Posted inRasifala

ରାଶିଫଳ: ବୁଧବାର, ମାର୍ଚ୍ଚ ୬ ତାରିଖ – Daily Horoscope

ମେଷ
ଆଜି ଚନ୍ଦ୍ରଙ୍କ ପ୍ରତି ବୃହସ୍ପତିଙ୍କ ଦୃଷ୍ଟି ହେତୁ ଗୃହ ସମସ୍ୟା ସମାଧାନ ହୋଇପାରିବ। ଆନୁଷ୍ଠାନିକ କାମ, ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ବ୍ୟତିକ୍ରମ ଦେଖାଦେବ। ଯୋଜନାରମ୍ଭ ସକାଶେ ବନ୍ଧୁବର୍ଗଙ୍କ ସହମତି ଉତ୍ସାହକୁ ଦ୍ୱିଗୁଣିତ କରିବ। ସଭାସମିତି, ସଂଗଠନ, ବାଣିଜ୍ୟ, ବ୍ୟବସାୟ କ୍ଷେତ୍ରରୁ ପ୍ରତିବନ୍ଧକ ଦୂରେଇଯିବ।
ବୃଷ
ବୃଷ
ଏକାଧିକ ଗ୍ରହଙ୍କ ସମାବେଶ କାରଣରୁ କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ସମାଧାନ କରିପାରିବେ। ବିବାଦୀୟ ଘଟଣାରେ ମଧ୍ୟସ୍ଥତା କଲେ ଅପଦସ୍ଥ ହେବେ। ବାଣିଜ୍ୟ, ଯୋଜନାରମ୍ଭ ସକାଶେ ବନ୍ଧୁ ମୋଟାଅଙ୍କର ଅର୍ଥ ମାଗିପାରନ୍ତି। ଅବଶ୍ୟ ହିତାକାଂକ୍ଷୀ କିମ୍ବା ସହକର୍ମୀମାନେ ସହଯୋଗର ହାତ ବଢାଇବେ।
ମିଥୁନ
ମିଥୁନ
ଗୁରୁକ୍ଷେତ୍ରସ୍ଥ ଚନ୍ଦ୍ର ହେତୁ ମନର ଅକୁହା କଥାକୁ ଅନ୍ତରଙ୍ଗ ବନ୍ଧୁଙ୍କୁ କହିବାର ପ୍ରୟାସ କରିପାରନ୍ତି। ପରିବାରର ଖର୍ଚ୍ଚ ବୃଦ୍ଧି ଯୋଗୁ ମନରେ ସରସତା ରହିବ ନାହିଁ। କୌଣସି ବ୍ୟକ୍ତିଙ୍କ ଦୁଷ୍ଟ ବୁଦ୍ଧି ଲାଗି ନିଷ୍ପତ୍ତିର ଶେଷ ପର୍ଯ୍ୟାୟରେ ସବୁ ଓଲଟ ପାଲଟ ହୋଇଯିବ। ବ୍ୟବସାୟରେ ଶତ୍ରୁତା ସମସ୍ୟା ବିଷୟରେ ବନ୍ଧୁଙ୍କ ପରାମର୍ଶ ନେଇପାରନ୍ତି।
କର୍କଟ
କର୍କଟ
ବୃହସ୍ପତି ଓ ଚନ୍ଦ୍ରଙ୍କ ପାରସ୍ପରିକ ସମ୍ବନ୍ଧ କାରଣରୁ ଆଜିର ଦିନଟି ଭଲରେ କଟିବ। ଆର୍ଥିକ ସ୍ଥିତି ଉନ୍ନତ ନ ହେଲେ ମଧ୍ୟ ଆବଶ୍ୟକତା ପୂରଣ କ୍ଷେତ୍ରରେ ଅସୁବିଧା ରହିବ ନାହିଁ। ବୃତ୍ତି, ବାଣିଜ୍ୟ, କଳା, ସାହିତ୍ୟ, ସାମ୍ବାଦିକତା, ପରିବହନ କ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ। କାର୍ଯ୍ୟବ୍ୟସ୍ତତା ମଧ୍ୟରେ ସ୍ବାସ୍ଥ୍ୟ ପ୍ରତି ସଚେତନ ରହିବା ଠିକ୍‌ ହେବ।
ସି˚ହ
ସି˚ହ
ଚନ୍ଦ୍ରଙ୍କ ଶୁଭତ୍ୱ କାରଣରୁ ମନୋବଳ ଅତୁଟ ରହିଥିଲେ ମଧ୍ୟ ପାରିବାରିକ ଜଞ୍ଜାଳରେ ଅତିଷ୍ଠ ରହିବେ। ବିବାଦୀୟ ଘଟଣା ଜଟିଳ ଆଡ଼କୁ ଗତି କଲେ ମଧ୍ୟ ଜିତାପଟ ଆପଣଙ୍କର ହେବ। ବ୍ୟବସାୟକୁ ଆଗକୁ ବଢାଇବା ପାଇଁ ପଦକ୍ଷେପ ଗ୍ରହଣ ପରିପାରନ୍ତି। ଧର୍ମକାର୍ଯ୍ୟ କିମ୍ବା ଆନୁଷ୍ଠାନିକ କାମ ସକାଶେ ବ୍ୟସ୍ତ ରହିବେ।
କନ୍ୟା
ନୀଚ୍ଚାରୋହୀ ବୁଧଙ୍କ ପ୍ରଭାବରେ ଅନ୍ୟମାନଙ୍କ ସାହାଯ୍ୟରେ କାମକୁ ପୂର୍ଣ୍ଣାଙ୍ଗ କରିବେ। କର୍ମକ୍ଷେତ୍ରସ୍ଥ ବିବାଦୀୟ ପରିସ୍ଥିତିରେ ପକ୍ଷଭୁକ୍ତ ହେଲେ ସମାଲୋଚିତ ହେବେ। ସାମାନ୍ୟ ଘଟଣାର ତର୍କବିତର୍କ କାରଣରୁ ଭାଙ୍ଗି ପଡିଥିବା ସମ୍ପର୍କ ଆଜି ପୁଣି ଯୋଡି ହୋଇଯିବ। ଗୃହନିର୍ମାଣ, କର୍ମାରମ୍ଭ ତଥା ଗଠନମୂଳକ କାଯର୍‌ୟରେ ଗତି ମନ୍ଥର ହେବ।
ତୁଳା
ତୁଳା
କେନ୍ଦ୍ରସ୍ଥ ଶୁକ୍ରଜନିତ ସ୍ବାସ୍ଥ୍ୟରେ ଉନ୍ନତି ହେବାରୁ ମାନସିକ ସ୍ଥିତି ଭଲ ଦିଗକୁ ଗତି କରିବ। ଅର୍ଥର ଅଭାବକୁ ଜଣେ ବାନ୍ଧବୀ ପୂରଣ ପ୍ରତିଶ୍ରୁତି ଦେବେ। ସାଧାରଣ କଥାକୁ କେନ୍ଦ୍ର କରି ନିକଟ ସମ୍ପର୍କୀୟମାନଙ୍କ ସହ ତର୍କର ସମ୍ମୁଖୀନ ହେବାକୁ ପଡିପାରେ। ବନ୍ଧୁଙ୍କ ସହ ଆଜିର ଭ୍ରମଣ ସୁଖ ବେଶ୍‌ ଉପଭୋଗ୍ୟ ହୋଇପାରେ।
ବିଛା
ବିଛା
ଅପୂରଣୀୟ ଅଭିଳାଷ ପୂରଣ ହେଲେ ମଧ୍ୟ ମାନସିକ ସ୍ଥିତି ଦୋଦୁଲ୍ୟମାନ ରହିବ। ଭଲ ସମ୍ପର୍କ ଥିବା ବ୍ୟକ୍ତିଙ୍କ ଭୁଲ୍‌ ବୁଝାମଣାକୁ ନେଇ ମାନସିକ ଅସ୍ଥିରତା ସୃଷ୍ଟିହେବ। ରଚନାତ୍ମକ କାର୍ଯ୍ୟରୁ କଳା, ସାହିତ୍ୟ, ସଙ୍ଗୀତରେ ଓ ଅଭିନୟ ଜଗତରୁ ପ୍ରଶଂସା ପାଇବେ। ପାରିବାରିକ ସ୍ତରରେ ଯେଉଁଥିପାଇଁ ଆଶଙ୍କା କରୁଛନ୍ତି ସେଥିରେ କିଛି ହେବ ନାହିଁ।
ଧନୁ
ଧନୁ
ରାଶିର ଲକ୍ଷଣ ସହ ଅଷ୍ଟମାଧିପତିଙ୍କ ସ୍ଥିତିରୁ ପ୍ରତ୍ୟେକ କ୍ଷେତ୍ରରେ ଧନୁପରି ଭାଙ୍ଗିଯିବେ ପଛକେ ନଇଁବେ ନାହିଁ। ବିଭିନ୍ନ କର୍ମଜଞ୍ଜାଳ ମଧ୍ୟରେ ମନ ଅଶାନ୍ତ ରହିବ କିନ୍ତୁ ଅନ୍ୟମାନଙ୍କ ସାହାଯ୍ୟର ପ୍ରତିଶ୍ରୁତିରୁ ମନ ହାଲୁକା ରହିପାରେ। ନିଜ ପରିସରରେ ଜନମଙ୍ଗଳ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି।
ମକର
ମକର
ଶୁକ୍ର ଓ ମଙ୍ଗଳଙ୍କ ଅନୁକମ୍ପାରୁ ଅନ୍ୟକୁ ସୁହାଇଲା ଭଳି କଥା କହି ପରିସ୍ଥିତିକୁ ହାଲୁକା କରିପାରିବେ। ସଭାସମିତିରେ ବୟସ୍କ ବ୍ୟକ୍ତିଙ୍କ ନିକଟରୁ ଶ୍ରଦ୍ଧା ଓ ଗଠନମୂଳକ ପରାମର୍ଶ ପାଇ ଖୁସି ରହିବେ। ଆର୍ଥିକ ଉନ୍ନତି, ବନ୍ଧୁଙ୍କ ସହ ଆଲୋଚନା, ପିଲାଙ୍କ ଶିକ୍ଷା ଓ ପରୀକ୍ଷା, ଶୁଭେଚ୍ଛୁଙ୍କ ସଦୁପଦେଶ ମନକୁ ପ୍ରଫୁଲ୍ଲିତ ରଖିବ।
କୁମ୍ଭ
କୁମ୍ଭ
ଷଷ୍ଠାଧିପ ଏକାଦଶସ୍ଥ ଯୋଗୁ ମନ ଚାହୁଁଥିବା ପ୍ରକାରେ କାମ ନ ହେବାରୁ ଅସନ୍ତୁଷ୍ଟ ରହିବେ। ବିବାଦୀୟ ଘଟଣାକୁ ନେଇ ମାନସିକ ଅବସାଦ ଲାଗି କୌଣସି କାମ ଉତ୍ସାହପ୍ରଦ ହୋଇ ନ ପାରେ। ଜମିଜମା, ଯାନବାହନ, ବାଣିଜ୍ୟ, ବ୍ୟବସାୟ ସମସ୍ୟା ଜଟିଳ ରହିବ। ଅବଶ୍ୟ ଅର୍ଥସଙ୍କଟ ଦୂରୀଭୂତ ହେବା କାରଣରୁ ସାମୟିକ ଆଶ୍ୱସ୍ତି ଲାଭ କରିବେ।
ମୀନମୀନ

ପାରିବାରିକ କ୍ଷେତ୍ରର ସମସ୍ୟା ସମାଧାନ ହେବାରେ ବନ୍ଧୁଙ୍କ ଅବଦାନ ଅବିସ୍ମରଣୀୟ ରହିବ। ଟଙ୍କା ପଇସାକୁ କେନ୍ଦ୍ରକରି କୈାଣସି ବ୍ୟକ୍ତି ସହ କଳହର ସୂତ୍ରପାତ ହୋଇପାରେ। କେତେକ କ୍ଷେତ୍ରରେ ଅଜଣା ଭୟ ଓ ଆଶଙ୍କାଜନିତ ଆତଙ୍କିତ ହୋଇ କୌଣସି କାର୍ଯ୍ୟାରମ୍ଭ କରିପାରିବେ ନାହିଁ। ମତଭେଦଜନିତ ପରିବାରରେ ଛୋଟଛୋଟ କଥାକୁ କେନ୍ଦ୍ର କରି କଳହର ଆଶଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୭ ତାରିଖ – Daily Horoscope

ମେଷ ଶୁଭଗ୍ରହ ତୃତୀୟସ୍ଥ ଯୋଗୁ ବନ୍ଧୁଙ୍କ ମାଧ୍ୟମରେ ପାରିବାରିକ ଅସଙ୍ଗତୀ ଦୂର କରିବାରେ ସାହାଯ୍ୟ କରିବେ। ଆଜିର ଯାତ୍ରା, ସରକାରୀ କର୍ମଚାରୀଙ୍କୁ ସାକ୍ଷାତ, ବାଣିଜ୍ୟ ପାଇଁ ଦିନଟି…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୨୬ ତାରିଖ – Daily Horoscope

ମେଷ ଆଜିର ଗୁରୁଚାନ୍ଦ୍ରୀ ଯୋଗ ଭାଗ୍ୟସ୍ଥାନ ପ୍ରତି ଦୁଷ୍ଟିସମ୍ବନ୍ଧ ଯୋଗୁ ନୂତନ କର୍ମାରମ୍ଭ ସହ ପାରିବାରିକ ସୁଖଶାନ୍ତି ଅନୁଭବ କରିବେ। ସକାଳୁ ବନ୍ଧୁଙ୍କ ସହ ସୁଖଭ୍ରମଣ ଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri