Posted inRasifala

ରାଶିଫଳ: ରବିବାର, ଜାନୁୟାରୀ ୯ ତାରିଖ – Daily Horoscope

ମେଷ
ପ୍ରତ୍ୟେକ କାର୍ଯ୍ୟରେ ବନ୍ଧୁଙ୍କ ସହଯୋଗ ଅବ୍ୟାହତ ରହିବ। ପାରିବାରିକ ସ୍ତରରେ ଅଭିମାନଭରା ପରିବେଶ ସୃଷ୍ଟି କରିପାରେ। ଅର୍ଥ ସମ୍ପର୍କୀୟ ଆବଶ୍ୟକତା ପୂରଣ ହେବାରେ ସହକର୍ମୀଙ୍କ ଅବଦାନ ଅବିସ୍ମରଣୀୟ ରହିବ। ଶିକ୍ଷା, ଗବେଷଣା, ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ କ୍ଷେତ୍ରରେ ସାମାନ୍ୟ ଉନ୍ନତି ଘଟିବ।
ବୃଷ
ବୃଷ
ସ୍ବାସ୍ଥ୍ୟ ସମସ୍ୟା ଗୁରୁତର ନ ହେଲେ ମଧ୍ୟ ଟେନ୍‌ସନ ଲାଗି ରହିବ। ଅର୍ଥ ଆବଶ୍ୟକତା ପୂରଣ ସକାଶେ ଜମିଜମା, ପୁରାତନ ଗୃହ, ଯାନ୍ତ୍ରିକ ଜିନିଷ ବିକ୍ରି କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପ୍ରଶାସନ, ପ୍ରକାଶନ, ପରିବହନ ଓ ନିର୍ମାଣରେ ଆଂଶିକ ସଫଳତା ମିଳିବ। କଳା, ସାହିତ୍ୟ, କୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରେ ସୁଫଳ ମିଳିବ।
ମିଥୁନ
ମିଥୁନ
ବନ୍ଧୁଙ୍କ ଉପରେ ପୂର୍ଣ୍ଣ ଭରସା କଲେ ହଇରାଣ ହୋଇପାରନ୍ତି। ବକେୟା ଅର୍ଥ ଆଦାୟରେ ବିଫଳ ହେବେ। ନିର୍ମାଣାଧୀନ କାମଟିର ଶେଷ ପର୍ଯ୍ୟାୟରେ ବଚସାକୁ କେନ୍ଦ୍ରକରି ପରିସ୍ଥିତି ବଦଳି ଯିବାର ସୂଚନା ରହିଛି। ସହୃଦୟତାର ଦୃଷ୍ଟିକୋଣ ନେଇ ପରକୁ ମଧ୍ୟ ଆପଣାର ଭଳି ମନେ କରିପାରନ୍ତି।
କର୍କଟ
କର୍କଟ
କର୍ମକ୍ଷେତ୍ରରେ ସମସ୍ୟା ପ୍ରତିହତ କରିବେ। ଜଣେ ବନ୍ଧୁଙ୍କ ଉପସ୍ଥିତି ଓ ବିବାଦୀୟ ମନ୍ତବ୍ୟକୁ କେନ୍ଦ୍ର କରି ଝଗଡ଼ା ଲାଗିପାରେ। ମାଲିମକଦ୍ଦମାରେ ଯେତେଟା ପରିସ୍ଥିତିକୁ ଜଟିଳ ମନେକରୁଛନ୍ତି ବାସ୍ତବରେ ସେପରି କିଛି ହେବନି। ଅଧ୍ୟୟନ, ଅଧ୍ୟାପନା, ରଚନାମତ୍କ କାମ ଓ ସନ୍ତାନହେତୁକ କୌଣସି ସମସ୍ୟାରୁ ଚିନ୍ତିତ ରହିପାରନ୍ତି।
ସି˚ହ
ସି˚ହ
ସାଧାରଣ କେତେକ ବ୍ୟତିକ୍ରମକୁ ବାଦ୍‌ ଦେଲେ ପାରିବାରିକ ଜୀବନ ପ୍ରାୟତଃ ଭଲ ରହିବ। ରପତ୍ାନି ବାଣିଜ୍ୟ, ଲୌହ, ତୈଳ, ଯନ୍ତ୍ରାଂଶ, ବ୍ୟବସାୟ ଓ ପରିବହନରେ ସମସ୍ୟାର ପରିସମାପ୍ତି ଘଟିବ। ସମ୍ପର୍କୀୟଙ୍କ ନିକଟରୁ ଚଢ଼ାସୁଧରେ କରଜ କରିବାକୁ ବାଧ୍ୟ ହେବେ। ସାହିତ୍ୟ, ସଙ୍ଗୀତ, ଚଳଚ୍ଚିତ୍ର କ୍ଷେତ୍ରରେ ସୁନାମ ଅର୍ଜନ କରିବେ।
କନ୍ୟା
ଆଜିର ଦିନଟି ଆର୍ଥିକ ଓ ବ୍ୟବସାୟିକ ଦିଗ ପାଇଁ ଅନୁକୂଳ ରହିବ। କଳା, ସାହିତ୍ୟ, ସାମ୍ବାଦିକତା, ଏଜେନ୍‌ଶିପ୍‌, ପ୍ରଶାସନ, ପ୍ରକାଶନ କ୍ଷେତ୍ରରେ ସଫଳତା ପାଇବେ। ନିର୍ମାଣ, ସଭାସମିତି, କଳା, ସାହିତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ସମସ୍ୟା ସମାଧାନ ହେବ। ଚିତ୍ରା ନକ୍ଷତ୍ର ଭୁଲ୍‌ ବୁଝାମଣାଜନିତ ମାନସିକ ଅଶାନ୍ତିରେ କାଳାତିପାତ କରିବେ।
ତୁଳା
ତୁଳା
ଆଜିର ଜୀବନଯାତ୍ରା ସ୍ବାଭାବିକ ଭାବରେ ଗତିଶୀଳ ହେବ। ହୋଟେଲ, ଶିଳ୍ପ, ଲୌହ, ବିଦ୍ୟୁତ୍‌ ସମ୍ବନ୍ଧିତ ବ୍ୟବସାୟରେ ସୁଫଳ ପାଇବେ। ଅର୍ଥ ସଙ୍କଟ ଦୂର ହେବାରେ ଭଲ ସମ୍ପର୍କ ରହିଥିବା ସହକର୍ମୀଟି ସାହାଯ୍ୟ କରିପାରନ୍ତି । ପ୍ଲଟିଂ କାରବାର, ଶେୟାର ବଜାର, ଉଦ୍ୟୋଗ, ନୂତନ ପ୍ରକଳ୍ପାଦି କାର୍ଯ୍ୟ ସୁରୁଖୁରୁରେ ସମ୍ପାଦିତ ହେବ।
ବିଛା
ବିଛା
ସାଧାରଣ ଘଟଣାକୁ କେନ୍ଦ୍ରକରି ଘରେ ଅଶାନ୍ତି ଲାଗିରହିବ। ଆନୁଷ୍ଠାନିକ କାମରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ସମ୍ଭାବନା ରହିଛି। କଳା, ସାହିତ୍ୟ, ସାମ୍ବାଦିକତା, ପ୍ରକାଶନ, ପ୍ରଶାସନ, ଯାନବାହନ, ନିର୍ମାଣରୁ ସୁଫଳ ପାଇବେ। ବିବାଦୀୟ ଘଟଣା, ମାଲିମକଦ୍ଦମା, ପ୍ରତିଯୋଗିତା କିମ୍ବା ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ବିଜୟୀ ହେବେ।
ଧନୁ
ଧନୁ
ପରିବାରରେ ସମସ୍ୟା ଲାଗି ରହିଥିବାରୁ ଅଧିକାଂଶ ସମୟ ଅନ୍ୟମନସ୍କ ରହିବେ। ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତା କ୍ଷେତ୍ରରେ ସଫଳତା ପାଇଲେ ମଧ୍ୟ ମନରେ ଶାନ୍ତି ଆସିବ ନାହିଁ। ଅର୍ଥ କାରବାରରେ ସତର୍କ ନ ରହିଲେ ଅସୁବିଧାରେ ପଡ଼ିବେ। କଳା, ସାହିତ୍ୟ, କ୍ରୀଡ଼ା, ସଙ୍ଗୀତ ଓ ଚଳଚ୍ଚିତ୍ର ପ୍ରଭୃତି କ୍ଷେତ୍ରରେ ସମସ୍ୟା ସମାଧାନ ହେବ।
ମକର
ମକର
ଚେଷ୍ଟା କରୁଥିବା କାମଗୁଡ଼ିକ ଠିକ୍‌ ଭାବେ ସମ୍ପନ୍ନ ହେବ। ସାହିତ୍ୟ ଚର୍ଚ୍ଚା, ସାମ୍ବାଦିକତା, ଗବେଷଣା ଓ ମିଡିଆ କ୍ଷେତ୍ରରେ ସୁନାମ ଅର୍ଜନ କରିବେ। ଅର୍ଥ ସଙ୍କଟ ଲାଗି ରହିଲେ ମଧ୍ୟ ବନ୍ଧୁମାନଙ୍କ ସାହାଯ୍ୟରେ ସୁଧାରି ନେବାରେ ସଫଳ ହେବେ। ପଡ଼ୋଶୀଙ୍କ ଖଳକଥାରେ ପ୍ରଭାବିତ ହୋଇ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇପାରେ।
କୁମ୍ଭ
କୁମ୍ଭ
ପାରିବାରିକ ଜୀବନରେ ସନ୍ଦେହ ଓ ଭୁଲ୍‌ ବୁଝାମଣାରୁ ସମସ୍ୟାବହୁଳ ଜୀବନ ବିତାଇପାରନ୍ତି। ରାଜନୈତିକ କ୍ଷେତ୍ରରେ ବୁଝାମଣା ଠିକ୍‌ ରହିବା କାରଣରୁ ବିଶେଷ ଅସୁବିଧା ନ ହୋଇପାରେ। ବାଣିଜ୍ୟ, ବ୍ୟବସାୟ, ପ୍ରକାଶନ, ମାଲିମକଦ୍ଦମାରେ ସଫଳତା ମିଳିବ। ଅଧ୍ୟୟନ ଓ ଅଧ୍ୟାପନା, ସତ୍‌ସଙ୍ଗ, ତୀର୍ଥାଟନ ପାଇଁ ମନ ବଳାଇ ପାରନ୍ତି।
ମୀନମୀନ
ଭୁଲ୍‌ ବୁଝାମଣାରୁ ଦୂରେଇ ଯାଇଥିବା ବନ୍ଧୁମାନେ ପାଖେଇ ଆସିବେ। ଜମିଜମା, ଲୋକସମ୍ପର୍କ, ଲେଖାପଢ଼ା, ଗବେଷଣା, ଅନୁସନ୍ଧାନରେ ଅଗ୍ରଗତି ଅବଶ୍ୟମ୍ଭାବୀ। କଚେରି ମାମଲା, ପ୍ରତିଯୋଗିତା ଓ ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ଆଶାନୁରୂପ ସୁଫଳ ପାଇବେ । କଳା, ସାହିତ୍ୟ, ସଙ୍ଗୀତ, ଚଳଚ୍ଚିତ୍ର ପ୍ରଭୃତିରେ ସୁନାମ ଅର୍ଜନ କରିପାରନ୍ତି ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର , ଅଗଷ୍ଟ ୧୪ ତାରିଖ – Daily Horoscope

ମେଷ ଆଜି କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ଯାତ୍ରା କିମ୍ବା କଠୋର ପରିଶ୍ରମ ଜନିତ ଶାରୀରିକ ପରିଶ୍ରମଜନିତ କ୍ଳାନ୍ତି ଅନୁଭବ କରିପାରନ୍ତି। ସାମାଜିକ ସ୍ତରରେ…

ରାଶିଫଳ: ଗୁରୁବାର, ଅଗଷ୍ଟ ୧୩ ତାରିଖ – Daily Horoscope

ମେଷ ଆଜି ରାଜନୀତି, ଆଇନ, ଅଦାଲତ ତଥା ସାଂଗଠନିକ କାର୍ଯ୍ୟ ଆଲୋଚନାରେ ସଫଳତା ପାଇବେ। କିନ୍ତୁ ଶିକ୍ଷା,ସନ୍ତାନ ଓ ସମ୍ପର୍କ କ୍ଷେତ୍ରରେ ବିବାଦୀୟ ସ୍ଥିତି ଉପୁଜିପାରେ। ବନ୍ଧୁ…

ରାଶିଫଳ: ବୁଧବାର, ଅଗଷ୍ଟ ୧୨ ତାରିଖ – Daily Horoscope

ମେଷ କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଅନେକାଂଶରେ ଭଲ ରହିବ। ପାରିବାରିକ କ୍ଷେତ୍ରରେ ମନ ବୁଝିଲା ଭଳି କଥା କହି ପରିସ୍ଥିତିକୁ ସୁଧାରି ନେବେ। ବନ୍ଧୁଙ୍କ ଅନୁରୋଧବଶତଃ…

ରାଶିଫଳ: ମଙ୍ଗଳବାର , ଅଗଷ୍ଟ ୧୧ ତାରିଖ – Daily Horoscope

ମେଷ ଆଜି ବନ୍ଧୁବାନ୍ଧବ,ସହକର୍ମୀ,ଧାରକରଜ,ଟଙ୍କା ପଇସା ପ୍ରଭୃତିକୁ କେନ୍ଦ୍ରକରି କଳହ ଆଶଙ୍କା। ସ୍ୱାସ୍ଥ୍ୟ ଓ ପିଲାମାନଙ୍କ ବିବାହ ସମ୍ପର୍କିତ ଚିନ୍ତା ନେଇ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି। ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri