କାର୍ଯ୍ୟକାରୀ ହେଉନି ଜିଲା ପରିଷଦ ନିଷ୍ପତ୍ତି

ଯାଜପୁର ଅଫିସ,୧୮।୧: ଜିଲା ପରିଷଦ ସହ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା (ଡିଆରଡିଏ) ମିଶ୍ରଣ ହୋଇଯାଇଥିବାରୁ ପରିଷଦର କ୍ଷମତା ବୃଦ୍ଧିପାଇବ ବୋଲି ଆଶା କରାଯାଇଥିଲା। ତଦନୁସାରେ ଭୋଟର ଜିଲାପରିଷଦ ପ୍ରାର୍ଥୀଙ୍କୁ ଭୋଟ ଦେଇ ବିଜୟୀ କରାଇଥିଲେ। କିନ୍ତୁ ଗତ ୫ ବର୍ଷରେ ଜିଲା ପରିଷଦ ଦ୍ୱାରା ସେଭଳି ଆଖିଦୃଶିଆ ଉନ୍ନୟନ ତଥା ବିଭିନ୍ନ ବୈଠକରେ ନିଷ୍ପତ୍ତି ନିଆଯାଇଥିବା ଅନେକ ପ୍ରକଳ୍ପ କାର୍ଯ୍ୟକାରୀ ହୋଇପାରିଲା ନାହିଁ। କେବଳ ଠିକାଦାରି ରାଜନୀତି ଯୋଗୁ ପରିଷଦର କ୍ଷମତା ଜିଲାରେ ସଙ୍କୁଚିତ ହୋଇଥିବା ମନେ ହୋଇଛି। ଏହିକ୍ରମରେ ଏଥର ଜିଲା ପରିଷଦ ସଭ୍ୟ ପାଇଁ ନିର୍ବାଚନ ବେଳେ ଭୋଟର ଅଧିକ ସଚେତନ ହୋଇ ଯୋଗ୍ୟ ପ୍ରାର୍ଥୀଙ୍କୁ ବାଛିବେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଯାଜପୁର ଜିଲାରେ ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇଛି। ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ତାଲିକା ଏଯାଏ ଚୂଡାନ୍ତ ହୋଇପାରି ନାହିଁ। ପ୍ରଥମ ଦିନରେ କେବଳ ଏସ୍‌ୟୁସିଆଇ (କମ୍ୟୁନିଷ୍ଟ)ର ୪ଜଣ ଓ ଜଣେ ସ୍ବାଧୀନ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏଥର ଜିଲା ପରିଷଦ ଅଧ୍ୟକ୍ଷ ପଦବୀ ଅନୁସୂଚିତ ଜାତି(ଏସ୍‌ସି)ମହିଳାଙ୍କ ପାଇଁ ସଂରକ୍ଷଣ ରହିଛି। ତେଣୁ ଏସ୍‌ସି ମହିଳାଙ୍କ ପାଇଁ ସଂରକ୍ଷିତ କୋରେଇ ବ୍ଲକର ୧ ଓ ୩, ଦଶରଥପୁର ବ୍ଲକର ୫ ଓ ୬ ଏବଂ ବଡ଼ଚଣା ବ୍ଲକର ୨୦ ନମ୍ବର ଜୋନରୁ ବିଜୟୀ ପ୍ରାର୍ଥତ୍ନୀ ଅଧ୍ୟକ୍ଷା ହେବା ନିଶ୍ଚିତ। ଏଥର ଅଧ୍ୟକ୍ଷା ପଦବୀରେ ନୂଆ ମୁହଁ ଦେଖିବାକୁ ମିଳିବ।
୨୦୧୨ ପର୍ଯ୍ୟନ୍ତ ନିର୍ବାଚନର ପରିସ୍ଥିତି ଭିନ୍ନ ରହିଥିଲା। ଜିଲା ପରିଷଦର କ୍ଷମତା କେତେକ ଉନ୍ନୟନ କାର୍ଯ୍ୟରେ ସୀମିତ ରହିଥିଲା। କିନ୍ତୁ ୨୦୧୭ରୁ ସରକାରଙ୍କ ୨୯ଟି ବିଭାଗକୁ ଜିଲା ପରିଷଦ ଅଧ୍ୟକ୍ଷ କାର୍ଯ୍ୟକାରୀ କରିବେ ବୋଲି ରାଜ୍ୟ ସରକାର ଘୋଷଣା କରିଥିଲେ। ଧର୍ମଶାଳା ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେଡି ନେତା ତଥା ତତ୍କାଳୀନ ଜିଲା ବିଜେଡି ସଭାପତି ନରେଶ ମହାନ୍ତି ଜିଲା ପରିଷଦ ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ଏହି ସମୟରେ ଜିଲାର ଉନ୍ନୟନ କାର୍ଯ୍ୟ ଉପରେ ବହୁ ଜିଲା ପରିଷଦ ସଭ୍ୟ ଅସନ୍ତୁଷ୍ଟ ପ୍ରକାଶ କରିଥିଲେ। ତେବେ ୨୦୧୮ ଜୁଲାଇରେ ୪ର୍ଥ ଜିଲା ପରିଷଦ ବୈଠକରେ ହୋଇଥିବା ଅତି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିଗୁଡିକ ଏଠାରେ ଉଦାହରଣ ଭାବେ ନିଆଯାଇପାରେ। ଯାଜପୁର ଜିଲାରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ଏହି ବୈଠକରେ ନିଷ୍ପତ୍ତି ହୋଇଥିଲା। ଏଥିପାଇଁ ବଡଚଣା ବ୍ଲକର ମଝିପଡ଼ାରେ ସ୍ଥାନ ମଧ୍ୟ ଚିହ୍ନଟ ସରିଥିଲା। ଏପରିକି ପୁଷ୍ପଗିରି ଓଡ଼ିଆ ବିଶ୍ୱବିଦ୍ୟାଳୟ ନାମରେ ନାମକରଣ ମଧ୍ୟ ହୋଇଥିଲା। କିନ୍ତୁ ଜିଲା ପରିଷଦର ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହୋଇ ପାରିଲା ନାହିଁ। ଶେଷରେ ପୁରୀ ଜିଲାକୁ ଓଡ଼ିଆ ବିଶ୍ୱବିଦ୍ୟାଳୟ ସ୍ଥାନାନ୍ତରଣ ହୋଇଥିଲା। ଏହାସହ ଯାଜପୁର ଜଳସେଚନ ବିଭାଜନ ମାଧ୍ୟମରେ ୩୪ଟି ମୁଖ୍ୟ ନାଳ ଓ ତାହାର ଶାଖା ନାଳକୁ ଅନ୍ତର୍ଭୁକ୍ତ, ୪୭ କି.ମି. ଲମ୍ବ ଗେଙ୍ଗୁଟି ନାଳ ଏବଂ ୨୫.୨ କି.ମି. ଲମ୍ବ କାଣୀ ନାଳର ପୁନରୁଦ୍ଧାର, ନାଳଗୁଡ଼ିକରେ ଚେକ୍‌ ଡ୍ୟାମ ନିର୍ମାଣ କରାଯାଇ ଚାଷ କାର୍ଯ୍ୟରେ ବ୍ୟବହାର ସହ ଉଦ୍ୟାନ କୃଷି, ସାଧାରଣ ବଣ୍ଟନ, ଗ୍ରାମ ବିଦ୍ୟୁତୀକରଣ ଇତ୍ୟାଦି ସମ୍ପର୍କରେ ଆଲୋଚନା କରାଯାଇ ହିତାଧିକାରୀଙ୍କୁ ଯୋଜନା ମାଧ୍ୟମରେ ଊପଯୁକ୍ତ ସେବା ଯୋଗାଇବାକୁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ଏଯାଏ କୌଣସି ନିଷ୍ପତ୍ତି ଉପଯୁକ୍ତ ଭାବେ କାର୍ଯ୍ୟକାରୀ ହୋଇପାରିନାହିଁ। ଯେକୌଣସି ଅଞ୍ଚଳର ବିକାଶ ସେହି ଅଞ୍ଚଳର ନେତୃତ୍ୱ ଉପରେ ନିର୍ଭର କରିଥାଏ। ଏଥିରେ ଜିଲା ପରିଷଦର ଭୂମିକା ବହୁ ଗୁରୁତ୍ୱପୂର୍ଣ୍ଣ। ଏଣୁ ସେମାନଙ୍କ କାର୍ଯ୍ୟାବଳୀରେ ପରିବର୍ତ୍ତନ ନ ହେଲେ ଚଳିତ ପଞ୍ଚାୟତ ନିର୍ବାଚନରେ ଯେ ଭୋଟର ସେମାନଙ୍କ ସମର୍ଥତ୍ତ ଦଳରୁ ଦୂରେଇ ଯିବେ ବୋଲି ସାଧାରଣରେ ମତପ୍ରକାଶ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ପ୍ରସିଦ୍ଧ ଅଗ୍ନି ଭୈରବଙ୍କ ଝାମୁଯାତ୍ରା ମହାଆଡ଼ମ୍ବରରେ ସମ୍ପନ୍ନ, କମ୍ପିଲା ଲାଞ୍ଜିଗଡ଼; ତତଲା ନିଆଁ ଉପରେ ଚାଲିଲେ…

ଲାଞ୍ଜିଗଡ଼,୩୦ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ସହରର ପରମ ଆରାଧ୍ୟ ଦେବତା ଅଗ୍ନି ଭୈରବଙ୍କ ବିଶ୍ୱପ୍ରସିଦ୍ଧ ଝାମୁଯାତ୍ରା ବୁଧବାର ମହା ସମାରୋହରେ ପାଳିତ ହୋଇଯାଇଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?