Posted inଫୁରସତ

କଳାଗ୍ରାମ ସାରଙ୍ଗଯୋଡ଼ି

ଏଠି ସଞ୍ଜ ନଇଁ ଆସିଲେ ପ୍ରତିଦିନ ଚାଲେ ଲୋକକଳାର ସାଧନା। ଗାଁ ଭାଗବତ ଘରେ କଳାକାରମାନେ ଏକାଠି ହୁଅନ୍ତି। ଭାଗବତ ପଢ଼ାଯାଏ, ଠାକୁରଙ୍କୁ ପ୍ରାର୍ଥନା କରାଯାଏ। ବିଭିନ୍ନ ପାରମ୍ପରିକ ବାଦ୍ୟଯନ୍ତ୍ର ବଜାଇ ହୁଏ ନାମସଂକୀର୍ତ୍ତନ। କଳାସଂସ୍କୃତିସମ୍ପନ୍ନ ଏହି ଗାଁ ହେଉଛି ସାରଙ୍ଗଯୋଡ଼ି। ଓଡ଼ିଶାର ଐତିହ୍ୟସମ୍ପନ୍ନ ଗ୍ରାମ ସୁଆଣ୍ଡୋକୁ ଯିବା ପୂର୍ବରୁ ଭାର୍ଗବୀ ନଦୀର ଦକ୍ଷିଣ ପାର୍ଶ୍ୱବନ୍ଧରେ ପ୍ରାୟ ୨କି:ମି. ଦୂର ଯିବା ପରେ ପଡ଼ିବ ପୁରୀ ଜିଲାର ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ସାରଙ୍ଗଯୋଡ଼ି ଗ୍ରାମପଞ୍ଚାୟତ। ଏହି ପଞ୍ଚାୟତ ଅଧୀନରେ ଅଛି ସାରଙ୍ଗଯୋଡ଼ି ଗାଁ। ଏହି ଗାଁର ପ୍ରାୟ ସମସ୍ତେ ଲୋକକଳାରେ ସାମିଲ ହୋଇଥାନ୍ତି। ବାଇଁଶୀବାଡ଼ି, ସାରଙ୍ଗଯୋଡ଼ି ଶାସନ, ମର୍ଦମୁଖ, ମଳୁଖପାଟଣା ଆଦି ଗାଁର ପ୍ରାୟ ୧୧୭ ପରିବାରର ପିଲାଙ୍କଠାରୁ ବୟସ୍କ ଯାଏ ସଭିଏ ଓଡ଼ିଶାର ପାରମ୍ପରିକ ଲୋକକଳାରେ ନିପୁଣ। ଏଠାରେ ଦେଖିବାକୁ ମିଳେ ଗୋଟିପୁଅ, ମାଦଳ, ଦାସକାଠିଆ, ଓଡ଼ିଶୀ, ପାଲା, ସଂକୀର୍ତ୍ତନ, ରାମଲୀଳା, ମୃଦଙ୍ଗବାଦ୍ୟ ନୃତ୍ୟ, ସାହିଯାତ, ମେଢନୃତ୍ୟ ଆଦି ବିଭିନ୍ନ ପାରମ୍ପରିକ ଲୋକନୃତ୍ୟ। ଏହା ବ୍ୟତୀତ ଏହି ଗାଁରେ ଅନେକ କାରିଗର ଅଛନ୍ତି; ଯେଉଁମାନେ କି ପଟଚିତ୍ର, ତାଳପତ୍ର ପୋଥିକାମ, ପଥରଖୋଦେଇ, ମୂର୍ତ୍ତି ଗଢ଼ିବା, କାଗଜ ମୁଖାର କଳାକୃତି ତିଆରି କରିଥାନ୍ତି। ଏଠାକାର କାରିଗର ସବିତା ପଲେଇ କୁହନ୍ତି, ତାଳପତ୍ର ଖୋଦେଇ କାମ କରିବା ସହ ସଂକୀର୍ତ୍ତନରେ ଗାୟିକାଭାବେ ପ୍ରତ୍ୟେହ ହରିନାମ ଗାନ କରିଥାଏ। ଯେଉଁଠାରେ ନାମ କୀର୍ତ୍ତନ ହୁଏ ସେଠାରେ ଭଗବାନ ସ୍ବୟଂ ପ୍ରକଟ ହୋଇଥାନ୍ତି ବୋଲି ମୋର ବିଶ୍ୱାସ ରହିଛି। ଭଗବାନଙ୍କ ନାମରେ ଅପାର ମହିମା ରହିଛି। ଶ୍ରଦ୍ଧା ଓ ନିଷ୍ଠାର ସହିତ ବାରମ୍ବାର ଆବୃତ୍ତି କଲେ ଅନ୍ତଃକରଣରେ ପବିତ୍ରତା ଆସେ। ଦିବ୍ୟ ଆନନ୍ଦ ମିଳେ। ନାମସଂକୀର୍ତ୍ତନ ଦ୍ୱାରା ସାଧାରଣ ଜୀବନ ଦିବ୍ୟଜୀବନରେ ପରିବର୍ତ୍ତିତ ହୋଇଥାଏ। ସେହିପରି ମୃଦଙ୍ଗବାଦ୍ୟ ଗୁରୁ ରମେଶ ପଲାଇ କୁହନ୍ତି- ଗାଁ ଗହଳିରେ ନାମସଂକୀର୍ତ୍ତନ ମଣ୍ଡଳୀରେ କଳାକାରମାନେ ମୃଦଙ୍ଗ ବଜାଇଥାନ୍ତି। ଆମ ସାରଙ୍ଗଯୋଡ଼ି ଗାଁର କଳାକାରମାନଙ୍କର ଏହି କ୍ଷେତ୍ରରେ ସ୍ବତନ୍ତ୍ର ପରିଚୟ ରହିଛି। ଗୁରୁ ଧୂରନ୍ଧର ପ୍ରଧାନ କୁହନ୍ତି, ଆମ ଗାଁର ଲୋକମାନେ ନିଜ କଳାସଂସ୍କୃତିକୁ ନେଇ ଖୁବ୍‌ ଗୌରବ ମନେକରନ୍ତି। ଗାଁର କଳାକାରମାନେ ଯେତେବେଳେ ଜି-୨୦ ସମ୍ମିଳନୀରେ ଲୋକକଳା ମାଧ୍ୟମରେ ନିଜର କଳାକୌଶଳ ପ୍ରଦର୍ଶନ କରିଥିଲେ, ତାହା ଖୁବ୍‌ ମନଛୁଆଁ ହୋଇପାରିଥିଲା। ଆମ ଗାଁର ପୁରୁଷ କଳାକାରମାନେ ରାଜ୍ୟ ଓ ବାହାର ରାଜ୍ୟରେ ବହୁବାର ଲୋକକଳା ପ୍ରଦର୍ଶନକରି ସୁନାମ ଆଣିଛନ୍ତି। ଗୁରୁ କୈଳାସଚନ୍ଦ୍ର ବିଶ୍ୱାଳ କୁହନ୍ତି, ‘ଗୋଟିପୁଅ ନୃତ୍ୟରେ ୧୫ ଜଣ ଥିବାବେଳେ ମୃଦଙ୍ଗରେ ୮ରୁ ୨୦ଜଣ ରୁହନ୍ତି। ପାଲାରେ ୬ଜଣ, ରାମଲୀଳାରେ ୨୨ଜଣ ଲେଖାଏ ନୃତ୍ୟ ପରିବେଷଣ କରିଥାନ୍ତି। ଗାଁର ବିଭିନ୍ନ ଲୋକକଳାର କାଳକାରମାନଙ୍କ ଗୋଷ୍ଠୀ ମଧ୍ୟରେ ୨ଜଣ ଲେଖାଏ ସେମାନଙ୍କ ମଧ୍ୟରେ ମୁଖିଆ ଭାବେ ବୁଝାଶୁଝା କରିଥାନ୍ତି।
କଳାଗ୍ରାମର ମାନ୍ୟତା: ଗୁରୁ କୈଳାସଚନ୍ଦ୍ର ବିଶ୍ୱାଳ କୁହନ୍ତି,‘ସବୁଠାରୁ ବଡ଼କଥା ହେଲା ଏହି ଗାଁକୁ ୨୦୧୮ ମସିହାରେ ଓଡ଼ିଶା ସରକାରଙ୍କ ତରଫରୁ ଗୋଟିପୁଅ ନୃତ୍ୟ ଏବଂ ମେଢ଼ନୃତ୍ୟ ପାଇଁ ‘ଲୋକକଳା ଗ୍ରାମ’ର ମାନ୍ୟତା ମିଳିଛି। ଯାହାକି ଏହି ଗାଁର କଳାକାରମାନଙ୍କ ପ୍ରଚେଷ୍ଟାରୁ ସମ୍ଭବ ହୋଇଛି। ଏହି ଗାଁର କଳାକାରମାନେ ଜାପାନର ଟୋକିଓରେ ଆୟୋଜିତ ‘ନମସ୍ତେ ଇଣ୍ଡିଆ’ ଫେଷ୍ଟିଭାଲରେ ଗୋଟିପୁଅ ନୃତ୍ୟ କରି ବହୁ ପ୍ରଶଂସା ବି ପାଇଛନ୍ତି। କଳାକାରମାନେ ମାଦଳ, ମୃଦଙ୍ଗବାଦ୍ୟର ନୃତ୍ୟ ନିମନ୍ତେ ଦରିଆପାରି ହୋଇ ପ୍ୟାରିସ୍‌, ବେଲଜିୟମ, ପର୍ତ୍ତୁଗାଲ, ଇଂଲଣ୍ଡ ଆଦି ବିଦେଶ ରାଷ୍ଟ୍ରକୁ ଯାଇଛନ୍ତି। ମହିଳାମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ନାମ ସଂକୀର୍ତ୍ତନ ଆଦି କରିଥାନ୍ତି। ପ୍ରତିବର୍ଷ ଗାନ୍ଧୀ ଜୟନ୍ତୀରେ ଲୋକକଳା ଦିବସକୁ ମନେପକାଇ ଏଠାକାର କଳାକାରମାନେ ବିଭିନ୍ନ ପାରମ୍ପରିକ କଳା ପରିବେଷଣ କରିଥାନ୍ତି। ସରସ୍ବତୀପୂଜା, ପଣା ସଂକ୍ରାନ୍ତିରେ ସେମାନେ ବାଦ୍ୟଯନ୍ତ୍ରକୁ ପୂଜାର୍ଚ୍ଚନା କରିଥାନ୍ତି। ଗୋପବନ୍ଧୁଙ୍କ ଜୟନ୍ତୀ, କାର୍ତ୍ତିକପୂର୍ଣ୍ଣିମା ମହୋତ୍ସବ, ଗୋଟିପୁଅ ନୃତ୍ୟ ମହୋତ୍ସବ, ସାରଙ୍ଗଯୋଡ଼ି ମେଳଣ, ୭ରାତ୍ରବ୍ୟାପି ବାଦୀପାଲା, ଅକ୍ଷୟତୃତୀୟା, ମହାବିଷୁବ ସଂକ୍ରାନ୍ତି, ମହାବୀର ଜୟନ୍ତୀ, ଅଷ୍ଟପ୍ରହର ନାମଯଜ୍ଞ ଆଦିରେ କଳାକାରମାନେ ପାରମ୍ପରିକ ଲୋକକଳା ପରିବେଷଣ କରିଥାନ୍ତି। ଅନ୍ୟପକ୍ଷେ ଗାଁର କଳାକାରଙ୍କୁ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ତରଫରୁ ବିଭିନ୍ନ ଅଞ୍ଚଳରେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଡାକରା ଆସିଥାଏ। ରାଜ୍ୟ ସଂସ୍କୃତି ବିଭାଗ ଦ୍ୱାରା ଆୟୋଜିତ ସାମାଜିକ ପରିବର୍ତ୍ତନ କର୍ମଶାଳାରେ ଭାଗ ନେଇଥାନ୍ତି। ଜାପାନର ଟୋକିଓରେ ‘ନମସ୍ତେ ଇଣ୍ଡିଆ’ କାର୍ଯ୍ୟକ୍ରମରେ ଯେଉଁ ଗୋଟିପୁଅ ନୃତ୍ୟ ପରିବେଷଣ ହୋଇଥିଲା ସେଠାକୁ ଆସିଥିବା କଳାପ୍ରେମୀ, ଗବେଷକ, ଅତିଥି ଏବଂ ସ୍କୁଲ ପିଲାଙ୍କୁ ଆମେ ଗୋଟିପୁଅ ନୃତ୍ୟ ସମ୍ପର୍କରେ ବୁଝାଇଥିଲୁ। ସେଠାରେ ଗୋଟିପୁଅ ନୃତ୍ୟ ଓ ମେଢ଼ ନୃତ୍ୟ ପରିବେଷଣ କରାଯାଇଥିଲା। ଏଥିଯୋଗୁ ଉତ୍କଳ ଗୁରୁ ସମ୍ମାନ, ଆରାଧନା ସମ୍ମାନ, ଧର୍ମକୀର୍ତ୍ତି ସମ୍ମାନ ମିଳିଛି। ଦିଲ୍ଲୀ ଓ ହରିୟାଣାରେ ଗୁରୁ କୁଳମଣି ବିଶ୍ୱାଳ, ରମେଶ ପଲାଇଙ୍କୁ ମୃଦଙ୍ଗବାଦ୍ୟ ପାଇଁ ସମ୍ମାନିତ କରାଯାଇଥିବାବେଳେ ଭୁବନେଶ୍ୱରରେ ଉତ୍କଳ ବାଦ୍ୟରତ୍ନ ସମ୍ମାନ ମିଳିଥିଲା। ମେଢନୃତ୍ୟ ଗୁରୁ କୃଷ୍ଣଚନ୍ଦ୍ର ଦୀକ୍ଷିତଙ୍କୁ ଲୋକକଳା ସମ୍ମାନରେ ସମ୍ମାନିତ କରାଯାଇଥିଲା। ଆମ କଳାସଂସ୍କୃତିକୁ ବିଦେଶରେ ବହୁତ ଭଲ ପାଆନ୍ତି ଓ ପ୍ରଶଂସା ବି କରନ୍ତି।
ନିଜର ଚିତ୍ତ ବିନୋଦନ ପାଇଁ ଲୋକକଳାର ସୃଷ୍ଟି ହୋଇଥିବା ବେଳେ କିଛି ଲୋକ ଲୋକକଳା ଭିତରେ ହିଁ ଜିଇଁଥାନ୍ତି। ଯେମିତି ଏହି ଗାଁର ଲୋକମାନେ। ଏହି ଗାଁଛଡ଼ା ଓଡ଼ିଶାର ଆହୁରି ବି କିଛି ଗାଁ ରହିଛି ଯେଉଁ ଗ୍ରାମ ଲୋକକଳାକୁ ପ୍ରାଧାନ୍ୟ ଦେଇ ନିଜ ଗାଁକୁ ଏକ ସ୍ବତନ୍ତ୍ର ପରିଚୟ ଦେବାରେ ସକ୍ଷମ ହୋଇଛନ୍ତି।
-ବନବିହାରୀ, କିଶୋର ଚନ୍ଦ୍ର ମହାପାତ୍ର


Enter your email to get our daily news in your inbox.

All Right Reserved By Dharitri.Com

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ମଧ୍ୟପ୍ରଦେଶ ଟ୍ରାଜେଡ଼ି: ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୯: ମଧ୍ୟପ୍ରଦେଶକୁ ବୁଲିବାକୁ ତଥା ଦେବଦର୍ଶନ ପାଇଁ ଯାଇଥିବା ଓଡ଼ିଶାର ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟଣାରେ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?