ଗୃହିଣୀ ଓ ଇମ୍ୟୁନ୍‌ ବୁଷ୍ଟର

କରୋନା ଆସିବା ପରଠାରୁ ଇମ୍ୟୁନିଟି ବଢାଇବା ପାଇଁ ପ୍ରୟାସ ଚଳାଇଛନ୍ତି ସମସ୍ତେ। ଡାକ୍ତର ଓ ବିଶେଷଜ୍ଞମାନେ ବି ସ୍ବୀକାର କରୁଥିବା ଏମିତି ଏକ ଉଦ୍ୟମକୁ କାହିଁ କେଉଁ କାଳରୁ ନିଜ ଜୀବନଚଳଣିରେ ସାମିଲ କରି ଆସିଛନ୍ତି ଗୃହିଣୀମାନେ। ଘର ବଇଦ ଭଳି ପରିବାରକୁ ସୁରକ୍ଷା ଦେବା ପାଇଁ ସେମାନେ ସବୁବେଳେ ସଚେତନ। ଏବେ ପୁଣି ଥରେ କରୋନାର ତୃତୀୟ ଲହରରୁ ନିଜକୁ ଦୂରେଇ ରଖିବା ପାଇଁ ଆପଣାଉଛନ୍ତି ବିଭିନ୍ନ ହୋମ୍‌ ଇମ୍ୟୁନ ବୁଷ୍ଟର…

କରୋନାର ତୃତୀୟ ଲହର ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସମସ୍ତେ ସଚେତନ ହେବା ଉପରେ ଅଧିକ ଜୋର ଦିଆଯାଉଛି। ବିଶେଷକରି ସମସ୍ତେ ନିଜ ନିଜ ଇମ୍ୟୁନିଟି ବୃଦ୍ଧି କରିବା ଉପରେ ଯଥାସମ୍ଭବ ସମସ୍ତ ପଦକ୍ଷେପ ନେଉଛନ୍ତି। ଏ ଦୃଷ୍ଟିରୁ ନିଜ ପରିବାରକୁ ସୁରକ୍ଷା ଦେବା ପାଇଁ ଗୃହିଣୀମାନେ ହିଁ ବେଶି ସଚେତନ। କେଉଁ ସମୟରେ କ’ଣ ଖାଇବାକୁ ହେବ, କେତେବେଳେ ବାହାରେ ଚାଲିବାକୁ ଯିବାକୁ ପଡ଼ିବ ଏମିତି ସବୁ ଦିଗପ୍ରତି ସଜାଗ ରହୁଛନ୍ତି ସେମାନେ।
ଘରୋଇ କାଢ଼ା: ଥଣ୍ଡା, ଜ୍ୱର, କାଶ କିମ୍ବା ପେଟ ଖରାପ ଭଳି ବିଭିନ୍ନ ସମସ୍ୟାକୁ ଗୃହିଣୀମାନେ ରୋଷେଇ ଘରେ ଥିବା ବିଭିନ୍ନ ସାମଗ୍ରୀ ବ୍ୟବହାର କରି ବେଶ୍‌ ସହଜରେ ଦୂରେଇ ଦେଉଥିଲେ। କେତେବେଳେ ତଳସୀ ପତ୍ର ସାଙ୍ଗରେ ମହୁ ତ କେବେ ଘିଅରେ ଭଜା ହୋଇଥିବା ଅଦା ଆଉ କେବେ ଗୋଲମରିଚ, ମିଶ୍ରି, ତେଜପତ୍ର, ଆଦି ବିଭିନ୍ନ ସାମଗ୍ରୀରୁ ପ୍ରସ୍ତୁତ ହେଉଥିଲା କାଢ଼ା। ଏସବୁ ଘରୋଇ ଔଷଧ ବ୍ୟବହାର କରି ଗୃହିଣୀମାନେ ବେଶ୍‌ ସହଜରେ ସେମାନଙ୍କ ପିଲାମାନଙ୍କୁ ସୁସ୍ଥ କରି ପାରୁଥିଲେ। ହେଲେ ଏସବୁର ବ୍ୟବହାର ଫଳରେ ରୋଗ ତ ଭଲ ହେଉଥିଲା ତା ସହ ଇମ୍ୟୁନିଟି ବି ମଜଭୁତ ହୋଇଥାଏ।
ରୋଷେଇ ଘରେ ଥିବା ବିଭିନ୍ନ ସାମଗ୍ରୀ ବ୍ୟବହାର କରି କାହା ସହିତ କ’ଣ ମିଶାଇ ଖାଇବାକୁ କିମ୍ବା ପିଇବାକୁ ହେବ ସେସବୁକୁ ବେଶ୍‌ ସହଜରେ ମନେ ରଖିଥାନ୍ତି ଗୃହିଣୀମାନେ। ଆଉ ସେମାନଙ୍କର ଏସବୁ ପ୍ରାରମ୍ଭିକ ପ୍ରୟାସରେ ରୋଗ ନିୟନ୍ତ୍ରଣ ନ ହେଲେ ସେମାନେ ଡାକ୍ତରଙ୍କ ପରାମର୍ଶ ନେଇଥାନ୍ତି। ଠିକ୍‌ ଏଇ କଥା ଏବେ ଡାକ୍ତରମାନେ ବି କହିବା ଆରମ୍ଭ କଲେଣି।
ଯୋଗ ବ୍ୟାୟାମ: ଇମ୍ୟୁନିଟି ବଢ଼ାଇବା ପାଇଁ ଯୋଗ ଓ ବ୍ୟାୟାମ ବେଶ୍‌ ଫଳପ୍ରଦ। ଏଥିପାଇଁ ମଧ୍ୟ ଗୃହିଣୀମାନେ ବେଶ୍‌ ସଚେତନ। ପିଲାମାନଙ୍କ ସହିତ ଘରର ଅନ୍ୟମାନଙ୍କ ପାଇଁ ସେଭଳି କିଛି କିଛି କାମ ମାଧ୍ୟମରେ ଛୋଟ ମୋଟ ବ୍ୟାୟାମ କରାଇ ନେଇଥାନ୍ତି। ପିଲାଙ୍କଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ନିଜ ନିଜ ସାମର୍ଥ୍ୟ ଅନୁସାରେ ଛୋଟ ମୋଟ କାମ ହିଁ ସେମାନଙ୍କୁ ବ୍ୟାୟାମର ଉପକାରିତା ପ୍ରଦାନ କରିଥାଏ।
ଆହାର ବିହାର: ଠିକ୍‌ ସମୟରେ ଖିଆପିଆ କରିବା ସହିତ ସମସ୍ତ ନିତ୍ୟକର୍ମ କରିବା ମଧ୍ୟ ଏକ ପ୍ରକାରର ଯୋଗ। ତେଣୁ ପିଲାଙ୍କ ସହିତ ଘରର ଅନ୍ୟମାନେ ଯେପରି ଠିକ୍‌ ସମୟରେ ସ୍ନାନ କରିବେ ଏବଂ ସ୍ନାନ ପରେ ଠିକ୍‌ ସମୟରେ ଖାଇବେ ସେଥିପ୍ରତି ଦୃଷ୍ଟି ଦେଇଥାନ୍ତି ଗୃହିଣୀ। ପିଲାଙ୍କ ପ୍ରତି ଛୋଟବେଳରୁ ସେମାନଙ୍କର ଏହି ପ୍ରୟାସ ଇମ୍ୟୁନିଟି ବୁଷ୍ଟର ଭଳି କାମ କରିଥାଏ। ଏଥିପାଇଁ ଘରେ ତିଆରି ହୋଇଥାଏ ନିର୍ଦ୍ଦିଷ୍ଟ ଆଇନକାନୁନ। ସେହି ଅନୁସାରେ ପ୍ରତିଦିନ ଏକ ନିର୍ଦ୍ଦିଷ୍ଟ ସମୟ ପରେ କାହାକୁ ବି ଶୋଇବାର ଅନୁମତି ଦେଇ ନ ଥାନ୍ତି ଗୃହିଣୀ। ସେହିପରି ପ୍ରତ୍ୟେକ ଚାଲିଚଳଣିକୁ ପରମ୍ପରା ସହିତ ଯୋଡି ସେମାନେ ସମସ୍ତଙ୍କୁ ସୁସ୍ଥ ରଖିବାରେ ସହାୟକ ହୋଇଥାନ୍ତି। ଗୃହିଣୀମାନଙ୍କର ଏସବୁ ପରମ୍ପରା ସହ ଏବେ ବିଜ୍ଞାନ ମଧ୍ୟ ଏକମତ ହୋଇପାରିଛି। ଏଇ ଯେମିତି ଛିଡ଼ାହୋଇ ପାଣି ନ ପିଇବା, ରାତିରେ ଦହି କିମ୍ବା ଶାଗ ନ ଖାଇବା ଆଦି ଏମିତି କେତେକଣ କଟକଣା ରଖାଯାଇଥିଲା। ବିଜ୍ଞାନ ମଧ୍ୟ ଏସବୁ ଅଭ୍ୟାସକୁ ଠିକ୍‌ ବୋଲି ପ୍ରମାଣ କରି ସାରିଛି। ତେଣୁ ଏସବୁ କଟକଣାକୁ ନ ମାନିଲେ ଅନେକ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହେବାର ଯଥେଷ୍ଟ ସମ୍ଭାବନା ରହିଥାଏ।
କ’ଣ କରନ୍ତି ଏମାନେ…
ସବୁଦିନ କାଢ଼ା ଦେଉଛି
ମୋ ପିଲାଙ୍କ ଇମ୍ୟୁନିଟି ବଢ଼ାଇବା ପାଇଁ ମୁଁ ପ୍ରତିଦିନ ସେମାନଙ୍କୁ ଗାଧୋଇବା ପରେ ତୁଳସୀ ପତ୍ର ସହିତ ମହୁ ମିଶାଇ ଖାଇବାକୁ ଦିଏ। ଆଉ ଖାଇବା ସମୟରେ ପ୍ରାୟ ସବୁଦିନେ କଞ୍ଚା ରସୁଣ ଖାଇବାକୁ ଦିଏ। ଏବେ କରୋନା ଆସିବା ଦିନରୁ ପ୍ରାୟ ସବୁଦିନେ କାଢ଼ା ତିଆରି କରି ଦେଉଛି। କାଢ଼ା ତିଆରି କରିବା ପାଇଁ ଡାଳଚିନି, ଅଳେଇଚ, ଲବଙ୍ଗ, ଗୋଲମରିଚ, ପାନମହୁରି ଆଦି ମିଶାଇ ଏକ ସ୍ବତନ୍ତ୍ର ମିଶ୍ରଣ ତିଆରି କରି ଦେଇଛି। ଏହି ମିଶ୍ରଣ ସହିତ କେବଳ ତେଜପତ୍ର ଓ ଅଦା ପକାଇ ଫୁଟାଇ ସହଜରେ କାଢ଼ା ତିଆରି କରି ଦେଉଛି।
-ମଧୁସ୍ମିତା ମିଶ୍ର
ନାଲକୋ ନଗର, ଅନୁଗୁଳ
ସବୁଦିନ ତୁଳସୀ
ପିଲାଙ୍କ ଇମ୍ୟୁନିଟି ବଢ଼ାଇବା ପାଇଁ ମୁଁ ଋତୁ ଅନୁସାରେ ଚିକିତ୍ସା କରେ। ଏବେ ଥଣ୍ଡା ଦିନ ହୋଇଥିବାରୁ ସବୁଦିନ ସମସ୍ତଙ୍କୁ ତୁଳସୀ ପତ୍ର ଖାଇବାକୁ ଦେଉଛି। ମୁଁ ଜଏଣ୍ଟ ଫାମିଲିରେ ରହୁଥିବାରୁ ପୁତୁରା, ଝିଆରି ଆଦି ସବୁ ପିଲାଙ୍କୁ କାଢା ତିଆରି କରି ସା ସମୟରେ ପିଇବାକୁ ଦେଉଛି। ବଡ଼ମାନଙ୍କ ପାଇଁ ଚା’ ତିଆରି ସମୟରେ ସେଥିରେ କିଛି ଅଦା, ଗୋଲମରିଚ ଓ ତୁଳସୀ ପତ୍ର ପକାଇ ଦେଉଛି। ଏଥିପାଇଁ ତ ମୁଁ ଘର ଚାରିପଟରେ ବହୁତ ତୁଳସୀ ଗଛ ଅଧିକ ଲଗାଇଛି। କାଢା ପାଇଁ ତୁଳସୀ ମିଳିବା ସହିତ ଘର ପରିବେଶ ବି ଭଲ ରହୁଛି।
-ସୁଧାଞ୍ଜଳି ନାୟକ
କିସମତ୍‌ କୃଷ୍ଣପୁର,
ବାସୁଦେବପୁର, ଭଦ୍ରକ
କ୍ଷୀରରେ ହଳଦୀ ଖାଉଛୁ
ଥଣ୍ଡା ଦିନେ ଏବେ ଇମ୍ୟୁନିଟି ବଢ଼ାଇବା ପାଇଁ ମୋର ବେଶି ଦରକାର ହେଉଛି ତୁଳସୀ। ପିଲାଙ୍କୁ ସିଧାସଳଖ ତୁଳସୀ ପତ୍ର ଦେଉଛି। ଆଉ ତା’ ସହିତ ରାତିରେ ସମସ୍ତଙ୍କୁ ଉଷୁମ କ୍ଷୀର ସହିତ ହଳଦୀ ମିଶାଇ ପିଇବାକୁ ଦେଉଛି। ବେଳେବେଳେ କଞ୍ଚା ହଳଦୀ ସକାଳୁ ବି ଖାଉଚୁ। ସମସ୍ତେ ଉଷୁମ ପାଣିରେ ଗାର୍ଗଲିଂ କରୁଛୁ।
-ସଂଯୁକ୍ତା ଦାସ
ନୟାପଲ୍ଲୀ ବ୍ରିଟ୍‌ କଲୋନୀ, ଭୁବନେଶ୍ୱର
କାଢ଼ା ସାଙ୍ଗକୁ ସୂର୍ଯ୍ୟକିରଣ
ଇମ୍ୟୁନିଟି ବଢ଼ାଇବାକୁ ଘରେ ସମସ୍ତଙ୍କୁ ଏବେ ସକାଳୁ ଚ୍ୟବନପ୍ରାସ ଖାଇବାକୁ ଦେଉଛି। ତା’ ଛଡ଼ା ସା ସମୟରେ କାଢ଼ା ବି ତିଆରି କରୁଛି। କରୋନାରୁ ରକ୍ଷା ପାଇବା ପାଇଁ ଘରୋଇ ଔଷଧଭାବେ କାଢ଼ା ପିଇବା ସହିତ ଷ୍ଟିମ୍‌ ନେଉଛୁ। ଆଉ ପ୍ରତିଦିନ ମୋ ଝିଅକୁ ଖରାରେ କିଛି ସମୟ ଖେଳିବା ପାଇଁ ଛାଡୁଛି। ଯଦି ଖେଳିବାର ସୁବିଧା ହେଉନି ତେବେ ତାକୁ ସାଇକେଲିଂ କରିବାକୁ କହୁଛି।
-ଅଂଶୁପା ପୁରୋହିତ
ଜେଲ୍‌ ଲାଇନ୍‌ ପଡ଼ା, ପାଟଣାଗଡ଼, ବଲାଙ୍ଗୀର


Enter your email to get our daily news in your inbox.

All Right Reserved By Dharitri.Com

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

ନଦୀରେ ଗାଧୋଉଥିବାବେଳେ ଆକ୍ରମଣ କଲା କୁମ୍ଭୀର, ଆଉ ତା’ ପରେ…

କଳିଙ୍ଗନଗର,୧ା୪(ଶୁଭାଶିଷ ରାଉତ): ଯୋକଡିଆ ପାଟିଆ ନଈରେ କୁମ୍ଭୀର ଆକ୍ରମଣରେ ଜଣେ ଶ୍ରମଜୀବୀ ଗୁରୁତର ଆହତ ହୋଇଛନ୍ତି। ସୌଭାଗ୍ୟ କ୍ରମେ ଅଳ୍ପକେ ବର୍ତ୍ତିଯାଇଛି ତାଙ୍କ ଜୀବନ। ଯାଜପୁର ଜିଲା…

ANM ସ୍ତ୍ରୀଙ୍କୁ ମାରି ନିଆଁ ଲଗାଇବା ବେଳେ ନିଜେ ଜଳିଯାଇଥିଲେ, ଅର୍ଦ୍ଧଦଗ୍ଧ ସ୍ବାମୀରବି ହେଲା ମୃତ୍ୟୁ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମୃତ୍ୟୁ ଘଟଣା…

ଥାନାରେ ପଶି ଥାନାଧିକାରୀଙ୍କୁ ଗାଳିଗୁଲଜ କରି ଯୁବକ ଦେଲେ ହତ୍ୟା ଧମକ, ଭଦ୍ରଲୋକ ହୋଇ ଥାନାକୁ ଆସିଲେ,

ଉଦଳା,୧।୪(ସନ୍ତୋଷ କୁମାର ବାଛିନୀ): ଥାନାରେ ପଶି ହଙ୍ଗାମା କଲେ ଯୁବକ । ମହିଳା ଥାନା ଅଧିକାରୀଙ୍କ ସହିତ ଅନ୍ୟ ମହିଳା ଅଧିକାରୀଙ୍କୁ ଦୁର୍ବ୍ୟବହାର କରିଲେ ଯୁବକ। କପ୍ତିପଦା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri