Posted inRasifala

ରାଶିଫଳ: ଗୁରୁବାର, ଜୁଲାଇ ୬ ତାରିଖ – Daily Horoscope

ମେଷ
ଆଜିର ଦଶମସ୍ଥ ଚନ୍ଦ୍ର ଉଚ୍ଚତର ଶିକ୍ଷା, ସନ୍ତାନଙ୍କ ସ୍ବାସ୍ଥ୍ୟ, ଗୁରୁତ୍ୱପୂର୍ଣ୍ଣ ଆଲୋଚନା କ୍ଷେତ୍ରରେ ସୁଫଳ ପ୍ରଦାନ କରିବ। ପାରିବାରିକ କ୍ଷେତ୍ରରେ ସନ୍ଦେହଜନିତ ଅଶାନ୍ତି ସୃଷ୍ଟି ଆଶଙ୍କାକୁ ଏଡ଼ି ହେବନାହିଁ। କାମଗୁଡ଼ିକ ଯଥା ସମୟରେ ହେଉ ନ ଥିବାରୁ ମନ ବିରକ୍ତ ରହିବ। ବହୁ କଷ୍ଟରେ ଆବଶ୍ୟକ ଟଙ୍କା ଯୋଗାଡ଼ କରିବାରେ ସକ୍ଷମ ହେବେ।
ବୃଷ
ବୃଷ
ଆଜି ବୁଧାଦିତ୍ୟ ଯୋଗ ପ୍ରଭାବରୁ ଅପ୍ରିୟ ସତ୍ୟ କହି କଳହକୁ ନିମନ୍ତ୍ରଣ କରିପାରନ୍ତି। ସଙ୍ଗଠନ, ରାଜନୀତି, ପ୍ରଶାସନ କ୍ଷେତ୍ରରେ ଟେନ୍‌ସନ ଲାଗି ରହିବ। ବନ୍ଧୁ ମିଳନ ଓ ଆମୋଦ ପ୍ରମୋଦର ସୁଅ ଛୁଟିଲେ ସୁଦ୍ଧା ସେଥିରେ ଭାଗ ନେଇପାରିବେ ନାହିଁ। ଆର୍ଥିକ ସମସ୍ୟାରେ ଚିନ୍ତିତ ରହିବା ସୂଚନା ଥିଲେ ମଧ୍ୟ କିଛି କରିପାରିବେ ନାହିଁ।
ମିଥୁନ
ମିଥୁନ
ନବମସ୍ଥ ଶନିି ହେତୁ କୌଣସି ବ୍ୟକ୍ତିଙ୍କ ଉପସ୍ଥିତି ଲକ୍ଷ୍ୟ ହାସଲରେ ପ୍ରତିବନ୍ଧକ ସୃଷ୍ଟି କରିପାରେ। ପରିବାରର ଖର୍ଚ୍ଚ କମାଇବା ପାଇଁ ଚେଷ୍ଟାକରି ଅସଫଳ ହେବେ। ଆଦୌ ପଡୁ ନ ଥିବା ବ୍ୟକ୍ତି ମାନଙ୍କ ଦ୍ୱାରା ସମସ୍ୟା ସୃଷ୍ଟି ହୋଇପାରେ। ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧିପାଇବାରୁ ପରପାଖରେ ନେହୁରା ହେବାକୁ ପଡ଼ିବ।
କର୍କଟ
କର୍କଟ
ରବି ଏକାଦଶରେ ଥିବାରୁ ଆର୍ଥିକ ଦିଗରୁ ଉପକୃତ ହେବେ। କର୍ମକ୍ଷେତ୍ରରେ ଖଳଲୋକମାନେ ଅପପ୍ରଚାର କରିପାରନ୍ତି। ବାଣିଜ୍ୟ, ବ୍ୟବସାୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ। ଖୋଜୁଥିବା ଜିନିଷଟିର ସନ୍ଧାନ ଆଜି ସନ୍ଧ୍ୟା ସମୟରେ ପାଇବେ।
ସି˚ହ
ସି˚ହ
ଭୁଲ୍‌ ବୁଝାମଣା ହେତୁ ନିଜର କୌଣସି ବ୍ୟକ୍ତିଙ୍କ ସହ ଆକସ୍ମିକ କଳହ ମଧ୍ୟ ଲାଗିପାରେ। ଆନୁଷ୍ଠାନିକ କାର୍ଯ୍ୟରେ ନେତୃତ୍ୱ ଗ୍ରହଣକରି ଉଚ୍ଚ ପ୍ରଶଂସିତ ହେବେ। ବ୍ୟବସାୟ ଓ ରପ୍ତାନି ବାଣିଜ୍ୟରେ ଉନ୍ନତି ଘଟିବ। ଦେହ ଭଲ ରହିବ, ମାତ୍ର ଶ୍ରମଜନିତ ଦୁର୍ବଳତା ଅନୁଭବ କରିବେ।
କନ୍ୟା
ପରିବାରରେ ପାତରଅନ୍ତର ନୀତିକୁ କେନ୍ଦ୍ରକରି ଅଶାନ୍ତି ସୃଷ୍ଟି ହେବ। କୌଣସି ଏକ ନିର୍ଦ୍ଦିଷ୍ଟ ପରିସ୍ଥିତିରେ ପଡ଼ି ବ୍ୟୟ ଅଧିକ କରିବାକୁ ବାଧ୍ୟ ହେବେ। କର୍ମକ୍ଷେତ୍ରରେ ଟେନ୍‌ସନ କିିଛି ମାତ୍ରାରେ ଲାଗିରହିବ। ଶିଳ୍ପ, ବାଣିଜ୍ୟ, ରାଜନୀତି ଓ ମାଲି ମକଦ୍ଦମାରେ ସନ୍ତୋଷଜନକ ଫଳ ପାଇବେ। ମହିଳାମାନେ ଅସନ୍ତୁଷ୍ଟ ରହିବେ।
ତୁଳା
ତୁଳା
ଗୁରୁଚଣ୍ଡାଳ ଯୋଗଜନିତ ସମସ୍ୟା ଲାଗିରହୁଥିବାରୁ ମାନସିକ ସ୍ଥିରତା ରହି ନ ପାରେ। ପିଲାଙ୍କ କୌଣସି ବ୍ୟତିକ୍ରମ ମନକୁ ବାରମ୍ବାର ଆଲୋଡ଼ିତ କରିବ। ପୂର୍ବ ସ୍ଥିରୀକୃତ ଦୂରଯାତ୍ରା ପାଇଁ ପ୍ରସ୍ତୁତି ଅନିବାର୍ଯ୍ୟ କାରଣବଶତଃ ବାତିଲ ହୋଇଯାଇପାରେ। ଉଚ୍ଚସ୍ତରରେ ସମ୍ପର୍କ ବୃଦ୍ଧି ପାଇବ ଓ ସ୍ଥଗିତ କାମ ତ୍ୱରାନ୍ବିତ ହେବ।
ବିଛା
ବିଛା
ସାମାଜିକ ଜୀବନରେ ଆଦର ଓ ସମ୍ମାନ ଲାଭକରି ଖୁସି ଅନୁଭବ କରିବେ। ଆନୁଷ୍ଠାନିକ କାମ, ସଭାସମିତି କିମ୍ବା ପ୍ରଶାସନିକ ସ୍ତରରେ ଆଜିର ଆଲୋଚନା ଅସମାପ୍ତ ରହିପାରେ। ପାରିବାରିକ ତିକ୍ତତାର ସମାପ୍ତି ସକାଶେ ଚେଷ୍ଟା କରିପାରନ୍ତି। ବିବାଦୀୟ ଘଟଣାରେ ଆଶଙ୍କା କରୁଥିବା କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟିହେବ ନାହିଁ।
ଧନୁ
ଧନୁ
ଦୁରବସ୍ଥା ବଦଳିଯିବା କାରଣରୁ ମାନସିକ ସ୍ଥିତି ଏକପ୍ରକାର ଭଲ ରହିବ। ଘରୋଇ କ୍ଷେତ୍ରରେ ଜଣେ ବନ୍ଧୁଙ୍କ ସହଯୋଗରୁ କାମ ହାସଲ କରିବେ। କେତେକ କ୍ଷେତ୍ରରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତିି। ଆର୍ଥିକ ସ୍ଥିତି ପୂର୍ବପରି ରହିବ ଓ ବ୍ୟବସାୟ, ବାଣିଜ୍ୟ, ପରିବହନରେ ଉନ୍ନତି କରିବେ।
ମକର
ମକର
ଉପର ମନରେ ମିଠାକଥା କହି କାମ ହାସଲ ପାଇଁ ଚେଷ୍ଟା କରିପାରନ୍ତି। ଧନିଷ୍ଠା ନକ୍ଷତ୍ର ସକାଶେ ପରୋକ୍ଷ ଶତ୍ରୁତା କିଛି ଅନିଷ୍ଟକର ପରିସ୍ଥିତି ସୃଷ୍ଟି କରିପାରେ। ନିଜ ନିଜର ସ୍ବାର୍ଥସାଧନ ନିମିତ୍ତ ଅନ୍ତରଙ୍ଗ ବନ୍ଧୁମାନେ ମଧ୍ୟ ଆଜି ଦୂରେଇ ରହିବେ। ମତାନ୍ତର ଜନିତ ପରିିବାରରେ ମତ ପାର୍ଥକ୍ୟ ଦେଖାଦେବା ସମ୍ଭାବନା ରହିଛି।
କୁମ୍ଭ
କୁମ୍ଭ
ତୃତୀୟସ୍ଥ ପାପଗ୍ରହ ହେତୁ ଯାହାକୁ ବିଶ୍ୱସ୍ତ ଭଳି ଚିନ୍ତା କରୁଥିବେ ତାହାର କାର୍ଯ୍ୟକଳାପ ସନ୍ଦେହଜନକ ରହିବ। ପ୍ରତି କ୍ଷେତ୍ରରେ ଦେଖି, ଚିହ୍ନି, ପରଖି ଆଗକୁ ବଢ଼ିବା ଠିକ୍‌ ହେବ। ଆଜିର ଫେରିବା ବାଟରେ ଅପରିଚିତ ବ୍ୟକ୍ତି ଜଣକ ସକାଶେ ବ୍ୟସ୍ତତା ବୃଦ୍ଧି ପାଇପାରେ। ସାହିତ୍ୟ, ସାମ୍ବାଦିକତା, ଗବେଷଣା, କଳା, ସଙ୍ଗୀତ ଓ ଏଜେନ୍ସିରେ ପ୍ରଶଂସିତ ହେବେ।
ମୀନମୀନ
ପାପଗ୍ରହ ମଧ୍ୟସ୍ଥ ରାଶିହେତୁ ବିଭିନ୍ନ ନକାରାମତ୍କ ଭାବନା ମନକୁ ବିଚଳିତ କରିବ। ଅଡୁଆ ସୂତାକୁ ସଜାଡୁ ସଜାଡୁ ଲକ୍ଷ୍ୟପ୍ରାପ୍ତିର ନିର୍ଦ୍ଦିଷ୍ଟ ସମୟ ଅତିକ୍ରାନ୍ତ ହୋଇଯାଇପାରେ। ଅବଶ୍ୟ ହିତୈଷୀମାନଙ୍କ ପରାମର୍ଶରେ ଆପୋସ ଆଲୋଚନାରୁ ପାରିବାରିିକ ସମସ୍ୟାର ସମାଧାନ ଘଟିବ। ଏତଦ୍‌ବ୍ୟତୀତ ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶରୁ ଖୁସି ରହିପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଫେବୃଆରୀ ୧୫ ତାରିଖ – Daily Horoscope

ମେଷ ଆଜିର କର୍ମଭାବସ୍ଥ ଚନ୍ଦ୍ରମଙ୍ଗଳଯାଗ ଆପଣଙ୍କୁ ଧୈର୍ଯ୍ୟର ସହ କାମ ହାସଲ ଦିଗରେ ସାହାଯ୍ୟ କରିବ। ସାଧାରଣ ବ୍ୟତିକ୍ରମ ରହିଲେ ମଧ୍ୟ ପାରିବାରିକ ଜୀବନରେ ଶାନ୍ତି ଅବ୍ୟାହତ…

ରାଶିଫଳ: ଶନିବାର, ଫେବୃଆରୀ ୧୪ ତାରିଖ – Daily Horoscope

ମେଷ ଆଜି ଆର୍ଥିକ, ମାନସିକ ଏବଂ ସାମାଜିକ ସ୍ଥିତି ଭଲ ରହିବ। ଆନୁଷ୍ଠାନିକ କାମରେ ବନ୍ଧୁମିଳନ ସହିତ କିଛି ସମୟ ଅତିବାହିତ କରିବାକୁ ପଡ଼ିପାରେ। ବନ୍ଧୁଙ୍କ ସହାୟତାରେ…

ରାଶିଫଳ: ଶୁକ୍ରବାର, ଫେବୃଆରୀ ୧୩ ତାରିଖ – Daily Horoscope

ମେଷ ଆଜିର ନବମସ୍ଥ ଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି, ବନ୍ଧୁ ସମ୍ପର୍କ ଏବଂ କାର୍ଯ୍ୟସିଦ୍ଧି କରାଇବ। କୌଣସି ବନ୍ଧୁଙ୍କୁ ଟଙ୍କା ପଇସା ଦେଇ ଫେରି ପାଇବାରେ କମ୍‍ ସମ୍ଭାବନାକୁ…

ରାଶିଫଳ: ଗୁରୁବାର, ଫେବୃଆରୀ ୧୨ ତାରିଖ – Daily Horoscope

ମେଷ ଆଜି ତ୍ୟାଗସ୍ବୀକାର ପୂର୍ବକ କୌଣସି ସାହାଯ୍ୟପ୍ରାର୍ଥୀଙ୍କୁ ସହାନୁଭୂତି ପ୍ରଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ପରିବହନରେ ପ୍ରତିବନ୍ଧକ ଦୂରେଇଯିବ। ସନ୍ତାନଙ୍କ ସ୍ବାସ୍ଥ୍ୟ, ସମ୍ପର୍କୀୟଙ୍କ…

ରାଶିଫଳ: ବୁଧବାର, ଫେବୃଆରୀ ୧୧ ତାରିଖ – Daily Horoscope

ମେଷ ଆଜି ରବିଙ୍କ ସହ ମଙ୍ଗଳଙ୍କ ସଂଯୋଗ ଦୈହିକ ସୁସ୍ଥତା, ପାରିବାରିକ ଶାନ୍ତି ଏବଂ ଆଲୋଚନା ସକାଶେ ଅନୁକୂଳ ରହିବ। ବିଶିଷ୍ଟବ୍ୟକ୍ତିଙ୍କ ଗହଣରେ ସମ୍ବର୍ଦ୍ଧିତ ହେବାର ସୌଭାଗ୍ୟ…

ରାଶିଫଳ: ମଙ୍ଗଳବାର, ଫେବୃଆରୀ ୧୦ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ବନ୍ଧୁ ଓ ପରିଜନଙ୍କ ସହ ଦୂରଯାତ୍ରା କରି ଖୁସି ମନେଇବେ। ପାରସ୍ପରିକ ଆଲୋଚନା କ୍ରମରେ ଘରର କେତେକ କାମକୁ ସମ୍ପନ୍ନ କରିବା…

ରାଶିଫଳ: ସୋମବାର, ଫେବୃଆରୀ ୯ ତାରିଖ – Daily Horoscope

ମେଷ ଆଗାମୀ ମାଙ୍ଗଳିକ କାର୍ଯ୍ୟ ପରିପ୍ରେକ୍ଷୀରେ ପାରିବାରିକ ବନ୍ଧୁମିଳନର ସୂଚନା ରହିଛି। ମାନସିକ ଅସ୍ଥିରତା ଲାଗିରହିଲେ ମଧ୍ୟ ଶାରୀରିକ ସ୍ବାସ୍ଥ୍ୟ ଭଲ ରହିବ ଏବଂ କୌଣସି କାମ…

ରାଶିଫଳ: ରବିବାର, ଫେବୃଆରୀ ୮ ତାରିଖ – Daily Horoscope

ମେଷ ଆଜି କର୍ମକ୍ଷେତ୍ରରେ ବିବାଦୀୟ ମନ୍ତବ୍ୟ ଦେଇ ସମାଲୋଚିତ ହେବେ। ଏକାଦଶସ୍ଥ ଗ୍ରହ ପ୍ରଭାବରେ ଯାତ୍ରା, କାର୍ଯ୍ୟସାଧନ ସାଙ୍ଗକୁ ପାରିବାରିକ ସମସ୍ୟା ସୁଧାରି ନେଇପାରନ୍ତି। ଆବଶ୍ୟକତା ପୂରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri