Posted inRasifala

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୯ ତାରିଖ – Daily Horoscope

ମେଷ
ଆଜି ଚତୁର୍ଥଭାବକୁ ଚାରୋଟି ଗ୍ରହ ଦେଖୁଥିବାରୁ ପିଲାମାନଙ୍କ ଦାବି ମୁତାବକ ଜିନିଷ ସେମାନଙ୍କର ଆନନ୍ଦ ବର୍ଦ୍ଧନ କରିବ। ଚେଷ୍ଟା କରୁଥିବା ଦିଗରୁ ଅର୍ଥ ଲାଭ, ଶାରୀରିକ ସୁସ୍ଥତା ବନ୍ଧୁଙ୍କ ପରାମର୍ଶ ଆପଣଙ୍କ କାମରେ ସାହାଯ୍ୟ କରିବ। କଳା, ସାହିତ୍ୟ, କ୍ରୀଡ଼ା, ଚଳଚ୍ଚିତ୍ର କାମରେ ହଠାତ୍‌ ଦୂରଯାତ୍ରା କରିବାକୁ ପଡ଼ିପାରେ ।
ବୃଷ
ବୃଷ
ଆଜିର କର୍ମକ୍ଷେତ୍ରରେ ରବି ଓ ଶୁକ୍ରଙ୍କ ପ୍ରଭାବରୁ ସାଧାରଣ କଥାରେ କୌଣସି ବ୍ୟକ୍ତିଙ୍କ ସହ ମତାନ୍ତର ଘଟିପାରେ। ଅଷ୍ଟମ ଚନ୍ଦ୍ର ହେତୁ ଯାହା କରନ୍ତୁ ନା କାହିଁକି, ମନରେ ଟେନ୍ସନ ଲାଗି ରହିବ। ଆକସ୍ମିକ ଅର୍ଥ ଖର୍ଚ୍ଚ ଯୋଗୁ ଚିନ୍ତା ବଢ଼ିଯାଇପାରେ। ବନ୍ଧୁମାନଙ୍କଠାରୁ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିପାରନ୍ତି।
ମିଥୁନ
ମିଥୁନ
ଦୁଃସ୍ଥାନସ୍ଥ ଗ୍ରହମାନେ ଆପଣଙ୍କ ଆର୍ଥିକସ୍ଥିତିକୁ ମଜଭୁତ ଓ ମନକୁ ଉତ୍ସାହିତ କରିବେ। ଜଣେ ବନ୍ଧୁ ମାର୍ଗଦର୍ଶକ ସାଜି ପାରନ୍ତି, ଯାହା କି ଆପଣଙ୍କ ସକାଶେ ହିତକର ହେବ। କର୍ମକ୍ଷେତ୍ରରେ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବ। ଚିନ୍ତା କରୁଥିବା କାମରେ ସଫଳତା ଆଜି ଅପରାହ୍ନରେ ପାଇବେ।
କର୍କଟ
କର୍କଟ
ଆଜି ବ୍ୟୟାଧିପ ଚନ୍ଦ୍ର ରାଶିରେ ଥିବାରୁ କୌଣସି ଗୋଟିଏ ସ୍ଥାନରେ ସ୍ଥିର ରହିପାରିବେ ନାହିଁ। ଆର୍ଥିକ ସମସ୍ୟା ନେଇ ମନରେ ବିଭିନ୍ନ ଦୁର୍ଭାବନା ସୃଷ୍ଟି ହେବ। ସାଧାରଣ କଥାକୁ ବଡ଼ କରି ସହକର୍ମୀମାନେ କଳହର ମାତ୍ରାକୁ ବଢ଼ାଇବେ। ଅବଶ୍ୟ ପରକ୍ଷଣରେ ପରସ୍ପର ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ କରିବାରେ ସମର୍ଥ ହେବେ।
ସି˚ହ
ସି˚ହ
ରାହୁ ଯୁକ୍ତ ମଙ୍ଗଳ କର୍ମକ୍ଷେତ୍ରରେ ଥିବାରୁ ମନରେ ସାହସ ବାନ୍ଧି କୌଣସି କାମ କଲେ ସଫଳତା ପାଇବେ। ଯେତେଯାହା କଲେ ମଧ୍ୟ ଆତ୍ମୀୟଙ୍କୁ ସନ୍ତୁଷ୍ଟ କରିପାରିବେ ନାହିଁ। ସାମାଜିକ ସ୍ତରରେ ସମ୍ମାନିତ ହେବେ। ଉତ୍ତରାଫାଲ୍‌ଗୁନୀ ନକ୍ଷତ୍ର ଏକା ସଙ୍ଗରେ ବହୁତଗୁଡ଼ିଏ କାମ ହାତକୁ ନେଇ ବ୍ୟସ୍ତ ବିବ୍ରତ ହୋଇପାରନ୍ତି।
କନ୍ୟା
ବୃହସ୍ପତି ନୀଚ ରାଶିରେ ଥିବାରୁ ପାରିବାରିକ କ୍ଷେତ୍ରରେ ନିଜ ଲୋକମାନଙ୍କୁ ଭୁଲ୍‌ ବୁଝିପାରନ୍ତି। ଅଫିସରେ ଅଧସ୍ତନ କର୍ମଚାରୀଙ୍କ ସହ ସାଧାରଣ କଥାରେ ବିତର୍କ ସୃଷ୍ଟି ହେବ। ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ଅସ୍ଥିରତା ସୃଷ୍ଟି ହେବ। ଗୃହ ସଜ୍ଜା, ଗାଡ଼ି ମରାମତି, ପୁରୁଣା ଘରକୁ ସଜାଡ଼ିବାରେ ମନୋନିବେଶ କରିପାରନ୍ତି।
ତୁଳା
ତୁଳା
ପାପଗ୍ରହ ମଧ୍ୟସ୍ଥ ଚନ୍ଦ୍ରଙ୍କ ଯୋଗୁ ଅଧିକାଂଶ ସମୟ ଅସ୍ଥିର ମନ କାରଣରୁ ପରିବାରରେ ଝଡ଼ ଉଠିପାରେ। ମାନସିକ ଅଶାନ୍ତି କାରଣରୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ମାଲିମକଦ୍ଦମାରେ ଆଲୋଚନା ଦ୍ୱାରା ସମସ୍ୟା ସମାଧାନ ହୋଇଯିବ। ଘରର ବରାଦ ଅନୁସାରେ ଫେରିବା ବାଟରୁ ମୂଲ୍ୟବାନ ଦ୍ରବ୍ୟ ଆଣିବେ।
ବିଛା
ବିଛା
ରାଶିରେ ମୁଣ୍ଡବିହୀନ ଗ୍ରହ କେତୁ ଅବସ୍ଥାନ କରିଥିବାରୁ ଅନ୍ୟ କଥାରେ ଭାସି ନ ଯାଇ ନୀଚ ସଂସର୍ଗରୁ ଦୂରେଇ ରହିବା ଭଲ। ଧାର କରଜ କରି ଆବଶ୍ୟକତା ଚଳାଇ ନେବାକୁ ବାଧ୍ୟହେବେ। କ୍ରୀଡ଼ା, କଳା, ସାହିତ୍ୟ, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ସମସ୍ୟା ଦେଖାଦେବ। ଅର୍ଥ ସମ୍ପର୍କକୁ ନେଇ ତର୍କର ସମ୍ମୁଖୀନ ହେବେ।
ଧନୁ
ଧନୁ
ମୁଖଭାବରେ ବୁଧ ସମେତ ଚାରୋଟି ଗ୍ରହ ଆପଣଙ୍କ କଥାବାର୍ତ୍ତା ଓ ବ୍ୟବହାରକୁ ରୁକ୍ଷ କରିଦେଇପାରେ। କର୍ମକ୍ଷେତ୍ରରେ ବିଭିନ୍ନ ସମସ୍ୟା ଓ ପ୍ରତିବନ୍ଧକ ଭିତରେ ଗତିକରିବେ। ମୂଳା ନକ୍ଷତ୍ରର ମନ ଭଲ ନ ଥିବା କାରଣରୁ ବନ୍ଧୁଙ୍କ ମନରେ ଆଘାତ ଦେଇପାରେ। ରାଜନୀତି ଓ ସାଂଗଠନିକ କ୍ଷେତ୍ରରେ ପ୍ରଶଂସିତ ହେବେ।
ମକର
ମକର
ଆପଣଙ୍କ ରାଶିରେ ଚତୁଃଗ୍ରହଜନିତ ରାଜଯୋଗ ଥିବାରୁ ପ୍ରତ୍ୟେକ କ୍ଷେତ୍ରରେ ଅଜେୟ ହେବେ। ଆଲୋଚନା, ଗଠନମୂଳକ କାମ, ଲେଖାପଢ଼ା ଓ ଗବେଷଣା କ୍ଷେତ୍ରରୁ ଶୁଭଫଳ ପାଇବେ। ଶିଳ୍ପ, ବ୍ୟବସାୟ, ନିର୍ମାଣ ଓ ପରିବହନରୁ ଲାଭବାନ ହେବେ। ଶତ୍ରୁମାନଙ୍କଠାରୁ ଯଥାସମ୍ଭବ ସତର୍କ ରୁହନ୍ତୁ।
କୁମ୍ଭ
କୁମ୍ଭ
ଆପଣଙ୍କ ରାଶିରେ ବାଧକଗ୍ରହ ଶୁକ୍ର ଥିବାରୁ ଆଜି ଯେଉଁ କାମ କରିବେ ବିଫଳ ଆଶଙ୍କା ରହିଛି। ପରିବାରରେ କାହାର ସ୍ବାସ୍ଥ୍ୟ ସକାଶେ ମାନସିକ ବ୍ୟସ୍ତତା ବୃଦ୍ଧି ପାଇବ । ବାଣିଜ୍ୟ, ବ୍ୟବସାୟ କ୍ଷେତ୍ରରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ପୁତ୍ରକନ୍ୟାଙ୍କ ହେତୁକ କେତେକ ସମସ୍ୟାକୁ ନେଇ ଚିନ୍ତିତ ହୋଇପାରନ୍ତି।
ମୀନମୀନ
ଆଜି କର୍ମାଧିପ ନୀଚସ୍ଥ ହେତୁ ଈର୍ଷାପରାୟଣ ସହକର୍ମୀଟି ସହ ବିବାଦ ବୃଦ୍ଧି ହୋଇପାରେ। ଆତ୍ମୀୟମାନେ ବିଶ୍ୱାସଘାତକତା କରିପାରନ୍ତି। ଯାତ୍ରା, ବାଣିଜ୍ୟ, ମାଲି ମକଦ୍ଦମା, ସଂଗଠନ, ଲେଖାପଢା ଓ ଜମିଜମା କାରବାରରେ ସମସ୍ୟା ଲାଗି ରହିବ। କଳା, ସାହିତ୍ୟ, କ୍ରୀଡ଼ା, ସଙ୍ଗୀତ କ୍ଷେତ୍ରରେ ସୁନାମ ଅର୍ଜନ କରିବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଫେବୃଆରୀ ୧୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସମସ୍ତ କାର୍ଯ୍ୟ ସକାଶେ ଅନୁକୂଳ ବାତାବରଣ ସୃଷ୍ଟି କରିବ। କିନ୍ତୁ ଅଶ୍ଳେଷା ସକାଶେ ଯେତେ ଭଲ କଲେ ମଧ୍ୟ ଅନ୍ୟମାନଙ୍କର ଆନ୍ତରିକତା ରହିବନି।…

ରାଶିଫଳ: ରବିବାର, ଫେବୃଆରୀ ୧୫ ତାରିଖ – Daily Horoscope

ମେଷ ଆଜିର କର୍ମଭାବସ୍ଥ ଚନ୍ଦ୍ରମଙ୍ଗଳଯାଗ ଆପଣଙ୍କୁ ଧୈର୍ଯ୍ୟର ସହ କାମ ହାସଲ ଦିଗରେ ସାହାଯ୍ୟ କରିବ। ସାଧାରଣ ବ୍ୟତିକ୍ରମ ରହିଲେ ମଧ୍ୟ ପାରିବାରିକ ଜୀବନରେ ଶାନ୍ତି ଅବ୍ୟାହତ…

ରାଶିଫଳ: ଶନିବାର, ଫେବୃଆରୀ ୧୪ ତାରିଖ – Daily Horoscope

ମେଷ ଆଜି ଆର୍ଥିକ, ମାନସିକ ଏବଂ ସାମାଜିକ ସ୍ଥିତି ଭଲ ରହିବ। ଆନୁଷ୍ଠାନିକ କାମରେ ବନ୍ଧୁମିଳନ ସହିତ କିଛି ସମୟ ଅତିବାହିତ କରିବାକୁ ପଡ଼ିପାରେ। ବନ୍ଧୁଙ୍କ ସହାୟତାରେ…

ରାଶିଫଳ: ଶୁକ୍ରବାର, ଫେବୃଆରୀ ୧୩ ତାରିଖ – Daily Horoscope

ମେଷ ଆଜିର ନବମସ୍ଥ ଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି, ବନ୍ଧୁ ସମ୍ପର୍କ ଏବଂ କାର୍ଯ୍ୟସିଦ୍ଧି କରାଇବ। କୌଣସି ବନ୍ଧୁଙ୍କୁ ଟଙ୍କା ପଇସା ଦେଇ ଫେରି ପାଇବାରେ କମ୍‍ ସମ୍ଭାବନାକୁ…

ରାଶିଫଳ: ଗୁରୁବାର, ଫେବୃଆରୀ ୧୨ ତାରିଖ – Daily Horoscope

ମେଷ ଆଜି ତ୍ୟାଗସ୍ବୀକାର ପୂର୍ବକ କୌଣସି ସାହାଯ୍ୟପ୍ରାର୍ଥୀଙ୍କୁ ସହାନୁଭୂତି ପ୍ରଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ପରିବହନରେ ପ୍ରତିବନ୍ଧକ ଦୂରେଇଯିବ। ସନ୍ତାନଙ୍କ ସ୍ବାସ୍ଥ୍ୟ, ସମ୍ପର୍କୀୟଙ୍କ…

ରାଶିଫଳ: ବୁଧବାର, ଫେବୃଆରୀ ୧୧ ତାରିଖ – Daily Horoscope

ମେଷ ଆଜି ରବିଙ୍କ ସହ ମଙ୍ଗଳଙ୍କ ସଂଯୋଗ ଦୈହିକ ସୁସ୍ଥତା, ପାରିବାରିକ ଶାନ୍ତି ଏବଂ ଆଲୋଚନା ସକାଶେ ଅନୁକୂଳ ରହିବ। ବିଶିଷ୍ଟବ୍ୟକ୍ତିଙ୍କ ଗହଣରେ ସମ୍ବର୍ଦ୍ଧିତ ହେବାର ସୌଭାଗ୍ୟ…

ରାଶିଫଳ: ମଙ୍ଗଳବାର, ଫେବୃଆରୀ ୧୦ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ବନ୍ଧୁ ଓ ପରିଜନଙ୍କ ସହ ଦୂରଯାତ୍ରା କରି ଖୁସି ମନେଇବେ। ପାରସ୍ପରିକ ଆଲୋଚନା କ୍ରମରେ ଘରର କେତେକ କାମକୁ ସମ୍ପନ୍ନ କରିବା…

ରାଶିଫଳ: ସୋମବାର, ଫେବୃଆରୀ ୯ ତାରିଖ – Daily Horoscope

ମେଷ ଆଗାମୀ ମାଙ୍ଗଳିକ କାର୍ଯ୍ୟ ପରିପ୍ରେକ୍ଷୀରେ ପାରିବାରିକ ବନ୍ଧୁମିଳନର ସୂଚନା ରହିଛି। ମାନସିକ ଅସ୍ଥିରତା ଲାଗିରହିଲେ ମଧ୍ୟ ଶାରୀରିକ ସ୍ବାସ୍ଥ୍ୟ ଭଲ ରହିବ ଏବଂ କୌଣସି କାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri