Posted inଜାତୀୟ

ଗର୍ଭବତୀଙ୍କୁ ଚିକିତ୍ସା ପାଇଁ ମନା କଲେ ହସ୍ପିଟାଲ କର୍ତ୍ତୃପକ୍ଷ: ରାସ୍ତାରେ କଲେ ପ୍ରସବ

ଜୟପୁର, ୩୦।୬: କରୋନା ସଂକ୍ରମଣ ନେଇ ଏବେ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ବହୁ ଗୁରୁତର ସମସ୍ୟା ନେଇ ଆସୁଥିବା ରୋଗୀଙ୍କୁ ମଧ୍ୟ ହସ୍ପିଟାଲରେ ଭର୍ତ୍ତି କରାଯିବାକୁ ମନା କରି ଦିଆଯାଉଛି। ରାଜସ୍ଥାନ ବାଂସଓ୍ବାଡ଼ାରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ସ୍ଥାନୀୟ କରଣଘାଟି ଗାଁ ବାସିନ୍ଦା ମାନସିଂଙ୍କ ଗର୍ଭବତୀ ସ୍ତ୍ରୀ କାନ୍ତୁଙ୍କର ପ୍ରସବ ଯନ୍ତ୍ରଣା ସୋମବାର ରାତ୍ରରେ ଆରମ୍ଭ ହୋଇଥିଲା। ଗାଁରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ କାନ୍ତୁଙ୍କୁ ବାଂସଓ୍ବାଡ଼ା ହସ୍ପିଟାଲ ନେବାକୁ କୁହାଯାଇଥିଲା। ତେବେ ନେବା ଲାଗି କୌଣସି ଆମ୍ବୁଲାନ୍ସ୍‌ ବ୍ୟବସ୍ଥା କରାଯାଇ ନ ଥିଲା। ମାନସିଂ ଏକ ଘରୋଇ ଗାଡ଼ିରେ କାନ୍ତୁଙ୍କୁ ନେଇ ହସ୍ପିଟାଲ ଅଭିମୁଖେ ବାହାରି ଥିଲେ। ତେବେ ବାଟରେ ଅତ୍ୟଧିକ ଯନ୍ତ୍ରଣା ହେବାରୁ ତାଙ୍କୁ ମୋହକମପୁରା ହସ୍ପିଟାଲରେ ଭର୍ତ୍ତି ଲାଗି ମାନସିଂ ନେଇଥିଲେ। କିନ୍ତୁ ହସ୍ପିଟାଲ କର୍ତ୍ତୃପକ୍ଷ ଭର୍ତ୍ତି କରିବାକୁ ମନା କରିଥିଲେ। କିନ୍ତୁ ବାଂସଓ୍ବାଡ଼ା ଯିବା ପାଇଁ ସମୟ ନ ଥିଲା। ମାନସିଂ ହସ୍ପିଟାଲ ପରିସରରେ ଅପେକ୍ଷା କରିଥିଲେ। ଅତ୍ୟଧିକ ଯନ୍ତ୍ରଣା ହେବାରୁ କାନ୍ତୁଙ୍କ ପ୍ରସବ ତାଙ୍କ ଶାଶୁ ନିକସ୍ଥ ରାସ୍ତା କଡ଼ରେ କରାଇଥିଲେ। ଏଠାରେ ସେଲୁନ୍‌ କରିଥିବା ଜଣେ ବ୍ୟକ୍ତି ଏକ ଚାଦର ଦେଇଥିଲେ। ଚାଦର ଘେରାଇ କାନ୍ତୁଙ୍କ ପ୍ରସବ କରାଯାଇଥିଲା। ପ୍ରସବର ଅଧଘଣ୍ଟା ପରେ ମୋହକମପୁରା ହସ୍ପିଟାଲର ଆୟୁର୍ବେଦିକ ମେଲ୍‌ ନର୍ସିଂ ଷ୍ଟାଫ୍‌ ଶିଶୁର ନାହିନାଡ଼ କାଟିବା ସହିତ ତାଙ୍କୁ କୁଶଲଗଡ଼ ନେଇ ଯିବାକୁ ପରାମର୍ଶ ଦେଇଥିଲେ। ଖବର ପ୍ରଚାର ହେବା ପରେ ହସ୍ପିଟାଲ ସିଏମ୍‌ଓ ଡ. ଏଚ୍‌.ଏଲ୍‌. ତାବିୟାର କହିଛନ୍ତି ଯେ, କରୋନା ସଂକ୍ରମଣ ଲାଗି ଏପରି କରା ଯାଇନାହିଁ। ମୋହକମପୁରାରେ ଜଣେ ନର୍ସିଂ କର୍ମଚାରୀ ଥିଲେ। ତେଣୁ ଗର୍ଭବତୀଙ୍କୁ କୁଶଲଗଡ଼ ନେବାକୁ କୁହାଯାଇଥିଲା। ତେବେ କୁଶଲଗଡ଼ରେ କାହିଁକି ଡାକ୍ତର ଉପସ୍ଥିତ ନ ଥିଲେ ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri