Posted inRasifala

ରାଶିଫଳ: ସୋମବାର, ଏପ୍ରିଲ ୮ ତାରିଖ – Daily Horoscope

ମେଷ
ଦ୍ୱାଦଶ ସ୍ଥାନରେ ଏକାଧିକ ପାପଗ୍ରହ କାରଣରୁ ବିଭିନ୍ନ ସମସ୍ୟା ଓ ବିବାଦୀୟ ବିଷୟକୁ ନେଇ ଚିନ୍ତିତ ରହିବେ। ବନ୍ଧୁଟି ଘରକୁ ଫେରିବା ସମୟରେ ମନଦୁଃଖ କରି ବହୁତ ଅନୁରୋଧପୂର୍ଣ୍ଣ କଥା କହିପାରନ୍ତି। ଦିନଟିରେ କଠିନ ଶ୍ରମଜନିତ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ। ଶୁକ୍ରଙ୍କ ପ୍ରଭାବରୁ ବନେଇ ଚୁନେଇ କଥା କହି କାମ ହାସଲ କରିପାରିିବେ।
ବୃଷ
ବୃଷ
ଲାଭସ୍ଥାନସ୍ଥ ଗ୍ରହ ପ୍ରଭାବରୁ ସାହାଯ୍ୟ, ସହଯୋଗ ଲାଭକରି ନିଜର ଅଭିଳଷିତ କାମ ହାସଲରେ ସମର୍ଥ ହେବେ। ପୁରାତନ ରୋଗୀମାନେ ପୀଡ଼ା ଅନୁଭବ କରିପାରନ୍ତି। ଅର୍ଥ ସାହାଯ୍ୟ ସମ୍ବନ୍ଧରେ ବନ୍ଧୁଙ୍କ ପ୍ରତିଶ୍ରୁତି ପାଇ ଆଶ୍ୱସ୍ତି ଅନୁଭବ କରିବେ। ଶିଳ୍ପ, ବାଣିଜ୍ୟ ତଥା ନିର୍ମାଣ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ।
ମିଥୁନ
ମିଥୁନ
ଏକାଦଶସ୍ଥ ବୁଧ ଓ ଗୁରୁଜନିତ ସମସ୍ତ ବାଧା, ବିଘ୍ନ ଓ ପ୍ରତିବନ୍ଧକକୁ ପ୍ରତିହତ କରିବେ। ବନ୍ଧୁଙ୍କୁ ମନକଥା କହିନପାରି ବ୍ୟଥିତ ହୋଇ ପାରନ୍ତି। ମାଲିମକଦ୍ଦମାରେ ବିଚାର ବିଳମ୍ବିତ ହେବାରୁ ମନରେ ବିଭିନ୍ନପ୍ରକାରର ଆଶଙ୍କା ଜାଗ୍ରତ ହେବ। ଶିଳ୍ପ, ବ୍ୟବସାୟ, ପରିବହନ, ଯୋଗାଯୋଗ, ସଭାସମିତି, ସାହିତ୍ୟ ଚର୍ଚ୍ଚାରୁ ଆନନ୍ଦ ପାଇବେ।
କର୍କଟ
କର୍କଟ
ଶୁକ୍ରଙ୍କ ସ୍ଥିତିଜନିତ ପରିବାରର ବ୍ୟକ୍ତିଙ୍କ ମନରେ ସରସତା ଆଗଭଳି ରହିବ ନାହିଁ। ବାଣିଜ୍ୟ, ପରିବହନରେ ସ୍ଥିତି ଅନୁକୂଳ ହୋଇପାରେ। ପରିବାରର ଆବଶ୍ୟକତା ଅନୁଭବ କରି ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିବା ସକାଶେ ମନ ବଳାଇପାରନ୍ତି। କଳା, ସାହିତ୍ୟ, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ଥିବା ବିବାଦର ଅବସାନ ଘଟିବ।
ସି˚ହ
ସି˚ହ
ଅଷ୍ଟମସ୍ଥ ଧନାଧିପତି କାରଣରୁ ଟଙ୍କା ପଇସା ଯୋଗାଡ ପାଇଁ ଫନ୍ଦି ଫିକର କରିବେ। ଫାଇଲ୍‌ପତ୍ର କିମ୍ବା ଖୋଜୁଥିବା ଜିନିଷର ସନ୍ଧାନ ଡେରିରେ ମିଳିବ। ବନ୍ଧୁଙ୍କ କଥାକୁ ବିଶ୍ୱାସ କରି କୌଣସି ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରିବେ। ପ୍ରଶାସନ, ବାଣିଜ୍ୟ, ପରିବହନ, ଏଜେନ୍ସି, ସାମ୍ବାଦିକତାରେ ପ୍ରଂଶସିତ ହେବେ।
କନ୍ୟା
ବୃହସ୍ପତିଙ୍କ ଶୁଭ ଦୃଷ୍ଟିରୁ ପାରିବାରିକ କ୍ଷେତ୍ର ଉନ୍ନତ ରହିବା ସଙ୍ଗକୁ ସନ୍ତାନଙ୍କ ଦ୍ୱାରା ଗୌରବ ଅନୁଭବ କରିବେ। ପଦସ୍ଥ ବ୍ୟକ୍ତିଙ୍କ ସାହାଯ୍ୟରୁ ସମସ୍ୟା ସମାଧାନ ହୋଇଯିବ। ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବାରେ ପଡୋଶୀ ସାହାଯ୍ୟ କରିବେ। ବ୍ୟବସାୟ, ପ୍ରତିଯୋଗିତା, ଯାତ୍ରାଦିରେ ଲକ୍ଷ୍ୟ ହାସଲ କରିବେ।
ତୁଳା
ତୁଳା
ଶନି ସହ ମଙ୍ଗଳଙ୍କ ଯୁକ୍ତି ଜନିତ ବିଭିନ୍ନ ଆର୍ଥିକ ଅସୁବିଧା ଭିତରେ ଗତି କରିବାକୁ ପଡିବ। ପରିବାରରେ ଜଣେ ଆଗନ୍ତୁକ ବନ୍ଧୁଙ୍କ ଉପସ୍ଥିତକୁ କେନ୍ଦ୍ର କରି ଝଗଡା ଲାଗିପାରେ। ସ୍ବାସ୍ଥ୍ୟ ସମସ୍ୟା କ୍ରମଶଃ ଅବନ୍ନତି ଦିଗକୁ ଗତି କରିବ। ସଭା ସମିତିରେ, ଆନୁଷ୍ଠାନିକ କାମରେ ସମ୍ମାନ ଲାଭ ଓ ପଦମର୍ଯ୍ୟଦା ବୃଦ୍ଧି ପାଇବ।
ବିଛା
ବିଛା
ଭୁଲ୍‌ ବୁଝାମଣା କାରଣରୁ ପାରିବାରିିକ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିପାରେ। ଯାନ୍ତ୍ରିକ ତ୍ରୁଟି ଯୋଗୁ ଲକ୍ଷ୍ୟସ୍ଥଳକୁ ଯିବାରେ ଅସୁବିଧାର ସମ୍ମୁଖୀନ ହେବେ। ଘରଭଡାକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହୋଇପାରନ୍ତି। ଗୁପ୍ତ ଶତ୍ରୁମାନଙ୍କର ସକ୍ରିୟତା ବୃଦ୍ଧି ପାଇବାରୁ ଲକ୍ଷ୍ୟଭ୍ରଷ୍ଟ ହୋଇପାରନ୍ତି।
ଧନୁ
ଧନୁ
ଅନୁକୂଳ ଗ୍ରହସ୍ଥିତିରୁ ମାନସିକ ସୁସ୍ଥତା, ଶରୀରାରୋଗ୍ୟ, କର୍ମାରମ୍ଭ, ପାରିବାରିକ ସୁଖ, ସୈାହାର୍ଦ୍ଦ୍ୟ ଲାଭ କରିବେ। ଧାତୁ, ଅଳଙ୍କାର, ଔଷଧ ପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି। କଳା, ସାହିତ୍ୟ, ସଙ୍ଗୀତ ଓ ରଚନାମତ୍କ କାର୍ଯ୍ୟରେ ଅଗ୍ରଗତି ଘଟିବ। ବ୍ୟବସାୟ, ପରିବହନ ଓ ଆନୁଷ୍ଠାନିକ କାମରୁ ମନ ଖୁସି ରହିବ।
ମକର
ମକର
ଭାଗ୍ୟ ସ୍ଥାନକୁ ଗ୍ରହଦୃଷ୍ଟି ଫଳରେ ଆଜି ଆପଣଙ୍କ ଉଦ୍ୟମ ନିଃସ୍ଫଳ ହେବନାହିଁ। ବନ୍ଧୁଙ୍କ ସାହାଯ୍ୟରେ ଆଜିର କାମ ସୁବିଧାରେ ସମ୍ପନ୍ନ ହେବା ଆଶା ରହିଛି। କଳା, ସାହିତ୍ୟ, ସଙ୍ଗୀତ, କ୍ରୀଡା, ଚଳଚ୍ଚିତ୍ରାଦିରେ ଉନ୍ନତି କରିବେ ଓ ପ୍ରଶଂସିତ ହେବେ। ଟିକିଏ ଟିକିଏ କଥାରେ ରାଗିଯିବା କାରଣରୁ କିଛି ସମସ୍ୟା ଆସିପାରେ।
କୁମ୍ଭ
କୁମ୍ଭ
ଅର୍ଥବଳ ଓ ଯୁକ୍ତିଯୁକ୍ତ କଥା ଦ୍ୱାରା ଯେତେ ସମସ୍ୟା ଆସିଲେ ମଧ୍ୟ ସବୁ କିଛି ଠିକ୍‌ ହୋଇଯିବ। ବ୍ୟବସାୟ, ପରିବହନ, ଶିଳ୍ପ, ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ। ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବ। ପିଲାଙ୍କ ପଢା ସମସ୍ୟା ନେଇ ମନ ଭାରାକାନ୍ତ ରହିପାରେ। ପାରିବାରିକ ସମର୍ଥନ କର୍ମକ୍ଷେତ୍ରକୁ ତ୍ୱରାନ୍ବିତ କରିବ।
ମୀନମୀନ

ବୁଧ ଏବଂ ବୃହସ୍ପତିଙ୍କ ସଂଯୋଗ କାରଣରୁ ଅଭାବ ଓ ଅସୁବିଧା କ୍ରମଶଃ ଦୂରେଇଯିବ। ଆନୁଷ୍ଠାନିକ କାମରେ ସତର୍କରେ ଚଳିଲେ ସୁଧା ବିବାଦ ଭିତରକୁ ଟାଣି ହୋଇପାରନ୍ତି। ଆଜି ଏକାଧିକ କାମରେ ହାତ ଦିଅନ୍ତୁ ନାହିଁ, ଯାହାକି ବ୍ୟସ୍ତତାର କାରଣ ହୋଇପାରେ। କଠିନ ପରିଶ୍ରମ ଏବଂ କାର୍ଯ୍ୟବ୍ୟସ୍ତା ହେତୁ ସଂନ୍ଧ୍ୟାରେ ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର , ସେପ୍ଟେମ୍ବର ୨୯ ତାରିଖ – Daily Horoscope

ମେଷ ଅସୁସ୍ଥ ପାରିବେଶିକ କୁପ୍ରଭାବ, ମାନସିକ ଓ ଶାରୀରିକ ଦିଗ ପାଇଁ ଅନୁକୂଳ ହେବ ନାହିଁ। ତଥାପି ଆର୍ଥିକ ଅଭିବୃଦ୍ଧି, ଧର୍ମୀୟ ଭାବନା, ବନ୍ଧୁମିଳନରୁ ଖୁସି ରହିବେ।…

ରାଶିଫଳ: ସୋମବାର, ସେପ୍ଟେମ୍ବର ୨୮ ତାରିଖ – Daily Horoscope

ମେଷ ଅଟକି ରହିଯାଇଥିବା ସବୁ କାମ ସୁବିଧାରେ ହେବା ଦୁରୂହ ହୋଇପଡିବ। ପରିସ୍ଥିତି ପ୍ରତି ଦୃଷ୍ଟି ରଖି କାମ କରନ୍ତୁ ଅନ୍ୟଥା ପରୋକ୍ଷ ଶତ୍ରୁତା ସାମୟିକ ବାଧା…

ରାଶିଫଳ: ରବିବାର, ସେପ୍ଟେମ୍ବର 2୭ ତାରିଖ – Daily Horoscope

ମେଷ ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ପରିବାରରେ ଅବସ୍ଥା ଦେଖି ବ୍ୟବସ୍ଥା ନ କଲେ ପରେ ଅନୁତାପ କରିବାକୁ…

ରାଶିଫଳ: ଶନିବାର , ସେପ୍ଟେମ୍ବର ୨୬ ତାରିଖ – Daily Horoscope

ମେଷ ଅଭାବ ଦୂରୀକରଣ ପାଇଁ ବନ୍ଧୁଙ୍କୁ ସାହାଯ୍ୟ କରିବା ସକାଶେ ଅନୁରୋଧ କରିପାରନ୍ତି। ରାହୁଙ୍କ ଦୃଷ୍ଟିରେ ଶୁକ୍ର ଅବସ୍ଥାନ କରିଥିବାରୁ ବିଶେଷ ଭ୍ରମଣଜନିତ ଶାରୀରିକ କ୍ଳାନ୍ତି ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?