ଫୁଟୁଥିବା ଗରମ ପାଣିରେ ୩ କିଲୋ ଚିନି ମିଶାଇ ଶୋଇଥିବା ସ୍ବାମୀଙ୍କ ଉପରେ ଢାଳିଦେଲେ ସ୍ତ୍ରୀ, ଆଉ ତା’ ପରେ…

ଲଣ୍ଡନ,୧୮।୬: ଇଂଲଣ୍ଡର ଜଣେ ୫୯ ବର୍ଷୀୟା ମହିଳା ୮୧ ବର୍ଷୀୟ ବୃଦ୍ଧ ସ୍ବାମୀଙ୍କ ଉପରେ ଫୁଟୁଥିବା ଗରମ ପାଣିରେ ଚିନି ମିଶାଇ ଢାଳି ଦେବାରୁ ତାଙ୍କର ମୃତ୍ୟୁ ଘଟିଛି। ଏହି ମହିଳାଙ୍କ ନାମ କୋରିନା ବେସ୍‌। ସ୍ବାମୀଙ୍କ ସହ ୩୮ ବର୍ଷ ଧରି ସଂସାର କରିବା ପରେ କୌଣସି କଥାକୁ ନେଇ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଏଥିରେ ରାଗିଯାଇ କୋରିନା ସ୍ବାମୀଙ୍କ ଉପରେ ଖାଲି ଫୁଟନ୍ତା ଗରମପାଣି ଢାଳି ନ ଥିଲେ, ବରଂ ଏଥିରେ ୩ କେଜି ଚିନି ମିଶାଇ ଢାଳି ଦେଇଥିଲେ। ଏଥିରୁ ଜଣାପଡୁଛି ଯେ, ସେ ସ୍ବାମୀଙ୍କର କିପରି କ୍ଷତି କରିବାକୁ ପ୍ରସ୍ତୁତ ଥିଲେ। କାରଣ ଗରମପାଣିରେ ଚିନି ମିଶାଇଲେ ଏହା ଘାତକ ହୋଇଥାଏ। ଫଳରେ ଲୋକଙ୍କ ମୃତ୍ୟୁ ହେବା ସ୍ବାଭାବିକ। ଯାହାକି କୋରିନାଙ୍କ ସ୍ବାମୀଙ୍କ ଜୀବନ ନେଲା।

ସୂଚନାଯୋଗ୍ୟ, କୋରିନା ତାଙ୍କ ଝିଅଙ୍କ ସହିତ ମାର୍କେଟିଂ କରିବାକୁ ଯାଇଥିଲେ। ମାତ୍ର ସ୍ବାମୀ ତାଙ୍କୁ ଘରକୁ ଶୀଘ୍ର ଫେରିବା ପାଇଁ ଫୋନ୍‌ କରି ଡାକିଥିଲେ। ସେତେବେଳେ କୋରିନା ତାଙ୍କୁ କିଛି କହି ନ ଥିଲେ। ଘରକୁ ଫେରିବା ପରେ ଏହି କଥାକୁ ନେଇ ଝଗଡ଼ା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ କୋରିନା ସ୍ବାମୀଙ୍କ ଜୀବନ ନେଇଗଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ କୋରିନାଙ୍କୁ ଗିରଫ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେଙ୍ଗୁ କବଳରେ ପାକିସ୍ତାନ: ୪୯ ହଜାର ରୋଗୀ ଚିହ୍ନଟ

ଇସ୍‌ଲାମାବାଦ,୧୮।୧୧: ପାକିସ୍ତାନରେ ଏବେ ଅଣାୟତ୍ତ ହେଲାଣି ଡେଙ୍ଗୁ। ଏବେସୁଦ୍ଧା ସେଠାରେ ୪୯ ହଜାର ୫ ଶହ ୮୭ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇ ସାରିଥିବା ସୂଚନା...

ଚାଇନାକୁ ପଛରେ ପକାଇଲା ଇଟାଲି: ମୃତଦେହ ସଂସ୍କାର ପାଇଁ ନେବାକୁ ପଡୁଛି ସେନାର ସହାୟତା

ରୋମ,୨୦।୩: ଚାଇନାରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ତା’ର ଠିକଣା ବଦଳାଇ ଇଟାଲିରେ କାୟା ବିସ୍ତାର କରି ଚାଲିଛି। ଏବେ ପର୍ଯ୍ୟନ୍ତ ଇଟାଲିରେ କରୋନା...

ପ୍ରିନ୍ସ ହ୍ୟାରି, ମେଘାନଙ୍କ ସୁରକ୍ଷା ଖର୍ଚ୍ଚ ବହନ କରିବନି ଆମେରିକା

ୱାଶିଂଟନ,୩୦ା୩: ଚଳିତବର୍ଷ ଆରମ୍ଭରେ ବ୍ରିଟେନ ରାଜ ପରିବାର ଛାଡ଼ିବାକୁ ଘୋଷଣା କରିଥିବା ପ୍ରିନ୍ସ ହ୍ୟାରି ଏବଂ ତାଙ୍କ ସ୍ତ୍ରୀ ମେଘାନ ମର୍କେଲ ଆମେରିକାରେ ରହିବା ପାଇଁ...

ତାଲିବାନ କବ୍‌ଜାରେ ୮୫% ଆଫଗାନିସ୍ତାନ

କାବୁଲ, ୧୦।୭: ଆଫଗାନିସ୍ତାନରୁ ଆମେରିକା ସୈନ୍ୟ ପ୍ରତ୍ୟାହାର କରୁଥିବାବେଳେ ସେଠାର ଉଗ୍ରପନ୍ଥୀ ସଂଗଠନ ତାଲିବାନ ପୁଣିଥରେ ସକ୍ରିୟ ହୋଇଉଠିଛି। ଏହାର ସଦସ୍ୟମାନେ ବିଭିନ୍ନ ଅଞ୍ଚଳ ଉପରେ...

ଅନଶନରେ ବସିବେ ମରିୟମ୍‌

ଇସ୍‌ଲାମାବାଦ,୯।୭: ଜେଲ୍‌ରେ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫଙ୍କ ଝିଅ ମରିୟମ ନଓ୍ବାଜ ଆମରଣ ଅନଶନ କରିବେ ବୋଲି ଚେତାବନୀ ଦେଇଛନ୍ତି। ଯଦି ବର୍ତ୍ତମାନର...

ଲକ୍ଷଣ ପ୍ରକାଶ ପାଇବାର ୩ ଦିନ ପୂର୍ବରୁ କରୋନା ସଂକ୍ରମିତ ସାଜିଥାନ୍ତି ସୁପର ସ୍ପ୍ରେଡର !

ହଂକଂ,୧୬।୪: କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଏପରିସ୍ଥଳେ ହଂକଂ...

ୟୁଏନ୍‌ଏସ୍‌ସିରେ ଉଠିବନି କଶ୍ମୀର ପ୍ରସଙ୍ଗ

ଜାତିସଂଘ,୩ା୧୧: ଚଳିତ ମାସରେ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି) ବୈଠକ ଅନୁଷ୍ଠିତ ହେବାକୁ ଥିଲାବେଳେ ସେଥିରେ କଶ୍ମୀର ପ୍ରସଙ୍ଗରେ ଆଲୋଚନା ହେବନାହିଁ। ନଭେମ୍ବର ମାସ ପାଇଁ...

ମେକ୍ସିକୋର ସୌଖୀନ ଜୀବ

ଈଶ୍ୱରଙ୍କ ସୃଷ୍ଟି ଅତି ବିଚିତ୍ର। ସାରା ବିଶ୍ୱରେ କେତେ ଯେ ପ୍ରାଣୀ ଅଛନ୍ତି ତା’ର କୌଣସି କଳନା ନାହିଁ। ପ୍ରତ୍ୟେକ ପୁଣି ଭିନ୍ନ ଭିନ୍ନ। ସେହିଭଳି...

Advertisement


Archives

Model This Week

Why Dharitri