ପରିତ୍ୟକ୍ତ ଅବସ୍ଥାରେ ଛାତ୍ରାବାସ

କଟକ ଅଫିସ,୪ା୨: କଟକ ମହାନଗର ନିଗମ(ସିଏମ୍‌ସି) ଅଧୀନ କେଶରପୁର ଓ ବେପାରୀ ସାହି ମଧ୍ୟବର୍ତ୍ତୀ ସ୍ଥାନରେ ଥିବା ଗଣେଶ ପ୍ରସାଦ ଭଗତ ଛାତ୍ରାବାସ ପରିତ୍ୟକ୍ତ ହୋଇପଡିଛି। ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଛାତରୁ ପାଣି ଗଳିବା ସହ କାଠରେ ଉଇ ଲାଗି ନଷ୍ଟ ହୋଇଗଲାଣି। କାନ୍ଥରେ ଗଛଲତା ମାଡି ଯାଇଥିବାବେଳେ ଅପରିଷ୍କାର ପାଣି ଜମି ରହିଛି। ଦୀର୍ଘଦିନ ଧରି ଅବ୍ୟବହୃତ ଅବସ୍ଥା ପଡିରହିବାରୁ ସରୀସୃପ ରହୁଛନ୍ତି। ଏପରି କି ଏହା ନିଶାସକ୍ତଙ୍କ ଆଡ୍ଡାସ୍ଥଳି ପାଲଟିଛି। ତୁରନ୍ତ ଏହାର ପୁନରୁଦ୍ଧାର ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।
୧୯୬୨ ମସିହାରେ କେଶରପୁର ଅଞ୍ଚଳର ବଦାନ୍ୟ ବ୍ୟକ୍ତି ଗଣେଶ ପ୍ରସାଦ ଭଗତ ୬ ଗୁଣ୍ଠ ସ୍ଥାନରେ ଥିବା ଏକ ବିଲ୍ଡିଂକୁ ସିଏମ୍‌ସି(ସେତେବେଳର ପୌରପାଳିକା)କୁ ଏକ ଚୁକ୍ତି ମାଧ୍ୟମରେ ଦାନ କରିଥିଲେ। ସର୍ତ୍ତ ରହିଥିଲା ଏହି ବିଲ୍ଡିଂକୁ ପୌରପାଳିକା ଛାତ୍ରାବାସ ଭାବେ ବ୍ୟବହାର କରିବ। ୨ ମହଲା ବିଶିଷ୍ଟ ଉକ୍ତ ବିଲ୍ଡିଂରେ ୧୬ଟି କୋଠରି, ୬ଟି ଶୌଚାଳୟ ଓ ୨ଟି ରୋଷେଇ ଘର ରହିଛି। ଉକ୍ତ ବିଲ୍ଡିଂକୁ ଛାତ୍ରାବାସ କରାଯିବା ପରେ ସହରର ବିଭିନ୍ନ କଲେଜରେ ପଢୁଥିବା ବାହାର ଅଞ୍ଚଳର ଛାତ୍ରମାନେ ସ୍ବଳ୍ପ ଭଡ଼ାରେ ଏଠାରେ ରହୁଥିଲେ। ପରବର୍ତ୍ତୀ ସମୟରେ ଏହାର ରକ୍ଷଣାବେକ୍ଷଣ ଅଭାବରୁ ବାସ ଅନୁପଯୋଗୀ ହୋଇପଡିଲା। ୧୯୯୯ ମହାବାତ୍ୟାରେ ଛାତ୍ରାବାସଟି ସମ୍ପୂର୍ଣ୍ଣ ପରିତ୍ୟକ୍ତ ହୋଇପଡିଲା। ତେବେ ସିଏମ୍‌ସି ପକ୍ଷରୁ ଏହି ଛାତ୍ରାବାସକୁ ପୁନରୁଦ୍ଧାର କରାଯାଇ ୪ ମାସ ମଧ୍ୟରେ ୨ କୋଟି ଟଙ୍କା ବ୍ୟୟରେ ଏକ ଅତ୍ୟାଧୁନିକ ମହିଳା ନିବାସ ନିର୍ମାଣ ପାଇଁ ୨୦୧୫ରେ ଯୋଜନା ହୋଇଥିଲା। ତତ୍କାଳୀନ ସିଏମ୍‌ସି କମିଶନର ଓ ବିଭିନ୍ନ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷମାନେ ଏହି ସ୍ଥାନ ପରିଦର୍ଶନ କରିବା ପରେ ଡିଟେଲ୍ସ ପ୍ରୋଜେକ୍ଟ ରିପୋର୍ଟ(ଡିପିଆର୍‌) ପ୍ରସ୍ତୁତ କରିବା ପାଇଁ ବିଭାଗୀୟ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ହେଲେ ଏପର୍ଯ୍ୟନ୍ତ ଏ ଦିଗରେ ପଦକ୍ଷେପ ନିଆଯାଇନାହିଁ। ରାଜନୈତିକ ଉଦ୍ଦେଶ୍ୟ ରଖି ଏହାର ନିର୍ମାଣ କାର୍ଯ୍ୟ ଆଗେଇ ପାରୁନାହିଁ ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ଅପରପକ୍ଷେ ଛାତ୍ରାବାସର ଗୋଟିଏ ପ୍ରବେଶ ଦ୍ୱାରକୁ ବନ୍ଦ କରି ସେଠାରେ ଥିବା ବୈଠକଖାନାକୁ ଜବରଦଖଲ କରାଯାଇଛି। ଛାତ୍ରାବାସର ଅନ୍ୟ ଏକ ପ୍ରବେଶ ଦ୍ୱାର ସମ୍ମୁଖ ଜାଗାକୁ ଜବରଦଖଲ କରି ୪ଟି କୋଠରି ନିର୍ମାଣ କରାଯାଇଛି। ଏହି କୋଠରିକୁ ମାସିକ ୧୦,୦୦୦ ଟଙ୍କାରେ ଭଡା ଦିଆଯାଇଛି। ଅପରପକ୍ଷେ ଛାତ୍ରାବାସକୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ କମ୍ପାଉଣ୍ଡ ଓ୍ବାଲ ନିର୍ମାଣ ପାଇଁ ସିଏମ୍‌ସି ପକ୍ଷରୁ ଟେଣ୍ଡର ସରିଛି। ହେଲେ କଣ୍ଟ୍ରାକ୍ଟରଙ୍କୁ ୱାର୍କ ଅର୍ଡର ଦିଆଯାଇ ନଥିବାରୁ କାମ ଆରମ୍ଭ ହୋଇପାରୁନାହିଁ ା


Enter your email to get our daily news in your inbox.

All Right Reserved By Dharitri.Com

ପଡିକଲଙ୍କ କ୍ରମାଗତ ଦ୍ୱିତୀୟ ଶତକ, ଭାରତ ୩୦୦/୫

କଲମ୍ବୋ, ୨୩ା୮- ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରବିବାରଠାରୁ ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ ପ୍ରଥମ ଦିନ…

ସମବାୟ ସମିତିରୁ ରାତିରେ ସାର ଚାଲାଣ ଅଭିଯୋଗ, ବଢ଼ିଲା ଚାଷୀ ଅସନ୍ତୋଷ

ହାଟଡିହୀ/ଛେନାପଦୀ,୨୩।୮(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସମଣା ସେବା ସମବାୟ ସମିତିରେ ଚାଷୀଙ୍କ ପାଇଁ ମହଜୁଦ ଥିବା ସାରକୁ ବିକ୍ରି ଉଦ୍ଦେଶ୍ୟରେ ରାତିରେ ଅନ୍ୟତ୍ର…

କୋକସରାରେ ବର୍ଷା ବିତ୍ପାତ, ଘରେ ପଶିଲା ପାଣି

କୋକସରା,୨୩।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାରଠାରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ କଳାହାଣ୍ଡି ଜିଲା କୋକସରା ଅଞ୍ଚଳରେ ବେହାଳ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ୩୦ ଘଣ୍ଟାରୁ…

ଇମ୍ରାନ୍ ଖାନଙ୍କ ପାଇଁ ଆଗକୁ ଆସିଲେ ଗାଭାସ୍କର-କପିଲ ଦେବ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଇସଲାମବାଦ,୨୩।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଆନ୍ତର୍ଜାତୀୟ କ୍ରିକେଟର ୨୨ ଜଣ ପୂର୍ବତନ ଅଧିନାୟକ। ଇମ୍ରାନ ଖାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା…

ଲୋକଙ୍କୁ ବିକୁଥିଲେ ନକଲି ବ୍ରାଣ୍ଡ୍‌ ଘଣ୍ଟା, ୪ଜଣଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୨୩।୮(ସଙ୍ଗୀତା ଜେନା): ନକଲି ବ୍ରାଣ୍ଡ୍‌ ଘଣ୍ଟା ବିକ୍ରି ଅଭିଯୋଗରେ ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ୪ ଜଣଙ୍କୁ ରବିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ରା ଜିନତ…

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ବସରୁ ଜବତ ହେଲା ୭ କାର୍ଟୁନ ଗୁଟଖା, ଅଡ଼ବା ପୋଲିସ…

ମୋହନା,୨୩।୮(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ପୋଲିସ ପକ୍ଷରୁ ଅବୈଧ ଭାବେ ଗୁଟଖା ଚାଲାଣ ବିରୋଧରେ ଚଢ଼ାଉ କରାଯାଇ ୭ ଗୋଟି ଗୁଟଖା କାର୍ଟୁନ ଜବତ କରିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri