Posted inRasifala

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୯ ତାରିଖ – Daily Horoscope

ମେଷ
ଅପୂରଣୀୟ ଅଭିଳାଷ ସାଙ୍ଗକୁ ମାନସିକ ଅବସାଦ ଜନିତ ଡିପ୍ରେସନ ଲାଗି ରହିବ। ନୀଚଜାତିର କୌଣସି ବ୍ୟକ୍ତିଙ୍କ ସହ କଳହ ସମ୍ଭାବନା ରହିଛି। ଦୂରଦର୍ଶିତା ବିହୀନ କାର୍ଯ୍ୟ ଓ ପୁରାତନ ରୋଗ ଯୋଗୁ ମାନସିକ ସୁସ୍ଥତା ହରାଇବେ। ବାଣିଜ୍ୟ, ବ୍ୟବସାୟ, ପାରିବାରିକ ସ୍ଥିତି କେତେକାଂଶରେ ଭଲ ରହିବ।
ବୃଷ
ବୃଷ
ସ୍ବାସ୍ଥ୍ୟରେ ଉନ୍ନତି ଏକ ପ୍ରକାର ମାନସିକ ଶାନ୍ତି ଫେରାଇ ଆଣିବ। ଯାତ୍ରା ସମୟରେ ଅନ୍ୟମନସ୍କ ହେତୁ କେତେକ ବ୍ୟତିକ୍ରମ ସୂଚନା ରହିଛି। ଅର୍ଥ ସଙ୍କଟ କାରଣରୁ ଆଶା ଓ ଅଭିଳାଷ କେତେକାଂଶରେ ଅପୂରଣ ରହିଯାଇପାରେ। କର୍ମକ୍ଷେତ୍ର, ମାଲିମକଦ୍ଦମା, ଲେଖାପଢ଼ା, ଜମିଜମା କାରବାର ପ୍ରଭୃତିରେ ସଫଳତା ହାସଲ କରିବେ।
ମିଥୁନ
ମିଥୁନ
ପୈତୃକ ସମ୍ପତ୍ତିକୁ ନେଇ ଭାବପ୍ରବଣତା ବୃଦ୍ଧି ପାଇବ। ବାଣିଜ୍ୟ, ବ୍ୟବସାୟ, ପରିବହନ, ନିର୍ମାଣ ଓ ସଭାସମିତିରେ କାମଗୁଡ଼ିକ ଶୃଙ୍ଖଳିତ ହେବା ଆଶା ରହିଛି। ପଡ଼ୋଶୀମାନେ ଆପଣଙ୍କର କାର୍ଯ୍ୟଦକ୍ଷତାର ଭୂରିଭୂରି ପ୍ରଶଂସା କରିପାରନ୍ତି। ଆନୁଷ୍ଠାନିକ କାମରେ ସମ୍ମାନ ପାଇବା ସାଙ୍ଗକୁ ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ପାଇବ।
କର୍କଟ
କର୍କଟ
କର୍ମକ୍ଷେତ୍ରର ଅବ୍ୟବସ୍ଥା ଏବଂ ବିଶୃଙ୍ଖଳା ଚିନ୍ତାଶୀଳତାକୁ ବୃଦ୍ଧିକରିବ। ଅସମୟ ଭୋଜନ କାରଣରୁ ପେଟ ଗୋଳମାଳରୁ ପୀଡ଼ା ଅନୁଭବ କରିପାରନ୍ତି। ଆଜି ହିଁ ଶେଷ କରିବାକୁ ଭାବୁଥିବା କାମଟି ପୂର୍ଣ୍ଣାଙ୍ଗ କରିବାକୁ କଷ୍ଟ ହୋଇପାରେ। ସାମାଜିକ କ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିବାରେ ପଛେଇଯିବେ।
ସି˚ହ
ସି˚ହ
ପାରିବାରିକ କ୍ଷେତ୍ରରେ ସମସ୍ୟା ସମାଧାନ କଷ୍ଟକର ହୋଇପଡ଼ିବ। କର୍ମକ୍ଷେତ୍ରରେ ସହକର୍ମୀ ବିରୁଦ୍ଧାଚରଣ କରିବା ସକାଶେ ଚେଷ୍ଟା କରିପାରନ୍ତି। ଶିଳ୍ପ, ବାଣିଜ୍ୟ,ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ। ସାହିତ୍ୟ ଚର୍ଚ୍ଚା, ସାମ୍ବାଦିକତା, କଳା, ସଙ୍ଗୀତ, ଗବେଷଣା, ଅନୁସନ୍ଧାନରେ ସଫଳତା ପାଇପାରନ୍ତି।
କନ୍ୟା
ବିଭିନ୍ନ ପ୍ରକାର ପୁରୁଣା ସମସ୍ୟା ଲାଗି ରହିଥିବା ଯୋଗୁ ମାନସିକ ସୁସ୍ଥତା ରହି ନ ପାରେ। ଆଲୋଚନା କ୍ଷେତ୍ରରେ ଇଚ୍ଛା ନ ଥିଲେ ମଧ୍ୟ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ। ସହକର୍ମୀ ତଥା ବନ୍ଧୁଙ୍କ ସହ ଭାଙ୍ଗିପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ିହୋଇଯିବ। କଳା, କ୍ରୀଡ଼ା, ଚଳଚ୍ଚିତ୍ର ଓ ସାହିତ୍ୟରେ ପ୍ରଶଂସିତ ହେବା ସମ୍ଭାବନା ରହିଛି।
ତୁଳା
ତୁଳା
ସକାଳୁ ସକାଳୁ କୌଣସି ଖୁସି ଖବର ସାଙ୍ଗକୁ ଆର୍ଥିକ ସାହାଯ୍ୟ ପାଇବେ। ଅଫିସରେ ଉପରିସ୍ଥ କର୍ମଚାରୀ ନାହିଁ ନାହିଁ କରୁଥିଲେ ମଧ୍ୟ ପରିଶେଷରେ କାମଟି କରିଦେବେ। ସାମାଜିକ ସ୍ତରରେ ତଥା ସାହିତ୍ୟ ଓ ସଙ୍ଗୀତରେ ସୁନାମ ଅର୍ଜନ କରିପାରନ୍ତି। ସ୍ବାସ୍ଥ୍ୟ ସମସ୍ୟା ପୂର୍ବପରି ରହିବ, କିନ୍ତୁ ବିଶେଷ ଗୁରୁତର ହେବ ନାହିଁ।
ବିଛା
ବିଛା
ଦୀର୍ଘଦିନରୁ ରହିଯାଇଥିବା ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହୋଇପାରନ୍ତି। ଶିଳ୍ପ, ନିର୍ମାଣ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ଆଶଙ୍କା ରହିଛି। ପ୍ରଶାସନିକ ସ୍ତରରେ କିମ୍ବା ବିବାଦୀୟ ଘଟଣାର ଅବସାନ ଘଟିବ। କଳା, ସାହିତ୍ୟ ତଥା ଆନୁଷ୍ଠାନିକ କାମରେ ସମସ୍ୟା ସମାଧାନ ହୋଇଯିବ।
ଧନୁ
ଧନୁ
ପରିବାରରେ ଭୁଲ୍‌ ବୁଝାମଣା ହେତୁ ସହଯୋଗ ନ ପାଇ କାମ ହାସଲରେ ଅସୁବିଧା ଭୋଗିବେ। ନିକଟସ୍ଥ ଜଣେ ବନ୍ଧୁଙ୍କ ସାହାଯ୍ୟରେ ବହୁ ଦିନହେଲା ପଡ଼ିରହିଥିବା କାମଟିକୁ ପୂର୍ଣ୍ଣାଙ୍ଗ ରୂପ ଦେବେ। ବିଶ୍ୱସ୍ତ ସୂତ୍ରରୁ ଭୁଲ୍‌ ଖବରଟିଏ ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ଦୀର୍ଘ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ।
ମକର
ମକର
କୌଣସି ନୂତନ କାର୍ଯ୍ୟରେ ହାତଦେବାକୁ ସ୍ଥିର କରି ସଫଳତା ପାଇବେ। ବନ୍ଧୁଙ୍କ ସାହାଯ୍ୟ ପ୍ରତିଶ୍ରୁତି ପାଇ ମନୋବଳ କ୍ରମଶଃ ବୃଦ୍ଧିପାଇବ। ପାରିବାରିକ ସମସ୍ୟା ବୃଦ୍ଧି କାରଣରୁ କୌଣସି ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗିବ ନାହିଁ। ଖାଦ୍ୟପେୟର ଅନିୟମିତତା ସ୍ବାସ୍ଥ୍ୟହାନିର କାରଣ ହୋଇପାରେ।
କୁମ୍ଭ
କୁମ୍ଭ
ଅନ୍ୟମନସ୍କ ରହିବା କାରଣରୁ ପ୍ରକୃତ ଆନନ୍ଦ ଉପଭୋଗ କରିପାରିବେ ନାହିଁ। ଆଲୋଚନା କାଳରେ ଅପ୍ରିୟ ସତ୍ୟ କଥା ବନ୍ଧୁଙ୍କ ମନରେ ଦୁଃଖ ଦେଇପାରେ। ସହକର୍ମୀ ଫାଇଦା ଉଠାଇବା ପାଇଁ ଚେଷ୍ଟାକଲେ ମଧ୍ୟ କିଛି କରିପାରିବେ ନାହିଁ। ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ।
ମୀନମୀନ

ସମସ୍ୟା ହେତୁ ଦୁର୍ଭାବନା ବଢ଼ି ଚାଲିବା ଫଳରେ ଅନ୍ୟମାନଙ୍କୁ ସହଜରେ ବିଶ୍ୱାସ କରିପାରିବେ ନାହିଁ। ପ୍ରଶାସନ, ଯୋଗାଯୋଗ, ଚୁକ୍ତିପତ୍ର, ପରିବହନ କ୍ଷେତ୍ରରେ ପ୍ରତିବନ୍ଧକ ସୃୃଷ୍ଟି ହେବ। ସହନଶୀଳତାର ଅଭାବ ଓ ସ୍ବେଚ୍ଛାଚାରିତା ମନୋଭାବ ଅଶାନ୍ତିର କାରଣ ହେବ। ପ୍ରତ୍ୟେକ କ୍ଷେତ୍ରରେ କେତେକ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର , ସେପ୍ଟେମ୍ବର ୨୯ ତାରିଖ – Daily Horoscope

ମେଷ ଅସୁସ୍ଥ ପାରିବେଶିକ କୁପ୍ରଭାବ, ମାନସିକ ଓ ଶାରୀରିକ ଦିଗ ପାଇଁ ଅନୁକୂଳ ହେବ ନାହିଁ। ତଥାପି ଆର୍ଥିକ ଅଭିବୃଦ୍ଧି, ଧର୍ମୀୟ ଭାବନା, ବନ୍ଧୁମିଳନରୁ ଖୁସି ରହିବେ।…

ରାଶିଫଳ: ସୋମବାର, ସେପ୍ଟେମ୍ବର ୨୮ ତାରିଖ – Daily Horoscope

ମେଷ ଅଟକି ରହିଯାଇଥିବା ସବୁ କାମ ସୁବିଧାରେ ହେବା ଦୁରୂହ ହୋଇପଡିବ। ପରିସ୍ଥିତି ପ୍ରତି ଦୃଷ୍ଟି ରଖି କାମ କରନ୍ତୁ ଅନ୍ୟଥା ପରୋକ୍ଷ ଶତ୍ରୁତା ସାମୟିକ ବାଧା…

ରାଶିଫଳ: ରବିବାର, ସେପ୍ଟେମ୍ବର 2୭ ତାରିଖ – Daily Horoscope

ମେଷ ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ପରିବାରରେ ଅବସ୍ଥା ଦେଖି ବ୍ୟବସ୍ଥା ନ କଲେ ପରେ ଅନୁତାପ କରିବାକୁ…

ରାଶିଫଳ: ଶନିବାର , ସେପ୍ଟେମ୍ବର ୨୬ ତାରିଖ – Daily Horoscope

ମେଷ ଅଭାବ ଦୂରୀକରଣ ପାଇଁ ବନ୍ଧୁଙ୍କୁ ସାହାଯ୍ୟ କରିବା ସକାଶେ ଅନୁରୋଧ କରିପାରନ୍ତି। ରାହୁଙ୍କ ଦୃଷ୍ଟିରେ ଶୁକ୍ର ଅବସ୍ଥାନ କରିଥିବାରୁ ବିଶେଷ ଭ୍ରମଣଜନିତ ଶାରୀରିକ କ୍ଳାନ୍ତି ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?