Posted inଫୁରସତ

ଶୁଆ କେମିତି କହେ କଥା? ଜାଣନ୍ତୁ ସେ ସମ୍ପର୍କରେ..

ଶୁଆଙ୍କର ମଣିଷ ଭଳି ନା ଜିଭ ଅଛି, ନା ଓଠ, ନା ହିଁ ଅଛି ତାଳୁ। ସେମାନଙ୍କର ଭୋକାଲ କର୍ଡ ବି ନାହିଁ। ତଥାପି ସେମାନେ ମଣିଷ ପରି କଥା କହିପାରନ୍ତି। ତେବେ ଏହା ସମ୍ଭବ ହୁଏ କେମିତି?
ବିଜ୍ଞାନ କହେ, ଶୁଆର ଟ୍ରାକିଆ ବା ଶ୍ୱାସନଳୀରେ ସିରିଂକ୍ସ ନାମକ ଏକ ଅଙ୍ଗ ଥାଏ, ଯାହାକି ଫୁସ୍‌ଫୁସ୍‌ ଓ ଓ୍ବିଣ୍ଡ ପାଇପ୍‌ ମଝିରେ ଥାଏ। ମଣିଷ ଗଳାରେ ଥିବା ଲାରିଂକ୍ସ(ଶବ୍ଦପେଟି) ପରି ସିରିଂକ୍ସର ଭୋକାଲ ଫୋଲ୍ଡ ବି ଥାଏ। ଯେତେବେଳେ ଶୁଆ ଶ୍ୱାସକ୍ରିୟା କରେ ବାୟୁ ସିରିଂକ୍ସ ଦେଇ ଗତି କରେ। ମଣିଷର ଲାରିଂକ୍ସଠାରୁ ସିରିଂକ୍ସ ଅଧିକ ଫ୍ଲେକ୍ସିବଲ୍‌। ତେଣୁ ବାୟୁ ଗତି କଲାବେଳେ ଏହାର ଉଭୟ ପାର୍ଶ୍ୱରେ କମ୍ପନ ସୃଷ୍ଟି ହୋଇ ଭିନ୍ନ ଭିନ୍ନ ଶବ୍ଦ ବାହାରିଥାଏ। ତା’ଛଡ଼ା ଶୁଆ କେଉଁ ପ୍ରକାରର ଶବ୍ଦ ବାହାର କରିବ ତାହା ତା’ ଗଳାରେ ଥିବା ଅନେକଗୁଡିଏ ମାଂସପେଶୀ ଓ ସିରିଂକ୍ସ ବାହାରେ ଥିବା ଅନେକ ନରମ ହାଡର ରିଙ୍ଗ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ। ତା’ସହ ନକଲ କରିବାର ସଜ୍ଞାନାତ୍ମକ ତନ୍ତ୍ର ବା କଗନିଟିଭ ମେକାନିଜ୍‌ମ ଅଫ୍‌ ଇମିଟେସନ୍‌ ଦ୍ୱାରା ସେମାନେ ମଣିଷ ଯାହା କହେ ତାକୁ ନକଲ କରି ମଣିଷ ଭଳି କଥା କହିପାରନ୍ତି। ଏହାବାଦ ଶୁଆର ମୋଟା ଜିଭ ବି ମଣିଷ ପରି ଶବ୍ଦ ବାହାର କରିବାରେ ସାହାଯ୍ୟ କରିଥାଏ। କାରଣ ଜିଭର ମୁଭମେଣ୍ଟ ବି ଶବ୍ଦରେ ପରିବର୍ତ୍ତନ ଆଣିବାରେ ସାହାଯ୍ୟ କରିଥାଏ।

ଶୁଆ ମଣିଷ କହୁଥିବା କଥାର ନକଲ କରିପାରେ। ହେଲେ ସେମାନେ ଯେଉଁ ଶବ୍ଦକୁ ନକଲ କରନ୍ତି ତା’ର ଭାବ ବା ଅର୍ଥ ସେତେଟା ବୁଝି ନ ଥାନ୍ତି ବୋଲି କିଛି ଗବେଷଣା କହେ। ଅର୍ଥାତ୍‌ ଶୁଆ ଆପଣଙ୍କୁ ପଚାରିପାରେ ଯେ, ଆପଣ କେମିତି ଅଛନ୍ତି। ତା’ର ଅର୍ଥ ନୁହେଁ କି ସେ ନିଜର ମସ୍ତିସ୍କକୁ ବ୍ୟବହାର କରି ଭାବି ଚିନ୍ତି କହିଥାଏ। ବରଂ ସେ ଏହି କଥାକୁ ବାରମ୍ବାର କାହା ମୁହଁରୁ କହୁଥିବାର ଶୁଣି ତାକୁ ମନେ ରଖି ନକଲ କରି କହେ। ଆମେ ଏହା ବି କହିପାରିବା ଯେ, ଶୁଆ ଭଲ ମିମିକ୍ରି କରିପାରେ। ତେବେ ଆଉ କିଛି ଗବେଷଣା ଏହାର ବିପରୀତ କହେ ଯେ, ଶୁଆର ମସ୍ତିସ୍କ ବଡ଼ ଓ ମଣିଷର ମସ୍ତିସ୍କ ସଂରଚନା ପରି ହୋଇଥାଏ। ତେଣୁ ଏହା ଏକ ବୁଦ୍ଧିମାନ ପକ୍ଷୀ। ଏହାର ଜଟିଳ ସ୍ବର କ୍ଷମତା ଥିବା ସହ ଜ୍ଞାନ ବି ଅଛି। ତା’ଛଡ଼ା ଏମାନେ ସାମାଜିକ ସଂରଚନା ଭିତରେ ରହନ୍ତି। ତେଣୁ ଆଖପାଖର ମଣିଷଙ୍କ ସହ କଥା ହେବାକୁ ଚେଷ୍ଟା କରନ୍ତି ଓ ମିଶିଥାନ୍ତି। ଏମାନେ ଖାଲି ମଣିଷ ପରି କଥା ହୁଅନ୍ତି ନାହିଁ। ବରଂ ଗୀତ ବି ଗାଇ ପାରନ୍ତି। ସେପୁଣି ମଣିଷ ଭଳି ଖୁସି ଥିବାବେଳେ।
ଭଲ କଥା କହୁଥିବା ଶୁଆ: ଆଫ୍ରିକାନ ଗ୍ରେ ଶୁଆ ମଣିଷ ପିଲାଙ୍କ ଭଳି କଥା କହିପାରେ। ତା’ଛଡା ୟେଲୋ ନେପ୍‌ଡ ଆମାଜନ ପ୍ୟାରୋଟ୍‌, ଡବଲ ଆମାଜନ ୟେଲୋ ହେଡ ଆମାଜନ ପ୍ୟାରୋଟ, ଏକଲିକଟସ୍‌ ପ୍ୟାରୋଟ୍‌ ଆଦି ଭଲ କଥା କହୁଥିବା ଶୁଆଭାବେ ଜଣାଶୁଣା।


Enter your email to get our daily news in your inbox.

All Right Reserved By Dharitri.Com

Valentine’s Week: ଗୋଲାପରୁ କାହିଁକି ଆରମ୍ଭ ହୁଏ ପ୍ରେମ, ଜାଣନ୍ତୁ…

ଫେବୃଆରୀ ୭ରୁ ୧୪ ପର୍ଯ୍ୟନ୍ତ ଯୁବବର୍ଗ ପାଳନ କରିବେ ଭାଲେଣ୍ଟାଇନ୍ସ ଉଇକ୍‌ ବା ପ୍ରେମ ସପ୍ତାହ। ଏହି ସପ୍ତାହର ପ୍ରଥମ ଦିନ ରୋଜ୍‌ ଡେ’ ବା ଗୋଲାପ…

ବିନା ଖାଇବା-ପିଇବାରେ କେତେଦିନ ବଞ୍ଚିପାରିବ ମଣିଷ? ଜାଣନ୍ତୁ ହ୍ୟୁମାନ ବଡ଼ିର କାପାସିଟି…

ମଣିଷ ଶରୀର ଆଶ୍ଚର୍ଯ୍ୟଜନକ ଭାବରେ ସ୍ଥିର, କିନ୍ତୁ ଏହାର କିଛି ବାୟୋଲଜିକାଲ ସୀମା ମଧ୍ୟ ଅଛି। ଖାଦ୍ୟ ଏବଂ ପାଣି ବିନା ବଞ୍ଚିବା ଶରୀର ମସ୍ତିଷ୍କ, ହୃଦୟ…

ଝିଅମାନେ ସାବଧାନ: ସ୍ମାର୍ଟ ଚଷମାରେ ଆପଣଙ୍କର ସବୁ ରେକର୍ଡ କରିନେବେ, ଓଡ଼ିଶାରେ ପଡିଛନ୍ତି ଧରା

ନୂଆଦିଲ୍ଲୀ,୩।୨: ବଦଳୁଥିବା ସମୟ ସହିତ ଟେକ୍ନୋଲୋଜି ଯେତିକି ସୁବିଧା ଆଣୁଛି, ସେତିକି ବିପଦ ମଧ୍ୟ ବଢ଼ାଉଛି। ବର୍ତ୍ତମାନ ଆମେରିକା ଏବଂ ବ୍ରିଟେନ ଭଳି ଦେଶରେ ‘ସ୍ମାର୍ଟ ଚଷମା’…

ନରମ ଶେଯ ବଦଳରେ ଦ୍ୱାର ମୁହଁରେ କାହିଁକି ଶୁଏ କୁକୁର? କାରଣ ଜାଣିଲେ ତାଜୁବ ହେବେ

ଯଦି ଆପଣଙ୍କର କୁକୁର ଅଛି, ତେବେ ଆପଣ ହୁଏତ ଏକ ଅଜବ ଅଭ୍ୟାସ ଲକ୍ଷ୍ୟ କରିଥିବେ। ଅନେକ ସମୟରେ, ଆରାମଦାୟକ ବିଛଣା, ସୋଫା କିମ୍ୱା ଘରର ଶାନ୍ତ…

ମୋଗଲ ବଜେଟ କିପରି ପ୍ରସ୍ତୁତ କରୁଥିଲେ, କେଉଁମାନଙ୍କଠୁ ନେଉଥିଲେ ଟ୍ୟାକ୍ସ?

ନୂଆଦିଲ୍ଲୀ,୨।୨: ଗତକାଲି ଯେତେବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ ଉପସ୍ଥାପନ କରିଥିଲେ, ଏହା ଏକ ସମ୍ପୂର୍ଣ୍ଣ ଆଧୁନିକ ପରମ୍ପରା ପରି ମନେ ହେଉଥିଲା। କିନ୍ତୁ ଆପଣ…

ଏହି ଦେଶକୁ କାହିଁକି କୁହାଯାଏ କଳା ସୁନାର ଦେଶ, ଜାଣନ୍ତୁ…

ଯେତେବେଳେ ‘କଳା ସୁନାର ଦେଶ’ ନାଁ ଆସେ ସେତେବେଳେ ପ୍ରାୟତଃ ପ୍ରଥମେ କୁଏତ୍‌ର ନାଁ ମନକୁ ଆସେ। କଳା ସୁନା ଯାହାର ଅର୍ଥ ଅଶୋଧିତ ତୈଳ। ଏହା…

ଭୁଲ୍‌ ଇଲେକ୍ଟ୍ରି ବିଲ୍‌ ଆସୁଛି କି? ଜାଣନ୍ତୁ କେଉଁଠି କରିବେ ଅଭିଯୋଗ, ଶିଖନ୍ତୁ ଏହି ସହଜ ଉପାୟ…

ପ୍ରତ୍ୟେକ ପରିବାର ପାଇଁ ପ୍ରତି ମାସରେ ପ୍ରାପ୍ତ ହେଉଥିବା ଇଲେକ୍ଟ୍ରି ବିଲ୍‌ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ। ଏଥିରେ ମାସିକ ଇଲେକ୍ଟ୍ରି ବ୍ୟବହାର ଏବଂ ବିଲ୍‌ ବିଷୟରେ ବିବରଣୀ…

Video: ଷ୍ଟେଜ ଉପରେ ଏମିତି ରୋମାନ୍ସ କଲେ କପଲ, ଦୌଡି ଆସିଲେ ପଣ୍ଡିତ, ଭିଡ଼ିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୩୦।୧: ସୋସିଆଲ ମିଡିଆରେ ପ୍ରାୟତଃ ବିବାହ ଭିଡିଓ ଭାଇରାଲ ହୁଏ, କିନ୍ତୁ ଏଥର ଏକ ବିବାହ ଭିଡିଓ ବିତର୍କ ସୃଷ୍ଟି କରିଛି। ଏକ ଭାଇରାଲ ଭିଡିଓରେ, ବିବାହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri