୟ ମହୋତ୍ସବ, ସାରଙ୍ଗଯୋଡ଼ି ମେଳଣ, ୭ରାତ୍ରବ୍ୟାପି ବାଦୀପାଲା, ଅକ୍ଷୟତୃତୀୟା, ମହାବିଷୁବ ସଂକ୍ରାନ୍ତି, ମହାବୀର ଜୟନ୍ତୀ, ଅଷ୍ଟପ୍ରହର ନାମଯଜ୍ଞ ଆଦିରେ କଳାକାରମାନେ ପାରମ୍ପରିକ ଲୋକକଳା ପରିବେଷଣ କରିଥାନ୍ତି। ଅନ୍ୟପକ୍ଷେ ଗାଁର କଳାକାରଙ୍କୁ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ତରଫରୁ ବିଭିନ୍ନ ଅଞ୍ଚଳରେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଡାକରା ଆସିଥାଏ। ରାଜ୍ୟ ସଂସ୍କୃତି ବିଭାଗ ଦ୍ୱାରା ଆୟୋଜିତ ସାମାଜିକ ପରିବର୍ତ୍ତନ କର୍ମଶାଳାରେ ଭାଗ ନେଇଥାନ୍ତି। ଜାପାନର ଟୋକିଓରେ ‘ନମସ୍ତେ ଇଣ୍ଡିଆ’ କାର୍ଯ୍ୟକ୍ରମରେ ଯେଉଁ ଗୋଟିପୁଅ ନୃତ୍ୟ ପରିବେଷଣ ହୋଇଥିଲା ସେଠାକୁ ଆସିଥିବା କଳାପ୍ରେମୀ, ଗବେଷକ, ଅତିଥି ଏବଂ ସ୍କୁଲ ପିଲାଙ୍କୁ ଆମେ ଗୋଟିପୁଅ ନୃତ୍ୟ ସମ୍ପର୍କରେ ବୁଝାଇଥିଲୁ। ସେଠାରେ ଗୋଟିପୁଅ ନୃତ୍ୟ ଓ ମେଢ଼ ନୃତ୍ୟ ପରିବେଷଣ କରାଯାଇଥିଲା। ଏଥିଯୋଗୁ ଉତ୍କଳ ଗୁରୁ ସମ୍ମାନ, ଆରାଧନା ସମ୍ମାନ, ଧର୍ମକୀର୍ତ୍ତି ସମ୍ମାନ ମିଳିଛି। ଦିଲ୍ଲୀ ଓ ହରିୟାଣାରେ ଗୁରୁ କୁଳମଣି ବିଶ୍ୱାଳ, ରମେଶ ପଲାଇଙ୍କୁ ମୃଦଙ୍ଗବାଦ୍ୟ ପାଇଁ ସମ୍ମାନିତ କରାଯାଇଥିବାବେଳେ ଭୁବନେଶ୍ୱରରେ ଉତ୍କଳ ବାଦ୍ୟରତ୍ନ ସମ୍ମାନ ମିଳିଥିଲା। ମେଢନୃତ୍ୟ ଗୁରୁ କୃଷ୍ଣଚନ୍ଦ୍ର ଦୀକ୍ଷିତଙ୍କୁ ଲୋକକଳା ସମ୍ମାନରେ ସମ୍ମାନିତ କରାଯାଇଥିଲା। ଆମ କଳାସଂସ୍କୃତିକୁ ବିଦେଶରେ ବହୁତ ଭଲ ପାଆନ୍ତି ଓ ପ୍ରଶଂସା ବି କରନ୍ତି।
ନିଜର ଚିତ୍ତ ବିନୋଦନ ପାଇଁ ଲୋକକଳାର ସୃଷ୍ଟି ହୋଇଥିବା ବେଳେ କିଛି ଲୋକ ଲୋକକଳା ଭିତରେ ହିଁ ଜିଇଁଥାନ୍ତି। ଯେମିତି ଏହି ଗାଁର ଲୋକମାନେ। ଏହି ଗାଁଛଡ଼ା ଓଡ଼ିଶାର ଆହୁରି ବି କିଛି ଗାଁ ରହିଛି ଯେଉଁ ଗ୍ରାମ ଲୋକକଳାକୁ ପ୍ରାଧାନ୍ୟ ଦେଇ ନିଜ ଗାଁକୁ ଏକ ସ୍ବତନ୍ତ୍ର ପରିଚୟ ଦେବାରେ ସକ୍ଷମ ହୋଇଛନ୍ତି।
-ବନବିହାରୀ, କିଶୋର ଚନ୍ଦ୍ର ମହାପାତ୍ର


Enter your email to get our daily news in your inbox.

All Right Reserved By Dharitri.Com

ମୋ ମୁହଁରେ ଭର୍ତ୍ତି କରି ଦେଇଥିଲେ AK-47, ସେଦିନର ଲୋମଟାଙ୍କୁରା ଘଟଣା ବଖାଣିଲେ ପାଇଲଟ୍‌

ନୂଆଦିଲ୍ଲୀ,୨୬ା୭: ଆଜି ଅର୍ଥାତ୍‌ ୨୬ ଶୁକ୍ରବାର କାର୍‌ଗିଲ ବିଜୟ ଦିବସର ୨୫ବର୍ଷ ପୂରଣ ହୋଇଛି। ଏହି ଦିନ କାର୍‌ଗିଲ ଯୁଦ୍ଧରେ ଭାରତୀୟ ସେନା ପାକିସ୍ତାନକୁ ପରାସ୍ତ...

ଜୀବନ୍ତ ଗିଳି ଦେବାକୁ ଚେଷ୍ଟା କରୁଥିଲା ଅଜଗର, ବ୍ୟକ୍ତି ଜଣଙ୍କ କଲେ ଏଭଳି, ଭିଡିଓ ଦେଖିଲେ…

ଭୋପାଳ,୨୬।୭: ମଧ୍ୟପ୍ରଦେଶର ଜବଲପୁରର କଲ୍ୟାଣପୁର ଗ୍ରାମରେ ୧୫ ଫୁଟ ଲମ୍ବର ଅଜଗର ସାପ ଆକ୍ରମଣ କରିବା ପରେ ଜଣେ ବ୍ୟକ୍ତି ମୃତ୍ୟୁ ମୁଖରୁ ରକ୍ଷା ପାଇଯାଇଛନ୍ତି।...

ଜନ୍ମନେଲେ ଅଜବ ଶିଶୁ: ରହିଛି ୨୫ ଆଙ୍ଗୁଠି

ବେଙ୍ଗାଲୁରୁ,୨୪।୭:କର୍ନାଟକର ବାଗଲକୋଟ ଜିଲାର ବନହଟ୍ଟି ଅଞ୍ଚଳର ସନ୍‌ସାଇନ ମଲ୍ଟି ସ୍ପେଶିଆଲିଟି ହସ୍ପିଟାଲରେ ମଙ୍ଗଳବାର ୨୫ ଆଙ୍ଗୁଠି ଥିବା ଏକ ଦୁର୍ଲଭ ଶିଶୁ ଜନ୍ମ ହୋଇଛି। ଏହି...

ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଲେ କେତେ ଟଙ୍କା ମିଳେ କ୍ଷତିପୂରଣ, ଜାଣିଲେ…

କାଠମାଣ୍ଡୁ/ନୂଆଦିଲ୍ଲୀ ,୨୪ା୭: ସୌର୍ଯ୍ୟ ଏୟାରଲାଇନ୍ସର ୯ଏନ୍‌-ଏଏମ୍‌ଇ (ସିଆରଜେ- ୨୦୦) ବିମାନ ଭାରତର ପଡ଼ୋଶୀ ଦେଶ ନେପାଳର ରାଜଧାନୀ କାଠମାଣ୍ଡୁର ତ୍ରିଭୂବନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଦୁର୍ଘଟଣାର ଶିକାର...

ଜୀବନରେ ‘ରିଫ୍ରେଶ’ ରହିବା ଜରୁରୀ

ପ୍ରତିବର୍ଷ ଜୁଲାଇ ମାସର ଚତୁର୍ଥ ଗୁରୁବାର ନ୍ୟାଶନାଲ୍‌ ରିଫ୍ରେଶ୍‌ମେଣ୍ଟ ଡେ’ ପାଳନ କରାଯାଏ। ଏହି ଦିନ ଲୋକମାନେ ଥଣ୍ଡା ଲେମ୍ବୁ, ବରଫଯୁକ୍ତ ଚା’, କୋଲ୍ଡ ପାନୀୟ,...

ବାପାଙ୍କୁ କୁଣ୍ଢାଇ ଧରି କାନ୍ଦିକାନ୍ଦି ଏମିତି କହିଲେ ଝିଅ: ବାପାଙ୍କ ଆଖିରେବି ରହିଲାନି ଲୁହ, ଭାଇରାଲ ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ଏକ ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜଣେ ଚା’  ବିକାଳଙ୍କ  ଝିଅ ତାଙ୍କ ବାପାଙ୍କୁ କୁଣ୍ଢାଇ ଧରିି କହନ୍ତି, ପାପା,...

ସାଂସ୍କୃତିକ ଆଦାନ ପ୍ରଦାନକୁ ପ୍ରୋତ୍ସାହିତ କରେ

ପ୍ରତିବର୍ଷ ଜୁଲାଇ ୨୩ରେ ଜାତୀୟ ପ୍ରସାରଣ ଦିବସ ପାଳନ କରାଯାଇଥାଏ। ୧୯୨୭ରେ ବମ୍ବେ (ମୁମ୍ବାଇ)ଷ୍ଟେଶନରୁ ପ୍ରସାରିତ ପ୍ରଥମ ରେଡିଓ ପ୍ରସାରଣକୁ ସ୍ମରଣ କରିବା ଉଦ୍ଦେଶ୍ୟରେ ଏହି...

ଜାଣନ୍ତି କି ନୁଡଲ୍ସର ଜନକ କିଏ? ଏହା କେମିତି ହେଲା ଲୋକପ୍ରିୟ…

ବ୍ୟାଚେଲର୍‌ ହୁଅନ୍ତୁ ଅବା ହଷ୍ଟେଲରେ ରହି ପଢୁଥିବା ପିଲା, ସମସ୍ତଙ୍କର ପ୍ରଥମ ପସନ୍ଦ ଇନ୍‌ଷ୍ଟାଣ୍ଟ ନୁଡଲ୍ସ। ଖୁବ୍‌ ଜୋର୍‌ରେ ଭୋକ ହେଉଥିବା ବେଳେ ଫଟାଫଟ୍‌ ତିଆରି...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri