କାର୍ଯ୍ୟକାରୀ ହେଉନି ଜିଲା ପରିଷଦ ନିଷ୍ପତ୍ତି

ଯାଜପୁର ଅଫିସ,୧୮।୧: ଜିଲା ପରିଷଦ ସହ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା (ଡିଆରଡିଏ) ମିଶ୍ରଣ ହୋଇଯାଇଥିବାରୁ ପରିଷଦର କ୍ଷମତା ବୃଦ୍ଧିପାଇବ ବୋଲି ଆଶା କରାଯାଇଥିଲା। ତଦନୁସାରେ ଭୋଟର ଜିଲାପରିଷଦ ପ୍ରାର୍ଥୀଙ୍କୁ ଭୋଟ ଦେଇ ବିଜୟୀ କରାଇଥିଲେ। କିନ୍ତୁ ଗତ ୫ ବର୍ଷରେ ଜିଲା ପରିଷଦ ଦ୍ୱାରା ସେଭଳି ଆଖିଦୃଶିଆ ଉନ୍ନୟନ ତଥା ବିଭିନ୍ନ ବୈଠକରେ ନିଷ୍ପତ୍ତି ନିଆଯାଇଥିବା ଅନେକ ପ୍ରକଳ୍ପ କାର୍ଯ୍ୟକାରୀ ହୋଇପାରିଲା ନାହିଁ। କେବଳ ଠିକାଦାରି ରାଜନୀତି ଯୋଗୁ ପରିଷଦର କ୍ଷମତା ଜିଲାରେ ସଙ୍କୁଚିତ ହୋଇଥିବା ମନେ ହୋଇଛି। ଏହିକ୍ରମରେ ଏଥର ଜିଲା ପରିଷଦ ସଭ୍ୟ ପାଇଁ ନିର୍ବାଚନ ବେଳେ ଭୋଟର ଅଧିକ ସଚେତନ ହୋଇ ଯୋଗ୍ୟ ପ୍ରାର୍ଥୀଙ୍କୁ ବାଛିବେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଯାଜପୁର ଜିଲାରେ ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇଛି। ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ତାଲିକା ଏଯାଏ ଚୂଡାନ୍ତ ହୋଇପାରି ନାହିଁ। ପ୍ରଥମ ଦିନରେ କେବଳ ଏସ୍‌ୟୁସିଆଇ (କମ୍ୟୁନିଷ୍ଟ)ର ୪ଜଣ ଓ ଜଣେ ସ୍ବାଧୀନ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏଥର ଜିଲା ପରିଷଦ ଅଧ୍ୟକ୍ଷ ପଦବୀ ଅନୁସୂଚିତ ଜାତି(ଏସ୍‌ସି)ମହିଳାଙ୍କ ପାଇଁ ସଂରକ୍ଷଣ ରହିଛି। ତେଣୁ ଏସ୍‌ସି ମହିଳାଙ୍କ ପାଇଁ ସଂରକ୍ଷିତ କୋରେଇ ବ୍ଲକର ୧ ଓ ୩, ଦଶରଥପୁର ବ୍ଲକର ୫ ଓ ୬ ଏବଂ ବଡ଼ଚଣା ବ୍ଲକର ୨୦ ନମ୍ବର ଜୋନରୁ ବିଜୟୀ ପ୍ରାର୍ଥତ୍ନୀ ଅଧ୍ୟକ୍ଷା ହେବା ନିଶ୍ଚିତ। ଏଥର ଅଧ୍ୟକ୍ଷା ପଦବୀରେ ନୂଆ ମୁହଁ ଦେଖିବାକୁ ମିଳିବ।
୨୦୧୨ ପର୍ଯ୍ୟନ୍ତ ନିର୍ବାଚନର ପରିସ୍ଥିତି ଭିନ୍ନ ରହିଥିଲା। ଜିଲା ପରିଷଦର କ୍ଷମତା କେତେକ ଉନ୍ନୟନ କାର୍ଯ୍ୟରେ ସୀମିତ ରହିଥିଲା। କିନ୍ତୁ ୨୦୧୭ରୁ ସରକାରଙ୍କ ୨୯ଟି ବିଭାଗକୁ ଜିଲା ପରିଷଦ ଅଧ୍ୟକ୍ଷ କାର୍ଯ୍ୟକାରୀ କରିବେ ବୋଲି ରାଜ୍ୟ ସରକାର ଘୋଷଣା କରିଥିଲେ। ଧର୍ମଶାଳା ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେଡି ନେତା ତଥା ତତ୍କାଳୀନ ଜିଲା ବିଜେଡି ସଭାପତି ନରେଶ ମହାନ୍ତି ଜିଲା ପରିଷଦ ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ଏହି ସମୟରେ ଜିଲାର ଉନ୍ନୟନ କାର୍ଯ୍ୟ ଉପରେ ବହୁ ଜିଲା ପରିଷଦ ସଭ୍ୟ ଅସନ୍ତୁଷ୍ଟ ପ୍ରକାଶ କରିଥିଲେ। ତେବେ ୨୦୧୮ ଜୁଲାଇରେ ୪ର୍ଥ ଜିଲା ପରିଷଦ ବୈଠକରେ ହୋଇଥିବା ଅତି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିଗୁଡିକ ଏଠାରେ ଉଦାହରଣ ଭାବେ ନିଆଯାଇପାରେ। ଯାଜପୁର ଜିଲାରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ଏହି ବୈଠକରେ ନିଷ୍ପତ୍ତି ହୋଇଥିଲା। ଏଥିପାଇଁ ବଡଚଣା ବ୍ଲକର ମଝିପଡ଼ାରେ ସ୍ଥାନ ମଧ୍ୟ ଚିହ୍ନଟ ସରିଥିଲା। ଏପରିକି ପୁଷ୍ପଗିରି ଓଡ଼ିଆ ବିଶ୍ୱବିଦ୍ୟାଳୟ ନାମରେ ନାମକରଣ ମଧ୍ୟ ହୋଇଥିଲା। କିନ୍ତୁ ଜିଲା ପରିଷଦର ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହୋଇ ପାରିଲା ନାହିଁ। ଶେଷରେ ପୁରୀ ଜିଲାକୁ ଓଡ଼ିଆ ବିଶ୍ୱବିଦ୍ୟାଳୟ ସ୍ଥାନାନ୍ତରଣ ହୋଇଥିଲା। ଏହାସହ ଯାଜପୁର ଜଳସେଚନ ବିଭାଜନ ମାଧ୍ୟମରେ ୩୪ଟି ମୁଖ୍ୟ ନାଳ ଓ ତାହାର ଶାଖା ନାଳକୁ ଅନ୍ତର୍ଭୁକ୍ତ, ୪୭ କି.ମି. ଲମ୍ବ ଗେଙ୍ଗୁଟି ନାଳ ଏବଂ ୨୫.୨ କି.ମି. ଲମ୍ବ କାଣୀ ନାଳର ପୁନରୁଦ୍ଧାର, ନାଳଗୁଡ଼ିକରେ ଚେକ୍‌ ଡ୍ୟାମ ନିର୍ମାଣ କରାଯାଇ ଚାଷ କାର୍ଯ୍ୟରେ ବ୍ୟବହାର ସହ ଉଦ୍ୟାନ କୃଷି, ସାଧାରଣ ବଣ୍ଟନ, ଗ୍ରାମ ବିଦ୍ୟୁତୀକରଣ ଇତ୍ୟାଦି ସମ୍ପର୍କରେ ଆଲୋଚନା କରାଯାଇ ହିତାଧିକାରୀଙ୍କୁ ଯୋଜନା ମାଧ୍ୟମରେ ଊପଯୁକ୍ତ ସେବା ଯୋଗାଇବାକୁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ଏଯାଏ କୌଣସି ନିଷ୍ପତ୍ତି ଉପଯୁକ୍ତ ଭାବେ କାର୍ଯ୍ୟକାରୀ ହୋଇପାରିନାହିଁ। ଯେକୌଣସି ଅଞ୍ଚଳର ବିକାଶ ସେହି ଅଞ୍ଚଳର ନେତୃତ୍ୱ ଉପରେ ନିର୍ଭର କରିଥାଏ। ଏଥିରେ ଜିଲା ପରିଷଦର ଭୂମିକା ବହୁ ଗୁରୁତ୍ୱପୂର୍ଣ୍ଣ। ଏଣୁ ସେମାନଙ୍କ କାର୍ଯ୍ୟାବଳୀରେ ପରିବର୍ତ୍ତନ ନ ହେଲେ ଚଳିତ ପଞ୍ଚାୟତ ନିର୍ବାଚନରେ ଯେ ଭୋଟର ସେମାନଙ୍କ ସମର୍ଥତ୍ତ ଦଳରୁ ଦୂରେଇ ଯିବେ ବୋଲି ସାଧାରଣରେ ମତପ୍ରକାଶ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପିନାକୀ-ମହେଶଙ୍କୁ ମିଳିଲାନି ଟିକେଟ

ଭୁବନେଶ୍ୱର,୨୮।୩: ଆଗାମୀ ଲୋକ ସଭା ନିର୍ବାଚନକୁ ନେଇ ବିଜେଡି ଏହାର ପ୍ରାର୍ଥୀ ଘୋଷଣା କରିଛି। ବୁଧବାର ୧୫ ଆସନ ଲାଗି ପ୍ରାର୍ଥୀ ଘୋଷଣା ହୋଇଛି। ସେଥିମଧ୍ୟରୁ...

ଭାଜପାରେ ଯୋଗ ଦେଲେ ଭର୍ତ୍ତୃହରି, ସିଦ୍ଧାନ୍ତ, କଡ଼ା ଭାଷାରେ ସମାଲୋଚନା କଲା ବିଜେଡି

ଭୁବନେଶ୍ୱର,୨୮।୩: ଗୁରୁବାର ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଛନ୍ତି କଟକ ଏମପି ଭର୍ତ୍ତୃହରି ମହତାବ, ପୂର୍ବତ୍ତନ ଲୋକ ସଭା ଏମପି ସିଦ୍ଧାନ୍ତ ମହାପାତ୍ର ଏବଂ ପଦ୍ମଶ୍ରୀ...

ଭାଜପାରେ ଯୋଗ ଦେବା ପରେ ଭର୍ତ୍ତୃହରି ଦେଲେ ବଡ଼ ବୟାନ, କହିଲେ ଓଡ଼ିଶାରେ…

ନୂଆଦିଲ୍ଲୀ,୨୮।୩: ବିଜେପିରେ ସାମିଲ ପରେ ସାଂସଦ ଭର୍ତ୍ତୃହରି ମହତାବ ଓଡ଼ିଶା ରାଜନୀତିକୁ ନେଇ ବଡ଼ ବୟାନ ଦେଇଛନ୍ତି। କେବଳ ‘ରାଷ୍ଟ୍ରବାଦ, ଏକାତ୍ମତା, ପୂର୍ବୋଦୟ ଭାଜପା ଜରିଆରେ...

ପଦ୍ମ ଧରିଲେ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା

ଭୁବନେଶ୍ୱର/ନୂଆଦିଲ୍ଲୀ,୨୮।୩: ଭାଜପାରେ ସାମିଲ ହେଲେ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା। ଗୁରୁବାର ଅପରାହ୍ନ ସାଢେ ୨ଟାରେ ନୂଆଦିଲ୍ଲୀର ଭାଜପା ମୁଖ୍ୟାଳୟରେ ସେ ଯୋଗ ଦେଇଛନ୍ତି। ଏହା ସହିତ...

ଭାଜପାରେ ଯୋଗଦେଲେ ଭର୍ତ୍ତୃହରି ମହତାବ, ନିକଟରେ ବିଜେଡିରୁ ଇସ୍ତଫା ଦେଇଥିଲେ

ଭୁବନେଶ୍ୱର,୨୮।୩: ନିକଟରେ ବିଜୁ ଜନତା ଦଳ(ବିଜେଡି)ରୁ ଇସ୍ତଫା ଦେଇଥିବା କଟକ ଲୋକ ସଭା ଏମପି ଭର୍ତ୍ତୃହରି ମହତାବ ଭାଜପାରେ ଯୋଗ ଦେଇଛନ୍ତି। ତାଙ୍କ ସହିତ ଦୁଇଥର...

ଭାଜପାରେ ମିଶିଲେ ସିଦ୍ଧାନ୍ତ ମହାପାତ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮ା୩: ଭାଜପାରେ ଗୁରୁବାର ଯୋଗ ଦେଇଛନ୍ତି ଅଭିନେତା ତଥା ବିଜେଡିର ପୂର୍ବତନ ଏମ୍‌ପି ସିଦ୍ଧାନ୍ତ ମହାପାତ୍ର। ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟରେ ଯୋଗଦେଇ ସେ ଭାଜପାରେ ସାମିଲ...

ଆଗାମୀ ଦୁଇ ଦିନରେ ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ ତାପମାତ୍ରା

ଭୁବନେଶ୍ୱର,୨୮ା୩: ପାଗ ଶୁଖିଲା ରହୁଥିବାରୁ ଚଳିତମାସ ଶେଷ ପର୍ଯ୍ୟନ୍ତ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ...

ଏପ୍ରିଲ ପ୍ରଥମ ସପ୍ତାହରେ ଘୋଷଣା ହେବ କଂଗ୍ରେସ ଟିକେଟ୍‌

ଭୁବନେଶ୍ୱର,୨୮।୩: ମୁଣ୍ଡ ଉପରେ ନିର୍ବାଚନ। ଭାଜପା ଓ ବିଜେଡି ପର୍ଯ୍ୟାୟ କ୍ରମେ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। କିନ୍ତୁ ଏଥିରେ ପଛରେ ପଡିଛି କଂଗ୍ରେସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri