Posted inRasifala

ରାଶିଫଳ: ରବିବାର, ମେ ୭ ତାରିଖ – Daily Horoscope

ମେଷ
ଆଜିର ମନକାରକ ଚନ୍ଦ୍ର ନୀଚଭାବସ୍ଥ ଯୋଗୁ ଅନ୍ୟମନସ୍କତା ସହ ବ୍ୟସ୍ତତା ମଧ୍ୟରେ ସମୟ କଟାଇବେ। ଯାତ୍ରା, ବାଣିଜ୍ୟ, ପରିବହନ, ସଙ୍ଗଠନ, ରାଜନୀତି ପାଇଁ ବହୁତ ଭଲ। ମାତ୍ର କର୍ମ କ୍ଷେତ୍ରରେ କେତେକ ବ୍ୟତିକ୍ରମ କାରଣରୁ ଟେନ୍‌ସନ ପିଛା ଛାଡ଼ିବ ନାହିଁ। କ୍ରୀଡ଼ା, ଚଳଚ୍ଚିତ୍ର, କଳା, ସାହିତ୍ୟ କ୍ଷେତ୍ରରେ ଅଗ୍ରଗତି ଦ୍ରୁତ ହେବ।
ବୃଷ
ବୃଷ
ସ୍ବଗୃହୀ କର୍ମାଧିପତି ଯୋଗୁ ଆଜି ଦିନଟିରେ ପ୍ରତ୍ୟେକ କାର୍ଯ୍ୟ ସାମାନ୍ୟ ବିଳମ୍ବିତ ସମୟରେ ସଫଳତା ପ୍ରାପ୍ତ କରାଇବ। ସାମୂହିକ କାମରେ ବନ୍ଧୁଙ୍କ ପ୍ରଶଂସାସୂଚକ ବାକ୍ୟ ଭାବ ବିଭୋର କରାଇବ। ପରିବାରରେ ପିଲାମାନଙ୍କ ରୁଗ୍‌ଣ ସ୍ବାସ୍ଥ୍ୟ ସକାଶେ ଚିନ୍ତିତ ରହିବେ। ଅବୁଝା ବ୍ୟକ୍ତିଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ କାମ ହାସଲ କରିବାକୁ ପଡ଼ିପାରେ।
ମିଥୁନ
ମିଥୁନ
ତୃତୀୟାଧିପ ଏକାଦଶସ୍ଥ ହୋଇ ଯୋଗକାରକ ହେତୁ ଅଭିଳଷିତ ଜିନିଷ ପ୍ରାପ୍ତିରେ ଅସୁବିଧା ରହିବ ନାହିଁ। ଟିକିଏ ହସ ମିଶ୍ରିତ ମଧୁର କଥା ସକାଶେ ଲକ୍ଷ୍ୟହୀନ ଭ୍ରମଣ ମଧ୍ୟ କରିପାରନ୍ତି। ପୁନର୍ବସୁ ନକ୍ଷତ୍ର ଦେବଗୁରୁଙ୍କ କୃପାରୁ ସଭା ସମିତିରେ ବୁଦ୍ଧିଜୀବୀଙ୍କ ଦ୍ୱାରା ସମ୍ମାନିତ ହେବେ। ଦୀର୍ଘ ଦିନର ଶତ୍ରୁତା ବିବାଦର କାରଣ ହୋଇପାରେ।
କର୍କଟ
କର୍କଟ
ଏକାଧିକ ଗ୍ରହଜନିତ କର୍ମକ୍ଷେତ୍ରରେ ସ୍ବ ଇଚ୍ଛାରେ ନିଜ ମୁଣ୍ଡ ଉପରକୁ ଦାୟିତ୍ୱ ନେଇ ପଶ୍ଚାତ୍ତାପ କରିବାକୁ ପଡ଼ିପାରେ। ପରିବାର ସକାଶେ ଦୂରଯାତ୍ରାରେ ଫେରିବା ବାଟରୁ ମୂଲ୍ୟବାନ୍‌ ଦ୍ରବ୍ୟ ଆଣିପାରନ୍ତି। ଅଶ୍ଳେଷା ନକ୍ଷତ୍ରର ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମିପାରେ। ଆର୍ଥିକ ବାଣିଜ୍ୟ, ବ୍ୟବସାୟରେ ଲାଭ ମିଳିବ।
ସି˚ହ
ସି˚ହ
ରାଶି ପ୍ରତି ଶନିଙ୍କ ଦୃଷ୍ଟି କାରଣରୁ ସ୍ବାସ୍ଥ୍ୟହାନିଜନିତ ସାମୟିକ ମନ ମାନ୍ଦା ରହିଲେ ମଧ୍ୟ ବନ୍ଧୁଙ୍କ ଆଶ୍ୱାସନାରୁ ମନ ବଦଳିଯିବ। ବିରୋଧୀ ବ୍ୟକ୍ତିଟି ଦୋଷାରୋପ କରି ସମସ୍ୟା ବଢ଼ାଇ ଦେବେ। ବନ୍ଧୁଙ୍କ ନିକଟରୁ ଆବଶ୍ୟକତାଠାରୁ ଅଧିକ ଟଙ୍କା ପାଇ ଖୁସି ହେବେ। ସହକର୍ମୀମାନେ ଅସହଯୋଗ ମନୋଭାବ ପୋଷଣ କରିବେ।
କନ୍ୟା
ଆଜି କର୍ମକ୍ଷେତ୍ରରେ ଚାଲାକ୍‌ କାମ କରି ସମସ୍ୟାକୁ ସୁଧାରି ନେବେ। ବୃହସ୍ପତି ବ୍ୟୟାଧିପ ଦୃଷ୍ଟିରେ ଥିବାରୁ ପୁରାତନ ଗାଡ଼ିଟି ବିକ୍ରି ହୋଇଯିବା ହେତୁ ଚିନ୍ତିତ ହୋଇପାରନ୍ତି। ସାମାଜିକ କ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ସାଧାରଣ କଥାରେ ବିତର୍କ ଜନିତ ପଡ଼ୋଶୀଙ୍କ ସହ ସମ୍ପର୍କ ହାନି ଯୋଗୁ ବିରସ ମନରେ ରହିବେ।
ତୁଳା
ତୁଳା
ମଙ୍ଗଳ ସ୍ବଭାବରୁ ଦୁଃସ୍ଥାନସ୍ଥ ଯୋଗୁ ଅସୁବିଧାକୁ ପ୍ରକାଶ ନ କରି ମାନସିକ କଷ୍ଟ ପାଇବେ। ପାରିବାରିକ ଜୀବନ, ରାଜନୈତିକ ସ୍ଥିତି ଓ ଆନୁଷ୍ଠାନିକ କାମରେ ପ୍ରଗତି ହେତୁ ଖୁସି ରହିବେ। ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ବଢ଼ି ବଢ଼ି ଯିବ, କିନ୍ତୁ ବନ୍ଧୁବର୍ଗଙ୍କ ସହାନୁଭୂତି ଯୋଗୁ କର୍ମମୁଖର ହେବେ। ଚିତ୍ରା ନକ୍ଷତ୍ର ନିଜ ପରିସରରେ ପ୍ରତିଷ୍ଠିତ ହେବେ।
ବିଛା
ବିଛା
ଶନିଙ୍କ ପ୍ରଭାବରେ ସମ୍ପର୍କୀୟଙ୍କ ଭଲ କରିବାକୁ ଯାଇ ନିଜେ କ୍ଷତିରେ ପଡ଼ିବେ। ବର୍ତ୍ତମାନ ପରିସ୍ଥିତିରେ ଅନ୍ୟମାନଙ୍କ ସହ ସାଲିସ୍‌ କରି ଚଳିବା ଠିକ୍‌ ହେବ। ଆୟ ବହୁମୁଖୀ ହେବ, କିନ୍ତୁ ଖର୍ଚ୍ଚ ମଧ୍ୟ କିଛି କମିବାର ନାହିଁ। ପାରିବାରିକ ଜୀବନ ସୁଖ ସନ୍ତୋଷରେ କଟିବା ସହ ବୌଦ୍ଧିକ ବିକାଶରୁ ବୁଦ୍ଧିଜିବୀମାନଙ୍କ ପ୍ରଶଂସାଭାଜନ ହେବେ।
ଧନୁ
ଧନୁ
ମାନସିକ ଅସ୍ଥିରତା ଓ ଅସଂଯମ ଜୀବନଚର୍ଯ୍ୟାରୁ ଅନ୍ୟମନସ୍କ କିମ୍ବା ଅସାବଧାନତା ଜନିତ ସମସ୍ୟାଗ୍ରସ୍ତ ହେବେ। ସ୍ବାର୍ଥ ସାଧନ ପରିପ୍ରେକ୍ଷୀରେ ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି। ହଜି ଯାଇଥିବା ବନ୍ଧୁଙ୍କ ଖୋଜ ଖବର ପାଇପାରନ୍ତି। ଉତ୍ତରାଷାଢ଼ା ନକ୍ଷତ୍ର ନୀଚ ସଂସର୍ଗରୁ ଦୂରେଇ ରହିବା ଭଲ ହେବ।
ମକର
ମକର
ମୁଖ୍ୟ ଭାବରେ ଶନି ହେତୁ ସମସ୍ୟା ଓ ପ୍ରତିବନ୍ଧକକୁ ନୀରବଦ୍ରଷ୍ଟା ଭାବରେ ଅତିକ୍ରମ ଚିନ୍ତା କରିପାରନ୍ତି। ସତ୍‌ସଙ୍ଗ, ସଭାସମିତିରେ ବକ୍ତୃତା, ପ୍ରବଚନ, ଆନୁଷ୍ଠାନିକ କାମ ଓ ପ୍ରତିଯୋଗିତାରେ ସଫଳତା ପାଇବେ। କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ ବଢ଼ିଲେ ମଧ୍ୟ କିଛି ଅସୁବିଧା ହେବ ନାହିଁ।
କୁମ୍ଭ
କୁମ୍ଭ
ଆଜି କୋଣଭାବସ୍ଥ ଶୁକ୍ରଙ୍କ ସୁପ୍ରଭାବରୁ ଯେଉଁ କାମରେ ହାତ ଦେବେ ସଫଳତା ମିଳିବ। ଉତ୍ତର ଭାଦ୍ରବ ନକ୍ଷତ୍ର ସତର୍କରେ ନ ଚଳିଲେ ବିଭିନ୍ନ ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ। ସାନ୍ଧ୍ୟ ଭ୍ରମଣର ଜନଗହଳିପୂର୍ଣ୍ଣ ପରିବେଶରେ ପାଟିତୁଣ୍ଡ ହୋଇପାରନ୍ତି। ପିଲାମାନଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ।
ମୀନମୀନ
ଶୁକ୍ର ଓ ମଙ୍ଗଳଙ୍କ ସ୍ଥିତିରୁ ବନ୍ଧୁଙ୍କ ନିମନ୍ତ୍ରଣ ପାଇ ହଠାତ୍‌ ଜରୁରୀ କାମରେ ବାହାରକୁ ଯିବାକୁ ପଡ଼ିପାରେ। ଆଲୋଚନା, ସମାଲୋଚନା, ବିତର୍କ, ପ୍ରଶାସନ, ରାଜନୀତି, ସଂଗଠନ କ୍ଷେତ୍ରରୁ ସୁଫଳ ମିଳିବ। ଘରର ବରାଦ ଅନୁସାରେ ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି। ପରିସ୍ଥିତି ପ୍ରତି ସଚେତନ ନ ହୋଇ କାମ କଲେ ସମସ୍ୟାକୁ ନିମନ୍ତ୍ରଣ କରିପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୭ ତାରିଖ – Daily Horoscope

ମେଷ ଶୁଭଗ୍ରହ ତୃତୀୟସ୍ଥ ଯୋଗୁ ବନ୍ଧୁଙ୍କ ମାଧ୍ୟମରେ ପାରିବାରିକ ଅସଙ୍ଗତୀ ଦୂର କରିବାରେ ସାହାଯ୍ୟ କରିବେ। ଆଜିର ଯାତ୍ରା, ସରକାରୀ କର୍ମଚାରୀଙ୍କୁ ସାକ୍ଷାତ, ବାଣିଜ୍ୟ ପାଇଁ ଦିନଟି…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୨୬ ତାରିଖ – Daily Horoscope

ମେଷ ଆଜିର ଗୁରୁଚାନ୍ଦ୍ରୀ ଯୋଗ ଭାଗ୍ୟସ୍ଥାନ ପ୍ରତି ଦୁଷ୍ଟିସମ୍ବନ୍ଧ ଯୋଗୁ ନୂତନ କର୍ମାରମ୍ଭ ସହ ପାରିବାରିକ ସୁଖଶାନ୍ତି ଅନୁଭବ କରିବେ। ସକାଳୁ ବନ୍ଧୁଙ୍କ ସହ ସୁଖଭ୍ରମଣ ଯୋଗ…

ରାଶିଫଳ: ବୁଧବାର, ମାର୍ଚ୍ଚ ୨୫ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ ପ୍ରତି ମଙ୍ଗଳଙ୍କ ପ୍ରତ୍ୟକ୍ଷଦୃଷ୍ଟି ପ୍ରଭାବରେ କାର୍ଯ୍ୟ ହାସଲ କରିବେ। ରାହୁଙ୍କ ପ୍ରଭାବଜନିତ ପଡ଼ୋଶୀ ପ୍ରତିବାଦ କରିପାରନ୍ତି। ପାରିବାରିକ ସହମତି ସଙ୍ଗକୁ ବନ୍ଧୁମାନଙ୍କ ସହଯୋଗ…

ରାଶିଫଳ:ମଙ୍ଗଳବାର , ମାର୍ଚ୍ଚ ୨୪ ତାରିଖ – Daily Horoscope

ମେଷ ଧନଭାବସ୍ଥ ଚନ୍ଦ୍ର ପ୍ରଭାବରେ ଆଜି ପାରିବାରିକ ସ୍ଥିତି, କର୍ମକ୍ଷେତ୍ର ଓ ଅର୍ଥ ସମ୍ପର୍କ ଭଲ ରହିବ। ମିତ୍ରମାନେ ପ୍ରଶଂସା ଗାଇ କାମ ହାସଲର ଅପଚେଷ୍ଟା କରିପାରନ୍ତି।…

ରାଶିଫଳ:ସୋମବାର , ମାର୍ଚ୍ଚ ୨୩ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ଦ୍ୱାରା ଆହୂତ ଆନୁଷ୍ଠାନିକ କାମରେ ମନୋନିବେଶ କରି ପ୍ରଶଂସିତ ହେବେ। ଆତ୍ମୀୟଙ୍କ ସହିତ ଦର୍ଶନୀୟ ସ୍ଥାନ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri