ଆବାସ ଯୋଜନାରେ ମିଳୁନି ଘର

ନୟାଗଡ଼ ଅଫିସ,୧୨ା୧୦: ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କାଘର ଯୋଜନାରେ ଗରିବ ପରିବାରଙ୍କୁ ମାଗଣାରେ ଘର ଯୋଗାଇ ଦେଉଛନ୍ତି। ହେଲେ ଅନେକ ଯୋଗ୍ୟ ପରିବାର ଏହି ତାଲିକାରେ ସାମିଲ ହୋଇପାରୁ ନାହାନ୍ତି। ଗଣିଆ ବ୍ଲକ ଆଡକଟା ପଞ୍ଚାୟତ ଜଗନ୍ନାଥପ୍ରସାଦର ବିକାଶ ସିଂ ଓ ଗଗନ ସିଂଙ୍କ ପରିବାର ଏଥିରୁ ବଞ୍ଚିତ ହୋଇ ପାଲଟଣା ଝାଟିମାଟି ଘରେ ଜୀବନ ବିତାଉଛନ୍ତି। ସେମାନଙ୍କ କହିବା କଥା ଘରଟିଏ ପାଇଁ ଲୋକ ପ୍ରତିନିଧିଙ୍କଠାରୁ ଆରମ୍ଭ କରି ବିଡିଓ, ଉପଜିଲାପାଳଙ୍କୁ ଭେଟିଥିଲେ। ପ୍ରତିଶ୍ରୁତି ମିଳିଥିଲେ ବି ଯୋଜନାର ସୁଫଳ ପାଇନାହାନ୍ତି।
ବିକାଶ ଓ ଗଗନ ଦୁଇ ଭାଇ। ଉଭୟ ରହୁଥିବା ଘରେ କାନ୍ଥ ନାହିଁ। କାଠ, ବାଉଁଶ ଉପରେ ମାଟି ଛଟାଯାଇଛି। ପୁଣି ଚାଳ ଛପର କରିବାକୁ ପାଖରେ ଅର୍ଥ ନ ଥିବାରୁ ପାଲଟାଣି ରହୁଛନ୍ତି। ବିକାଶଙ୍କ ପରିବାରରେ ୪ଜଣ ସଦସ୍ୟ। ଏକ କେସ୍‌ରେ ବିକାଶ ଜେଲ ଯାଇଥିବାବେଳେ ପରର କାମଧନ୍ଦା କରି ସ୍ତ୍ରୀ ଘର ଚଳାଉଥିଲେ ମଧ୍ୟ ତାହା କାଠିକର ପାଠ। ଦିନେ ଖାଇଲେ ଆଉ ଦିନେ ଉପବାସ। ରାଶନ କାର୍ଡ ଥିବାରୁ କଷ୍ଟେମଷ୍ଟେ ଚଳିଯାଉଛନ୍ତି। ସେହିପରି ଗଗନଙ୍କ ପରିବାରର ସଦସ୍ୟ ସଂଖ୍ୟା ୫। ମୂଲ ଲାଗି ଗଗନ ଘର ଚଳାଇ ଆସୁଛନ୍ତି। ଗଗନ କୁହନ୍ତି, ଯେଉଁମାନଙ୍କର କୋଠା ଓ ଆଜବେଷ୍ଟସ୍‌ ଘର ଅଛି ସେମାନେ ସରକାରୀ ମାନଦଣ୍ଡ ପୂରଣ କରି ପାରୁଛନ୍ତି। କାରଣ ସେମାନେ ଲାଞ୍ଚ ଦେଇ ଘର କରିପାରୁଛନ୍ତି। ହେଲେ ଆମର ଭଙ୍ଗା ଘର ହୋଇଥିଲେ ହେଁ ମାନଦଣ୍ଡ ପୂରଣ କରୁ ନ ଥିବା ଆଶ୍ଚର୍ଯ୍ୟ କରୁଛି। କେତେଜଣ କୁଜିନେତା ବିଭିନ୍ନ ସମୟରେ ଆସି ଲାଞ୍ଚ ମାଗୁଛନ୍ତି। ଲାଞ୍ଚ ଦେଲେ ଘର ମିଳିଯିବ ନ ହେଲେ ମାନଦଣ୍ଡ ପୂରଣ ହେବନି ବୋଲି କହୁଛନ୍ତି। ହେଲେ ଆମପରି ଗରିବ ଲୋକ ଲାଞ୍ଚ ଦେଇ ଘର କରିବା ସମ୍ଭବ ନୁହେଁ। ଆମ ପାଖରେ ଟଙ୍କା ଥିଲେ ଆମେ ଚାଳଛପର କରି ରହିଥାନ୍ତୁ। ସମିତି ସଭ୍ୟଙ୍କ ଦୟାରୁ ଜରିପାଲଟିଏ ପାଇବା ପରେ ଚାଳରେ ପକାଇ ରହିଛୁ। ପ୍ରାୟ ୧୦ବର୍ଷ ହେଲା ସେ ଘର ପାଇଁ ଲୋକ ପ୍ରତିନିଧି ଓ ପ୍ରଶାସନିକ ଅଧିକାରୀଙ୍କୁ ଅନୁରୋଧ କରିଆସୁଥିଲେ ବି ସୁଫଳ ପାଇ ନ ଥିବା କହିଛନ୍ତି। ଏ ସମ୍ପର୍କରେ ଗଣିଆ ବିଡିଓ ସିରିୟଲ ଶୁଭ୍ର ପଟେଲ କୁହନ୍ତି, ଏ ନେଇ ଅବଗତ ନ ଥିଲୁ। କେଉଁ କାରଣରୁ ଗ୍ରାମୀଣ ଆବାସ ଯୋଜନାରେ ଘର ହୋଇପାରୁନି ସେ ଦିଗରେ ଅନୁଧ୍ୟାନ କରି ପଦକ୍ଷେପ ନେବୁ।


Enter your email to get our daily news in your inbox.

All Right Reserved By Dharitri.Com

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri