ଶ୍ରାବଣରେ ଟାଇଁ ଟାଇଁ ଖରା

ତେଲକୋଇ, ୩।୮(ଡି.ଏନ.ଏ.): କେନ୍ଦୁଝର ଜିଲାର ତେଲକୋଇ ବ୍ଲକ ଏକ ଚାଷ ବହୁଳ ଆଦିବାସୀ ଅଞ୍ଚଳ। ଏହି ଅଞ୍ଚଳରେ ଚାଷୀମାନେ ଖରିଫ ଫସଲ (ଧାନ) ଉପରେ ବେଶୀ ନିର୍ଭର କରିଥାନ୍ତି। ଚାଷ କାମ ପାଇଁ ମୌସୁମୀଜନିତ ବର୍ଷା ନିତାନ୍ତ ଆବଶ୍ୟକ। ତେବେ ଜୁନ ଓ ଜୁଲାଇ ମାସରେ ବର୍ଷାର ଅଭାବ ଯୋଗୁ ଚାଷୀଙ୍କ ଚାଷ କାର୍ଯ୍ୟରେ ଗୁରୁତର ବାଧା ସୃଷ୍ଟି ହୋଇଛି। ଏହି ଅଞ୍ଚଳର ୨୨ଟି ପଞ୍ଚାୟତରେ ଜଳସେଚିତ ଜମିର ପରିମାଣ ୮,୨୨୩ ହେକ୍ଟର ରହିଛି। ସେହିପରି ଅଣ ଜଳ ସେଚିତ ଜମିର ପରିମାଣ ୭,୫୮୩ ହେକ୍ଟର ରହିଛି। ସମୁଦାୟ ୧୫,୮୦୯ ହେକ୍ଟର ଜମିରେ ଚାଷ କାର୍ଯ୍ୟ କରାଯାଇଥାଏ। ତେବେ ବର୍ଷାର ଅଭାବ ପାଇଁ ଚାଷୀ ମାନେ ଧାନ ତଳିର ଗଜା ସାଙ୍ଗକୁ ଧାନ ରୁଆ, ବିହୁଡା କାର୍ଯ୍ୟ ଆଦ୍ୟାବଧି କରିପାରି ନ ଥିବା ଚାଷୀ ଲଳିତ ପ୍ରଧାନ ପ୍ରକାଶ କରିଛନ୍ତି।
କୃଷି ବିଭାଗୀୟ ସୂଚନା ଅନୁଯାୟୀ, ୨୦୨୧ ମସିହା ଜୁନ୍‌ରେ ଆବଶ୍ୟକ ବର୍ଷା ୨୧୦ ମିଲିମିଟର ହୋଇଥିବା ବେଳେ ଚଳିତ ବର୍ଷ ୬୬.୦୫% ରହିଛି। ସେହିପରି ଚଳିତ ବର୍ଷ ଜୁଲାଇରେ ବର୍ଷାର ପରିମାଣ ମାତ୍ର ୩୫.୦୬ % ରହିଛି। ଏହା ନିଅଣ୍ଟିଆ ରହିଥିବା କୃଷି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ସେହିପରି ଏହି ବ୍ଲକରେ ୧୨ଟି କ୍ଷୁଦ୍ର ଜଳସେଚନର ଯୋଜନା ଥିବା ସତ୍ତେ ବର୍ଷା ଜଳର ଅଭାବ ଯୋଗୁ ଉକ୍ତ ଜଳ ଭଣ୍ଡାରରେ ଜଳ ନ ଥିବା ଯୋଗୁ ଚାଷୀ ହଇରାଣ ହେବାରେ ଲାଗିଛନ୍ତି। ଏସମ୍ପର୍କରେ କୃଷି ବିଭାଗ ଅଧକାରୀ ଆର.ହାଁସଦାଙ୍କୁ ପଚାରିବାରୁ ଆଗାମୀ ସପ୍ତାହ ମଧ୍ୟରେ ବର୍ଷା ନ ହେଲେ ଚାଷୀଙ୍କ ପାଇଁ ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି। ତେବେ ଜଳ ଥିବା ଜମିରେ ଜୁଲାଇ ମାସର ବର୍ଷା ଯୋଗୁ କିଛି ପରିମାଣରେ ଚାଷ କାର୍ଯ୍ୟ ଆରମ୍ଭ ହୋଇଛି । ଏ ନେଇ ଜିଲା କୃଷି ବିଭାଗକୁ ସୂଚନା ଦିଆଯାଇଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର

ସମ୍ବଲପୁର,୧୬।୨(ପ୍ରମୋଦ ବହିଦାର): ସମ୍ବଲପୁରର ବିଧାୟିକା ତଥା ସମାଜସେବୀ ଓ ବିଶିଷ୍ଟ ଚିକିତ୍ସକ ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର । ସୋମବାର ସକାଳେ ତାଙ୍କୁ ଠିକ୍ ଭାବେ…

ପରିବା ଖାଇବାକୁ ଆସି କୂଅରେ ପଡ଼ିଗଲେ ବାରହା, ତାପରେ….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନ ଅଧିନସ୍ଥ ଜ୍ୟୋତିପୁର ବାଉଟିଆପଦା ଗ୍ରାମରେ ଆଜି ଅଭାବନୀୟ ଘଟଣା ଘଟିଛି । ଉକ୍ତ ଗ୍ରାମରେ ଜଣେ…

ଲକ୍ଷାଧିକ ଟଙ୍କା ନେଇ ବାଇକରେ ଯାଉଥିଲେ ଧାନ ବ୍ୟବସାୟୀ, ଅଧାବାଟରେ ବନ୍ଧୁକ ଦେଖାଇ ଲୁଟେରା….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା କେନ୍ଦୁଝର – ପାଟଣା ରାସ୍ତାର ମଇଦାନକେଲ ନିକଟରେ ବଡ଼ ଧରଣର ଲୁଟ୍ । ସୋମବାର ସକାଳେ ପ୍ରାୟ…

ଶିକ୍ଷକଙ୍କ ମାଡ଼ ପରେ ହଷ୍ଟେଲରୁ ଫେରାର ହୋଇଗଲେ ଛାତ୍ର, କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି

ପାଟଣାଗଡ଼, ୧୬।୨(ସଚ୍ଚିଦାନନ୍ଦ ମହାକୁର): ପାଟଣାଗଡ଼ ବ୍ଳକ ବନେଇମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ଆଶ୍ରମରେ ନିର୍ଯାତନାର ଶିକାର ହୋଇ ଶନିବାର ୭ ଜଣ ଛାତ୍ର ହଷ୍ଟେଲ ଛାଡ଼ି ଫେରାର…

ପ୍ରେମ ପାଇଁ ନିଆରା ପ୍ରୟାସ, ପ୍ରେମିକା ପାଇଁ ୪ କି.ମି ରାସ୍ତାରେ ଗଡ଼ିଗଡ଼ି ମନ୍ଦିର ଗଲେ ପ୍ରେମିକ

ମୁନିଗୁଡା,୧୬।୨(ନନ୍ଦ କିଶୋର ପଟ୍ଟନାୟକ): ରାୟଗଡା ଜିଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ଅମ୍ବାଦଳାର ଅମ୍ଳାଭଟା ଅଞ୍ଚଳରେ ଜାଗର ଦିନ ଏକ ଅନନ୍ୟ ଦୃଶ୍ୟ ଦେଖିବାକୁ ମିଳିଛି । ଜଣେ…

ମାଳମାଳ ଅଭିଯୋଗ, ଫଳ ଶୂନ, ଏହି ବ୍ୟବସ୍ଥାକୁ ନେଇ…

ଦାରିଙ୍ଗବାଡ଼ି,୧୬ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସଭାଗୃହ ପରିସରରେ ସୋମବାର କନ୍ଧମାଳ ଜିଲାପାଳ ବେଦଭୂଷଣ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ଏହି ସମୟରେ ପ୍ରତ୍ୟେକ ଅଭିଯୋଗ ଶୁଣାଣିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri