Posted inRasifala

ରାଶିଫଳ: ବୁଧବାର, ଜୁଲାଇ ୯ ତାରିଖ – Daily Horoscope

ମେଷ
କର୍ମାଧିପ ଦ୍ୱାଦଶସ୍ଥ ଯୋଗୁ ବନ୍ଧୁମତାନ୍ତର, ଧନହାନୀ ଓ କାମରେ ପ୍ରତିରୋଧର ସମ୍ମୁଖୀନ ହେବେ। ପାରିବାରିକ ସମସ୍ୟା ସମାଧାନ ପାଇଁ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସଫଳତା ହାସଲ କରିବେ। ପ୍ରିୟଜନଙ୍କ ଦ୍ୱାରା ପ୍ରଭାବିତ ହୋଇ ଧର୍ମକାର୍ଯ୍ୟରେ ମନ ଦେବେ।
ବୃଷ
ବୃଷ
ଆଜି ରାଶ୍ୟାଧିପତି ସ୍ବଗୃହରେ ରହିଥିବାରୁ ସ୍ବାସ୍ଥ୍ୟ ଭଲ ରହିବା ସହ ଭୋଗବିଳାସ ପ୍ରତି ଆକର୍ଷିତ ହେବେ। ପ୍ରତିବେଶୀଙ୍କ ସହ ସଂପର୍କ ମଧୁର ରଖିବା ପାଇଁ ଚେଷ୍ଟା କଲେ ସଫଳତା ପାଇବେ। ପାରଷ୍ପରିକ ବୁଝାମଣା ମଧ୍ୟରେ ପରିବାରରେ ଶାନ୍ତି ଫେରି ଆସିବ। କର୍ମକ୍ଷେତ୍ରରେ କେହି ପ୍ରତିବାଦର ସ୍ବର ଉଠାଇ କାମରେ ବିଘ୍ନ ଘଟାଇବେ।
ମିଥୁନ
ମିଥୁନ
ମୁଖଭାବରେ ବୁଧ ଆପଣଙ୍କ ମନର ଭାବ ଓ ଭାଷାକୁ କଠୋର କରି ସମସ୍ୟା ସୃଷ୍ଟି କରିପାରନ୍ତି। ପରିବାରର ଆବଶ୍ୟକତା ପୂରଣ ସକାଶେ କରଜ କରି କାମ ଚଳାଇବାକୁ ବାଧ୍ୟ ହେବେ। ବନ୍ଧୁଙ୍କ ପ୍ରେରଣା ଓ ପ୍ରୋତ୍ସାହନରେ ମଉଳି ଯାଇଥିବା ଆଶା କଅଁଳି ଉଠିବ। କର୍ମକ୍ଷେତ୍ରର ବିବାଦୀୟ କଥାରେ ମଧ୍ୟସ୍ଥତା କରି ଅପମାନିତ ହୋଇପାରନ୍ତି।
କର୍କଟ
କର୍କଟ
ଆଜିର ଚନ୍ଦ୍ର ଷଷ୍ଠଭାବରେ ରହିଥିବାରୁ କୌଣସି ବନ୍ଧୁଙ୍କ ଦ୍ୱାରା ଅନୁପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। କର୍ମକ୍ଷେତ୍ରରେ ଉପରିସ୍ଥଙ୍କ ଦ୍ୱାରା ପ୍ରଶଂସା ଓ ପ୍ରୋତ୍ସାହନ ପାଇ ମନୋବଳ ବୃଦ୍ଧି ପାଇବ। ଶିଳ୍ପ, ବ୍ୟବସାୟ କ୍ଷେତ୍ରରେ ସମସ୍ୟା ଦୂର ହେବ। ଆଜିହିଁ ଶେଷ କରିବାକୁ ଭାବୁଥିବା କାମଟିକୁ ଶେଷ କରିପାରିବେନି।
ସି˚ହ
ସି˚ହ
ରାଶ୍ୟାଧିପ ଲାଭଭାବରେ ଅବସ୍ଥାନ କରିଥିବାରୁ ପ୍ରତ୍ୟେକ କ୍ଷେତ୍ରରେ ଶୀର୍ଷସ୍ଥାନରେ ରହିପାରନ୍ତି। କିନ୍ତୁ ଭୁଲ୍‌ ବୁଝାମଣା ଯୋଗୁଁ ବନ୍ଧୁମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି। ଆଜି ଦିନଟି ବନ୍ଧୁମିଳନ, ମୂଲ୍ୟବାନ୍‌ ଜିନିଷ କ୍ରୟ, ଭ୍ରମଣ ରାଜନୀତି, ପ୍ରଶାସନ ପାଇଁ ଭଲ। ଅତ୍ୟାବଶ୍ୟକ କାର୍ଯ୍ୟ ସକାଶେ ଧାର କରଜ କରିବାକୁ ପଡିପାରେ।
କନ୍ୟା
ଏକାଦଶାଧିପ ଚନ୍ଦ୍ର କେନ୍ଦ୍ରସ୍ଥାନରେ ଥିବାରୁ ଆପଣଙ୍କ ଆଶା ଓ ଅଭିଳାଷ ପୂରଣ ହୋଇଯିବ। କର୍ମକ୍ଷେତ୍ରରେ ପଦାଧିକାରୀଙ୍କ ନିକଟରୁ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିବେ। କିନ୍ତୁ ବନ୍ଧୁ ଗହଣରେ ସଂଯମତା ରକ୍ଷା ନକଲେ ବିବାଦଗ୍ରସ୍ଥ ହୋଇ ପାରନ୍ତି। ସାହିତ୍ୟ, ସଙ୍ଗୀତ, କ୍ରୀଡା, ପ୍ରତିଯୋଗିତାଦି କ୍ଷେତ୍ରରେ ସଫଳତା ମିଳିପାରେ।
ତୁଳା
ତୁଳା
ଭାଗ୍ୟାଧିପ କର୍ମସ୍ଥାନରେ ଅବସ୍ଥାନ କରିଥିବାରୁ ଆପଣଙ୍କ ଚେଷ୍ଟା ନିଷ୍ଫଳ ହେବନାହିଁ। କିନ୍ତୁ ସାଧାରଣ କଥାକୁ କେନ୍ଦ୍ରକରି ବନ୍ଧୁ ସମ୍ପର୍କ କ୍ଷୁର୍ଣ୍ଣ ହେବାର ଆଶଙ୍କା ରହିଛି। ବନ୍ଧୁ ତଥା ପରିଜନଙ୍କ ସହ ଦେବ ଦର୍ଶନ ସାଙ୍ଗକୁ ଭ୍ରମଣ ସୁଯୋଗ ଜୁଟିପାରେ। ଆଜିର ଯାତ୍ରା, ପ୍ରଶାସନ, କଳା ,ସାହିତ୍ୟ, ସଂଙ୍ଗୀତ ସାଧନାଦି ମନ୍ଦ ହେବନି।
ବିଛା
ବିଛା
ମୁଖଭାବରେ ଚନ୍ଦ୍ର ରହିଥିବାରୁ ଆପଣଙ୍କ କୋମଳ ବ୍ୟବହାର ଲୋକପ୍ରିୟତା ବୃଦ୍ଧି କରିବ। ଯାତ୍ରା, ବାଣିଜ୍ୟ ଓ କାର୍ଯ୍ୟସାଧନ ଦିଗରେ ପ୍ରତିବନ୍ଧକ ରହିବ ନାହିଁ। ସମସ୍ୟା ଲାଗି ରହିଥିଲେ ମଧ୍ୟ ଆନୁସଙ୍ଗିକ ସାହାଯ୍ୟ, ସହଯୋଗ ଲାଭକରି ସଫଳତା ପ୍ରାପ୍ତ ହେବେ। ସତର୍କତା ରକ୍ଷାନକଲେ ବିଜାତୀୟ ବ୍ୟକ୍ତିଙ୍କ ଦ୍ୱରା ଅପମାନିତ ହୋଇପାରନ୍ତି ।
ଧନୁ
ଧନୁ
ଅଷ୍ଟମାଧିପତି ରାଶିରେ ଥିବାରୁ କୌଣସି ସମସ୍ୟା ସମାଧାନ ସକାଶେ ବ୍ୟସ୍ତତା ଅନୁଭବ କରିପାରନ୍ତି। ବନ୍ଧୁଙ୍କ ନିମନ୍ତ୍ରଣ କ୍ରମେ ଆକସ୍ମିକ ଭାବରେ ଆମୋଦ ପ୍ରମୋଦର ମଉକା ଜୁଟିବ। ପଡୋଶୀଙ୍କ ସାହାଯ୍ୟ ହେତୁ ପାରିବାରିିକ ସମସ୍ୟାର ସମାଧାନ ଘଟିବ। କର୍ମକ୍ଷେତ୍ରରେ ଆଳସ୍ୟ ଓ ଅବହେଳାରୁ କୈଫିୟତ ଦେବାକୁ ପଡିପାରେ।
ମକର
ମକର
ଦୁର୍ବଳ ଚତୁର୍ଥାଧିପଙ୍କ ସହିତ କେତୁ ଯୁକ୍ତ ଯୋଗୁ ଉଦ୍ଦେଶ୍ୟ ପୂରଣ କଷ୍ଟସାଧ୍ୟ ହୋଇପାରେ। ଇଛା କଲେ ମଧ୍ୟ କୌଣସି ମନସ୍ଥ ଜିନିଷ କିଣି ନପାରି ପସ୍ତେଇବେ। ଆଜିର ଯାତ୍ରା, ବ୍ୟବସାୟ, ପାରିବାରିକସ୍ଥିତି ଓ ବନ୍ଧୁସମ୍ପର୍କ ଉତମ ରହିବ। ସାମୂହିକ ଆଲୋଚନା, ଧାର୍ମିକ ସଂଗଠନ ଏବଂ ଆନୁଷ୍ଠାନିକ କ୍ଷେତ୍ରରେ ସମସ୍ୟା ଦୂର ହେବ।
କୁମ୍ଭ
କୁମ୍ଭ
ଧନସ୍ଥାନରେ ଶନି ଆପଣଙ୍କୁ ନିରୁତ୍ସାହିତ କରି ରଖିବା ସହ ଆର୍ଥିକ ଦୂରବସ୍ଥା ସୃଷ୍ଟି କରିବ। ବ୍ୟବସାୟକୁ ଆଗକୁ ବଢାଇବା ପାଇଁ କୌଣସି ରିସ୍କ ପଦକ୍ଷେପ ଗ୍ରହଣ କରିବେ। ପରିବାରରେ ଭୁଲ ବୁଝାମଣା ହେତୁ ସ୍ତ୍ରୀଙ୍କ ତରଫରୁ ସମସ୍ୟା ଆସିପାରେ। ପ୍ରିୟଜନମାନଙ୍କ ସହିତ ଆଜିର ପ୍ରାତଃ ଭ୍ରମଣ ବେଶ୍‌ ଆନନ୍ଦ ଦାୟକ ହେବ।
ମୀନମୀନ

ଶୁଭଚନ୍ଦ୍ର ପ୍ରଭାବରେ ବନ୍ଧୁଙ୍କ ସହ ଭ୍ରମଣ ସଙ୍ଗକୁ ଆକର୍ଷଣୀୟ ଜିନିଷ ପ୍ରାପ୍ତିର ଯୋଗ ରହିଛି। କର୍ମକ୍ଷେତ୍ରରେ ବାରମ୍ବାର ଅସଫଳ ହେବାରୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି। ସନ୍ତାନଙ୍କ କୃତି ଓ କୃତିତ୍ୱଜନିତ ଗୈାରବାନ୍ବିତ ମନେକରିବେ। ସାହିତ୍ୟ, କ୍ରୀଡା, ସାଂସ୍କୃତିକ କାର୍ଯ୍ୟକ୍ରମରେ ସମସ୍ୟା ସମାଧାନ ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ସେପ୍ଟେମ୍ବର 20 ତାରିଖ – Daily Horoscope

ମେଷ ଆଜି ପିଲାମାନଙ୍କ କଥା, ଶିକ୍ଷା ସମ୍ପର୍କୀୟ ସମସ୍ୟା, ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଘଟିବ। ଯାତ୍ରା, ବାଣିଜ୍ୟ, ବ୍ୟବସାୟ, ପରିବହନରେ ସମସ୍ୟାମୁକ୍ତ ରହିବେ। ଅଟକି ରହିଥିବା କାମକୁ…

ରାଶିଫଳ:ଶନିବାର , ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ଜନିତ ବନ୍ଧୁ ସମ୍ପର୍କରେ ଉନ୍ନତି ହେବ। ଯାତ୍ରା, ବିବାଦ, ଗୃହାରମ୍ଭ ପାଇଁ ପ୍ରତିକୂଳତା ଆସିଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ପାରିବାରିକ…

ରାଶିଫଳ: ଶୁକ୍ରବାର , ସେପ୍ଟେମ୍ବର ୧୮ ତାରିଖ – Daily Horoscope

ମେଷ ବୃହସ୍ପତିଙ୍କ ଦୃଷ୍ଟିରେ କର୍ମାଧିପ ଥିବାରୁ ଶୁଭେଚ୍ଛୁଙ୍କ ପରାମର୍ଶରେ ନୂଆ କାମ ସକାଶେ ମନ ବଳାଇବେ। ଦୈହିକ ଦୁର୍ବଳତା ସାଙ୍ଗକୁ ପାରିବାରିକ ଦ୍ୱନ୍ଦ୍ୱଜନିତ ନୈରାଶ୍ୟରୁ ଚିନ୍ତିତ ରହିପାରନ୍ତି।…

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ, ସଭାସମିତି, ଧର୍ମକାର୍ଯ୍ୟ, ବନ୍ଧୁମିଳନ ପାଇଁ ଦିନଟି ଭଲ। ଛୋଟ ଛୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?