ହୋଟେଲ ବ୍ୟବସାୟୀ ହଟହଟା

ଭୁବନ, ୬।୫:  ବର୍ଷେ କାଳ ସହିଥିଲେ କରୋନା କଷଣ। ବନ୍ଦ ହୋଇଯାଇଥିଲା ବ୍ୟବସାୟ। ହାତରୁ ଗଣିଥିଲେ ଘରଭଡ଼ା, କାରିଗରଙ୍କ ମଜୁରି, ବିଦ୍ୟୁତ୍‌ ବିଲ୍‌। କଟକଣା କୋହଳ ପରେ ଧାରକରଜ କରି ଅଣ୍ଟା ସଳଖି ଛିଡ଼ା ହେବାକୁ ଉଦ୍ୟମ କରୁଥିବା ବେଳେ ଦାଉ ସାଧିଛି ଦ୍ୱିତୀୟ ଲହର। ସଂକ୍ରମଣ ଚେନ୍‌ ଭାଙ୍ଗିବାକୁ ରାଜ୍ୟ ସରକାର ଶେଷ ଅସ୍ତ୍ର ଭାବେ ବୁଧବାରଠାରୁ ଲକ୍‌ଡାଉନ୍‌ ଲାଗୁ କରିଥିବା ବେଳେ ପ୍ରଥମ ଦିନରୁ ହଟହଟା ହୋଇଛନ୍ତି ହୋଟଲ ବ୍ୟବସାୟୀ। ଖାଦ୍ୟ ପାର୍ସଲରେ ନେବାକୁ ଗ୍ରାହକ ଅମଙ୍ଗ ହେବା ଏବଂ ମଧ୍ୟାହ୍ନ ୧୨ଟା ପରେ ପ୍ରଶାସନ ପକ୍ଷରୁ କଟକଣା କଡ଼ାକଡ଼ି କରାଯିବା ପରେ ବ୍ୟାପକ ପରିମାଣର ରନ୍ଧା ଖାଦ୍ୟ ନଷ୍ଟ ହୋଇଯାଇଛି। ଆଗାମୀ ୧୯ ତାରିଖ ଯାଏ ଲକ୍‌ଡାଉନ୍‌ ଅବଧି ଥିବାବେଳେ ଦୈନିକ ଏଭଳି କ୍ଷତି ଭରଣା କରିବା ଅସମ୍ଭବ। ତେଣୁ କଟକଣା କୋହଳ ହେବା ଯାଏ ଦୋକାନ ବନ୍ଦ କରିବାକୁ ଯୋଜନା କରୁଛନ୍ତି ଢେଙ୍କାନାଳ ଜିଲା ଭୁବନ ଅଞ୍ଚଳର ହୋଟେଲ ମାଲିକ।
ପ୍ରାଣଘାତୀ କରୋନାର ଦ୍ୱିତୀୟ ଲହର ସଂକ୍ରମଣରୁ ଧନଜୀବନକୁ ସୁରକ୍ଷିତ ରଖିବାକୁ ସାରା ରାଜ୍ୟରେ ବୁଧବାରଠାରୁ ଆରମ୍ଭ ହୋଇଛି ୧୪ଦିନିଆ ଲକ୍‌ଡାଉନ୍‌। କଟକଣା ଭିତରେ ସକାଳ ୭ଟାରୁ ମଧ୍ୟାହ୍ନ ୧୨ଟା ଯାଏ ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ସେବା ଜାରି ରହିବ। ହୋଟେଲରେ ଗ୍ରାହକଙ୍କ ସମାଗମ ଉପରେ ରୋକ୍‌ ଲଗାଯାଇଛି। କେବଳ ପାର୍ସଲ ଦିଆଯାଇପାରିବ ବୋଲି ନିୟମ କରାଯାଇଛି। ହେଲେ ସରକାରୀ ନିୟମ ବ୍ୟବସାୟରେ କଣ୍ଟା ସାଜିଥିବା ହୋଟେଲ ମାଲିକ ଅଭିଯୋଗ କରିଛନ୍ତି। ସେମାନଙ୍କ କହିବା କଥା, କଟକଣା ଭିତରେ ଦିନ ୧୨ଟା ଯାଏ କେବଳ ପାର୍ସଲ ଲାଗି ହୋଟେଲକୁ ଅନୁମତି ମିଳିଛି। ତଦନୁଯାୟୀ ସହରରେ ଅନେକ ହୋଟେଲ ଖୋଲିଥିଲା। ହେଲେ ମଧ୍ୟାହ୍ନ ୧୨ଟା ପରେ ସମଗ୍ର ସହର ଜନଶୂନ୍ୟ ହୋଇପଡ଼ିଥିଲା। ଜଣେ ବି ଗ୍ରାହକ ପାର୍ସଲ ନେବାକୁ ଆସି ନ ଥିଲେ। ତେଣୁ ରନ୍ଧାଯାଇଥିବା ଖାଦ୍ୟ ନଷ୍ଟ ହୋଇଗଲା। ଏଭଳି ସମସ୍ୟା ଲାଗି ରହିଲେ ବ୍ୟବସାୟ କରିବା କଷ୍ଟକର ହୋଇପଡ଼ିବ ବୋଲି ସେମାନେ କହିଛନ୍ତି।
ଏ ସଂକ୍ରାନ୍ତରେ ଭୁବନ ଥାନା ଅଧିକାରୀ ପ୍ରଶାନ୍ତ କୁମାର ପାତ୍ର କୁହନ୍ତି, କରୋନାରେ ଧନଜୀବନ ସୁରକ୍ଷା କରିବା ପ୍ରଶାସନର ପ୍ରଥମ ଦାୟିତ୍ୱ। କୌଣସି ପରିସ୍ଥିତିରେ ସରକାରୀ ଗାଇଡ୍‌ଲାଇନ୍‌ ଉଲ୍ଲଂଘନ ହେବନାହିଁ। ପ୍ରଥମ ଦିନରେ ଜନସାଧାରଣଙ୍କୁ ଯଥାସାଧ୍ୟ ସଚେତନ କରିବାକୁ ଉଦ୍ୟମ କରାଯାଇଛି। ହେଲେ ଦ୍ୱିତୀୟ ଦିନଠାରୁ କଟକଣା କଡ଼ାକଡ଼ି କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

ହରଡ଼ଘଣାରେ ପଡ଼ିଛୁ
ଲକ୍‌ଡାଉନ୍‌ ପାଇଁ ହରଡ଼ଘଣାରେ ପଡ଼ିଛୁ। ପ୍ରଶାସନ ପକ୍ଷରୁ ଖାଦ୍ୟ ପାର୍ସଲ କରାଯାଇପାରିବ ବୋଲି କୁହାଯାଇଥିଲା। ହେଲେ ୧୨ଟା ପରେ ଅଞ୍ଚଳ ଜନଶୂନ୍ୟ ହୋଇପଡ଼ିବା ସହ କେହି ଗ୍ରାହକ ଆସି ନ ଥିଲେ। ତେଣୁ ତିଆରି ଖାଦ୍ୟ ନଷ୍ଟ ହୋଇଗଲା।
-ଦୁଷ୍ମନ୍ତ କୁମାର ପୃଷ୍ଟି, ହୋଟେଲ ମାଲିକ
ପସନ୍ଦ ଆସୁନି ପାର୍ସଲ ବ୍ୟବସ୍ଥା
ଗ୍ରାହକମାନେ ପାର୍ସଲ ବ୍ୟବସ୍ଥାକୁ ପସନ୍ଦ କରୁନାହାନ୍ତି। ଫଳରେ ହଜାର ହଜାର ଟଙ୍କା ବ୍ୟୟରେ ତିଆରି କରାଯାଇଥିବା ଖାଦ୍ୟ ନଷ୍ଟ ହୋଇଯାଇଛି। କୋଭିଡ୍‌ କଟକଣା ଭିତରେ ବସିକରି ଖାଇବା ଲାଗି ଅନୁମତି ମିଳିଲେ ସମସ୍ତେ ଉପକୃତ ହୋଇପାରନ୍ତେ।
-ମାନସ କୁମାର ସାହୁ, ହୋଟେଲ ମାଲିକ
ଦୋକାନ ଚଳାଇବା କଷ୍ଟକର
ଲକ୍‌ଡାଉନ୍‌ରେ ବ୍ୟବସାୟ ପ୍ରଭାବିତ ହେବ ବୋଲି ଯେଉଁ ଆଶଙ୍କା କରାଯାଉଥିଲା, ତାହା ସତ ହୋଇଛି। ଆଗାମୀ ଦୁଇ ସପ୍ତାହ ହୋଟେଲ ବନ୍ଦ ରହିଲେ ଦୋକାନ ଚଳାଇବା, କାରିଗରଙ୍କ ମଜୁରି ଦେବା, ବିଦ୍ୟୁତ୍‌ ଦେୟ ପୈଠ କରିବା କଷ୍ଟକର ହୋଇପଡ଼ିବ।
-କୃଷ୍ଣଚନ୍ଦ୍ର ବେହେରା, ହୋଟେଲ ମାଲିକ
ଫାଷ୍ଟଫୁଡ୍‌ ବ୍ୟବସାୟୀ ବେଶି ପ୍ରଭାବିତ
ସରକାରଙ୍କ ଲକ୍‌ଡାଉନ୍‌ରେ ଫାଷ୍ଟଫୁଡ୍‌ ବ୍ୟବସାୟୀ ସର୍ବାଧିକ ପ୍ରଭାବିତ ହେବା ଆଶଙ୍କା ସୃଷ୍ଟି ହୋଇଛି। ଭଡ଼ା ନେଇ ଦୋକାନ କରିଥିବା ବ୍ୟବସାୟୀଙ୍କ ଭଡ଼ା ପଇସା କେମିତି ଉଠିବ ତାହା ଏବେ ଚିନ୍ତାର କାରଣ ସାଜିଛି। ତେଣୁ ଆସନ୍ତା ୧୫ଦିନ ପରିବାର ଚଳାଇବା ଲାଗି ଅନ୍ୟ କୌଣସି ବ୍ୟବସାୟ କରିବାକୁ ଯୋଜନା କରୁଛି।
-ପପୁ ସାହୁ, ଫାଷ୍ଟ ଫୁଡ୍‌ ଦୋକାନୀ


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ମୃତ ରାମା ରାଓଙ୍କ ପରିବାରକୁ ସହାୟତାର ହାତ ବଢ଼ାଇଲେ ବିଧାୟକ

ଗଞ୍ଜାମ,୩ା୧୦(ଅନାଥ ତରାଇ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଗୋଖୁରଗୁଦା ଗ୍ରାମର ଡବ୍ଲ୍ୟୁ ରାମା ରାଓଙ୍କର ତିରୁପତିଠାରେ କାର୍ଯ୍ୟରତ ଥିବା ସମୟରେ ଏକ ସଡ଼କ ଦୁର୍ଘଟଣାରେ ଅକାଳ…

ବ୍ରେକ୍‌ଅପ୍‌ ପରେ ପ୍ରେମିକଙ୍କ ଉପରେ ଅଜବ ପ୍ରତିଶୋଧ ନେଲେ ପ୍ରେମିକା: ଘରର ତାପମାତ୍ରା ବଢ଼ାଇ ଭାଙ୍ଗିଦେଲେ…

ଯେତେବେଳେ ହୃଦୟ ଭାଙ୍ଗିଯାଏ ବା କେହି ବିଶ୍ୱାସଘାତକତା କରି ଆଗକୁ ବଢ଼ିଯାଏ, ସେତେବେଳେ ବ୍ୟକ୍ତି ପ୍ରତିଶୋଧ ନେବା ପାଇଁ ଅଜବ ଅଜବ ଉପାୟ ସବୁ ଆପଣାଇଥାଏ। ବ୍ରିଟେନର…

୧୨ ଅକ୍ଟୋବରରୁ ୩ ରାଶି ମାଲାମାଲ! ବିଶାଖା ନକ୍ଷତ୍ରରେ ବୁଧଙ୍କ ଚଳନ, ଚମକିବ ଆପଣଙ୍କ ଭାଗ୍ୟ?

ବୈଦିକ ଜ୍ୟୋତିଷରେ ବୁଧଙ୍କୁ “ଗ୍ରହମାନଙ୍କ ରାଜକୁମାର” ବୋଲି କୁହାଯାଏ। ବୁଧ ହେଉଛନ୍ତି ବୁଦ୍ଧି, ବାଣୀ, ତର୍କ ଏବଂ ବ୍ୟବସାୟର କାରକ ଗ୍ରହ। ବର୍ତ୍ତମାନ ବୁଧ ତାଙ୍କ ମିତ୍ର…

ଏସୀୟ କ୍ରୀଡ଼ା: ବିଶ୍ୱର ଏକ ନମ୍ବର କୁସ୍ତିଯୋଦ୍ଧାଙ୍କୁ ପରାସ୍ତ କରି ଭାରତ ପାଇଁ ୨୦ତମ ସ୍ବର୍ଣ୍ଣ ପଦକ ଜିତିଲେ ଅମନ ସେହରାୱତ

ନୂଆଦିଲ୍ଲୀ,୩।୧୦: ଅମନ ସେହରାୱତ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସେ ପୁରୁଷ ୫୭ କିଲୋଗ୍ରାମ ବର୍ଗର ଫାଇନାଲ ମୁକାବିଲାରେ ବିଶ୍ୱର ଏକ ନମ୍ବର କୁସ୍ତିଯୋଦ୍ଧାଙ୍କୁ ପରାସ୍ତ କରିଛନ୍ତି। ଏହି…

ପାର୍ବଣକୁ ନେଇ ଆନନ୍ଦପୁରରେ କଡ଼ା ସୁରକ୍ଷା: ନାକା ଡ୍ୟୁଟିରେ ପୋଲିସଙ୍କ ସହ ସାମିଲ ହେଲେ ଉପଜିଲାପାଳ

ବଞ୍ଚୋ, ୩/୧୦ (ପ୍ରଦୋଷ ବିଶ୍ୱାଳ): ପାର୍ବଣ ଋତୁ ଆରମ୍ଭ ହୋଇଥିବାରୁ ଆନନ୍ଦପୁର ଅଞ୍ଚଳରେ ଶାନ୍ତିଶୃଙ୍ଖଳା ଓ ସୁରକ୍ଷା ବଜାୟ ରଖିବା ପାଇଁ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା…

‘ମାତୃଭୂମି’କୁ ମିଳିଲା ଗ୍ରୀନ ସିଗ୍‌ନାଲ: ଏବେ ସଲମାନ…

ମୁମ୍ବାଇ,୩।୧୦: ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଆଗାମୀ ୱାର୍‌-ଡ୍ରାମା ଫିଲ୍ମ ନେଇ ଆସିଛି ଖୁସି ଖବର। ଦୀର୍ଘଦିନ ଧରି ରିଲିଜକୁ ନେଇ ଚାଲିଥିବା ଅନିଶ୍ଚିତତା ମଧ୍ୟରେ ଫିଲ୍ମକୁ…

ଦୁର୍ଘଟଣାରେ ମୃତ ଅନିଲଙ୍କ ପରିବାରକୁ ମିଳିଲା ୪ ଲକ୍ଷ ଟଙ୍କାର ସହାୟତା

ଗଞ୍ଜାମ, ୩/୧୦ (ଅନାଥ ତରାଇ): ଦୁର୍ଘଟଣାରେ ଅକାଳରେ ପ୍ରାଣ ହରାଇଥିବା ଗଞ୍ଜାମ ଏନ୍‌ଏସି ସାମନ୍ତରା ସାହିର ଅନିଲ ମହାପାତ୍ରଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିରୁ ୪ ଲକ୍ଷ…

ଅଭିଷେକ କିମ୍ବା ତିଲକ ନୁହଁନ୍ତି, ଏହି ଦୁଇ ବୋଲର୍‌ ଟିମ ଇଣ୍ଡିଆକୁ ଦେଲେ ସ୍ବର୍ଣ୍ଣ ପଦକ, ନାମ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୩।୧୦: ଭାରତୀୟ ପୁରୁଷ କ୍ରିକେଟ ଦଳ ୨୦୨୬ ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତିଛି। ଫାଇନାଲ ମ୍ୟାଚରେ ଭାରତୀୟ ଦଳ ପାକିସ୍ତାନକୁ ୧୯ ରନରେ ପରାସ୍ତ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?