‘ଆମ ହସ୍‌ପିଟାଲ’ ଯୋଜନାରେ ଜିକେଭଟ୍ଟର ଡାକ୍ତରଖାନା

ଜଳେଶ୍ୱର,୭ା୧(ଡି.ଏନ.ଏ.): ବାଲେଶ୍ୱର ଜିଲାରେ ଆମ ହସ୍‌ପିଟାଲ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ୫ଟି ଡାକ୍ତରଖାନାକୁ ସାମିଲ କରାଯାଇଛି। ଶୁକ୍ରବାର ଜିଲାପାଳ ଜିକେ ଭଟ୍ଟର ହସ୍‌ପିଟାଲ ପରିଦର୍ଶନରେ ଆସି ପୁରୁଣା ଗୃହରୁ ନୂତନ ଭାବେ ତିଆରି ହୋଇଥିବା ମାତୃ ଓ ଶିଶୁ ମଙ୍ଗଳ ଗୃହକୁ ସ୍ଥାନାନ୍ତର ହେବ ବୋଲି କହିଛନ୍ତି ା
ଡାକ୍ତରଖାନାଗୁଡିକର ରୂପାନ୍ତରୀକରଣ ଲାଗି ସ୍ବାସ୍ଥ୍ୟବିଭାଗକୁ ୫ଟିରେ ସାମିଲ କରାଯାଇଛି ା ଏଥିରେ ଜିଲାପାଳମାନଙ୍କୁ ଦାୟିତ୍ୱ ଦିଆଯାଇଛି। ବାଲେଶ୍ୱର ଜିଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେ ଜିକେଭଟ୍ଟର ହସ୍‌ପିଟାଲରେ ପହଞ୍ଚି ପରିଦର୍ଶନ କରିଛନ୍ତି ା ଏଣିକି ପୁରୁଣା ଡାକ୍ତରଖାନାରେ ରୋଗୀ ଚିକିତ୍ସା ନ ହୋଇ ନିକଟରେ ଥିବା ମାତୃ ଓ ଶିଶୁ ମଙ୍ଗଳ ନୂତନ କୋଠାଘରେ ସମସ୍ତ ଚିକିତ୍ସା କରାଯିବା ଲାଗି ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି ା ପୂର୍ବରୁ ଥିବା ଫାଟକ ବନ୍ଦ କରାଯାଇ ନୂତନ ଗୃହ ପର୍ଯ୍ୟନ୍ତ ଥିବା ରାସ୍ତାକୁ ପ୍ରଧାନ ରାସ୍ତାକୁ ସମ୍ପ୍ରସାରଣ କରାଯିବ। ଏଥିଲାଗି ପୂର୍ତ୍ତ ବିଭାଗର ୫୭ ରାଜ୍ୟ ରାଜପଥ କଡରେ ଥିବା ଦୋକାନୀମାନଙ୍କୁ ଉଚ୍ଛେଦ କରାଯିବାକୁ ତହସିଲଦାର ମିହିର ରଞ୍ଜନ ବେହେରାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ା ନୂତନ କୋଠଘରେ ସ୍ବଚ୍ଛତା, ରୋଗୀଙ୍କ ଚିକିତ୍ସା ବ୍ୟବସ୍ଥା, ଡାକ୍ତର ଓ ନର୍ସମାନଙ୍କ ଲାଗି ସ୍ବତନ୍ତ୍ର କୋଠରୀ ବ୍ୟବସ୍ଥା, ପ୍ରସୂତି ଗୃହ, ଶୌଚାଳୟ, ପିଇବା ପାଣି, ବିଦ୍ୟୁତୀକରଣ, ଶୀତତାପ ନିୟନ୍ତ୍ରଣ ବ୍ୟବସ୍ଥା, ଆଧୁନିକ ଯନ୍ତ୍ରପାତି ସଂଯୋଗ, ସର୍ବୋପରି ଡାକ୍ତର ପଦବୀ ପୂରଣ ହେବ ବୋଲି ଜିଲାପାଳ କହିଛନ୍ତି ା ଶୃଙ୍ଖଳିତ ଭାବେ ଘରୋଇ ଓ ସରକାରୀ ଆମ୍ବୁଲାନ୍ସ ରହିବା ବ୍ୟବସ୍ଥା, ରୋଗୀଙ୍କ ସମ୍ପକୀୟଙ୍କ ଲାଗି ପ୍ରେକ୍ଷାଳୟ ବ୍ୟବସ୍ଥା କରିବାକୁ ସେ ସିଡିଏମ୍‌ଓ ଦୁଲାଲସେନ୍‌ ଜଗଦେବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ା ପରିଦର୍ଶନ ବେଳେ ବିଡିଓ ପୁନମ ରାଉତ, ଡିପିଏମ୍‌ ଅନୀଲ କୁମାର ମହାନ୍ତି, ଭାରପ୍ରାପ୍ତ ଡାକ୍ତର ବିନୋଦ ପ୍ରଧାନ, ବନମାଳୀ ଜେନା ଓ ଶଶିକାନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ା ବାଲେଶ୍ୱର ଜିଲାର ପ୍ରଥମ ପର୍ଯ୍ୟାୟରେ ଜଳେଶ୍ୱର, ବସ୍ତା, ସୋର, ନୀଳଗିରି ଓ ବାଲେଶ୍ୱର ଡିଡିଏଚ୍‌ ଡାକ୍ତରଖାନାକୁ ଫାଷ୍ଟ ରେଫେରାଲ ୟୁନିଟ୍‌ ଭାବେ ଗ୍ରହଣ କରାଯାଇଥିବାରୁ ଏହାର ସମସ୍ତ ଉନ୍ନତୀକରଣ ହେବ ବୋଲି ଜଣାଯାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ନ୍ୟାସନାଲ ପେନଚାକ ପ୍ରତିଯୋଗିତା, ସ୍ବର୍ଣ୍ଣପଦକ ବିଜେତାଙ୍କୁ ଗଞ୍ଜାମରେ ସମ୍ବର୍ଦ୍ଧନା

ଗଞ୍ଜାମ,୨୩ା୯(ବିଦ୍ୟାଧର ସାହୁ ): ଲେହ ଲଦାଖରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ପେନଚାକ ସିଲାଟ ପ୍ରତିଯୋଗିତା 2026 ରେ ଓଡ଼ିଆ ପୁଅ ଶିବପ୍ରସାଦ ଜେନା ଗୋଲ୍ଡ ମେଡାଲ ହାସଲ…

ଆୟ ବର୍ହିଭୂତ ସମ୍ପତ୍ତି ଠାବ, PEO କାର୍ତ୍ତିକେଶ୍ୱର ବେହେରା ଗିରଫ

ବରଗଡ଼,୨୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା କଟାବାହାଲ ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) କାର୍ତ୍ତିକେଶ୍ୱର ବେହେରାଙ୍କୁ ଗିରିଫ କରିଛି ଭିଜିଲାନ୍ ଟିମ୍ । ତାଙ୍କ ଜଣାଶୁଣା ଆୟର…

କେସିଙ୍ଗାରେ ରେକର୍ଡ ବର୍ଷା, ଆତଙ୍କିତ ସ୍ଥାନୀୟ ବାସିନ୍ଦା

କେସିଙ୍ଗା,୨୩।୯(ତୁମେଶ୍ୱର ସାହୁ): ଲଘୁଚାପଜନିତ ବର୍ଷାରେ କେସିଙ୍ଗା ବ୍ଲକର ୨୬ଟି ଗ୍ରାମ ପଞ୍ଚାୟତରେ ଦୀର୍ଘ ଦୁଇଦିନ ଧରି ବର୍ଷା ଲାଗି ରହିଛି ।କେତେବେଳେ ବର୍ଷା ହେଉଛି ତ ଆଉ…

IPL ଅକ୍ସନ୍‌କୁ ନେଇ ବଡ଼ ଘୋଷଣା: ଡିସେମ୍ବରରେ ଏହି ସ୍ଥାନରେ ହେବ….

ନୂଆଦିଲ୍ଲୀ,୨୩।୯: IPLର ଆଗାମୀ ସିଜନ୍‌କୁ ନେଇ ପ୍ରସ୍ତୁତି ଜୋରଦାର ହେଉଥିବା ବେଳେ ଅକ୍ସନକୁ ନେଇ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି । BCCI ସଚିବ ଦେବଜିତ ସାଇକିଆଙ୍କ…

ନାଗାବଳୀ କୂଳରେ ଝଲସୁଛି କାଶତଣ୍ଡି, ଧରାପୃଷ୍ଠକୁ ଆସିବେ ଜଗତଜନନୀ

କଲ୍ୟାଣସିଂହପୁର,୨୩ା୯(ଦୀପକ କୁମାର ପରିଡା ): ​ପ୍ରକୃତିର କୋଳରେ ଏବେ ଉତ୍ସବର ଋତୁ । ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ବେଲକନା ଗାଁ ନିକଟସ୍ଥ ନାଗାବଳୀ ନଦୀ…

ଗଞ୍ଜାମ ଜିଲାରେ ଲଗାଣ ବର୍ଷା; ମା’ ତାରାତାରିଣୀ ପାହାଡ଼ରୁ ଧସିଲା ମାଟି ଆତଡା-ପଥର ଖଣ୍ଡ

ପୁରୁଷୋତ୍ତମପୁର,୨୩ା୯(ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଦୁଇଦିନ ହେଲା ବର୍ଷା ଲାଗିରହିଛି । ଏହାର ପ୍ରଭାବରେ ଦକ୍ଷିଣ…

ଫୁଲୁଛି ତାମ୍ପରା ହ୍ରଦ, ତୁରନ୍ତ ଗେଟ୍‌ ଲଗାଇବାକୁ ଚାଷୀଙ୍କ ଦାବି

ଛତ୍ରପୁର,୨୩ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ବଙ୍ଗୋପସାଗରରେ ସୃଷ୍ଟି ଗଭୀର ଅବପାତ ପ୍ରଭାବରେ ଛତ୍ରପୁର ଏବଂ ଏହାର ଆଖପାଖ ଅଞ୍ଚଳରେ ତୁହାକୁତୁହା ବର୍ଷା ଲାଗିରହିଛି। ଛତ୍ରପୁର ଉପକଣ୍ଠରେ ଥିବା ତାମ୍ପରା…

୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ବିଷୟରେ ବଡ଼ ବୟାନ ଦେଲେ କୋଚ, କହିଲେ,‘ମୁଁ ତାଙ୍କୁ ଅପେକ୍ଷା କରିଛି…’

ନୂଆଦିଲ୍ଲୀ,୨୩।୯: ବୈଭବ ସୂର୍ଯ୍ୟବଂଶୀ ବର୍ତ୍ତମାନ ଭାରତୀୟ କ୍ରିକେଟ ଟିମ ସହିତ ଜାପାନରେ ଅଛନ୍ତି। ସେ ୨୦୨୬ ଏସୀୟ କ୍ରୀଡ଼ାରେ ଭାରତର ପ୍ରତିନିଧିତ୍ୱ କରୁଛନ୍ତି ଏବଂ ସେଠାରେ ତାଙ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?