ରେଳ ଡିଭିଜନ କାର୍ଯ୍ୟ ପାଇଁ ହଟିବ ବସ୍ତି

ରାୟଗଡ଼ା,୧୫।୨(ସ୍ବ.ପ୍ର.): ରାୟଗଡ଼ା ରେଳ ଡିଭିଜନର ଉନ୍ନତିକରଣ ଏବଂ ନିର୍ମାଣ କାର୍ଯ୍ୟ ତ୍ୱରାନ୍ବିତ ପାଇଁ ରେଳ ବିଭାଗ ଜମିରେ ଗଢ଼ି ଉଠିଥିବା ବସ୍ତିର ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ରେଲ୍‌ଓ୍ବେ ଅଧୀନସ୍ଥ ଜମିରେ ଗଢ଼ି ଉଠିଥିବା କୋଇଲାପଡ଼ା ବସ୍ତିବାସିନ୍ଦାଙ୍କୁ ଚଳିତ ମାସ ୨୨ ତାରିଖ ସୁଦ୍ଧା ସ୍ଥାନ ଖାଲି କରିବାକୁ ନିର୍ଦେଶ ଦିଆଯାଇଛି। ଏହାପରେ ଯଦି ସେମାନେ ଖାଲି ନ କରନ୍ତି ତେବେ ରେଲ୍‌ଓ୍ବେ କର୍ତ୍ତୃପକ୍ଷ ବାଧ୍ୟହୋଇ ଜବରଦଖଲ ଉଚ୍ଛେଦ କରିବେ ବୋଲି ଚେତାବନି ଦେଇଛନ୍ତି। ଏହି ନିର୍ଦ୍ଦେଶନାମା ୱାଲଟିୟର ଡିଭିଜନ ଇଷ୍ଟେଟ ଅଫିସରୁ ଆସିଛି। ମଙ୍ଗଳବାର ରେଲ୍‌ଓ୍ବେର ୫ କର୍ମଚାରୀ ଆସି ଖାଲି ପଡ଼ିଥିବା ୩ ଘରକୁ ଭାଙ୍ଗିଦେଇଛନ୍ତି। ଉଚ୍ଛେଦ ହୋଇଥିବା ଘର ଗୁଡ଼ିକ ନାରସାମ୍ମା, ସନିଆ ଶବର ଓ ମାଣିକ ନାଗଙ୍କର ବୋଲି ଜଣାପଡ଼ିଛି। ଏଥିସହ ଆଗାମୀ ୨୨ ସୁଦ୍ଧା ସେଠାରେ ବସବାସ କରୁଥିବା ସମସ୍ତ ବାସିନ୍ଦାଙ୍କୁ ଘର ଖାଲି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ, ରାୟଗଡ଼ା ରେଳ ଡିଭିଜନ ରୂପେ ଘୋଷଣା ହୋଇଥିଲେ ମଧ୍ୟ ବସ୍ତିବାସିନ୍ଦାଙ୍କ ଥଇଥାନକୁ ନେଇ କାର୍ଯ୍ୟ ମନ୍ଥର ଗତିରେ ଚାଲିଛି। ରେଳବାଇ ଅଧୀନସ୍ଥ ବହୁ ଜମିରେ ବେଆଇନ ବସ୍ତି ଗଢ଼ି ଉଠିଛି ା ପ୍ରାୟ ୨୫ ରୁ ୩୦ ବର୍ଷ ଧରି ଲୋକ ସେଠାରେ ବସବାସ କରୁଛନ୍ତି। ତେବେ ସେମାନଙ୍କୁ ପୂର୍ବରୁ ସ୍ଥାନ ଖାଲି କରିବା ପାଇଁ ସମୟ ପ୍ରଦାନ ସହ ବହୁବାର ନୋଟିସ ଜାରି କରିଥିଲେ। ହେଲେ ଅଦ୍ୟାବଧି ତାହା ଖାଲି ହୋଇନାହିଁ। ଅପରପକ୍ଷେ ଉକ୍ତ ସ୍ଥାନ ରେଲ୍‌ଓ୍ବେର ହୋଇଥିବା ବେଳେ ରାଜ୍ୟ ସରକାର ସେମାନଙ୍କୁ ଜାଗା ମିଶନ ଯୋଜନାରେ କିଭଳି ପ୍ରମାଣ ପତ୍ର ପ୍ରଦାନ କଲେ ତାହା ତଦନ୍ତ ସାପେକ୍ଷ। ଉକ୍ତ କୋଇଲାପଡ଼ା ବସ୍ତି ରେଳ ବିଭାଗ ଜମିରେ ଗଢ଼ି ଉଠିଥିବା ବେଳେ ସେଠାରେ ୧୨୬ ଘର ରହିଛି। ସେମାନଙ୍କୁ ପାନୀୟ ଜଳ ଓ ବିଦ୍ୟୁତ୍‌ ସଂଯୋଗ ସହ ଅନ୍ୟ ସରକାରୀ ସୁବିଧା ମଧ୍ୟ ଯୋଗାଇ ଦିଆଯାଇଛି। କେଉଁଠି ନଗର ବିଭାଗ ତ କେଉଁଠି ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇଛି। ହେଲେ ଏବେ ସେଠାରୁ ନିଜର ଛୋଟ ଛୋଟ ପିଲାଙ୍କୁ ନେଇ ବସ୍ତିବାସିନ୍ଦା କେଉଁଆଡ଼େ ଯିବେ ସେ ଚିନ୍ତାରେ ଦିନ କାଟୁଛନ୍ତି। ତେବେ ସେମାନଙ୍କୁ ଉକ୍ତ ସ୍ଥାନ ଛାଡ଼ି ଅନ୍ୟତ୍ର ସ୍ଥାନାନ୍ତର ପାଇଁ ବହୁବାର ନୋଟିସ ଦିଆଯାଇଥିଲେ ମଧ୍ୟ ଜିଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ ସ୍ଥାନାନ୍ତର ପାଇଁ ଜାଗା ଚିହ୍ନଟ କରାଯାଇ ନ ଥିବାରୁ ସେମାନେ ସ୍ଥାନ ଛାଡ଼ି ଯାଇ ନ ଥିବା ବସ୍ତିବାସିନ୍ଦା ପ୍ରକାଶ କରିଛନ୍ତି। ଏ ନେଇ ରାୟଗଡ଼ା ତହସିଲଦାର ତାପସ ରାଉତଙ୍କୁ ପଚାରିବାରୁ ସେମାନଙ୍କ ପାଇଁ ଜମି ଚିହ୍ନଟ ପ୍ରକ୍ରିୟା ଚାଲିଛି ବୋଲି କହିଛନ୍ତି। ଯୋଗ୍ୟ ହିତାଧିକାରୀଙ୍କୁ ସରକାରୀ ଜାଗାରେ ଥଇଥାନର ବ୍ୟବସ୍ଥା କରାଯିବ ବୋଲି ତହସିଲଦାର ରାଉତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

ଦିଗପହଣ୍ଡିରେ ଚାଞ୍ଚଲ୍ୟ: ପୋଖରୀରେ ମାଛଧରୁଥିବା ବେଳେ ଜାଲରେ କୁମ୍ଭୀର…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ଘୋଡ଼ାହାଡ଼ ଡ୍ୟାମ ରାସ୍ତାର ସନ୍ଥ ଅରକ୍ଷିତ ଛକରେ ଥିବା ପୋଖରୀରୁ କୈବର୍ତ୍ତମାନେ ଶୁକ୍ରବାର ସକାଳେ ମାଛ ଧରୁଥିବା ବେଳେ ଜାଲରେ…

ତାମିଲନାଡୁ ବିଧାନସଭା ନିର୍ୱାଚନ: ଭାଜପା ପ୍ରାର୍ଥୀ ତାଲିକାରେ ଆନ୍ନାମଲାଇଙ୍କ ନାମ ନାହିଁ

ଚେନ୍ନାଇ,୩ା୪: ତାମିଲନାଡୁ ବିଧାନସଭା ନିର୍ୱାଚନ ପାଇଁ ଭାଜପା ଶୁକ୍ରବାର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ହେଲେ ଦଳର ପୂର୍ୱତନ ରାଜ୍ୟ ସଭାପତି କେ. ଆନ୍ନାମଲାଇଙ୍କ ନାମ ଉକ୍ତ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

କାଳବୈଶାଖୀ ତାଣ୍ଡବ: ଟଳିପଡ଼ିଲେ ଗୋଟିଏ ପରେ ଗୋଟିଏ ଗୋରୁ…

ମୋହନା,୪।୩(ମନ୍ମଥ ମିଶ୍ର): କାଳବୈଶାଖୀରେ ଆଖି ବୁଜିଲେ ୪ ଗୋରୁ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ମେରାପଲ୍ଲୀ ପଞ୍ଚାୟତ ବନ୍ଧାଗୁଡା ଗାଁରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri