Posted inଫୁରସତ

ଘର ପାଲଟିଲା ହମିଂ ବାର୍ଡ ହସ୍ପିଟାଲ

ମେକ୍ସିକୋ ସିଟିର ୭୩ ବର୍ଷୀୟା କାଟିଆ ଲାତୋଫ ଡି ଆରିଦାଙ୍କ ଆପାର୍ଟମେଣ୍ଟ ଏବେ ହମିଂ ବାର୍ଡ ହସ୍ପିଟାଲ ବା ହମିଂବାର୍ଡ ଅଭୟାରଣ୍ୟ ଭାବେ ପରିଚିତ। ଆଉ କାଟିଆ ହମିଂବାର୍ଡଙ୍କ କେୟାର ଟେକର୍‌ ଭାବେ ପରିଚିତ ହେଉଛନ୍ତି। କାରଣ ତାଙ୍କ ଘର ଭିତରେ ବିନା ଡ଼ର ଭୟରେ ଘୁରି ବୁଲନ୍ତି ଅନେକ ହମିଂବାର୍ଡ। ତେବେ ଏସବୁ ହମିଂବାର୍ଡ ଦିନେ ଥିଲେ ଅସୁସ୍ଥ। କାଟିଆ ସେମାନଙ୍କର ଯତ୍ନ ନେଇ ସେମାନଙ୍କୁ ଦେଇଛନ୍ତି ନୂଆ ଜୀବନ। ୨୦୧୧ରୁ କାଟିଆ ହମିଂବାର୍ଡଙ୍କ ଯତ୍ନ ନେବା କାମ ଆରମ୍ଭ କରିଛନ୍ତି। ସେତେବେଳେ ସେ ସ୍ବାମୀଙ୍କୁ ହରାଇଥାନ୍ତି। ଆଉ ଏକୁଟିଆ ନିଜ କ୍ୟାନ୍ସର ରୋଗ ସହ ଲଢେଇ କରୁଥାନ୍ତି। ଫଳରେ କାଟିଆ ମାନସିକ ଅବସାଦଗ୍ରସ୍ତ ହୋଇ ଯାଇଥାନ୍ତି। ହେଲେ ଥରେ ସେ ରାସ୍ତାରେ ଗଲାବେଳେ ଆଖିରେ ଆଘାତ ଲାଗିଥିବା ଏକ ହମିଂବାର୍ଡ ପାଇଲେ। ଆଉ ତାକୁ ଘରକୁ ନେଇ ଆସିଲେ। ସେମାନଙ୍କର ଯତ୍ନ କିଭଳି ନିଆଯିବ ଜାଣି ନ ଥିବାରୁ ଜଣେ ସାଙ୍ଗଙ୍କ ସାହାଯ୍ୟ ଲୋଡିଥିଲେ। ଆଉ ଅନେକ କଷ୍ଟପରେ ହମିଂ ବାର୍ଡଟି ନୂଆ ଜୀବନ ଫେରି ପାଇଥିଲା। ଯାହା କାଟିଆଙ୍କୁ ମାନସିକ ଶାନ୍ତି ପ୍ରଦାନ କରିଥିଲା। ଏହାପରେ କିଛି ଲୋକ କ୍ଷତବିକ୍ଷତ ହମିଂବାର୍ଡ ଆଣି ତାଙ୍କୁ ଦେଲେ। କାଟିଆ ସେଇ କୁନି ଚଢେଇଙ୍କର ବି ଯତ୍ନ ନେଇ ସେମାନଙ୍କୁ ସୁସ୍ଥ କଲେ। ଆଉ ସୁସ୍ଥ ହେବାପରେ ଚଢେଇଗୁଡିକ ତାଙ୍କ ଘରସାରା ଘୁରି ବୁଲିଲେ। ପରେ ସେ ତାଙ୍କୁ ଜଙ୍ଗଲରେ ଛାଡି ଦିଅନ୍ତି। ହେଲେ ପୁଣିଥରେ ସେମାନେ ଘରକୁ ଚାଲି ଆସନ୍ତି। ଆଉ ତାଙ୍କ ଘରେ ଆରାମରେ ଉଡି ବୁଲନ୍ତି। ଯାହାକି ତାଙ୍କ ମାନସିକ ଅବସାଦ ସହ ରୋଗରେ ବି ଅନେକ ଉପଶମ ପ୍ରଦାନ କଲା। ସେବେଠାରୁ ଆଜିଯାଏ ସେ ଅନେକ ହମିଂବାର୍ଡଙ୍କ ଜୀବନଦାତ୍ରୀ ପାଲଟିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାରାକୁ ଖାଇବାକୁ ଦେଇ ଫସିଲେ ମହିଳା: ଲାଗିଲା ୨ ଲକ୍ଷ ଟଙ୍କା ଜରିମାନା

ସାଧାରଣତଃ ପଶୁ ଏବଂ ପକ୍ଷୀମାନଙ୍କୁ ଖାଇବାକୁ ଦେବା ଭଲ ବୋଲି ବିବେଚନା କରାଯାଏ। କିନ୍ତୁ ଯଦି ଏଥିପାଇଁ ଜଣଙ୍କ ଉପରେ ଜରିମାନା ଲଗାଯିବ, ତେବେ ଏହା ନିହାତି…

ଆଜି ଚକୋଲେଟ୍‌ ଦେଇ ସମ୍ପର୍କରେ ମଧୁରତା ଭରିବେ ପ୍ରେମୀଯୁଗଳ

ଭୁବନେଶ୍ୱର,୯। ୨ (ସୌମ୍ୟରଞ୍ଜନ ରାଉତ): ରାଜଧାନୀରେ ଏବେ ପ୍ରେମଛିଟା ବୋଳି ହୋଇଯାଇଛି। କଲେଜଠାରୁ ଆରମ୍ଭ କରି ପାର୍କ, ହୋଟେଲ୍‌, ସିନେମା ହଲ୍‌ ଓ ବିଭିନ୍ନ ମଲ୍‌ରେ ଏବେ…

ସମର୍ପିତ କୁକୁର ଶ୍ମଶାନ ଘାଟ! ଯେଉଁଠାରେ ସମ୍ମାନର ସହିତ ପ୍ରାଣୀମାନଙ୍କର କରାଯାଏ ଶେଷକୃତ୍ୟ

ଫରିଦାବାଦ,୮।୨: ଫରିଦାବାଦ ମାନବିକତା ଏବଂ ଦାୟିତ୍ୱର ଏକ ନୂତନ ଉଦାହରଣ ସୃଷ୍ଟି କରିଛି। ଏହା ହରିୟାଣାର ପ୍ରଥମ ସହର ହୋଇଛି ଯେଉଁଠାରେ ବୁଲା କୁକୁରଙ୍କ ପାଇଁ ଏକ…

ପ୍ରଥମ ରୋଜଗାର ଟଙ୍କା ବାପା-ବୋଉ ହାତକୁ ବଢାଇ ଦେବାର ସତ୍‌ ସାହସ ନ ଥିଲା: ପରେ ମୋ ପଇସାରେ ବାପାଙ୍କ ଲୋନ୍‌ କ୍ଲିଅର କରିଥିଲି

ଏତେ ବର୍ଷ ପରେ ନିଜ ପହିଲି ରୋଜଗାରର ପୁଲକ ବିଷୟରେ କିଛି ଲେଖିବାକୁ ଆରମ୍ଭ କଲା ବେଳେ ଟିକେ ଭାବପ୍ରବଣ ହୋଇ ଉଠୁଛି ମନ। ଦୃଶ୍ୟପଟ୍ଟରେ ଭାସି…

ସ୍ବେଚ୍ଛାଚାରୀ ଶାସକ ଭାବେ ପରିଚିତ ହିଟଲର୍‌ଙ୍କୁ ବି ହୋଇଥିଲା ପ୍ରେମ: ଜାଣନ୍ତୁ ତାଙ୍କ ରୋଚକ ପ୍ରେମକାହାଣୀ

ସତରେ ! ପ୍ରେମ କାହାକୁ ବି ହୋଇପାରେ, ସେଇଥିପାଇଁ ବୋଧେ ସମଗ୍ର ବିଶ୍ୱରେ କ୍ରୁର ଓ ସ୍ବେଚ୍ଛାଚାରୀ ଶାସକଭାବେ ପରିଚିତ ହିଟଲର୍‌ ବି ଏଥିରୁ ବାଦ୍‌ ଯାଇ…

ଏମାନେ ଧନୀ ନୁହନ୍ତି, କୋଟି କୋଟି ଟଙ୍କା ଖର୍ଚ୍ଚ ବି କରିନାହାନ୍ତି: ତଥାପି ବିବାହ ଭାଇରାଲ

ପ୍ରେମ ଦୁଇଟି ମନର ମିଳନ। ଏହା ପବିତ୍ର, ଏହା ଶାଶ୍ୱତ। ପ୍ରେମ ମାନେ ନୁହେଁ ଜଣକୁ ପାଇ ଖୁସି ହୋଇଯିବା, ବରଂ ପ୍ରେମ ହେଉଛି ତାହା ଯାହାକୁ…

ମନର ଭାବନାକୁ ପାର୍ଟନରଙ୍କ ଆଗରେ ଖୋଲାଖୋଲି ପ୍ରକାଶ କରିବାର ଦିନଟିଏ…

ପ୍ରତିବର୍ଷ ଫେବୃଆରୀ ୮ରେ ବିଶେଷକରି ଯୁବପିଢ଼ି ପାଳନ କରିଥାନ୍ତି ପ୍ରପୋଜ ଡେ’। ଭାଲେଣ୍ଟାଇନ୍ସ ଉଇକ୍‌ର ଦ୍ୱିତୀୟ ଦିନ ହେଉଛି ପ୍ରପୋଜ ଡେ’। ଏହି ଦିନଟି ନିଜର ଭାବନାକୁ…

ଏହି ଗାଁରେ ଦୁଇ ମହଲା ଘର ତିଆରି କରିବାକୁ ଡରନ୍ତି ଗ୍ରାମବାସୀ, କାରଣ ଜାଣିଲେ…

ଭାରତରେ ଅନେକ ଗାଁ ରହିଛି। ଗାଁରେ ଅନେକ ଆଶ୍ଚର୍ଯ୍ୟଜନକ କାହାଣୀ ବି ଶୁଣିବାକୁ ମିଳେ। ପ୍ରତ୍ୟେକ ଗାଁର ନିଜସ୍ବ ପରମ୍ପରା ଏବଂ ସଂସ୍କୃତି ଅଛି। ଏପରି ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri