Posted inଫୁରସତ

ଷଣ୍ଢକୁ ଦେଖି ଇଲେକ୍ଟ୍ରି ଖୁଣ୍ଟ ଉପରେ ଚଢ଼ିଗଲେ ବ୍ୟକ୍ତି, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ। ସେଥିରୁ କିଛି ଭିଡିଓ ଦେଖିଲେ ଭୟରେ ଦେହ ଥରି ଉଠେ। ଏବେ kuttykalaivanan ନାମକ ଏକ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର ହୋଇଥିବା ଭିଡିଓରେ ଜଣେ ବ୍ୟକ୍ତି ଷଣ୍ଢଠାରୁ ରକ୍ଷା ପାଇବା ପାଇଁ ଏକ ବିଦ୍ୟୁତ୍‌ ଖୁଣ୍ଟ ଉପରକୁ ଚଢ଼ିଥିବାର ନଜର ଆସିଛନ୍ତି। ଷଣ୍ଢଟି ଏତେ ରାଗିଯାଇଛି ଯେ, ବ୍ୟକ୍ତିଜଣଙ୍କୁ ଶିକ୍ଷା ଦେବା ପାଇଁ ଖୁଣ୍ଟ ଚାରିପଟେ ଘୂରି ବୁଲୁଥିଲା।

ଭାଇରାଲ ଭିଡିଓରେ ତୀକ୍ଷ୍ଣ ଶିଙ୍ଗ ଥିବା ଷଣ୍ଢଟି ଜଣଙ୍କ ପଛରେ ଦୌଡୁଥିବା ଦେଖିବାକୁ ମିଳିଛି। ଫଳରେ ରକ୍ଷା ପାଇବା ପାଇଁ ବ୍ୟକ୍ତି ଜଣକ ଜୀବନ ବିକଳରେ ରାସ୍ତା କଡ଼ରେ ଥିବା ଏକ ଇଲେକ୍ଟ୍ରି ଖୁଣ୍ଟ ଉପରକୁ ଚଢ଼ିଗଲେ। ବ୍ୟକ୍ତି ଭାବିଥିଲେ ଅଳ୍ପ ସମୟ ମଧ୍ୟରେ ଷଣ୍ଢ ସେଠାରୁ ଚାଲିଯିବ ଆଉ ସେ ନିରାପଦରେ ଓହ୍ଲାଇ ଘରକୁ ଯିବେ। କିନ୍ତୁ ଖୁଣ୍ଟ ଉପରକୁ ଚଢ଼ିଥିବା ବ୍ୟକ୍ତିଙ୍କ ଉପରେ ଷଣ୍ଢର କିଛି ରାଗ ଥିଲା କେଜାଣି ସେ ଖୁଣ୍ଟ ଚାରିପଟେ ଘୂରି ବୁଲିଲା। ଭିଡିଓରେ ଅନେକ ଲୋକ ମଧ୍ୟ ନଜର ଆସିଛନ୍ତି। କିନ୍ତୁ ଷଣ୍ଢ କାହାକୁ ଟାର୍ଗେଟ ନ କରି ଖୁଣ୍ଟରେ ଚଢ଼ିଥିବା ସେହି ବ୍ୟକ୍ତିଙ୍କୁ ଅପେକ୍ଷା କରିଥିଲା।

ଷଣ୍ଢର ଶିଙ୍ଗ ଏପରି ହୋଇଛି, ଯିଏ ଦେଖିବ ଭୟଭୀତ ହୋଇଯିବ। ମୋଟା-ଶକ୍ତିଶାଳୀ ଏବଂ ତୀକ୍ଷ୍ଣ ଶିଙ୍ଗ କାହାକୁ ଚିରିଦେବା ପାଇଁ ଯଥେଷ୍ଟ। ତେଣୁ। ଖୁଣ୍ଟରେ ଚଢ଼ିଥିବା ବ୍ୟକ୍ତି ଜଣକ ଜାଣି ନ ଥିଲେ ଯେ, ତାଙ୍କୁ ଓହ୍ଲାଇବାକୁ ଏତେ ସମୟ ଅପେକ୍ଷା କରିବାକୁ ପଡ଼ିପାରେ। କାରଣ ଏହି କ୍ରୋଧିତ ଷଣ୍ଢ ସେହି ଖୁଣ୍ଟରେ ବନ୍ଧା ଯାଇଥିବା ଦେଖିବାକୁ ମିଳିଛି। କିଛି ସମୟ ପରେ ଷଣ୍ଢ ଏକ ବିଲକୁ ଯାଉଥିବା ଦେଖିବାକୁ ମିଳିଛି। ଏହି ଭିଡିଓକୁ ୧.୯୨ ଲକ୍ଷରୁ ଅଧିକ ଲୋକ ପସନ୍ଦ କରିଛନ୍ତି। ଭିଡିଓଟି ଖୁବ୍‌ ଭାଇରାଲ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ଇରାନ ସହିତ ଚୁକ୍ତି ପୂର୍ବରୁ ଇସ୍ରାଏଲର ବଡ଼ ଆକ୍ରମଣ, ରାଗିଯାଇ ଟ୍ରମ୍ପ କହିଲେ ଏହା ଉଚିତ…

ଓ୍ବାଶିଂଟନ,୧୪।୬: ରବିବାର ଦିନ ଇସ୍ରାଏଲ ଲେବାନନର ରାଜଧାନୀ ବେରୁଟ ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣ ଏପରି ସମୟରେ ଘଟିଛି ଯେତେବେଳେ ଆମେରିକା ଏବଂ ଇରାନ…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri