ବଢୁଛି ତାତି, ମିଳୁନି ନିସ୍ତାର

ବରଗଡ଼ ଅଫିସ୍‌,୧୬।୪: ବରଗଡ଼ ଜିଲାରେ ଗତ କିଛିଦିନ ହେଲା ତାତି ଥମିବା ନାଁ ନେଉନାହିଁ। ଦିନକୁ ଦିନ ପାରଦ ବଢିବାରେ ଲାଗିଛି। ଶୁକ୍ରବାର ଜିଲାରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ରହିଥିଲା। ଶନିବାର ଏହା ୪୦.୬ ଡିଗ୍ରୀକୁ ବୃଦ୍ଧି ପାଇଛି। ଜିଲାରେ ଏଭଳି ତାପମାତ୍ରା ବୃଦ୍ଧି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ଦିନ ୧୧ଟାରୁ ତାତି ଅନୁଭୂତ ହେଉଥିବାରୁ ଘରୁ ପଦାକୁ ବାହାରିବା ମୁସ୍କିଲ ହୋଇ ପଡ଼ୁଛି। ଟାଣଖରା, ଗ୍ରୀଷ୍ମ ପ୍ରବାହ ଯୋଗୁ ଜୀବନ ଦହଗଞ୍ଜ ହୋଇ ପଡ଼ୁଛି । ରାସ୍ତାଘାଟ ଖାଁ ଖାଁ ଲାଗୁଥିବାବେଳେ ପୂର୍ବରୁ ଜନଗହଳି ରହୁଥିବା ବସ୍‌ଷ୍ଟାଣ୍ଡ, ଅନ୍ୟ ଛକ ଗୁଡ଼ିକରେ ମଧ୍ୟ ଆଗଭଳି ଭିଡ଼ ଦେଖିବାକୁ ମିଳୁନାହିଁ । ଅପରାହ୍ନ ୫ଟା ହେଲେ କିଛିଟା ଆଶ୍ୱସ୍ତି ମିଳୁଛି।
ତାତିରୁ ରକ୍ଷା ପାଇବା ପାଇଁ ଲୋକେ ମୁଣ୍ଡରେ ପଗଡ଼ି ଏବଂ ମହିଳାମାନେ ଓଢ଼ଣୀ ଘୋଡ଼ାଇ ଯିବାଆସିବା କରୁଥିବା ଦେଖିବାକୁ ମିଳୁଛି। ଅନ୍ୟପଟେ ଆଖୁରସ, ଲସି, ସରବତ, ଦହିବରା ସମେତ ପଇଡ଼, ଲେମ୍ବୁ, ତରଭୁଜ, କାକୁଡ଼ି ଆଦିର ଚାହିଦା ବଢ଼ି ଚାଲିଛି। ଆଖୁ, ଲସି, ସରବତ ଗ୍ଲାସ ପ୍ରତି ୨୦ଟଙ୍କାରେ ବିକ୍ରି ହେଉଛି। ସେହିପରି ପଇଡ଼ ଗୋଟାକୁ ୪୦ରୁ ୫୦ଟଙ୍କାରେ ବିକ୍ରି ହେଉଥିବାବେଳେ ଲେମ୍ବୁ ଦର ମଧ୍ୟ ଗୋଟିଏ ପ୍ରତି ମଧ୍ୟ ୫ଟଙ୍କାକୁ ଛୁଇଁଛି। ତରଭୁଜ, କାକୁଡ଼ି ଦର ମଧ୍ୟ ସେଭଳି ବୃଦ୍ଧି ପାଇଛି। ଏଭଳିସ୍ଥଳେ ଏପର୍ଯ୍ୟନ୍ତ ପର୍ଯ୍ୟାପ୍ତ ଜଳଛତ୍ର ଖୋଲାଯାଇନାହିଁ। କାଁ ଭାଁ କେତେକ ସ୍ଥାନରେ ଜଳଛତ୍ର ଖୋଲିଛି, ହେଲେ ତାହା ଧର୍ମକୁ ଆଖିଠାର ଭଳି ହୋଇଛି। ସେହିପରି ଆଶ୍ରୟ ନେବା ପାଇଁ ବ୍ୟସ୍ତବହୁଳ ସ୍ଥାନରେ ଏଯାଏ ଅସ୍ଥାୟୀ ଆଶ୍ରୟସ୍ଥଳୀ ଖୋଲାଯାଇନାହିଁ। ଲୋକେ ଗଛମୂଳେ କିମ୍ବା କୌଣସି ଦୋକାନ ବାରଣ୍ଡାରେ ଆଶ୍ରୟ ନେଉଥିବା ପରିଲକ୍ଷିତ ହେଉଛି। ତେବେ ଯେଉଁ ସ୍ଥାନଗୁଡ଼ିକରେ ସ୍ଥାୟୀ ବସ୍‌ଷ୍ଟାଣ୍ଡ କିମ୍ବା ଯାତ୍ରୀ ପ୍ରତୀକ୍ଷାଳୟ ନାହିଁ, ସେଠାରେ ତାତି ଯୋଗୁ ଯାତ୍ରୀଙ୍କୁ ବହୁ ହଟହଟା ହେବାର ସମ୍ମୁଖୀନ ହେବାକୁ ପଡ଼ୁଛି ।
ତାତି ବୃଦ୍ଧି ଯୋଗୁ ଅଙ୍ଗନୱାଡ଼ିଠାରୁ ଆରମ୍ଭ କରି ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସରକାରୀ, ବେସରକାରୀ ସ୍କୁଲ ଗୁଡ଼ିକରେ ଛାତ୍ରୀଛାତ୍ରଙ୍କ ପାଠପଢ଼ାକୁ ବନ୍ଦ ରଖାଯାଇଛି। ତେବେ ଏହି ଅବଧି ରବିବାର ପର୍ଯ୍ୟନ୍ତ ରହିଛି। ତାତି ଥମିବାର ନାଁ ନେଉ ନ ଥିବା ଯୋଗୁ ଯଦି ସୋମବାର ଉକ୍ତ ଶ୍ରେଣୀର ପାଠପଢ଼ା ଚାଲେ ତେବେ ପିଲାମାନେ ତାତିରେ ସ୍କୁଲ ଯିବା ଆସିବା କାଠିକର ପାଠ ହୋଇପଡିବ। ସେହିପରି ଅଂଶୁଘାତ ଭୟ ମଧ୍ୟ ରହିଛି। ଏ ସମ୍ପର୍କରେ ଜିଲାପାଳ ମୋନିଷା ବାନାର୍ଜୀ କହିଛନ୍ତି, ତାତି ଓ ଗ୍ରୀଷ୍ମ ପ୍ରବାହ ବୃଦ୍ଧିକୁ ଦୃଷ୍ଟିରେ ରଖି ସମସ୍ତ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ଲୋକଙ୍କୁ ସଚେତନ କରାଯିବା ସହ ସବୁ ସ୍ବାସ୍ଥ୍ୟକେନ୍ଦ୍ରରେ ଅଂଶୁଘାତ ରୋଗୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ସେହିପରି ନଳକୂପଗୁଡ଼ିକୁ କାର୍ଯ୍ୟକ୍ଷମ ରଖିବାକୁ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଅଭିଯୋଗ ପାଇବାର ୨୪ ଘଣ୍ଟା ମଧ୍ୟରେ ନଳକୂପ ମରାମତି କରିବା ତଥା ଜଳଛତ୍ର ଖୋଲିବା ପାଇଁ ସମ୍ପୃକ୍ତ ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri