Posted inRasifala

ରାଶିଫଳ: ସୋମବାର, ଫେବୃୟାରୀ ୧ ତାରିଖ– Daily Horoscope

ମେଷ
ଆଜି ବୁଧ ଦୃଷ୍ଟ ଚନ୍ଦ୍ରଙ୍କ ଯୋଗୁ ପ୍ରତ୍ୟେକ କାର୍ଯ୍ୟର ପ୍ରାଥମିକ ସ୍ତରରେ ସମସ୍ୟା ଦେଖାଦେବାର ଆଶଙ୍କା ରହିଛି । ସ୍ବାଧୀନ ଭାବରେ କାର୍ଯ୍ୟ କରିବାରେ ସୁଯୋଗ ପାଇଲେ ମଧ୍ୟ ସମାଲୋଚନା ଶୁଣିବାକୁ ମିଳିବ । ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ଆଂଶିକ ଉନ୍ନତି ଦେଖାଦେବ । ବନ୍ଧୁମିଳନ, ଦୂରଯାତ୍ରା, ଶୁଭକାର୍ଯ୍ୟରେ ସହଯୋଗ କରିପାରନ୍ତି ।
ବୃଷ
ବୃଷ
ଚତୁର୍ଥଚନ୍ଦ୍ରଙ୍କ ଶୁଭ ପ୍ରଭାବରୁ ଆତ୍ମପ୍ରଶଂସା ଶୁଣି ଭାବ ବିଭୋର ହେବେ । ସମ୍ପର୍କୀୟଙ୍କ ଈର୍ଷାର ବଶବର୍ତ୍ତୀ ହୋଇ ପରୋକ୍ଷ ସମାଲୋଚିତ ହେବେ। ଆନୁଷ୍ଠାନିକ କାର୍ଯ୍ୟ, ସାହିତ୍ୟ, କଳା, ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ । ଦେହରେ ବସା ବାନ୍ଧି ରହିଥିବା ପୁରୁଣା ରୋଗଜନିତ ସ୍ବାସ୍ଥ୍ୟ ସମସ୍ୟା ନେଇ ଚିନ୍ତିତ ରହିପାରନ୍ତି ।
ମିଥୁନ
ମିଥୁନ
ଅଷ୍ଟମସ୍ଥ ରବିଙ୍କ ଯୋଗୁ ନିକଟତମ ବ୍ୟକ୍ତିଙ୍କ ସାହାଯ୍ୟ ସିନା ପାଇବେ ନାହିଁ, କିନ୍ତୁ କୌଣସି କାମ ଅଟକି ରହିବ ନାହିଁ । ଅଚାନକ ଅନ୍ୟଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡିପାରେ । କର୍ମକ୍ଷେତ୍ରରୁ ଅର୍ଥ ପାଇବେ ଓ କାମଟି ବିଳମ୍ବରେ ହେବ । ଶିଳ୍ପ, ବାଣିଜ୍ୟ, କଳ କାରଖାନା, ହୋଟେଲ, ବ୍ୟବସାୟରୁ ସୁଫଳ ପାଇବେ ।
କର୍କଟ
କର୍କଟ
ଅନାବଶ୍ୟକ ଖର୍ଚ୍ଚ ବୃଦ୍ଧି ପାଇବା ସଙ୍ଗକୁ ମାନସିକ ସନ୍ତୁଳନ ହରାଇବେ । କୌଣସି ବ୍ୟକ୍ତିଙ୍କ ସକାଶେ ପ୍ରତୀକ୍ଷାଜନିତ କଷ୍ଟ ତୀବ୍ରତର ହୋଇପାରେ । ରାସ୍ତାରେ ଯିବା ସମୟରେ ଅନ୍ୟମନସ୍କତା କାରଣରୁ କେତେକ ଭୁଲ୍‌ କରିପାରନ୍ତି । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ ।
ସି˚ହ
ସି˚ହ
ଆଜିର କର୍ମକ୍ଷେତ୍ରରେ ବିଭିନ୍ନ ସମସ୍ୟା ରହିଲେ ହେଁ ଦିନ ଗୋଟାଏ ପରେ ସବୁ ବଦଳି ଯିବ । ଆବଶ୍ୟକତା ପୂରଣ ସକାଶେ ଧାର କରଜ କରିବାକୁ ପଡ଼ିବ। ବ୍ୟବସାୟ, ମାଙ୍ଗଳିକ କାମ, ଆଲୋଚନା ସଭା, ପ୍ରଶାସନ ଓ ରାଜନୈତିକ ସ୍ଥିତି ମଧ୍ୟମ ପ୍ରକାର ରହିବ। ଶନିକ୍ଷେତ୍ରସ୍ଥ ଶୁକ୍ରଙ୍କ ପ୍ରଭାବରୁ କଫଜନିତ ପୀଡା ପାଇପାରନ୍ତି ।
କନ୍ୟା
ମାନସିକ ଅସ୍ଥିରତା ଅନୁଭବ କଲେ ମଧ୍ୟ କାମଗୁଡିକ ବ୍ୟତିକ୍ରମ ଭିତରେ ହିଁ ସମ୍ପନ୍ନ ହେବ । ମାଙ୍ଗଳିକ କାମ ସକାଶେ ଘରେ ବନ୍ଧୁ ମିଳନ, ଆମୋଦପ୍ରମୋଦର ସୁଅ ଛୁଟିବ । ଅଫିସ୍‌ରେ କୌଣସି ଖୋଜୁଥିବା ଅତ୍ୟାବଶ୍ୟକ କାଗଜପତ୍ର ନ ପାଇ ବ୍ୟସ୍ତ ହୋଇପାରନ୍ତି । ଆଲୋଚନା ପରିସରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ ।
ତୁଳା
ତୁଳା
ଚନ୍ଦ୍ର ଓ ବୁଧ ବିଷମ ସପ୍ତକ ହେତୁ ବୃଥା ଭାବନାରୁ ଦୂରେଇ ରୁହନ୍ତୁ । ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ଆପଣାଛାଏଁ ସମାଧାନ ହୋଇଯିବ । ସୁବିଧା ସୁଯୋଗ ବିଭିନ୍ନ ଦିଗରୁ ଆସି ଜୁଟିବ। ଆବଶ୍ୟକତା ମଧ୍ୟ ପୂରଣ ହୋଇପାରିବ। ବାଣିଜ୍ୟାରମ୍ଭ, ଶୁଭ କାର୍ଯ୍ୟ ସମ୍ପାଦନ, ସତ୍‌ସଙ୍ଗ ମାନସିକ ସ୍ତରରେ ଆନନ୍ଦ ଅନୁଭବ କରାଇବ ।
ବିଛା
ବିଛା
ରାଶିରେ କେତୁଙ୍କ କୁପ୍ରଭାବରୁ ମନ ଠିକ୍‌ ନ ଥିବା କାରଣରୁ କୌଣସି କଥାକୁ ଠିକ୍‌ ଭାବେ ଶୁଣିବେ ନାହିଁ କିମ୍ବା ବୁଝିପାରିବେ ନାହିଁ । ବିଚାରଧାରା ଭିନ୍ନ ହେବା କାରଣରୁ କାର୍ଯ୍ୟପଦ୍ଧତି ମଧ୍ୟ ବିଶୃଙ୍ଖଳିତ ରହିବ । ଆକସ୍ମିକ ଭାବରେ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇପାରେ । ବାଣିଜ୍ୟ, ପରିବହନ, ପ୍ରକାଶନ, ପ୍ରଶାସନ, ନିର୍ମାଣାଦି କାର୍ଯ୍ୟ ଠିକଠାକ୍‌ ଚାଲିବ ।
ଧନୁ
ଧନୁ
ଦ୍ୱିତୀୟସ୍ଥ ଏକାଧିକଗ୍ରହ ହେତୁ ନିଜେ କଷ୍ଟ ସ୍ବୀକାର କରି ଅନ୍ୟମାନଙ୍କ ମୁହଁରେ ହସ ଉକୁଟାଇବାର ଚେଷ୍ଟା କରିବେ । ପ୍ରବଳ ବିରୁଦ୍ଧାମତ୍କ ପରିବେଶ ସତ୍ତ୍ୱେ ସମସ୍ୟା ସମାଧାନରେ ସମର୍ଥ ହେବେ । ରାଜନୀତି, ସାହିତ୍ୟ, ଗବେଷଣା, କଳା-ସଂସ୍କୃତି, ବିଦେଶ ଯାତ୍ରା, ମାଙ୍ଗଳିକ କାର୍ଯ୍ୟ କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବେ ।
ମକର
ମକର
ରାଜଯୋଗ ପ୍ରଭାବରୁ ଆଜି ଗତକାଲିର ସ୍ଥଗିତ କାମ ସକାଶେ ପ୍ରଭାତରୁ ହିଁ କାମରେ ଲାଗି ପଡିବାକୁ ବାଧ୍ୟ ହେବେ । ବନ୍ଧୁଙ୍କ ଭିଡରେ ନିଜ ଲୋକଟିର କଥା ଶୁଣିବାକୁ ବେଳ ପାଇବେ ନାହିଁ। ପାରିବାରିିକ ପରିସ୍ଥିତି ପୂର୍ବପରି ରହିବ। କିନ୍ତୁ ମନର ରାଗ ଭିତରେ ଭିତରେ କୁହୁଳି ଉଠିବ ।
କୁମ୍ଭ
କୁମ୍ଭ
ବକ୍ରୀ ବୁଧଙ୍କ ହେତୁ ଅସାବଧାନତା ଓ ଅନ୍ୟମନସ୍କତାରୁ କେତେକ ବ୍ୟତିକ୍ରମ ପରିଲକ୍ଷିତ ହେବ। ଶିଳ୍ପ, ବାଣିଜ୍ୟ ଓ ପରିବହନ ପାଇଁ ଦିନଟି ମନ୍ଦ ନୁହେଁ । ନିକଟ ସମ୍ପର୍କୀୟମାନଙ୍କ ସାହାଯ୍ୟ ଓ ସହଯୋଗ ପାଇ କାର୍ଯ୍ୟ ହାସଲ କରିବେ । ପାରିବାରିକ ଦିଗଟି ଉଠାପକା ରୀତିରେ ଗଡି ଚାଲିବ।
ମୀନମୀନ
ଆଜି ଆକସ୍ମିକ ଭାବେ ଜଣେ ନୀଚ ଜାତିର ବ୍ୟକ୍ତିଙ୍କ ଅବଦାନ ଭୁଲି ପାରିବେ ନାହିଁ। ଆମତ୍ୀୟ ତଥା ସମଶ୍ରେଣୀୟ ବ୍ୟକ୍ତିଙ୍କ ସମାଲୋଚନାର ପାତ୍ର ହେବାକୁ ପଡିପାରେ। ଦ୍ୱାଦଶସ୍ଥ ବୁଧଙ୍କ ହେତୁ ଖର୍ଚ୍ଚ ପରିମାଣ ବଢିବା କାରଣରୁ ବ୍ୟସ୍ତତା ବୃଦ୍ଧି ପାଇବ । ଅତୀତ ଘଟଣା, ସ୍ବାସ୍ଥ୍ୟହାନି କିମ୍ବା ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିପାରେ

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୭ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଆପଣଙ୍କ ସମସ୍ତ ଆଶା ଓ ଅଭିଳାଷ ପୂରଣ କରିବେ। ମନୋରଞ୍ଜନ ସକାଶେ ମନ ବଳିବା ସାଙ୍ଗକୁ ଯାତ୍ରାରେ ଅଭିଳଷିତ ଫଳ ପାଇବେ।…

ରାଶିଫଳ: ସୋମବାର, ଏପ୍ରିଲ ୬ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ବୁଧଙ୍କ ପ୍ରଭାବରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇନେବେ। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ସମ୍ପର୍କୀୟଙ୍କ ସହିତ…

ରାଶିଫଳ: ରବିବାର, ଏପ୍ରିଲ ୫ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ଉନ୍ନତ ଚିନ୍ତା ସହ ବହୁବିଧ ଯୋଜନାରମ୍ଭର ମାର୍ଗଦର୍ଶନ କରାଇବେ। ବିଶେଷତଃ ଆପଣଙ୍କର ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରନ୍ତି।…

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri