Posted inRasifala

ରାଶିଫଳ: ସୋମବାର, ମେ ୯ ତାରିଖ – Daily Horoscope

ମେଷ
ଆଜି ଦ୍ୱିଜା ନକ୍ଷତ୍ର ଭାଇ, ବନ୍ଧୁ କିମ୍ବା ଆତ୍ମୀୟଙ୍କ ସାହାଯ୍ୟରୁ ଅର୍ଥ ପାଇବେ। କର୍ମକ୍ଷେତ୍ରରେ ସ୍ଥଗିତ କାମକୁ ପୂରା ଦମରେ କରିବା ପାଇଁ ନିଷ୍ପତ୍ତି ନେଇପାରନ୍ତି। ଆଜି ବିବାଦୀୟ ଘଟଣାରେ କୈାଣସି ନିର୍ଦ୍ଦିଷ୍ଟ ପକ୍ଷକୁ ସମର୍ଥନ କରିବା ଠିକ୍‌ ହେବ ନାହିଁ । କ୍ରୀଡ଼ା, ଚଳଚ୍ଚିତ୍ର, ସାହିତ୍ୟ, କଳା ଓ ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ।
ବୃଷ
ବୃଷ
ମୃଗଶିରା ନକ୍ଷତ୍ର ଗତକାଲିଠାରୁ ସ୍ଥିର କରିଥିବା ଯାତ୍ରା ପ୍ରୀତିପ୍ରଦ ରହିବ। କିନ୍ତୁ ବୁଝାମଣା ଅଭାବରୁ ଅତି ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସହ ଭୁଲ୍‌ ବୁଝାମଣା ଘଟିପାରେ। ଅଫିସରେ କେତେକ ଦିଗରୁ ଚାପର ସମ୍ମୁଖୀନ ହେବାକୁ ପଡିପାରେ। ବନ୍ଧୁମିଳନ, ଆନୁଷ୍ଠାନିକ କ୍ଷେତ୍ର କିମ୍ବା ସଭାସମିତିରେ ସମ୍ମାନନୀୟ ବ୍ୟକ୍ତିବିଶେଷ ସହାୟତା କରିପାରନ୍ତି ।
ମିଥୁନ
ମିଥୁନ
ବନ୍ଧୁ ଗହଣରେ ବେଶି ସମୟ କଟିଲେ ମଧ୍ୟ ଘରର ଅଶାନ୍ତି ମନକୁ ଭାରାକ୍ରାନ୍ତ କରି ରଖିବ। ଆରଦ୍ରା ନକ୍ଷତ୍ର ଚେଷ୍ଟା କରି ମଧ୍ୟ ପାଇ ନ ଥିବା ପ୍ରାପ୍ୟଧନ ଆଜି ସନ୍ଧ୍ୟାରେ ପାଇବେ। ସମ୍ପର୍କୀୟ ବ୍ୟକ୍ତିମାନଙ୍କ ସକାଶେ ଭ୍ରମଣ ଓ କାର୍ଯ୍ୟସିଦ୍ଧି ଯୋଗୁ ମନ ପ୍ରଫୁଲ୍ଲିତ ରହିବ। ଶିଳ୍ପ,ବାଣିଜ୍ୟ,ବ୍ୟବସାୟ ଓ ପରିବହନ ପାଇଁ କୈାଣସି ସମସ୍ୟା ରହିବ ନାହିଁ।
କର୍କଟ
କର୍କଟ
ପୁଷ୍ୟା ନକ୍ଷତ୍ରର ସାମଗ୍ରିକ ଦୃଷ୍ଟିକୋଣରୁ ଆଜି ଦିନଟି ଭଲରେ ଅତିବାହିତ ହେବ । ଆପଣଙ୍କ କାର୍ଯ୍ୟଦକ୍ଷତାର ପ୍ରଶଂସା କରି ବନ୍ଧୁମାନେ ସାହାଯ୍ୟ କରିବାକୁ ଆଗେଇ ଆସିବେ। ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ,କିନ୍ତୁ ସହଜ ଓ ସୁବିଧାରେ ନୁହେଁ। କଚେରି ମାମଲା, ଜମିଜମା ସମ୍ପର୍କିତ ବିବାଦୀୟ ଘଟଣାରେ ବିଜୟୀ ହେବେ।
ସି˚ହ
ସି˚ହ
ମଘା ନକ୍ଷତ୍ରର ପ୍ରତିବନ୍ଧକ ଓ ପାରିବାରିକ କ୍ଷେତ୍ରରେ ବିଭିନ୍ନ ସମସ୍ୟା ହେତୁ ମନ ଭଲ ରହିବ ନାହିଁ। ପରିବହନ, ବାଣିଜ୍ୟ ଓ ବ୍ୟବସାୟରେ ମାନମନାନ୍ତର ଦେଖା ଦେଇପାରେ। ସାମାଜିକ ସ୍ତରରେ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡ଼ିବେ। ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାଇବା ଠିକ୍‌ ହେବନି।
କନ୍ୟା
ପ୍ରତ୍ୟେକ କାମ ସମସ୍ୟା ବିଜଡିତ ସାଙ୍ଗକୁ ବିଳମ୍ବରେ ହେଉଥିବାରୁ ବ୍ୟସ୍ତତା ବଢ଼ିଯିବ। ହସ୍ତା ନକ୍ଷତ୍ର ବନ୍ଧୁଙ୍କ ଦୁଃଖିତ ମନକୁ ସାନ୍ତ୍ବନା ଦେବାକୁ ଯାଇ ପରିବାରରେ ଦ୍ୱନ୍ଦ୍ୱ ଲାଗିଯାଇପାରେ। ଦୀର୍ଘ ଦିନରୁ ସାଧାରଣ କଥାରେ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବ। ଯାତ୍ରା, ବାଣିଜ୍ୟ, ନିର୍ମାଣ, ପ୍ରଶାସନ ଓ ଆଇନ ଅଦାଲତରେ ବ୍ୟସ୍ତ ରହିବେ।
ତୁଳା
ତୁଳା
କିଛି କହିବା ଅପେକ୍ଷା ଆଜି ଦିନଟିରେ ପରିସ୍ଥିତିକୁ ଦେଖି ନୀରବଦ୍ରଷ୍ଟା ସାଜି ପାରନ୍ତି। ହସ୍ତା ନକ୍ଷତ୍ର ସକାଶେ ଆଜି ବନ୍ଧୁମାନଙ୍କ ସହଯୋଗ ଆଶା ନିରର୍ଥକ ହେବନାହିଁ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କେତେକ ପ୍ରତିବନ୍ଧକ ଦେଖାଦେଇପାରେ। ସ୍ବାସ୍ଥ୍ୟ ଓ କାର୍ଯ୍ୟହାନି ଘଟିବା କାରଣରୁ ଟେନ୍ସନ ବୃଦ୍ଧି ପାଇବ ।
ବିଛା
ବିଛା
କର୍ମକ୍ଷେତ୍ରର ଚାପ ବୃଦ୍ଧି ପାଇବା କାରଣରୁ ବ୍ୟତିକ୍ରମ ମଧ୍ୟରେ ସମୟ ଅତିବାହିତ ହେବ। ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ଅନୁରାଧା ନକ୍ଷତ୍ର ବନ୍ଧୁଙ୍କ ପରାମର୍ଶାନୁଯାୟୀ ବିବାଦୀୟ ଘଟଣାରୁ ଦୂରେଇ ରହିବା ଭଲ ହେବ । ଉଚ୍ଚ ପଦାଧିକାରୀଙ୍କ ସହାନୁଭୂତିରୁ ପଡ଼ିରହିଥିବା କାମଟିରେ ଅଗ୍ରଗତିର ସୂଚନା ପାଇବେ।
ଧନୁ
ଧନୁ
ପାରିବାରିକ କଳହ କିମ୍ବା ପୂର୍ବ ଶତ୍ରୁତାକୁ ନେଇ ମନ ଭଲ ରହିବନାହିଁ। ଦିନତମାମ ବନ୍ଧୁଙ୍କ ମେଳରେ ରହିବାର ସୁଯୋଗ ପାଇଲେ ମଧ୍ୟ ଉପଭୋଗ୍ୟ ହୋଇ ନ ପାରେ । ପୂର୍ବାଷାଢ଼ା ନକ୍ଷତ୍ରର ଭ୍ରମଣ, ରାଜନୀତି, ପ୍ରଶାସନ, ବାଣିଜ୍ୟ, ବ୍ୟବସାୟ ପାଇଁ ଆଜି ଦିନଟି ବହୁତ ଭଲ। ପଡ଼ୋଶୀଙ୍କଠାରୁ କୌଣସି ଖବର ପାଇ ବିସ୍ମିତ ହେବେ।
ମକର
ମକର
ବନ୍ଧୁମାନଙ୍କୁ ସୁପରାମର୍ଶ, ଶିକ୍ଷା,ପରୀକ୍ଷା ତଥା ଆନୁଷ୍ଠାନିକ କ୍ଷେତ୍ରରେ ପ୍ରଶଂସିତ ହେବେ । କିନ୍ତୁ ଧନିଷ୍ଠା ନକ୍ଷତ୍ରର ପାରିବାରିିକ ସମସ୍ୟାର ସମାଧାନ କରିବା କଷ୍ଟକର ହୋଇପଡ଼ିବ। ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବା ସାଙ୍ଗକୁ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ। ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ।
କୁମ୍ଭ
କୁମ୍ଭ
ପାରିବାରିକ କ୍ଷେତ୍ରରେ ଭୁଲ୍‌ ବୁଝାମଣା ସୃଷ୍ଟି ହେବାର ଆଶଙ୍କାକୁ ମଧ୍ୟ ଏଡ଼ାଇ ହେବ ନାହିଁ । ଜମିଜମା କାରବାର କିମ୍ବା ଛୋଟ ବ୍ୟବସାୟ ପ୍ରଭୃତିରେ ଆଶାନୁରୂପ ସଫଳତା ପାଇବେ। ବାଦବିବାଦରେ ଆପୋସ ସମାଧାନ ଘଟିବ ଓ ଶତଭିଷା ବିଜୟୀ ହେବେ । ଅସାବଧାନତାବଶତଃ କୌଣସି ଦବ୍ର୍ୟ ନଷ୍ଟ ହୋଇପାରେ।
ମୀନମୀନ
ସାମାଜିକ ସ୍ତରରେ ବନ୍ଧୁଙ୍କ ସାହାଯ୍ୟ ଲାଭ କରି ମାନସିକ ସ୍ଥିତି ସୁସ୍ଥ ହୋଇଯିବ। ପୂର୍ବଭାଦ୍ରପଦ ନକ୍ଷତ୍ରର ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ । ସ୍ବାସ୍ଥ୍ୟ ପ୍ରତି ସଜାଗ ନ ହେଲେ ଅନୁତାପ କରିବାକୁ ପଡ଼ିବ । ଆଲୋଚନା, ସଭାସମିତି, କ୍ରୀଡ଼ା, କଳା ଓ ଚଳଚ୍ଚିତ୍ର କ୍ଷେତ୍ରରେ ପ୍ରତିଯୋଗିତା ମନୋଭାବ ସୃଷ୍ଟି ହୋଇପାରେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଅଗଷ୍ଟ ୧୨ ତାରିଖ – Daily Horoscope

ମେଷ କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଅନେକାଂଶରେ ଭଲ ରହିବ। ପାରିବାରିକ କ୍ଷେତ୍ରରେ ମନ ବୁଝିଲା ଭଳି କଥା କହି ପରିସ୍ଥିତିକୁ ସୁଧାରି ନେବେ। ବନ୍ଧୁଙ୍କ ଅନୁରୋଧବଶତଃ…

ରାଶିଫଳ: ମଙ୍ଗଳବାର , ଅଗଷ୍ଟ ୧୦ ତାରିଖ – Daily Horoscope

ମେଷ ଆଜି ବନ୍ଧୁବାନ୍ଧବ,ସହକର୍ମୀ,ଧାରକରଜ,ଟଙ୍କା ପଇସା ପ୍ରଭୃତିକୁ କେନ୍ଦ୍ରକରି କଳହ ଆଶଙ୍କା। ସ୍ୱାସ୍ଥ୍ୟ ଓ ପିଲାମାନଙ୍କ ବିବାହ ସମ୍ପର୍କିତ ଚିନ୍ତା ନେଇ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି। ଜଣେ…

ରାଶିଫଳ: ସୋମବାର, ଅଗଷ୍ଟ ୧୦ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସହଯୋଗରୁ ଅଟକିଥିବା କାମରେ ଅଗ୍ରଗତି ଘଟିବ। ଆର୍ଥିକ ସଙ୍କଟ ଥିଲେ ମଧ୍ୟ ନୂତନ ଯୋଜନା ଆରମ୍ଭ ସକାଶେ ମନ ବଳାଇବେ। ଗୁରୁଜନଙ୍କ…

ରାଶିଫଳ: ରବିବାର, ଅଗଷ୍ଟ ୯ ତାରିଖ – Daily Horoscope

ମେଷ ଆଜି କର୍ମକ୍ଷେତ୍ରରେ ହେଉ କିମ୍ବା ପାରିବାରିକ କ୍ଷେତ୍ର ସମସ୍ୟାକୁ ସୁଧାରି ନେବାର ପ୍ରଯନତ୍ କରିବେ। ଆବଶ୍ୟକତା ପୂରଣ ସକାଶେ କରଜ କରିବାକୁ ବନ୍ଧୁଙ୍କୁ ଅନୁରୋଧ କରିପାରନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri