Posted inRasifala

ରାଶିଫଳ: ରବିବାର, ଜାନୁୟାରୀ ୯ ତାରିଖ – Daily Horoscope

ମେଷ
ପ୍ରତ୍ୟେକ କାର୍ଯ୍ୟରେ ବନ୍ଧୁଙ୍କ ସହଯୋଗ ଅବ୍ୟାହତ ରହିବ। ପାରିବାରିକ ସ୍ତରରେ ଅଭିମାନଭରା ପରିବେଶ ସୃଷ୍ଟି କରିପାରେ। ଅର୍ଥ ସମ୍ପର୍କୀୟ ଆବଶ୍ୟକତା ପୂରଣ ହେବାରେ ସହକର୍ମୀଙ୍କ ଅବଦାନ ଅବିସ୍ମରଣୀୟ ରହିବ। ଶିକ୍ଷା, ଗବେଷଣା, ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ କ୍ଷେତ୍ରରେ ସାମାନ୍ୟ ଉନ୍ନତି ଘଟିବ।
ବୃଷ
ବୃଷ
ସ୍ବାସ୍ଥ୍ୟ ସମସ୍ୟା ଗୁରୁତର ନ ହେଲେ ମଧ୍ୟ ଟେନ୍‌ସନ ଲାଗି ରହିବ। ଅର୍ଥ ଆବଶ୍ୟକତା ପୂରଣ ସକାଶେ ଜମିଜମା, ପୁରାତନ ଗୃହ, ଯାନ୍ତ୍ରିକ ଜିନିଷ ବିକ୍ରି କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପ୍ରଶାସନ, ପ୍ରକାଶନ, ପରିବହନ ଓ ନିର୍ମାଣରେ ଆଂଶିକ ସଫଳତା ମିଳିବ। କଳା, ସାହିତ୍ୟ, କୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରେ ସୁଫଳ ମିଳିବ।
ମିଥୁନ
ମିଥୁନ
ବନ୍ଧୁଙ୍କ ଉପରେ ପୂର୍ଣ୍ଣ ଭରସା କଲେ ହଇରାଣ ହୋଇପାରନ୍ତି। ବକେୟା ଅର୍ଥ ଆଦାୟରେ ବିଫଳ ହେବେ। ନିର୍ମାଣାଧୀନ କାମଟିର ଶେଷ ପର୍ଯ୍ୟାୟରେ ବଚସାକୁ କେନ୍ଦ୍ରକରି ପରିସ୍ଥିତି ବଦଳି ଯିବାର ସୂଚନା ରହିଛି। ସହୃଦୟତାର ଦୃଷ୍ଟିକୋଣ ନେଇ ପରକୁ ମଧ୍ୟ ଆପଣାର ଭଳି ମନେ କରିପାରନ୍ତି।
କର୍କଟ
କର୍କଟ
କର୍ମକ୍ଷେତ୍ରରେ ସମସ୍ୟା ପ୍ରତିହତ କରିବେ। ଜଣେ ବନ୍ଧୁଙ୍କ ଉପସ୍ଥିତି ଓ ବିବାଦୀୟ ମନ୍ତବ୍ୟକୁ କେନ୍ଦ୍ର କରି ଝଗଡ଼ା ଲାଗିପାରେ। ମାଲିମକଦ୍ଦମାରେ ଯେତେଟା ପରିସ୍ଥିତିକୁ ଜଟିଳ ମନେକରୁଛନ୍ତି ବାସ୍ତବରେ ସେପରି କିଛି ହେବନି। ଅଧ୍ୟୟନ, ଅଧ୍ୟାପନା, ରଚନାମତ୍କ କାମ ଓ ସନ୍ତାନହେତୁକ କୌଣସି ସମସ୍ୟାରୁ ଚିନ୍ତିତ ରହିପାରନ୍ତି।
ସି˚ହ
ସି˚ହ
ସାଧାରଣ କେତେକ ବ୍ୟତିକ୍ରମକୁ ବାଦ୍‌ ଦେଲେ ପାରିବାରିକ ଜୀବନ ପ୍ରାୟତଃ ଭଲ ରହିବ। ରପତ୍ାନି ବାଣିଜ୍ୟ, ଲୌହ, ତୈଳ, ଯନ୍ତ୍ରାଂଶ, ବ୍ୟବସାୟ ଓ ପରିବହନରେ ସମସ୍ୟାର ପରିସମାପ୍ତି ଘଟିବ। ସମ୍ପର୍କୀୟଙ୍କ ନିକଟରୁ ଚଢ଼ାସୁଧରେ କରଜ କରିବାକୁ ବାଧ୍ୟ ହେବେ। ସାହିତ୍ୟ, ସଙ୍ଗୀତ, ଚଳଚ୍ଚିତ୍ର କ୍ଷେତ୍ରରେ ସୁନାମ ଅର୍ଜନ କରିବେ।
କନ୍ୟା
ଆଜିର ଦିନଟି ଆର୍ଥିକ ଓ ବ୍ୟବସାୟିକ ଦିଗ ପାଇଁ ଅନୁକୂଳ ରହିବ। କଳା, ସାହିତ୍ୟ, ସାମ୍ବାଦିକତା, ଏଜେନ୍‌ଶିପ୍‌, ପ୍ରଶାସନ, ପ୍ରକାଶନ କ୍ଷେତ୍ରରେ ସଫଳତା ପାଇବେ। ନିର୍ମାଣ, ସଭାସମିତି, କଳା, ସାହିତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ସମସ୍ୟା ସମାଧାନ ହେବ। ଚିତ୍ରା ନକ୍ଷତ୍ର ଭୁଲ୍‌ ବୁଝାମଣାଜନିତ ମାନସିକ ଅଶାନ୍ତିରେ କାଳାତିପାତ କରିବେ।
ତୁଳା
ତୁଳା
ଆଜିର ଜୀବନଯାତ୍ରା ସ୍ବାଭାବିକ ଭାବରେ ଗତିଶୀଳ ହେବ। ହୋଟେଲ, ଶିଳ୍ପ, ଲୌହ, ବିଦ୍ୟୁତ୍‌ ସମ୍ବନ୍ଧିତ ବ୍ୟବସାୟରେ ସୁଫଳ ପାଇବେ। ଅର୍ଥ ସଙ୍କଟ ଦୂର ହେବାରେ ଭଲ ସମ୍ପର୍କ ରହିଥିବା ସହକର୍ମୀଟି ସାହାଯ୍ୟ କରିପାରନ୍ତି । ପ୍ଲଟିଂ କାରବାର, ଶେୟାର ବଜାର, ଉଦ୍ୟୋଗ, ନୂତନ ପ୍ରକଳ୍ପାଦି କାର୍ଯ୍ୟ ସୁରୁଖୁରୁରେ ସମ୍ପାଦିତ ହେବ।
ବିଛା
ବିଛା
ସାଧାରଣ ଘଟଣାକୁ କେନ୍ଦ୍ରକରି ଘରେ ଅଶାନ୍ତି ଲାଗିରହିବ। ଆନୁଷ୍ଠାନିକ କାମରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ସମ୍ଭାବନା ରହିଛି। କଳା, ସାହିତ୍ୟ, ସାମ୍ବାଦିକତା, ପ୍ରକାଶନ, ପ୍ରଶାସନ, ଯାନବାହନ, ନିର୍ମାଣରୁ ସୁଫଳ ପାଇବେ। ବିବାଦୀୟ ଘଟଣା, ମାଲିମକଦ୍ଦମା, ପ୍ରତିଯୋଗିତା କିମ୍ବା ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ବିଜୟୀ ହେବେ।
ଧନୁ
ଧନୁ
ପରିବାରରେ ସମସ୍ୟା ଲାଗି ରହିଥିବାରୁ ଅଧିକାଂଶ ସମୟ ଅନ୍ୟମନସ୍କ ରହିବେ। ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତା କ୍ଷେତ୍ରରେ ସଫଳତା ପାଇଲେ ମଧ୍ୟ ମନରେ ଶାନ୍ତି ଆସିବ ନାହିଁ। ଅର୍ଥ କାରବାରରେ ସତର୍କ ନ ରହିଲେ ଅସୁବିଧାରେ ପଡ଼ିବେ। କଳା, ସାହିତ୍ୟ, କ୍ରୀଡ଼ା, ସଙ୍ଗୀତ ଓ ଚଳଚ୍ଚିତ୍ର ପ୍ରଭୃତି କ୍ଷେତ୍ରରେ ସମସ୍ୟା ସମାଧାନ ହେବ।
ମକର
ମକର
ଚେଷ୍ଟା କରୁଥିବା କାମଗୁଡ଼ିକ ଠିକ୍‌ ଭାବେ ସମ୍ପନ୍ନ ହେବ। ସାହିତ୍ୟ ଚର୍ଚ୍ଚା, ସାମ୍ବାଦିକତା, ଗବେଷଣା ଓ ମିଡିଆ କ୍ଷେତ୍ରରେ ସୁନାମ ଅର୍ଜନ କରିବେ। ଅର୍ଥ ସଙ୍କଟ ଲାଗି ରହିଲେ ମଧ୍ୟ ବନ୍ଧୁମାନଙ୍କ ସାହାଯ୍ୟରେ ସୁଧାରି ନେବାରେ ସଫଳ ହେବେ। ପଡ଼ୋଶୀଙ୍କ ଖଳକଥାରେ ପ୍ରଭାବିତ ହୋଇ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇପାରେ।
କୁମ୍ଭ
କୁମ୍ଭ
ପାରିବାରିକ ଜୀବନରେ ସନ୍ଦେହ ଓ ଭୁଲ୍‌ ବୁଝାମଣାରୁ ସମସ୍ୟାବହୁଳ ଜୀବନ ବିତାଇପାରନ୍ତି। ରାଜନୈତିକ କ୍ଷେତ୍ରରେ ବୁଝାମଣା ଠିକ୍‌ ରହିବା କାରଣରୁ ବିଶେଷ ଅସୁବିଧା ନ ହୋଇପାରେ। ବାଣିଜ୍ୟ, ବ୍ୟବସାୟ, ପ୍ରକାଶନ, ମାଲିମକଦ୍ଦମାରେ ସଫଳତା ମିଳିବ। ଅଧ୍ୟୟନ ଓ ଅଧ୍ୟାପନା, ସତ୍‌ସଙ୍ଗ, ତୀର୍ଥାଟନ ପାଇଁ ମନ ବଳାଇ ପାରନ୍ତି।
ମୀନମୀନ
ଭୁଲ୍‌ ବୁଝାମଣାରୁ ଦୂରେଇ ଯାଇଥିବା ବନ୍ଧୁମାନେ ପାଖେଇ ଆସିବେ। ଜମିଜମା, ଲୋକସମ୍ପର୍କ, ଲେଖାପଢ଼ା, ଗବେଷଣା, ଅନୁସନ୍ଧାନରେ ଅଗ୍ରଗତି ଅବଶ୍ୟମ୍ଭାବୀ। କଚେରି ମାମଲା, ପ୍ରତିଯୋଗିତା ଓ ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ଆଶାନୁରୂପ ସୁଫଳ ପାଇବେ । କଳା, ସାହିତ୍ୟ, ସଙ୍ଗୀତ, ଚଳଚ୍ଚିତ୍ର ପ୍ରଭୃତିରେ ସୁନାମ ଅର୍ଜନ କରିପାରନ୍ତି ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଏପ୍ରିଲ ୨୬ ତାରିଖ – Daily Horoscope

ମେଷ ଆଜି ଅଷ୍ଟମଚନ୍ଦ୍ର ଯୋଗୁ ଭ୍ରାତୃ ବିରୋଧ, ସହକର୍ମୀ ସହ ଝଗଡ଼ାର ଆଶଙ୍କା ରହିଛି। ଚନ୍ଦ୍ରଙ୍କ ପ୍ରତି ଶନିଙ୍କ ଦୃଷ୍ଟିରୁ ଋଣବାଡ଼ି, ବ୍ୟବସାୟରେ ପ୍ରତିବନ୍ଧକ ଚିନ୍ତାର...

ରାଶିଫଳ: ଗୁରୁବାର, ଏପ୍ରିଲ ୨୫ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଇଚ୍ଛା ନ ଥାଇ ମଧ୍ୟ କେତେକ କାମ କରିବାକୁ ବାଧ୍ୟ ହେବେ। ଅନ୍ୟଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ। ବୈଷୟିକ...

ରାଶିଫଳ: ବୁଧବାର, ଏପ୍ରିଲ ୨୪ ତାରିଖ – Daily Horoscope

ମେଷ ଆଜି ଗଜକେଶରୀ ଯୋଗ ପ୍ରଭାବରୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଅର୍ଜନ କରିବେ। ପ୍ରତ୍ୟୁଷ ଯାତ୍ରା, ବ୍ୟବସାୟ, ପରିବହନ, କଳା, ସାହିତ୍ୟ, ସଙ୍ଗୀତାଦି ପ୍ରତି ରୁଚି...

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୨୩ ତାରିଖ – Daily Horoscope

ମେଷ ଆଜି ଅଧିକାଂଶ କ୍ଷେତ୍ରରେ ଭୟ ସୃଷ୍ଟିହେବା ସହ ଆଶଙ୍କାଜନିତ ମନ ଅସ୍ଥିର ରହିବ। କେବଳ ରବିଙ୍କ ସୁପ୍ରଭାବ ଯୋଗୁ ଝିନ୍‌ଝଟ୍‌ ମଧ୍ୟରେ ହିଁ କାମଗୁଡ଼ିକ...

ରାଶିଫଳ: ସୋମବାର, ଏପ୍ରିଲ ୨୨ ତାରିଖ – Daily Horoscope

ମେଷ ଆଜି ଅଶ୍ୱିନୀ ନକ୍ଷତ୍ରର ବହୁତ ଦିନରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସହ ମନୋମାଳିନ୍ୟ ଘଟିପାରେ। ବୃହସ୍ପତିଙ୍କ ପ୍ରଭାବରୁ ନୂଆ ଯୋଜନାଟିଏ କରିବା ସକାଶେ...

ରାଶିଫଳ: ରବିବାର, ଏପ୍ରିଲ ୨୧ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ ସହ କେତୁଯୁକ୍ତ କାରଣରୁ ମାନସିକ ସ୍ବାସ୍ଥ୍ୟ ଭଲ ରହିବ ନାହିଁ। ଉଚ୍ଚସ୍ଥ ଶୁକ୍ର ଏକାଧାରରେ କର୍ମକ୍ଷେତ୍ରରେ ବନ୍ଧୁବର୍ଗଙ୍କ ପ୍ରୀତିଭାଜନ କରାଇପାରେ। କଳା,...

ରାଶିଫଳ: ଶନିବାର, ଏପ୍ରିଲ ୨୦ ତାରିଖ – Daily Horoscope

ମେଷ ନିଜ ରାଶିରେ ରବି ଓ ବୃହସ୍ପତି ଥିବାରୁ କର୍ମାରମ୍ଭ ପ୍ରୀତିପ୍ରଦ ରହିବ। ଚନ୍ଦ୍ର ପ୍ରଭାବରୁ ପରିବହନ, ବାଣିଜ୍ୟ, ଶିଳ୍ପ କ୍ଷେତ୍ରରେ ଶିଥିଳତା ଦେଖାଦେଇପାରେ। ସମସ୍ୟା...

ରାଶିଫଳ: ଶୁକ୍ରବାର, ଏପ୍ରିଲ ୧୯ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଶୁଭସଂସ୍ଥିତି ପ୍ରଭାବରେ ପାରିବାରିକ ଶାନ୍ତି ଓ ସ୍ଥିରତା ସଙ୍ଗକୁ ବୈଷୟିକ ଅଭିବୃଦ୍ଧି ଘଟିବ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବ ଏବଂ ସମ୍ପର୍କୀୟଙ୍କ ସହାନୁଭୂତି ଲାଭ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri