Posted inRasifala

ରାଶିଫଳ: ସୋମବାର, ଅକ୍ଟୋବର ୬ ତାରିଖ – Daily Horoscope

ମେଷ
ଆଜି ଚନ୍ଦ୍ରଙ୍କ କେନ୍ଦ୍ରରେ ବୃହସ୍ପତି ଥିବାରୁ ଗଜକେଶରୀ ଯୋଗ ପ୍ରଭାବରେ ଯାହା ଆଶା କରୁଛନ୍ତି ତାହା ନିଶ୍ଚିତ ପାଇବେ। କୌଣସି ଅଭିସନ୍ଧି ରଖତ୍ ବନ୍ଧୁ ସାହାଯ୍ୟର ହାତ ବଢ଼ାଇବେ। ଆଜି ମନ ବୁଝିଲା ଭଳି କଥା କହି ପରିବାରର ଅବୁଝା ବ୍ୟକ୍ତିଙ୍କୁ ଆପଣେଇ ନେବେ। କର୍ମକ୍ଷେତ୍ରରେ ବହୁ ଲୋକଙ୍କ ମେଳରେ ଅଧିକାଂଶ ସମୟ ଅତିବାହିତ ହେବ।
ବୃଷ
ବୃଷ
ପରିବାର ସ୍ଥାନରେ ଚନ୍ଦ୍ର ଥିବାରୁ କର୍ମକ୍ଷେତ୍ରରେ ଅଭିଳଷିତ କାମ ହାସଲରେ ସମର୍ଥ ହେବେ। ବାଣିଜ୍ୟ କ୍ଷେତ୍ରରେ ଅଥବା ପ୍ରତିଦ୍ୱନ୍ଦ୍ୱିତା କାରଣରୁ କିମ୍ବା ଜମିଜମା ସମ୍ବନ୍ଧୀୟ ମାନସିକ ଦ୍ୱନ୍ଦ୍ୱର ସମ୍ମୁଖୀନ ହେବାକୁ ପଡିପାରେ। ସାହିତ୍ୟ, ସଙ୍ଗୀତାଦି କାର୍ଯ୍ୟକ୍ରମରେ ଶୁକ୍ରଙ୍କ ପ୍ରଭାବରୁ ଅର୍ଥଗତ ଓ ଭାବଗତ ସମ୍ପର୍କକୁ ଦୃଢୀଭୂତ କରିବ।
ମିଥୁନ
ମିଥୁନ
ଚନ୍ଦ୍ରଙ୍କ ସୁପ୍ରଭାବରୁ ଆର୍ଥିକ ଉନ୍ନତି ସହ ବନ୍ଧୁ ଗହଣରେ ହସଖୁସିରେ ନିଜକୁ ହଜାଇ ଦେବେ। ପାରିବାରିକ କ୍ଷେତ୍ରରେ ସାଧାରଣ କଥାରୁ ମତାନ୍ତର ସୂଚନା ରହିଛି। ଶୁକ୍ରଙ୍କ ଶୁଭ ସଂସ୍ଥାନରୁ ସାହିତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ସୁନାମ ଅର୍ଜନ କରିବେ। କ୍ରନିକ୍‍ ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବ ଓ ଧୀରେ ସୁସ୍ଥେ କାମ କରିପାରନ୍ତି।
କର୍କଟ
କର୍କଟ
ମୁଖଭାଗରେ ଚନ୍ଦ୍ର ଆପଣଙ୍କ କଥାର ମଧୁରତାରେ ନିକଟସ୍ଥ ବ୍ୟକ୍ତିବିଶେଷଙ୍କୁ ପ୍ରଭାବିତ କରିବ। ଯାହାକି ଆନୁଷ୍ଠାନିକ କାମରେ କାର୍ଯ୍ୟହାସଲ ପାଇଁ ଖୋରାକ ଯୋଗାଇପାରେ। ପାରିବାରିକ ଜୀବନରେ ସୁଖଦ ଅନୁଭୂତିର ସୌଭାଗ୍ୟ ଅର୍ଜନ କରିବେ। ଯାନବାହନ, ସାହିତ୍ୟ, ରଚନାତ୍ମକ କାର୍ଯ୍ୟରେ ଅଭିରୁଚି ବଳିବ ଓ ପ୍ରଶଂସିତ ମଧ୍ୟ ହେବେ।
ସି˚ହ
ସି˚ହ
ଚନ୍ଦ୍ରଙ୍କ ରାଶ୍ୟାବସ୍ଥାନ ପ୍ରଭାବରେ ଦୂରଯାତ୍ରା, ବ୍ୟୟବୃଦ୍ଧି, ଶତ୍ରୁତାଜନିତ କାର୍ଯ୍ୟହାନି ସମ୍ବନ୍ଧରେ ଆଲୋଚନା କରିପାରନ୍ତି। ପୂର୍ବାଫାଲଗୁନୀର ବିବାଦରେ ବିଜୟ, ପ୍ରତିଯୋଗିତାରେ ସଫଳତା ପାଇଲେ ମଧ୍ୟ ସାମୟିକ ବିଭିନ୍ନ ପ୍ରକାରର ଅସ୍ବାଭାବିକ ପରିସ୍ଥିତିକୁ ସାମନା କରି ମନ ଚିନ୍ତା ସାଗରରେ ଭାସିବୁଲିବ।
କନ୍ୟା
ରବିଙ୍କ ଦୁର୍ବଳତାରୁ ଯାତ୍ରା ସ୍ଥଗିତ ରହିବା ସହ ପଦସ୍ଥ ବ୍ୟକ୍ତିଙ୍କ ସହ ବିରୋଧଭାବ ସୃଷ୍ଟି କରିବ। ଭଲ କିମ୍ବା ମନ୍ଦ ବିଚାର ନ କରି କାମକୁ ବଢ଼ାଇ ନେଲେ ସମସ୍ୟା ଆସିପାରେ। ପ୍ରତ୍ୟେକ କ୍ଷେତ୍ରରେ ସାମାନ୍ୟ ବିଳମ୍ବ ଓ ଖର୍ଚ୍ଚାନ୍ତ ଭିତରେ କାମ ହାସଲ କରିହେବ। ଚିତ୍ରା ନକ୍ଷତ୍ର ଯେ କୌଣସି ପରିସ୍ଥିତି ମଧ୍ୟରେ ନିଜକୁ ନିୟନ୍ତ୍ରଣରେ ରଖତ୍ପାରିବେ।
ତୁଳା
ତୁଳା
ଆଜିର ଦିନଟି ଆପଣଙ୍କ ପାଇଁ ବହୁତ ଭଲ କିନ୍ତୁ ବିଶାଖା ନକ୍ଷତ୍ର ସକାଶେ ଚାଲି ନ ଜାଣି ବାଟର ଦୋଷ ଭଳି ପରିସ୍ଥିତି ସୃଷ୍ଟି ହେବ। ସବୁ ସୁବିଧା ଥାଇ ମଧ୍ୟ ସାମାଜିକ ସ୍ତରରେ ନିଜକୁ ଆଗରେ ରଖି ପାରିବେ ନାହିଁ। ଆନୁଷ୍ଠାନିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିବେ। ବନ୍ଧୁଙ୍କ ମାଧ୍ୟମରେ ଅର୍ଥଲାଭର ସୂଚନା ରହିଛି।
ବିଛା
ବିଛା
ଚତୁର୍ଥସ୍ଥାନ ପ୍ରତି ଚନ୍ଦ୍ରଙ୍କ ଦୃଷ୍ଟି କାରଣରୁ ନିଜ ବାସସ୍ଥାନ ନିକଟରେ ରହୁଥିବା ପାଖ ଲୋକଟି ଆପଣା ସ୍ବାର୍ଥ ରକ୍ଷା କରିବାକୁ ଆପଣଙ୍କୁ ମିଛ କଥା କହିପାରେ। ତଥାପି କର୍ମକ୍ଷେତ୍ର ଓ ପାରିବାରିକ ସ୍ଥିତି କେତେକାଂଶରେ ଭଲ ଦିଗକୁ ଗତି କରିବ। ଅଫିସ କାମରେ ସହକର୍ମୀମାନଙ୍କ ସହ ଭୁଲ୍‍ ବୁଝାମଣା ଯୋଗୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି।
ଧନୁ
ଧନୁ
କେତୁ ନକ୍ଷତ୍ରସ୍ଥ ଚନ୍ଦ୍ର କେତୁଙ୍କ ସହ ଷଡ଼ାଷ୍ଟକ ସ୍ଥିତିରେ ଥିବାରୁ ପାରିବାରିକ ଶାନ୍ତି ଭାରାକ୍ରାନ୍ତ ମନକୁ ସାମୟିକ ଲାଘବ କରିବାର ସୂଚନା ରହିଛି। ତଥାପି ବ୍ୟକ୍ତିକୈନ୍ଦ୍ରିକ ଚିନ୍ତାଧାରା ସାମାଜିକ ଜୀବନରେ ଅଶାନ୍ତିର କାରଣ ହୋଇପାରେ। ଅବଶ୍ୟ ଆଜିର ଆଲୋଚନା, ସନ୍ତାନ, ଶିକ୍ଷା ଓ ମାଲିମକଦ୍ଦମା କ୍ଷେତ୍ରରେ ସଫଳତା ପାଇବେ।
ମକର
ମକର
ଅଷ୍ଟମସ୍ଥ ଚନ୍ଦ୍ର ଯାତ୍ରାକାଳୀନ ସମୟ, ସ୍ତ୍ରୀ କିମ୍ବା ପ୍ରତିଦ୍ୱନ୍ଦ୍ୱୀ ହେତୁକ ଅଶାନ୍ତି ସୃଷ୍ଟି କରିପାରେ। ଧନିଷ୍ଠା ନକ୍ଷତ୍ରର ସ୍ବଗୃହାଭିମୁଖୀ ଶନି ହେତୁ ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣରେ ରହିବ। ପିଲାଙ୍କ କଥା ନେଇ ଆଲୋଚନା କରିବେ। ଶ୍ରବଣା କିନ୍ତୁ ଭୁଲ୍‍ବଶତଃ ଅନ୍ୟଦ୍ୱାରା ପ୍ରଭାବିତ ହୋଇ ସମାଲୋଚିତ ହୋଇପାରନ୍ତି।
କୁମ୍ଭ
କୁମ୍ଭ
କର୍ମକ୍ଷେତ୍ରରେ ଶତ୍ରୁତା କାରଣରୁ ଅଶାନ୍ତ ବାତାବରଣ ସୃଷ୍ଟି ହେବ। ଅନ୍ୟର ପ୍ରରୋଚନାରେ ଜଣେ ଆତ୍ମୀୟ ସମସ୍ୟା ସୃଷ୍ଟି କରିପାରନ୍ତି। ପିଲାଙ୍କ ସମସ୍ୟା ନେଇ ବିବାଦ ବଢ଼ିପାରେ। ଅନଟନ ଦୂରେଇବା ସକାଶେ କରଜ କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ପ୍ରଶାସନ, ଆଇନ ଅଦାଲତ କ୍ଷେତ୍ରରେ ସଫଳତା ହାସଲ କରିବେ।
ମୀନମୀନ

ବନ୍ଧୁଙ୍କ ପ୍ରେରଣାରେ ଆରମ୍ଭ କରିବାକୁ ଯାଉଥିବା କାମକୁ ମନ୍ଥର କରିପାରନ୍ତି। ନୂତନ ଗାଡି, ମୋଟର, ଯାନ୍ତ୍ରିକ ଜିନିଷ କିଣିବାକୁ ପ୍ରସ୍ତୁତ ହେବେ। କର୍ମକ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବାକୁ ପଡିପାରେ। ଅର୍ଥ, ସଭାସମିତି, ଆଲୋଚନା ଓ ପ୍ରଶାସନିକ ସ୍ତରରେ ସୁନାମ ଅର୍ଜନ କରିବେ।

Get accurate and insightful horoscopes every day — only with Dharitri — Odisha’s No.1 Trusted Odia Newspaper

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ମାର୍ଚ୍ଚ ୭ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଭାଗ୍ୟାଧିପତି ବୃହସ୍ପତିଙ୍କ ଦୃଷ୍ଟିରେ ଥିବାରୁ ନୂତନ ଯୋଜନାରମ୍ଭ କରିବାକୁ ମନ ବଳାଇପାରନ୍ତି। ଆତ୍ମୀୟଙ୍କ ସହଯୋଗରେ ଧାର୍ମିକ କାର୍ଯ୍ୟ ସକାଶେ ପୂର୍ବ ପ୍ରସ୍ତୁତି ଶେଷ…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୬ ତାରିଖ – Daily Horoscope

ମେଷ ରାଶ୍ୟାଧିପତିଙ୍କ ସୁପ୍ରଭାବରୁ ସ୍ବାସ୍ଥ୍ୟରେ ଉନ୍ନତି ହେବ ଏବଂ ଅଭିଳାଷ ମଧ୍ୟ ପୂର୍ଣ୍ଣ ହୋଇଯିବ। ପାରିବାରିକ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଭଲ ରହି ନ ପାରେ। ଅର୍ଥ…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୫ ତାରିଖ – Daily Horoscope

ମେଷ ଆଜି ଶୁଭଚନ୍ଦ୍ର ପ୍ରଭାବରୁ ଆର୍ଥିକ ଅଭିବୃଦ୍ଧି ସହିତ ନୂତନ ସମ୍ପର୍କ ସୃଷ୍ଟି ହୋଇପାରିବ। ଶନିଙ୍କ ଦୃଷ୍ଟି ପଥାରୁଢ ହେତୁ ଉପରିସ୍ଥଙ୍କ ଦାୟିତ୍ୱପୂର୍ଣ୍ଣ କାମଟି ପୂର୍ଣ୍ଣାଙ୍ଗ ନହୋଇପାରେ।…

ରାଶିଫଳ: ବୁଧବାର, ମାର୍ଚ୍ଚ ୪ ତାରିଖ – Daily Horoscope

ମେଷ ଆଜି ଅନୁକୂଳ ଗ୍ରହସ୍ଥିତିରୁ ଆପଣଙ୍କ ଏକାଧାରରେ କାର୍ଯ୍ୟସିଦ୍ଧି ସଙ୍ଗକୁ ବନ୍ଧୁ ମିଳନରୁ ଖୁସୀ ରହିବେ। ଦୀର୍ଘ ସମୟ ଧରି ଅପେକ୍ଷା କରିଥିବା କାମରେ ଶୁଭ ସୂଚନା…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩ ତାରିଖ – Daily Horoscope

ମେଷ ପାପଗ୍ରହଯୁକ୍ତ ଚନ୍ଦ୍ର କୋଣଭାବରେ ରହିଥିବାରୁ ପାରିବାରିକ ସ୍ତରରେ ସାଧାରଣ ବ୍ୟତିକ୍ରମ ବେଶି କ୍ଷଣ ତିଷ୍ଠିରହିବ ନାହିଁ। କଥା ପ୍ରସଙ୍ଗରେ ବନ୍ଧୁଙ୍କ ଦୁଃଖଦ ପରିସ୍ଥିତି ଶ୍ରବଣ କରି…

ରାଶିଫଳ: ସୋମବାର, ମାର୍ଚ୍ଚ ୨ ତାରିଖ – Daily Horoscope

ମେଷ ଦ୍ୱାଦଶଭାବସ୍ଥ କର୍ମାଧିପ ଶନି ଆପଣଙ୍କ କର୍ମ ସମୂହକୁ ସମ୍ପନ୍ନ କରିବାରେ ବହୁତ ସମୟ ନେଇପାରେ। ବୁଧଙ୍କ ଦୁର୍ବଳତା କାରଣରୁ ପ୍ରତ୍ୟେକ କ୍ଷେତ୍ରରେ ଅନ୍ୟମାନଙ୍କୁ ସରଳ ଭାବରେ…

ରାଶିଫଳ: ରବିବାର, ମାର୍ଚ୍ଚ ୧ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ର ଚତୁର୍ଥ କେନ୍ଦ୍ରସ୍ଥ ହେତୁ ପରିବାର ଓ କର୍ମକ୍ଷେତ୍ରର ସ୍ଥିତି ଆନନ୍ଦଦାୟକ ରହିବ। ବିବାଦୀୟ ପରିସ୍ଥିତିରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ…

ରାଶିଫଳ: ଶନିବାର, ଫେବୃଆରୀ ୨୮ ତାରିଖ – Daily Horoscope

ମେଷ ଶାରୀରିକ ସୁସ୍ଥତା ସାଙ୍ଗକୁ ଆର୍ଥିକ ଅଭିବୃଦ୍ଧିଜନିତ ମାନସିକ ସ୍ଥିତି ଭଲ ରହିବ। ସହକର୍ମୀଙ୍କ ପରୋକ୍ଷ ଶତ୍ରୁତାଜନିତ କାର୍ଯ୍ୟହାନି ଘଟିପାରେ । କୃତ୍ତିକା ନକ୍ଷତ୍ର ସକାଶେ ପ୍ରତ୍ୟେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri