Posted inRasifala

ରାଶିଫଳ: ଶନିବାର, ଜାନୁୟାରୀ ୮ ତାରିଖ – Daily Horoscope

ମେଷ
ଆଜି ମାନସିକ ଅସ୍ଥିରତା ରହିଲେ ମଧ୍ୟ ବିବିଧ ପାରିବାରିକ ଓ ବୈଷୟିକ ସୁଖ ପ୍ରାପ୍ତି ଘଟିବ। ସରକାରୀ ସ୍ତରରେ ସମସ୍ୟା ସମାଧାନ, ସଭାସମିତିରେ ବିଶିଷ୍ଟ ବ୍ୟକ୍ତିଙ୍କ ସଙ୍ଗଲାଭ ଏବଂ ପ୍ରଶାସନିକ ସ୍ତରରେ ସଫଳତା ପାଇବେ। ବିଦେଶ ଯାତ୍ରା, ମାଙ୍ଗଳିକ କାମ, ପ୍ରକଳ୍ପାରମ୍ଭ, କୃଷି, ବାଣିଜ୍ୟ ପାଇଁ ସମୟ ଅନୁକୂଳ ରହିବ।
ବୃଷ
ବୃଷ
କାର୍ଯ୍ୟବ୍ୟସ୍ତତାଜନିତ ମାନସିକ ଅସୁସ୍ଥତା ଓ ପାରିବାରିକ ଅସ୍ଥିରତା ସୃଷ୍ଟି କରିବ। ଶିଳ୍ପ, ବାଣିଜ୍ୟ, ଏଜେନ୍ସିପ୍‌, ବୀମା, ଶେୟାର ବଜାର ସଙ୍ଗକୁ ବ୍ୟବସାୟିକ ସଫଳତା ହାସଲ କରିବେ। ଆତ୍ମୀୟଙ୍କ ପାଇଁ ନିଜେ ହଇରାଣରେ ପଡ଼ିପାରନ୍ତି। ଦୂରଯାତ୍ରାରେ ଅଜଣା, ଅଶୁଣା ସନ୍ଦିଗ୍ଧ ଲୋକମାନଙ୍କ ପ୍ରତି ସତର୍କତା ରକ୍ଷା କରିବା ଭଲ।
ମିଥୁନ
ମିଥୁନ
ନୀରବତା ପରିହାର କରି ପାରିବାରିକ ସମସ୍ୟାର ସମାଧାନ ଚେଷ୍ଟା କରିବା ଭଲ । ଅର୍ଥ ସାହାଯ୍ୟ ଦେବା ସକାଶେ ବନ୍ଧୁ ପ୍ରତିଶ୍ରୁତି ଦେଇ ଶେଷରେ ନାସ୍ତିବାଣୀ ଶୁଣାଇପାରନ୍ତି। ସଙ୍ଗଠନ, ଭ୍ରମଣ, ସଭା ସମିତି, କଳା ସାହିତ୍ୟ ଓ ଆନୁଷ୍ଠାନିକ କ୍ଷେତ୍ରରେ ଉନ୍ନତ ଫଳ ପାଇବେ। ମାଲିମକଦ୍ଦମା ହେତୁ ମାନସିକ ସ୍ଥିତି ଠିକ୍‌ ରହି ନ ପାରେ।
କର୍କଟ
କର୍କଟ
ଆଜି ଦିନଟି ଶାରୀରିକ ସୁସ୍ଥତା ଓ ମାନସିକ ସ୍ଥିରତା ଜୀବନଯାତ୍ରାକୁ ସ୍ବାଭାବିକ କରାଇବାରେ ସାହାଯ୍ୟ କରିବ। ସାମାଜିକ ସ୍ତରରେ ସମସ୍ୟାଗୁଡ଼ିକ କ୍ରମଶଃ ଅପସରି ଯିବାର ଲକ୍ଷ୍ୟ କରିବେ। ବାକ୍‌ ଅସଂଯମତା ଯୋଗୁ ବନ୍ଧୁଙ୍କ ସହ ସୁସମ୍ପର୍କ ବ୍ୟାହତ ହୋଇପାରେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ କଳା ସାହିତ୍ୟରେ ପ୍ରତିଷ୍ଠାର୍ଜନ କରିପାରନ୍ତି।
ସି˚ହ
ସି˚ହ
ଆତ୍ମୀୟମାନଙ୍କ ସହାନୁଭୂତି ମାନସିକ ଦୁଃଖକୁ ସାମୟିକ ଲାଘବ କରିବ। ପାରିବାରିକ ସ୍ତରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବାକୁ ପଡ଼ିପାରେ। ଈର୍ଷାପର ବନ୍ଧୁ ମିଥ୍ୟା ଅଭିଯୋଗ କରି ଭାବମୂର୍ତ୍ତିକୁ କଳଙ୍କିତ କରିବାର ଅପଚେଷ୍ଟା କରିପାରନ୍ତି। ଶିଳ୍ପ, ଚୁକ୍ତିପତ୍ର, ପରିବହନ, ବ୍ୟବସାୟ ଓ ବାଣିଜ୍ୟରେ ଉନ୍ନତି ଘଟିବ।
କନ୍ୟା
ଆଜି ପୂର୍ବାଫାଲଗୁନୀ ନକ୍ଷତ୍ର କୌଣସି ବିୟୋଗାନ୍ତକ ଖବର ପାଇ ବିସ୍ମୟ ପ୍ରକାଶ କରିପାରନ୍ତି। କ୍ରୀଡ଼ା, ସାହିତ୍ୟ, ସାମ୍ବାଦିକତା, କଳା, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରୁ ପ୍ରଶଂସିତ ହେବେ। ଗୃହ, ଜମିଜମା, ମୂଲ୍ୟବାନ ଦ୍ରବ୍ୟ କ୍ରୟଜନିତ ଆର୍ଥିକ ସ୍ଥିତି ଖରାପ ହେବା କାରଣରୁ ମନ ଅସ୍ଥିର ରହିବ। ଭଲ ସମ୍ପର୍କ ନ ଥିବା ପଡ଼ୋଶୀ ସମସ୍ୟା ସୃଷ୍ଟି କରିପାରନ୍ତି।
ତୁଳା
ତୁଳା
ପରିସ୍ଥିତିର ତାଡନାରେ ଉତ୍ତେଜିତ ନ ହୋଇ ନିୟନ୍ତ୍ରଣ ଭିତରେ ରହିବା ଭଲ। ସାମାଜିକ, ଆନୁଷ୍ଠାନିକ ଓ ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। ପରିବାରରେ ତର୍କ ଓ ବିବାଦକୁ ରୋମନ୍ଥନ କରି ପରିବେଶକୁ ଅସୁସ୍ଥ କରିପାରନ୍ତି। ବ୍ୟବସାୟ, ପରିବହନ, ନିର୍ମାଣ, ହୋଟେଲ ଶିଳ୍ପ କ୍ଷେତ୍ରରୁ ଆଶାଜନକ ଫଳ ପାଇବେ।
ବିଛା
ବିଛା
ଆଜି କର୍ମାରମ୍ଭ, ପଦସ୍ଥ ବ୍ୟକ୍ତିଙ୍କ ସହ ସାକ୍ଷାତ ଆଲୋଚନା କଲେ ନିରାଶ ହେବାକୁ ପଡ଼ିବ ନାହିଁ। ପରିବାର କ୍ଷେତ୍ରରେ ସମସ୍ୟା ଲାଗି ରହିଲେ ମଧ୍ୟ ଆର୍ଥିକ ସ୍ଥିତି ଭଲ ରହିବ। ବିଶିଷ୍ଟ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ନିଜକୁ ଭାଗ୍ୟବାନ ମନେ କରିପାରନ୍ତି। କ୍ରୀଡ଼ା, ସଙ୍ଗୀତ, ଚଳଚ୍ଚିତ୍ର, ସାହିତ୍ୟ, ପବ୍ଲିକେଶନ, ବ୍ୟବସାୟ ଭଲରେ ଚାଲିବ।
ଧନୁ
ଧନୁ
ସ୍ବାସ୍ଥ୍ୟ ଭଲ ରହିବ ଏବଂ ସ୍ଥଗିତ କାର୍ଯ୍ୟ ପୁନଃ ଆରମ୍ଭ କରିବାକୁ ମନ ବଳାଇବେ। ବ୍ୟବସାୟ, ଶିଳ୍ପ, ପରିବହନରେ ସମସ୍ୟା କ୍ରମଶଃ ଦୂରେଇ ଯିବ। ଗୃହସୀମାକୁ କେନ୍ଦ୍ରକରି ବିବାଦୀୟ ଘଟଣା ଦୁଶ୍ଚିନ୍ତାର କାରଣ ହୋଇପାରେ। ବ୍ୟାଙ୍କ, ସୋସାଇଟି ସ୍ତରରେ ଋଣ ପରିଶୋଧ କରିବା ସକାଶେ ମାନସିକ ବ୍ୟଗ୍ରତା ଅନୁଭବ କରିବେ।
ମକର
ମକର
ବନ୍ଧୁଟିଏ ସ୍ବାର୍ଥହାନି ହେବା କାରଣରୁ ସାଧାରଣ କଥାରେ ଉତ୍‌କ୍ଷିପ୍ତ ହୋଇପାରନ୍ତି। ଦୀର୍ଘ ଦିନହେଲା ସ୍ଥଗିତ ରହିଯାଇଥିବା କାମକୁ ଆଜି ପୂରା ଦମରେ କରିବାପାଇଁ ନିଷ୍ପତ୍ତି ନେବେ। ଆଶାକରିଥିବା ଦିଗରୁ ହଠାତ୍‌ କୌଣସି ଖବର ପାଇ ଖୁସି ହୋଇପାରନ୍ତି। ଆନୁଷ୍ଠାନିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନାର ଶେଷ ମୁହୂର୍ତ୍ତରେ ନିଷ୍ପତ୍ତି ପରିବର୍ତ୍ତନ କରିପାରନ୍ତି।
କୁମ୍ଭ
କୁମ୍ଭ
ସମସ୍ୟା ଦୂରେଇବା ସକାଶେ ବନ୍ଧୁବର୍ଗଙ୍କ ସାହାଯ୍ୟ, ସହାନୁଭୂତି ଆବଶ୍ୟକ ମନେ କରିପାରନ୍ତି। ସ୍ବାର୍ଥସାଧନର ଦୂରଭିସନ୍ଧି ରଖି ଆତ୍ମୀୟ ଅସହଯୋଗ ଆଚରଣ କରିବେ। ପ୍ରଶାସନିକ ସ୍ତରରେ ବିଶୃଙ୍ଖଳା ଦେଖାଦେବ। ସାହିତ୍ୟ, ସାମ୍ବାଦିକତା, ପ୍ରକାଶନ, ପ୍ରଶାସନ, ସଂଗଠନ ତଥା ରାଜନୈତିକ କ୍ଷେତ୍ରରେ ସୁଫଳ ପାଇବେ।
ମୀନମୀନ
ଯେଉଁ ପରିବେଶ ହେଉନା କାହିଁକି ତାହାକୁ ସୁଧାରିନେବାର ପ୍ରଯନତ୍ କରିପାରନ୍ତି। ରାଜନୀତି, ପ୍ରଶାସନ, ସଂଗଠନ, କଳ କାରଖାନା, ଫାର୍ମ, ଫ୍ୟାକ୍ଟ୍ରି କ୍ଷେତ୍ରରେ ଉନ୍ନତି କରିବେ। ବକେୟା ଅର୍ଥପ୍ରାପ୍ତି ପାଇଁ ଆଲୋଚନାରେ ଅଗ୍ରଗତି ଘଟିପାରେ। ସହକର୍ମୀଙ୍କ ସନ୍ତାନଙ୍କ ବିଶୃଙ୍ଖଳିତ କାର୍ଯ୍ୟ କଳାପରେ ଅସନ୍ତୁଷ୍ଟ ହୋଇପାରନ୍ତି ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୭ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଆପଣଙ୍କ ସମସ୍ତ ଆଶା ଓ ଅଭିଳାଷ ପୂରଣ କରିବେ। ମନୋରଞ୍ଜନ ସକାଶେ ମନ ବଳିବା ସାଙ୍ଗକୁ ଯାତ୍ରାରେ ଅଭିଳଷିତ ଫଳ ପାଇବେ।…

ରାଶିଫଳ: ସୋମବାର, ଏପ୍ରିଲ ୬ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ବୁଧଙ୍କ ପ୍ରଭାବରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇନେବେ। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ସମ୍ପର୍କୀୟଙ୍କ ସହିତ…

ରାଶିଫଳ: ରବିବାର, ଏପ୍ରିଲ ୫ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ଉନ୍ନତ ଚିନ୍ତା ସହ ବହୁବିଧ ଯୋଜନାରମ୍ଭର ମାର୍ଗଦର୍ଶନ କରାଇବେ। ବିଶେଷତଃ ଆପଣଙ୍କର ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରନ୍ତି।…

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri