Posted inଜାତୀୟ

ଆପଣଙ୍କ ଡିଗ୍ରୀ ଗଲା ଚୁଲିକୁ, ଭାରତର ଏହି ସହରରେ ଅଟୋ ଡ୍ରାଇଭରଙ୍କ ମାସିକ ରୋଜଗାର ୩ ଲକ୍ଷ ଟଙ୍କା

ବାଙ୍ଗାଲୋରୁ,୫ା୧୦: ଏକ ସାଧାରଣ ଅଟୋରିକ୍ସା ଯାତ୍ରା ଜଣେ ଇଞ୍ଜିନିୟରଙ୍କ ପାଇଁ ଆଶ୍ଚର୍ଯ୍ୟକର ଅନୁଭୂତିରେ ପରିଣତ ହୋଇଛି। ଅକ୍ଟୋବର ୪ ତାରିଖ ଦିନ ଆକାଶ ଆନନ୍ଦନୀ ନାମକ ଜଣେ ଟେକ୍‌ ଇଞ୍ଜିନିୟର ବାଙ୍ଗାଲୋରୁରେ ଅଟୋରେ ଯାତ୍ରା ଆରମ୍ଭ କରିଥିଲେ। କିନ୍ତୁ ଅଟୋ ଡ୍ରାଇଭରଙ୍କ ମୁଖରୁ ବାହାରୁଥିବା କଥା ଶୁଣି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଡ୍ରାଇଭର କହିଛନ୍ତି ଯେ ତାଙ୍କର ୪-୫ କୋଟି ତାଙ୍କ ମୂଲ୍ୟର ୨ଟି ଘର ରହିଛି, ଯେଉଁଥିରୁ ପ୍ରତିମାସରେ ୨-୩ ଲକ୍ଷ ଟଙ୍କା ଭଡା ଆୟ ହୁଏ। ଏହା ସହିତ ସେ ଏକ ଏଆଇ (ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ) ସ୍ଟାର୍ଟଅପ୍‌ରେ ଫାଉଣ୍ଡର୍‌ ଓ ଇନଭେଷ୍ଟର ବୋଲି ଜଣାଇଛନ୍ତି। ଆନନ୍ଦନୀ କହିଛନ୍ତି ଯେ ସେ ଡ୍ରାଇଭରଙ୍କ ହାତରେ ଆପଲ୍‌ ୱାଚ୍‌ ଓ କାନରେ ଏୟାର୍‌ପଡ୍‌ସ୍‌ ଦେଖି ତାଙ୍କ ସହ କଥାବାର୍ତ୍ତା ଆରମ୍ଭ କରିଥିଲେ। ସେ କେବଳ ଉଇକେଣ୍ଡ ସମୟରେ ଅଟୋ ଚଳାଇଥାନ୍ତି, ଯାହାକୁ ସେ ନିଜର ପ୍ରଥମ ଚାକିରି ବୋଲି ମାନନ୍ତି।

ଏହି ଅବିଶ୍ୱାସଯୋଗ୍ୟ କାହାଣୀକୁ ଆନନ୍ଦନୀ ସୋସିଆଲ ମିଡ଼ିଆ ଏକ୍ସ୍‌’ରେ ପୋଷ୍ଟ୍‌ କରିଛନ୍ତି। ସେ ଲେଖିଛନ୍ତି, “ବାଙ୍ଗାଲୋରୁ ଆଶ୍ଚର୍ଯ୍ୟଜନକ! ଅଟୋ ବାଲା ଭାଇ କହୁଛନ୍ତି ତାଙ୍କର ୪-୫ କୋଟି ଟଙ୍କା ମୂଲ୍ୟର ୨ଟି ଘର ରହିଛି, ପ୍ରତ୍ୟେକରୁ ୨-୩ ଲକ୍ଷ ଟଙ୍କା ମାସିକ ଭଡା ଆୟ, ଏବଂ ଏକ ଏଆଇ ସ୍ଟାର୍ଟଅପ୍‌ରେ ଫାଉଣ୍ଡର/ଇନଭେଷ୍ଟର। ଏ ଭାଇ…!” ଏହି ପୋଷ୍ଟ କ୍ଷଣିକରେ ଭାଇରାଲ୍‌ ହୋଇଯାଇଛି।

ଲୋକମାନେ ଏହି ପୋଷ୍ଟ ଦେଖି ବିଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି। କେତେକ ଡ୍ରାଇଭରଙ୍କ ଅସାଧାରଣ ଉଦ୍ୟମଶୀଳତାରେ ପ୍ରଶଂସା କରୁଛନ୍ତି, ଅନ୍ୟମାନେ ଏହାକୁ କାଳ୍ପନିକ କାହାଣୀ ବୋଲି ସନ୍ଦେହ ପ୍ରକାଶ କରୁଛନ୍ତି। ଏକ ୟୁଜର କହିଛନ୍ତି, “ଏହା କାରଣରୁ ବାଙ୍ଗାଲୋରୁ ସ୍ଟାର୍ଟଅପ୍‌ ରାଜଧାନୀ— ଅଟୋ ଡ୍ରାଇଭରମାନେ ବି ଇନଭେଷ୍ଟର!” ଅନ୍ୟ ଏକ କହିଛନ୍ତି, “ଏହା ବଲିଉଡ୍‌ର ସିନେମା ପରି ଲାଗୁଛି।” ତେବେ ଆନନ୍ଦନୀ ଏହାକୁ ସତ୍ୟ ବୋଲି ଜଢ଼ାଇଛନ୍ତି।

ଏକ ତୃତୀୟ ୟୁଜର ଲେଖିଛନ୍ତି, “ଯଦି ସେ ଇନ୍ଭେଷ୍ଟର୍‌ ହେବେ ତେବେ ଏହା ସମ୍ପୂର୍ଣ୍ଣ ବିଶ୍ୱାସଯୋଗ୍ୟ, କାରଣ ଏହା କେବଳ ଟଙ୍କାର ଆବଶ୍ୟକତା। କିନ୍ତୁ ଫାଉଣ୍ଡର୍‌ ହେବାର କାହାଣୀ କୁଲ୍‌ ଡୁଡ୍‌ସଙ୍କୁ ଇମ୍‌ପ୍ରେସ୍‌ କରିବା ପାଇଁ ଗଢ଼ା ହୋଇଥାଏ।”

ଅନ୍ୟ ଜଣେ କହିଛନ୍ତି, “ସମ୍ଭବ। ବାଙ୍ଗାଲୋରୁରେ ଏକଲାପଣ ଏକ ବଡ଼ ସମସ୍ୟା। ଏଠାରେ କେତେକ ଅଧିକ ଆୟ କରୁଥିବା ଲୋକେ ଟାକ୍ସି ହବି ଭାବେ ଚଳାନ୍ତି— ଟଙ୍କା ପାଇଁ ନୁହେଁ, ଏକଲାପଣ ଦୂର କରିବା ପାଇଁ। ମୁଁ ଅନେକ ଏଭଳି କେସ୍‌ ଶୁଣିଛି।” ଏହି ଘଟଣା ବାଙ୍ଗାଲୋରୁର ଜୀବନଶୈଳୀ ଓ ସ୍ଟାର୍ଟଅପ୍‌ ସଂସ୍କୃତିର ଏକ ପ୍ରତିଫଳନ୍‌ ବୋଲି ମନେ ହେଉଛି, ଯାହା ସାଧାରଣ ଲୋକଙ୍କୁ ବି ଅସାଧାରଣ ସଫଳତା ଦେଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲ ଗାନ୍ଧୀ , ପପୁ ଯାଦବଙ୍କ ନାମରେ ରୁଜୁ ହେଲା ମାମଲା, କାହିଁକି ଜାଣନ୍ତୁ…

ବାରାଣସୀ,୧ା୮: ପାର୍ଲାମେଣ୍ଟରେ ବିରୋଧୀ ଦଳ ଏମ୍‌ପିମାନଙ୍କ ବିକ୍ଷୋଭ ବେଳେ ସନାତନ ଧର୍ମକୁ ଅପମାନିତ କରାଯିବା ସହ ଧର୍ମୀୟ ଭାବାବେଗକୁ ଆଘାତ ପହଞ୍ଚାଇଥିବା ଅଭିଯୋଗରେ ବାରାଣସୀ ପୋଲିସ ଶନିବାର…

ବାଇକ୍‌ରେ ଘରକୁ ଯାଉଥିବା ବେଳେ ମୁହାଁମୁହିଁ ଧକ୍କା: ସ୍ପେଶାଲ ବ୍ରାଞ୍ଚ ଏଏସ୍‌ଆଇ ମନୋଜ ପାଢ଼ୀଙ୍କ ମୃତ୍ୟୁ, ପୋଲିସ ମହଲରେ…

ପାରଳାଖେମୁଣ୍ଡି,୧।୮ (ଗିରିଧାରୀ ପରିଛା): ଗଜପତି ଜିଲା ସ୍ପେଶାଲ ବ୍ରାଞ୍ଚରେ କାର୍ଯ୍ୟରତ ଏଏସ୍‌ଆଇ ମନୋଜ କୁମାର ପାଢ଼ୀଙ୍କର ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଏହି…

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଇତିହାସରେ ରଚିଲେ ପାରା ଆଥଲେଟ୍‌

ଗ୍ଲାସଗୋ,୧ା୮: ଭାରତୀୟ ପାରା ଆଥଲେଟ୍‌ମାନେ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେମାନଙ୍କ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ୨୮ ଜଣିଆ ଭାରତୀୟ ପାରା ସ୍ପୋଟର୍‌ସ ଦଳ ୭ ପଦକ ଜିତିଛି,…

କେଜ୍‌ରିଓ୍ବାଲଙ୍କ ବଡ଼ ଘୋଷଣା, ୪ରେ ବାହାରିବେ ପଦଯାତ୍ରା

ନୂଆଦିଲ୍ଲୀ,୧ା୮: ଖାଣ୍ଟି ପେଟ୍ରୋଲ ଏବଂ ଇ୨୦ (୨୦% ଇଥାନଲ ମିଶ୍ରିତ ପେଟ୍ରୋଲ) ମଧ୍ୟରୁ ଗ୍ରାହକ ଗୋଟିଏକୁ ବାଛିବା ନିମନ୍ତେ ପେଟ୍ରୋଲ ପମ୍ପଗୁଡ଼ିକରେ ସରକାର ବିକଳ୍ପ ବ୍ୟବସ୍ଥା ରଖିବାକୁ…

ଘାସ, ଲତାରେ ଲୁଚିଗଲାଣି ୨ ମହଲା ପାଠାଗାର

ବଉଳା,୧ା୮(ଦୁର୍ଗାପ୍ରସାଦ ଆୟଚ): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ହାଟଡ଼ିହୀ ପଞ୍ଚାୟତ ମଠଡାହିଠାରେ ନିର୍ମିତ ବ୍ଲକ୍‌ସ୍ତରୀୟ ପାଠାଗାର ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ରକ୍ଷଣାବେକ୍ଷଣ ଅଭାବରୁ ଘାସ, ଲତାରେ ୨…

୭ ବର୍ଷର ଛାତ୍ରୀଙ୍କୁ ବଳାତ୍କାର, ଶିକ୍ଷକଙ୍କୁ ମିଳିଲା ଏହି ଦଣ୍ଡ, ଜାଣନ୍ତୁ…

କେନ୍ଦୁଝର,୧।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଜଣେ ୭ ବର୍ଷୀୟା ଛାତ୍ରୀଙ୍କୁ ବଳାତ୍କାର ମାମଲାରେ କୋଚିଂ ସେଣ୍ଟରର ଜଣେ ଶିକ୍ଷକଙ୍କୁ କଠୋର ଦଣ୍ଡାଦେଶ ଦେଇଛନ୍ତି ପୋସ୍କୋ ଅଦାଲତ । ଅତିରିକ୍ତ…

ବୈତରଣୀ ନଦୀର ବନ୍ୟା ଜଳରେ ହାତୀପଲଙ୍କ ଜଳକ୍ରୀଡ଼ା: ଦେଖିବା ପାଇଁ ଲୋକଙ୍କ ପ୍ରବଳ ଭିଡ଼

ପାଟଣା,୧।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ କିଆପଡା ନିକଟସ୍ଥ ବୈତରଣୀ ନଦୀର ବନ୍ୟା ଜଳରେ ହାତୀପଲଙ୍କ ଜଳକ୍ରୀଡ଼ାର ଏକ ମନୋରମ ଓ ରୋମାଞ୍ଚକର…

କାହିଁକି ହକି ଦଳର ଜର୍ସି ରଙ୍ଗ ବଦଳାଗଲା, ପ୍ରଶ୍ନ ଉଠାଇଲା ଖାର୍ଗେ

ନୂଆଦିଲ୍ଲୀ,୧ା୮: ଭାରତୀୟ ହକି ଦଳର ଜର୍ସିର ରଙ୍ଗ ଗେରୁଆ କରାଯିବା ଘଟଣାକୁ ନେଇ ଏବେ ବିବାଦ ଦେଖାଦେଇଛି। ସରକାରଙ୍କ ଏହି ନିଷ୍ପତ୍ତି ଉପରେ କଂଗ୍ରେସ ସଭାପତି ମଲିକାର୍ଜୁନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri