Posted inRasifala

ରାଶିଫଳ: ସୋମବାର, ଫେବୃୟାରୀ ୭ ତାରିଖ – Daily Horoscope

ମେଷ
ଆଜିର ରେବତୀ ନକ୍ଷତ୍ରସ୍ଥ ଚନ୍ଦ୍ର ଆପଣଙ୍କୁ ସାହାଯ୍ୟ, ସହଯୋଗ ଯୋଗାଇଦେବାରେ ସମସ୍ୟା ସୃଷ୍ଟି କରିବ। ସାହାଯ୍ୟ କରିବା ପରିପ୍ରେକ୍ଷୀରେ ବନ୍ଧୁଙ୍କୁ ଟଙ୍କା ପଇସା ଦେଇ ଫେରି ପାଇବାରେ କମ୍‌ ସମ୍ଭାବନାକୁ ଦେଖି ଚିନ୍ତା ବଢ଼ିଯିବ। ଯେ କୌଣସି କ୍ଷେତ୍ରରେ ହେଉନା କାହିଁକି ଆପଣଙ୍କ ହାତମୁଠାରୁ ସୁ୍‌ଯୋଗ ଖସିଯାଇପାରିବ ନାହିଁ।
ବୃଷ
ବୃଷ
ବହୁତ ଦିନ ହେଲା ଯାହା ପାଇବାକୁ ଚେଷ୍ଟା କରି ପାଇ ନ ଥିଲେ ଆଜି ତାହା ପାଇବେ। ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟରେ ଉନ୍ନତ ଫଳ ପାଇବେ। ଶତ୍ରୁ ଉପଦ୍ରବ କ୍ରମଶଃ ହ୍ରାସ ପାଇବ, ତଥାପି ଚେଷ୍ଟା କରୁଥିବା କାମରେ ପ୍ରତିବନ୍ଧକର ସମ୍ମୁଖୀନ ହୋଇପାରନ୍ତି। ଆକସ୍ମିକ ଭାବରେ ଦୂରଯାତ୍ରା କରିବା ସକାଶେ ଯୋଜନା କରିବେ।
ମିଥୁନ
ମିଥୁନ
ଅନ୍ୟମାନଙ୍କ କାନକୁହା କଥା ଶୁଣି ସମ୍ପର୍କୀୟମାନେ ଆପଣଙ୍କ କାର୍ଯ୍ୟକୁ ଅସ୍ବୀକାର କରିବେ। ଆନୁଷ୍ଠାନିକ କାର୍ଯ୍ୟ ପ୍ରସ୍ତୁତି ସକାଶେ ବ୍ୟସ୍ତ ରହିବେ, ଏଥିପାଇଁ ବହୁତ ତକଲିଫ ହେବେ। ଯାନ୍ତ୍ରିକ ତ୍ରୁଟିକୁ ସୁଧାରିନେବା ଠିକ୍‌ ହେବ, ନତୁବା ଫେରନ୍ତା ରାସ୍ତାରେ ତାହାହିଁ ମନସ୍ତାପର କାରଣ ହେବ। ବ୍ୟବସାୟିକ ସଫଳତା ପାଇବେ।
କର୍କଟ
କର୍କଟ
କିଛିଟା ବ୍ୟତିକ୍ରମ ରହିଲେ ମଧ୍ୟ ଦିନଟି ଭଲରେ ଅତିବାହିତ ହେବ। ଅଭାବ ନ ଥିଲେ ମଧ୍ୟ ଖୋଲା ମନ ନେଇ ଖର୍ଚ୍ଚରୁ ଦୂରେଇ ରହିବା ପାଇଁ ଚେଷ୍ଟିତ ହୋଇପାରନ୍ତି। କେତେକ ପରିସ୍ଥିତିରେ ନିଜ ଲୋକଙ୍କୁ ସନ୍ଦେହ କରିବା ଭଳି ପରିସ୍ଥିତି ସୃଷ୍ଟି ହୋଇପାରେ। ବ୍ୟବସାୟ, ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ଶୁଭ ଫଳପ୍ରାପ୍ତି ହୋଇପାରେ।
ସି˚ହ
ସି˚ହ
ଆଜି କୌଣସି କାମ ଯଦିଓ ଅଟକିବ ନାହିଁ ତଥାପି ସୁବିଧାରେ ସମ୍ପନ୍ନ ହେବ ନାହିଁ। ପ୍ରତ୍ୟେକ ସ୍ତରରେ ନିଜ ଲୋକମାନଙ୍କ ବ୍ୟତୀତ ଅନ୍ୟ ଜାତିର ବ୍ୟକ୍ତିବିଶେଷ ସହାୟତା କରିବେ। କଳା, ସାହିତ୍ୟ, ସାମ୍ବାଦିକତା, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରୁ ସୁଫଳ ପାଇବେ। ସନ୍ତାନଙ୍କ କିଛି ରହିଥିବା ସମସ୍ୟାର ସମାଧାନ ସକାଶେ ବ୍ୟସ୍ତତା ବଢ଼ିପାରେ।
କନ୍ୟା
ଆପଣ ବିଭିନ୍ନ ପ୍ରକାର ଚିନ୍ତା ନ କରି ସମୟୋପଯୋଗୀ ପଦକ୍ଷେପ ନେବା ଠିକ୍‌ ହେବ। ଅର୍ଥସଙ୍କଟ ସାଙ୍ଗକୁ ପିଲାଙ୍କ ପାଇଁ ଜଞ୍ଜାଳ ବୃଦ୍ଧି ପାଇପାରେ। ଶତ୍ରୁତା କରୁଥିବା ଲୋକମାନେ ହଠାତ୍‌ ଫାଇଦା ହାସଲ ପାଇଁ ଅପଚେଷ୍ଟା କରିବେ। ବାଣିଜ୍ୟ, ବ୍ୟବସାୟ, ପରିବହନ,ନିର୍ମାଣ ଓ ସଭାସମିତିରେ ସଫଳତା ପାଇବେ।
ତୁଳା
ତୁଳା
ବୁଝାମଣା ଠିକ୍‌ ନ ରହିବା କାରଣରୁ କାମ ବିଶୃଙ୍ଖଳିତ ରହିବ। ବନ୍ଧୁଙ୍କ ସହ ବିତର୍କଜନିତ ମନାନ୍ତର ବେଶି କ୍ଷଣ ତିଷ୍ଟି ରହିବ ନାହିଁ। ଦୀର୍ଘଦିନରୁ ଚେଷ୍ଟା କରୁଥିବା କାମଟି ଆଜି ଆନୁଷଙ୍ଗିକ ସୁବିଧା ସୁଯୋଗ ମାଧ୍ୟମରେ ହଠାତ୍‌ ସମ୍ପନ୍ନ ହୋଇଯିବ। ବ୍ୟବସାୟିକ କ୍ଷେତ୍ରରେ କିଛି ନୂତନ ଚୁକ୍ତିପତ୍ର ସ୍ବାକ୍ଷରିତ ହେବାର ସମ୍ଭାବନା ରହିଛି।।
ବିଛା
ବିଛା
ଆଜି ଦିନ ମଧ୍ୟରେ ଅଟକି ରହିଥିବା କାମ ତ୍ୱରାନ୍ବିତ ହୋଇପାରିବ ନାହିଁ। ସମ୍ପର୍କୀୟମାନେ ଅସହଯୋଗ ପ୍ରଦର୍ଶନ କରିପାରନ୍ତି। କେତେକ ଗୁରୁତ୍ୱପୂର୍ଣ୍ଣ କାମ ଅସମ୍ପୂର୍ଣ୍ଣ ରହିବା କାରଣରୁ ମନରେ ଅସ୍ଥିରତା ଲାଗି ରହିବ। ସଭାସମିତି, ପରିବହନ, ଦୋକାନବାଡ଼ି, ନିର୍ମାଣ, ଆଇନ କ୍ଷେତ୍ରରେ ମନ ଅନୁଯାୟୀ କାର୍ଯ୍ୟ ସାଧନ କରିବେ।
ଧନୁ
ଧନୁ
ମନକଥାକୁ ଖୋଲିକରି କହିଲେ ମଧ୍ୟ ନିଜ ଲୋକମାନେ ତାହାକୁ କଦର୍ଥ କରିପାରନ୍ତି। ହଠାତ୍‌ ଦୂରଯାତ୍ରା ପାଇଁ ପ୍ରସ୍ତୁତି କରିବେ, କିନ୍ତୁ ଏଥିପାଇଁ ବ୍ୟସ୍ତତା ବୃଦ୍ଧିପାଇବ। ସନ୍ତାନଙ୍କ ଦୁର୍ବଳ ସ୍ବାସ୍ଥ୍ୟ ଓ ଅମନୋଯୋଗୀ ସ୍ବଭାବ ଯୋଗୁ ବିଚଳିତ ହେବେ। ସହକର୍ମୀ ନକାରାମତ୍କ କଥା କହିଲେ ମଧ୍ୟ କାମଟି କରିଦେବେ।
ମକର
ମକର
ସାଧାରଣ କଥାରେ ଯୁକ୍ତିତର୍କ କାରଣରୁ ପାରିବାରିକ କ୍ଷେତ୍ର ସକାଶେ ଦୁଶ୍ଚିନ୍ତା ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ କିଛି ଗୁଜବ ମାନସିକ ସ୍ଥିତିକୁ ଦୋହଲାଇ ଦେବ। ବାଣିଜ୍ୟ,ବ୍ୟବସାୟ କ୍ଷେତ୍ରରେ ଚେଷ୍ଟା କରୁଥିବା କାମରେ ସଫଳତା ପାଇବେ। ସରକାରୀ ସ୍ତରରେ ଅଟକିଥିବା କାମ, ପାଇବାକୁ ଥିବା ଟଙ୍କା ପାଇଁ କଳ୍ପନାଜଳ୍ପନା ବଢ଼ିବ।
କୁମ୍ଭ
କୁମ୍ଭ
ସକାଳୁ ସକାଳୁ କୌଣସି କଥାକୁ ବାରମ୍ବାର ଚିନ୍ତା କରି ଶାନ୍ତ ମନ ଅଶାନ୍ତ ହୋଇଯାଇପାରେ। ଲକ୍ଷ୍ୟହୀନ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦଜନିତ ସ୍ବାସ୍ଥ୍ୟ ମଧ୍ୟ ଠିକ୍‌ ରହିବ ନାହିଁ। ବନ୍ଧୁଙ୍କ ନିକଟରୁ କିଛି ଖରାପ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ବ୍ୟୟ ବୃଦ୍ଧି ଯୋଗୁ କିମ୍ବା ପରିବହନରେ ସମସ୍ୟ ଯୋଗୁ ମନ ସାମୟିକ ବିବ୍ରତ ରହିବ।
ମୀନମୀନ
ଉଦ୍ୟମ ସଫଳ ଦିଗରେ ଜଣେ ବିଜାତୀୟ ବ୍ୟକ୍ତି ନିଜଆଡୁ ସାହାଯ୍ୟ ସକାଶେ ଆଗେଇ ଆସିପାରନ୍ତି। କଚେରି ମାମଲା ତଥା ବିବାଦୀୟ କ୍ଷେତ୍ରରେ ଆଶାଜନକ ଫଳ ପାଇବେ। ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରି ଅଭିଳଷିତ ଫାଇଦା ଉଠାଇପାରନ୍ତି। କୌଣସି ଗୁରୁତ୍ୱପୂର୍ଣ୍ଣ କାମ ସକାଶେ ଖର୍ଚ୍ଚ ପରିମାଣ ଦିଗୁଣା ହୋଇପାରେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୭ ତାରିଖ – Daily Horoscope

ମେଷ ଶୁଭଗ୍ରହ ତୃତୀୟସ୍ଥ ଯୋଗୁ ବନ୍ଧୁଙ୍କ ମାଧ୍ୟମରେ ପାରିବାରିକ ଅସଙ୍ଗତୀ ଦୂର କରିବାରେ ସାହାଯ୍ୟ କରିବେ। ଆଜିର ଯାତ୍ରା, ସରକାରୀ କର୍ମଚାରୀଙ୍କୁ ସାକ୍ଷାତ, ବାଣିଜ୍ୟ ପାଇଁ ଦିନଟି…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୨୬ ତାରିଖ – Daily Horoscope

ମେଷ ଆଜିର ଗୁରୁଚାନ୍ଦ୍ରୀ ଯୋଗ ଭାଗ୍ୟସ୍ଥାନ ପ୍ରତି ଦୁଷ୍ଟିସମ୍ବନ୍ଧ ଯୋଗୁ ନୂତନ କର୍ମାରମ୍ଭ ସହ ପାରିବାରିକ ସୁଖଶାନ୍ତି ଅନୁଭବ କରିବେ। ସକାଳୁ ବନ୍ଧୁଙ୍କ ସହ ସୁଖଭ୍ରମଣ ଯୋଗ…

ରାଶିଫଳ: ବୁଧବାର, ମାର୍ଚ୍ଚ ୨୫ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ ପ୍ରତି ମଙ୍ଗଳଙ୍କ ପ୍ରତ୍ୟକ୍ଷଦୃଷ୍ଟି ପ୍ରଭାବରେ କାର୍ଯ୍ୟ ହାସଲ କରିବେ। ରାହୁଙ୍କ ପ୍ରଭାବଜନିତ ପଡ଼ୋଶୀ ପ୍ରତିବାଦ କରିପାରନ୍ତି। ପାରିବାରିକ ସହମତି ସଙ୍ଗକୁ ବନ୍ଧୁମାନଙ୍କ ସହଯୋଗ…

ରାଶିଫଳ:ମଙ୍ଗଳବାର , ମାର୍ଚ୍ଚ ୨୪ ତାରିଖ – Daily Horoscope

ମେଷ ଧନଭାବସ୍ଥ ଚନ୍ଦ୍ର ପ୍ରଭାବରେ ଆଜି ପାରିବାରିକ ସ୍ଥିତି, କର୍ମକ୍ଷେତ୍ର ଓ ଅର୍ଥ ସମ୍ପର୍କ ଭଲ ରହିବ। ମିତ୍ରମାନେ ପ୍ରଶଂସା ଗାଇ କାମ ହାସଲର ଅପଚେଷ୍ଟା କରିପାରନ୍ତି।…

ରାଶିଫଳ:ସୋମବାର , ମାର୍ଚ୍ଚ ୨୩ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ଦ୍ୱାରା ଆହୂତ ଆନୁଷ୍ଠାନିକ କାମରେ ମନୋନିବେଶ କରି ପ୍ରଶଂସିତ ହେବେ। ଆତ୍ମୀୟଙ୍କ ସହିତ ଦର୍ଶନୀୟ ସ୍ଥାନ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ।…

ରାଶିଫଳ: ରବିବାର, ମାର୍ଚ୍ଚ ୨୨ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ର ଦ୍ୱିଜା ନକ୍ଷତ୍ରରେ ରହିଥିବାରୁ ପାରିବାରିକ ସ୍ଥିରତା, ଲୋକ ସମ୍ପର୍କରେ ଉନ୍ନତି ସାଙ୍ଗକୁ ବନ୍ଧୁମିଳନରୁ ଆନନ୍ଦିତ ରହିବେ। ମନ ଅନୁଯାୟୀ କାମ କରିପାରିବେ। ପ୍ରତ୍ୟେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri