ପରିତ୍ୟକ୍ତ ଅବସ୍ଥାରେ ଛାତ୍ରାବାସ

କଟକ ଅଫିସ,୪ା୨: କଟକ ମହାନଗର ନିଗମ(ସିଏମ୍‌ସି) ଅଧୀନ କେଶରପୁର ଓ ବେପାରୀ ସାହି ମଧ୍ୟବର୍ତ୍ତୀ ସ୍ଥାନରେ ଥିବା ଗଣେଶ ପ୍ରସାଦ ଭଗତ ଛାତ୍ରାବାସ ପରିତ୍ୟକ୍ତ ହୋଇପଡିଛି। ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଛାତରୁ ପାଣି ଗଳିବା ସହ କାଠରେ ଉଇ ଲାଗି ନଷ୍ଟ ହୋଇଗଲାଣି। କାନ୍ଥରେ ଗଛଲତା ମାଡି ଯାଇଥିବାବେଳେ ଅପରିଷ୍କାର ପାଣି ଜମି ରହିଛି। ଦୀର୍ଘଦିନ ଧରି ଅବ୍ୟବହୃତ ଅବସ୍ଥା ପଡିରହିବାରୁ ସରୀସୃପ ରହୁଛନ୍ତି। ଏପରି କି ଏହା ନିଶାସକ୍ତଙ୍କ ଆଡ୍ଡାସ୍ଥଳି ପାଲଟିଛି। ତୁରନ୍ତ ଏହାର ପୁନରୁଦ୍ଧାର ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।
୧୯୬୨ ମସିହାରେ କେଶରପୁର ଅଞ୍ଚଳର ବଦାନ୍ୟ ବ୍ୟକ୍ତି ଗଣେଶ ପ୍ରସାଦ ଭଗତ ୬ ଗୁଣ୍ଠ ସ୍ଥାନରେ ଥିବା ଏକ ବିଲ୍ଡିଂକୁ ସିଏମ୍‌ସି(ସେତେବେଳର ପୌରପାଳିକା)କୁ ଏକ ଚୁକ୍ତି ମାଧ୍ୟମରେ ଦାନ କରିଥିଲେ। ସର୍ତ୍ତ ରହିଥିଲା ଏହି ବିଲ୍ଡିଂକୁ ପୌରପାଳିକା ଛାତ୍ରାବାସ ଭାବେ ବ୍ୟବହାର କରିବ। ୨ ମହଲା ବିଶିଷ୍ଟ ଉକ୍ତ ବିଲ୍ଡିଂରେ ୧୬ଟି କୋଠରି, ୬ଟି ଶୌଚାଳୟ ଓ ୨ଟି ରୋଷେଇ ଘର ରହିଛି। ଉକ୍ତ ବିଲ୍ଡିଂକୁ ଛାତ୍ରାବାସ କରାଯିବା ପରେ ସହରର ବିଭିନ୍ନ କଲେଜରେ ପଢୁଥିବା ବାହାର ଅଞ୍ଚଳର ଛାତ୍ରମାନେ ସ୍ବଳ୍ପ ଭଡ଼ାରେ ଏଠାରେ ରହୁଥିଲେ। ପରବର୍ତ୍ତୀ ସମୟରେ ଏହାର ରକ୍ଷଣାବେକ୍ଷଣ ଅଭାବରୁ ବାସ ଅନୁପଯୋଗୀ ହୋଇପଡିଲା। ୧୯୯୯ ମହାବାତ୍ୟାରେ ଛାତ୍ରାବାସଟି ସମ୍ପୂର୍ଣ୍ଣ ପରିତ୍ୟକ୍ତ ହୋଇପଡିଲା। ତେବେ ସିଏମ୍‌ସି ପକ୍ଷରୁ ଏହି ଛାତ୍ରାବାସକୁ ପୁନରୁଦ୍ଧାର କରାଯାଇ ୪ ମାସ ମଧ୍ୟରେ ୨ କୋଟି ଟଙ୍କା ବ୍ୟୟରେ ଏକ ଅତ୍ୟାଧୁନିକ ମହିଳା ନିବାସ ନିର୍ମାଣ ପାଇଁ ୨୦୧୫ରେ ଯୋଜନା ହୋଇଥିଲା। ତତ୍କାଳୀନ ସିଏମ୍‌ସି କମିଶନର ଓ ବିଭିନ୍ନ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷମାନେ ଏହି ସ୍ଥାନ ପରିଦର୍ଶନ କରିବା ପରେ ଡିଟେଲ୍ସ ପ୍ରୋଜେକ୍ଟ ରିପୋର୍ଟ(ଡିପିଆର୍‌) ପ୍ରସ୍ତୁତ କରିବା ପାଇଁ ବିଭାଗୀୟ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ହେଲେ ଏପର୍ଯ୍ୟନ୍ତ ଏ ଦିଗରେ ପଦକ୍ଷେପ ନିଆଯାଇନାହିଁ। ରାଜନୈତିକ ଉଦ୍ଦେଶ୍ୟ ରଖି ଏହାର ନିର୍ମାଣ କାର୍ଯ୍ୟ ଆଗେଇ ପାରୁନାହିଁ ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ଅପରପକ୍ଷେ ଛାତ୍ରାବାସର ଗୋଟିଏ ପ୍ରବେଶ ଦ୍ୱାରକୁ ବନ୍ଦ କରି ସେଠାରେ ଥିବା ବୈଠକଖାନାକୁ ଜବରଦଖଲ କରାଯାଇଛି। ଛାତ୍ରାବାସର ଅନ୍ୟ ଏକ ପ୍ରବେଶ ଦ୍ୱାର ସମ୍ମୁଖ ଜାଗାକୁ ଜବରଦଖଲ କରି ୪ଟି କୋଠରି ନିର୍ମାଣ କରାଯାଇଛି। ଏହି କୋଠରିକୁ ମାସିକ ୧୦,୦୦୦ ଟଙ୍କାରେ ଭଡା ଦିଆଯାଇଛି। ଅପରପକ୍ଷେ ଛାତ୍ରାବାସକୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ କମ୍ପାଉଣ୍ଡ ଓ୍ବାଲ ନିର୍ମାଣ ପାଇଁ ସିଏମ୍‌ସି ପକ୍ଷରୁ ଟେଣ୍ଡର ସରିଛି। ହେଲେ କଣ୍ଟ୍ରାକ୍ଟରଙ୍କୁ ୱାର୍କ ଅର୍ଡର ଦିଆଯାଇ ନଥିବାରୁ କାମ ଆରମ୍ଭ ହୋଇପାରୁନାହିଁ ା


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?