ମେଷ

ଚନ୍ଦ୍ରମଙ୍ଗଳ ଯୋଗରୁ ଯେଉଁ କାମରେ ହାତଦେବେ, ସେଥିରେ ସଫଳତା ନିଶ୍ଚିତ। ମନ ଅସ୍ଥିର ରହିଲେ ମଧ୍ୟ ସଭାସମିତି, ଆନୁଷ୍ଠାନିକ ଓ ସାଙ୍ଗଠନିକ କାର୍ଯ୍ୟରେ ପ୍ରଶଂସିତ ହେବେ। ପରିବାରରେ ପିଲାଙ୍କ ସମସ୍ୟା ବିଷୟ ନେଇ ମାନସିକ ସ୍ଥିତି ବିପନ୍ନ ରହିପାରେ। ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ନୂତନ ଯୋଜନା ଚିନ୍ତା କରିପାରନ୍ତି।
ବୃଷ

ତୃତୀୟାଧିପ ରାଶିରେ ଥିବାରୁ ପଡ଼ୋଶୀଙ୍କ ସହାୟତାରେ ଆଶା କରିଥିବା ଦିଗରୁ ଅର୍ଥଲାଭ ଘଟିବ। ଅପ୍ରିୟ ସତ୍ୟ ଭାଷଣରୁ ସମସ୍ୟା ସୃଷ୍ଟିର ଆଶଙ୍କା ରହିଛି। କଚେରି ମାମଲା କ୍ଷେତ୍ରରେ ସନ୍ତୋଷଜନକ ଫଳ ପାଇବେ। ବନ୍ଧୁଙ୍କ ସମସ୍ୟା ଆନୁଷ୍ଠାନିକ କାମ, ଯାନ୍ତ୍ରିକ ଶିଳ୍ପ, ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ଆଶା ପୂରଣ ହେବ।
ମିଥୁନ

ଭାଗ୍ୟାଧିପ କର୍ମ ସ୍ଥାନରେ ଥିବାରୁ ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରିବେ। ସ୍ବାର୍ଥସାଧନ ମାନସରେ ମିତ୍ରମାନେ ପ୍ରଶଂସା କରିପାରନ୍ତି। ପାରିବାରିକ ସମସ୍ୟା ସମାଧାନ ଓ କଳା, ସାହିତ୍ୟ, ସାମ୍ବାଦିକତା ଓ ରଚନାମତ୍କ କାର୍ଯ୍ୟରେ ଅଗ୍ରଗତି ଘଟିବ। ସାମାଜିକ ସ୍ତରରେ କେତେକ କଥା ସବୁ ଜାଣିଶୁଣି ସୁଦ୍ଧା ଚୁପ୍ ରହିବାକୁ ବାଧ୍ୟ ହେବେ।
କର୍କଟ

ଶନିଙ୍କ ପ୍ରଭାବରୁ ଅତୀତ କଥାକୁ ଚିନ୍ତା କରି କୌଣସି ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗିବ ନାହିଁ। ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ଋଣ ସୂତ୍ରରେ ଅର୍ଥଲାଭ କରିବେ ଓ ଶିଳ୍ପ ବାଣିଜ୍ୟରେ ଉନ୍ନତି ଘଟିବ। ସାହିତ୍ୟ, ସାମ୍ବାଦିକତା, କଳା, ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ।
ସି˚ହ

କର୍ମକ୍ଷେତ୍ରରେ ସାମାନ୍ୟ ଭୁଲ୍ରୁ କାମ ବିଶୃଙ୍ଖଳିତ ହୋଇପାରେ। ଦ୍ୱାଦଶସ୍ଥ ବୃହସ୍ପତିଙ୍କ ଯୋଗୁ କରଜଦାତାଙ୍କ ଚାପ ବଢ଼ିବାରୁ ମାନସିକ ଭାରସାମ୍ୟ ହରାଇବେ। ଘରକଥା ମନକୁ ଆନ୍ଦୋଳିତ କରିବା ସାଙ୍ଗକୁ ନୂତନ ଦାୟିତ୍ୱ ହାତକୁ ନେବେ। ପଡ଼ୋଶୀଙ୍କ ସହୃଦୟତାରୁ ଅଟକି ରହିଥିବା କାମ ସୁବିଧାରେ ହାସଲ କରିବେ।
କନ୍ୟା

ପାରିବାରିକ କ୍ଷେତ୍ରରେ କ୍ରୋଧବଶତଃ ପ୍ରତିକ୍ରିୟା ହଠାତ୍ ପ୍ରକାଶକଲେ ପରିସ୍ଥିତି ବେଶି ବିଗିଡ଼ିଯିବ। ଆତ୍ମୀୟଙ୍କ ସହ ସଦ୍ଭାବ ଅକ୍ଷୁଣ୍ଣ ରହିବ। କର୍ମାରମ୍ଭରେ ସଂକଟର ସମ୍ମୁଖୀନ ହେଲେ ମଧ୍ୟ ପରକ୍ଷଣରେ ସବୁ ଠିକ୍ ହୋଇଯିବ। ଆଜି ଆପଣଙ୍କ ଯାତ୍ରାରେ ଲକ୍ଷ୍ୟ ପୂରଣ ହେବ, କିନ୍ତୁ ବ୍ୟବସାୟରେ କ୍ଷତି ଘଟିପାରେ।
ତୁଳା

ସ୍ବଗୃହୀ ଶୁକ୍ରଙ୍କ ଯୋଗୁ ଶରୀରଚର୍ଚ୍ଚା ଏବଂ ସଚେତନତା କାରଣରୁ ସ୍ବାସ୍ଥ୍ୟ ନିୟନ୍ତ୍ରଣ ମଧ୍ୟରେ ରହିବ। ଗୃହ ସମସ୍ୟା, ଆନୁଷ୍ଠାନିକ କାମ, ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ। ବିବାଦୀୟ ବ୍ୟକ୍ତିଙ୍କ ସହ ସମ୍ପର୍କକୁ କେନ୍ଦ୍ର କରି ଅଶାନ୍ତି ବୃଦ୍ଧି ପାଇପାରେ। ବନ୍ଧୁଙ୍କ ସମ୍ପର୍କରେ କାୈଣସି ଖବର ପାଇ ବିସ୍ମିତ ହୋଇପାରନ୍ତି।
ବିଛା

ଦୁଃସ୍ଥାନସ୍ଥ ଚନ୍ଦ୍ର ହେତୁ ଅନ୍ୟମାନଙ୍କ ଦ୍ୱାରା ପ୍ରତାରିତ ହୋଇ ମାନସିକ ସ୍ତରରେ କଷ୍ଟ ଅନୁଭବ କରିପାରନ୍ତି। ଆନୁଷ୍ଠାନିକ ଅଥବା ସାମାଜିକ କାର୍ଯ୍ୟରେ ଯୋଗଦେଇ ପାରନ୍ତି। ସାହିତ୍ୟ, ସଙ୍ଗୀତ, ଚଳଚ୍ଚିତ୍ର ଓ ରାଜନୀତି, ପ୍ରଶାସନ ପାଇଁ ଦିନଟି ବହୁତ ଭଲ। ଦିନଭରି ପରିଶ୍ରମ କରିବେ ସତ, କିନ୍ତୁ ଆଶାନୁଯାୟୀ ପ୍ରାପ୍ତି ସନ୍ତୋଷଜନକ ହେବ ନାହିଁ।
ଧନୁ

ଉଚ୍ଚସ୍ଥ ରାଶ୍ୟାଧିପତିଙ୍କ ଯୋଗୁ ପ୍ରତ୍ୟେକ ପରିସ୍ଥିତିରେ ମନର ବଳ ଖୁବ୍ ଟାଣ ରହିବ। ମନ ଭିତରେ ବସା ବାନ୍ଧି ରହିଥିବା ଆଶା ପୂରଣ ହେବାରେ ବନ୍ଧୁ ସାହାଯ୍ୟ କରିବେ। ଅଧିକାଂଶ କ୍ଷେତ୍ରରେ ପାରିବାରିିକ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିପାରେ। ସାମୟିକ ଭାବରେ ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି।
ମକର

ବନ୍ଧୁଙ୍କ ପରାମର୍ଶରେ ନୂତନ ଯୋଜନା ସକାଶେ ମନ ବଳାଇପାରନ୍ତି। କ୍ରୟ ବିକ୍ରୟ କ୍ଷେତ୍ରରେ ସତର୍କ ନ ହେଲେ ଠକାମିରେ ପଡ଼ିବାର ଆଶଙ୍କା ରହିଛି। ଧର୍ମଭାବକୁ ଶନିଙ୍କ ଦୃଷ୍ଟି ଯୋଗୁ ସତ୍ସଙ୍ଗ, ପୁରାଣ ପଠନ ସାଙ୍ଗକୁ ଧର୍ମକାର୍ଯ୍ୟ ପ୍ରତି ରୁଚି ବଳିପାରେ। ବନ୍ଧୁଙ୍କ ମନରେ ବିଶ୍ୱାସ ହେଲା ଭଳି କଥା କହି କାମ ହାସଲରେ ସମର୍ଥ ହେବେ।
କୁମ୍ଭ

ଆଲୋଚନା ପରିସରରେ ବିବାଦୀୟ ମନ୍ତବ୍ୟ ଦେଇ ଶତ୍ରୁତା ଅର୍ଜନ କରିପାରନ୍ତି। ପାରିବାରିକ କ୍ଷେତ୍ରରେ ଭାବପ୍ରବଣତା ଯୋଗୁ ମନୋବଳ ହ୍ରାସ ପାଇବ। ରବିଙ୍କ ପ୍ରଭାବରୁ ଶିଳ୍ପ, ବାଣିଜ୍ୟ, ପରିବହନ ଓ ବ୍ୟବସାୟରେ ସଫଳତା ହାସଲ କରିବେ। ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦେଲେ ନିଜେ କ୍ଷତିରେ ପଡ଼ିବେ।
ମୀନ
ପରିବାର ସକାଶେ ଗୁରୁତ୍ୱପୂର୍ଣ୍ଣ କାମଟି ହାସଲ କଷ୍ଟକର ହେବ। କର୍ମକ୍ଷେତ୍ରରେ ସହକର୍ମୀ କିମ୍ବା ବନ୍ଧୁଙ୍କ ସହାୟତାରୁ ମୂଲ୍ୟବାନ୍ ଦ୍ରବ୍ୟ ଲାଭ ହୋଇପାରେ। ଆକସ୍ମିକ ଭାବରେ ଦୂରଯାତ୍ରାର ସୁଯୋଗ ପାଇବେ, କିନ୍ତୁ ଯାଇପାରିବେ ନାହିଁ। ରାହୁଦୃଷ୍ଟ ମଙ୍ଗଳଜନିତ ସଭାସମିତିରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି।
📲 Follow Dharitri – Odisha’s No. 1 Odia Daily 📰✨
Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.