ସମିତି ଅଧ୍ୟକ୍ଷ ପଦ ପାଇଁ ଆରମ୍ଭ ହୋଇଗଲାଣି ଘୋଡାଦୌଡ

ଝାରସୁଗୁଡ଼ା ଅଫିସ୍‌,୨୧।୨: ଝାରସୁଗୁଡା ଜିଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ମତଦାନ ୨ପର୍ଯ୍ୟାୟରେ ଶେଷ ହୋଇଛି। ଏଥିମଧ୍ୟରେ ପ୍ରାର୍ଥୀଙ୍କ ଭାଗ୍ୟ ଭୋଟ୍‌ବାକ୍ସରେ ବନ୍ଦ ହୋଇ ରହିଛି। ଆସନ୍ତା ୨୬, ୨୭, ୨୮ତାରିଖରେ ପର୍ଯ୍ୟାୟକ୍ରମେ ଭୋଟ୍‌ଗଣତି ହୋଇ ବିଧିବଦ୍ଧଭାବେ ନିର୍ବାଚନ ଫଳାଫଳ ଘୋଷଣା ହେବ। ଏଥିମଧ୍ୟରେ ପ୍ରାର୍ଥୀଙ୍କ ହାର୍‌ଜିତ୍‌କୁ ନେଇ ଗାଁ ଛକ ପାନ ଓ ଚା ଦୋକାନ ଆଦି ଖଟିରେ ଚର୍ଚ୍ଚା ଜୋର୍‌ ଧରିଛି। ପ୍ରାର୍ଥୀଙ୍କ ସମର୍ଥକମାନଙ୍କ ମଧ୍ୟରେ କିଏ କହୁଛି ବହୁ ଭୋଟ୍‌ ବ୍ୟବଧାନରେ ଆମେ ଜିତୁଛୁ ଆଉ କିଏ କହୁଛି କମ୍‌ ଭୋଟ୍‌ରେ ହେଲେ ମଧ୍ୟ ଆମେ ଜିତିବୁ। ଫଳାଫଳ ଷୋଷଣା ନ ହେବା ପୂର୍ବରୁ ପ୍ରାର୍ଥୀ ଓ ତାଙ୍କ ସମର୍ଥକମାନେ କୁହୁଡିରେ ପହଁରୀ ବିଜୟର ସ୍ବପ୍ନ ଦେଖୁଛନ୍ତି।

ଏଭଳି ସ୍ଥିତିରେ ରାଜନୈତିକ ଦଳମାନେ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ହାତେଇବା ପାଇଁ ଏବେଠାରୁ ଗୋଟିଚାଳନା ରଣକୌଶଳ ଆରମ୍ଭ କରିଦେଇଛନ୍ତି। ଏଥିରେ ବିଜେଡି ଦଳ ଆଗରେ ରହି ଜିଲାର ୫ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ହାତେଇବା ପାଇଁ ଯୋଜନା ଚଳାଇଛି। ଏଥିମଧ୍ୟରେ ବିରୋଧୀ ମଧ୍ୟ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ହାତେଇବା ଆଶାରେ ରହିଛନ୍ତି। ଏଭଳି ସ୍ଥିତିରେ ଜିଲାରେ ନିର୍ବାଚନ ମତଦାନ ଶେଷ ହେବା ପରେ ଜିତିବା ସମ୍ଭାବନା ଥିବା ସମିତିସଭ୍ୟ ପ୍ରାର୍ଥୀମାନଙ୍କୁ ଉଠାଇନେଇ ଜିଲା ବାହାରେ ଅଜ୍ଞାତ ସ୍ଥାନରେ ରଖିଥିବା ଚର୍ଚ୍ଚା ହେଉଛି। ଏହି ପ୍ରକ୍ରିୟା ଏବେ ଜାରି ରହିଛି। ପ୍ରାର୍ଥୀଙ୍କ ଜିତିବା ସମ୍ଭାବନାକୁ ନେଇ ବିଜେଡି ଦଳ ଦ୍ୱନ୍ଦରେ ରହିଥିବାବେଳେ ଗୋଟିଏ ପଞ୍ଚାୟତରୁ ଏକାଧିକ ପ୍ରାର୍ଥୀଙ୍କୁ ଉଠାଇ ନିଆଯାଇ ଜିଲା ବାହାରେ ପୃଥକ ଅଜ୍ଞାତବାସରେ ରଖାଯାଇଛି। ଫଳାଫଳ ଜଣାପଡିବା ପରେ ବିଜୟୀ ପ୍ରାର୍ଥୀଙ୍କୁ ରଖି ପରାଜିତ ପ୍ରାର୍ଥୀଙ୍କୁ ଦଳ ଛାଡି ଦେବ। ଏବେ ରାଜନୈତିକ ଦଳର ଚକ୍ରବିହୋରେ ବଜୟୀ ସମ୍ଭାବିତ ପ୍ରାର୍ଥୀମାନେ ରହିଛନ୍ତି। ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ପାଇଁ ଏବେ ବିଭିନ୍ନ ରାଜନୈତିକ ଦଳ ତରଫରୁ ଘୋଡାଦୌଡ ଆରମ୍ଭ ହୋଇଛି। ଏହି ରେସ୍‌ରେ ବିଜେଡି ଦଳ ଆଗରେ ରହିଛି  । ବିଜେଡି ଦଳ ତରଫରୁ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦରେ ବସିବା ପାଇଁ ଏବେ ବହୁ ଆଶାୟୀ ପ୍ରାର୍ଥୀ ରହିଛନ୍ତି। ଏଥିପାଇଁ ନିଜର ସମର୍ଥକମାନଙ୍କୁ ନେଇ ଦଳରେ ଲବି ଆରମ୍ଭ ହୋଇଯାଇଛି। କିଏ କହୁଛି ଦଳରେ ଆମେ ପୁରୁଣା ଆଉ କିଏ କହୁଛି ଆମେ ନେତାଙ୍କ ପାଖଲୋକ ଏଭଳି କହି ଲବି ଆରମ୍ଭ ହୋଇଛି  । ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦପାଇଁ ଯେଉଁପ୍ରାର୍ଥୀ ସବୁଠାରୁ ଅଧିକ ଖର୍ଚ୍ଚ କରିପାରିବ ଦଳ ସେମାନଙ୍କୁ ପ୍ରଥମେ ପ୍ରାଥମିକତା ଦେବ ବୋଲି ଚର୍ଚ୍ଚା ହେଉଛି। ଏହି ଦୌଡରେ ପ୍ରାର୍ଥୀମାନେ ନିଜକୁ ସାମିଲ କରିବା ପରେ ଏବେ ରାଜନୈତିକ ଦଳରେ ମୁଲଚାଲ ଆରମ୍ଭ ହୋଇଛି। ଏଥିପାଇଁ ଏବେ ଆଶାୟୀଙ୍କ ମଧ୍ୟରେ ଏବେ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ଦେଖାଯାଉ ହାତୀ କାହାମୁଣ୍ଡରେ ସୁନା କଳସ ଢାଳୁଛି ତାହା ସମୟ କହିବ ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri