Posted inRasifala

ରାଶିଫଳ: ମଙ୍ଗଳବାର, ଜୁଲାଇ ୦୬ ତାରିଖ – Daily Horoscope

ମେଷ
କାର୍ଯ୍ୟସିଦ୍ଧି କାରଣରୁ ମାନସିକ ପ୍ରଫୁଲ୍ଲତା ଅକ୍ଷୁଣ୍ଣ ରହିବ। ଧନସ୍ଥାନରେ ରାହୁ ଚନ୍ଦ୍ର ଅର୍ଥହାନି, ବୃଥା କଳହର କାରଣ ହୋଇପାରେ। ବନ୍ଧୁମାନଙ୍କ ପରାମର୍ଶ କ୍ରମେ ମନୋରଞ୍ଜନ ଉପକରଣ ଓ ଭୋଗ ବିଳାସ ସମ୍ପର୍କିତ ଦ୍ରବ୍ୟ ପ୍ରତି ଆଗ୍ରହୀ ହେବେ। ଗୃହ ମରାମତି, ଭୂମିକ୍ରୟ, ଗାଡ଼ି, ମୋଟର କିଣାବିକା କ୍ଷେତ୍ରରେ ସମସ୍ୟା ଉପୁଜିପାରେ।
ବୃଷ
ବୃଷ
ପ୍ରତ୍ୟେକ କାମକୁ କୌଶଳର ସହ ହାସଲ କରିବାରେ ସମର୍ଥ ହେବେ। ଘରେ କୌଣସି ମୂଲ୍ୟବାନ ଦ୍ରବ୍ୟ ନଷ୍ଟ ହେବାରୁ ଲଘୁକ୍ରୋଧ ପ୍ରକାଶ କରିପାରନ୍ତି। କୌଣସି ଦୂରାଗତ ବନ୍ଧୁଙ୍କ ସହ ଦେଖା ହୋଇ କିଛି ସମୟ ଅଟକି ରହିଯାଇପାରନ୍ତି। ଶୁକ୍ରଙ୍କ ପ୍ରଭାବରୁ ଶାସ୍ତ୍ରାନୁଶୀଳନ, ସାହିତ୍ୟ ଚର୍ଚ୍ଚା, ସାମ୍ବାଦିକତା, ସଭାସମିତିରେ ସଫଳତା ହାସଲ କରିପାରନ୍ତି।
ମିଥୁନ
ମିଥୁନ
ଭାଗ୍ୟସ୍ଥାନସ୍ଥ ବୃହସ୍ପତିଙ୍କ ଶୁଭତ୍ୱରୁ ଅଟକି ରହିଥିବା କାମକୁ ଆଜି ପୂର୍ଣ୍ଣାଙ୍ଗ କରିବା ପାଇଁ ଚେଷ୍ଟା କରି ସଫଳତା ଅର୍ଜନ କରିବେ। ପରିବାର ଭିତରେ ଛୋଟ ଛୋଟ କଥାକୁ କେନ୍ଦ୍ରକରି ତର୍କ ବିତର୍କର ଆଶଙ୍କା ରହିଛି। କର୍ମକ୍ଷେତ୍ରରେ ନୂତନ ବନ୍ଧୁ ସମ୍ପର୍କ ଯୋଡ଼ିବା ପାଇଁ ଚେଷ୍ଟା କଲେ ଉପକୃତ ହେବେ। ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟ କ୍ଷେତ୍ରରେ ପ୍ରତିବନ୍ଧକ ଲାଗି ରହିବ।
କର୍କଟ
କର୍କଟ
ଶୁକ୍ରମଙ୍ଗଳ ଯୋଗ ପ୍ରଭାବରୁ କର୍ମକ୍ଷେତ୍ରରେ ଦକ୍ଷତା ବୃଦ୍ଧି ପାଇବ। ଗୃହୋପଯୋଗୀ ଜମିଜମା କିମ୍ବା ଯାନ୍ତ୍ରିକ ଉପକରଣ, ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିବା ସକାଶେ ମନ ବଳାଇ ପାରନ୍ତି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ, ସଭାସମିତି, ଆଇନ ଅଦାଲତ କ୍ଷେତ୍ରରୁ ସୁଫଳ ମିଳିବ। ନିର୍ମାଣ, ପ୍ରକାଶନ, ପ୍ରଶାସନ ଓ ସାଂଗଠନିକ କାର୍ଯ୍ୟ ସମସ୍ୟାବହୁଳ ରହିବ।
ସି˚ହ
ସି˚ହ
ପାପଗ୍ରହ ଯୁକ୍ତ ଚନ୍ଦ୍ର କର୍ମଭାବସ୍ଥ ହେତୁ କୌଣସି ଦ୍ୱନ୍ଦ୍ୱାମତ୍କ ଖବର ମନକୁ ଅସ୍ଥିର କରିଦେବ। ଈର୍ଷା ଓ ଅସୂୟା ମନୋଭାବ ପୋଷଣ କରି ଆତ୍ମୀୟମାନେ ପରୋକ୍ଷ ସମାଲୋଚନା କରିପାରନ୍ତି। ଯାତ୍ରା ସମୟରେ ସତର୍କ ନ ରହିଲେ ଜିନିଷ ହଜିଯାଇପାରେ। ଗବେଷଣା, ଅନୁସନ୍ଧାନ, ଅଧ୍ୟୟନ, ଅଧ୍ୟାପନା, ପ୍ରତିଯୋଗିତା କ୍ଷେତ୍ରରେ ଉନ୍ନତି କରିବେ।
କନ୍ୟା
ବୁଧ ଭାଗ୍ୟଭାବରେ ଥିବାରୁ ଯେଉଁ କାମରେ ହାତଦେବେ ସଫଳ ହେବେ। କର୍ମକ୍ଷେତ୍ରରେ ଅନ୍ୟର କଥାକୁ ସହଜରେ ଗ୍ରହଣ କରିପାରିବେ ନାହିଁ। ପରିବାର ସଦସ୍ୟଙ୍କ ମଧ୍ୟରେ କଥାବାର୍ତ୍ତାରେ ସ୍ବଚ୍ଛତାର ଅଭାବ ପରିଲକ୍ଷିତ ହେବ। ରୋଗର ପୀଡାର ପ୍ରାଦୁର୍ଭାବଜନିତ ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି।
ତୁଳା
ତୁଳା
କର୍ମସ୍ଥାନରେ ରାଶ୍ୟାଧିପ ଧନାଧିପଙ୍କ ସହ ରହିଥିବାରୁ ଧନସମ୍ପଦ ଲାଭ ଯୋଗ ରହିଛି। ଅତୀତ ଘଟଣା ମନକୁ ବାରମ୍ବାର ଆଲୋଡ଼ିତ କରି ମନ ଅଶାନ୍ତ ହୋଇପାରେ। ସାଧାରଣ କଥାକୁ କେନ୍ଦ୍ର କରି ଅଫିସ୍‌ କାମରେ ଯୁକ୍ତିତର୍କର ଆଶଙ୍କା ରହିଛି। ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟ ଏବଂ ପରିବହନରେ ଅବଶ୍ୟ ଲାଭବାନ୍‌ ହେବେ।
ବିଛା
ବିଛା
ସପ୍ତମଭାବସ୍ଥ ଗ୍ରହ ସମ୍ପର୍କରୁ ଆଜି ପ୍ରତ୍ୟେକ କାମ ବ୍ୟୟ ବହୁଳ ହେବ କିନ୍ତୁ ସଫଳତା ପାଇବେ। ପ୍ରଶାସନ, ପ୍ରକାଶନ, ପରିବହନ, ବ୍ୟବସାୟ ,ବାଣିଜ୍ୟ ଓ ନିର୍ମାଣ କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବେ। ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡ଼ିପାରନ୍ତି। ଉପକାର କରିଥିବା ବ୍ୟକ୍ତିଙ୍କଠାରୁ ପ୍ରତିଦାନ ପାଇବା ଦୁର୍ଲଭ ହୋଇପଡିବ।
ଧନୁ
ଧନୁ
ବୃହସ୍ପତି ଭାଗ୍ୟଭାବକୁ ଅବଲୋକନ କରୁଥିବାରୁ ସମସ୍ୟା ସମାଧାନରେ ସଫଳତା ପାଇବେ। ପରିବାରର ଖର୍ଚ୍ଚଭାର ବୃଦ୍ଧି ଚିନ୍ତାର କାରଣ ହେବ। ବନ୍ଧୁଙ୍କ ସଦ୍‌ଭାବ ଓ ସହକର୍ମୀମାନଙ୍କ ସହଯୋଗ କର୍ମକ୍ଷେତ୍ରକୁ ତ୍ୱରାନ୍ବିତ କରିବ। ନିଜ ଲୋକମାନଙ୍କୁ ଅବିଶ୍ୱାସ କରି ପର କଥା ଶୁଣି ନିଜ ଲୋକଙ୍କୁ ସନ୍ଦେହ କରିପାରନ୍ତି।
ମକର
ମକର
ଧନସ୍ଥାନରେ ବ୍ୟୟାଧିପ ଥିବାରୁ ଆର୍ଥିକ ଅନଟନ କିଛି ମାତ୍ରାରେ ଦେଖାଦେବ। ଆକସ୍ମିକ ଭାବରେ ବନ୍ଧୁଙ୍କ ସାହାଯ୍ୟ ଲାଭ କରି ଆଶ୍ୱସ୍ତି ଲାଭ କରିବେ। ଶିକ୍ଷା, ପରୀକ୍ଷା, ଶିଳ୍ପ, ବାଣିଜ୍ୟ, ଗବେଷଣା, ପ୍ରଶାସନିକ ସ୍ତରରେ ଉନ୍ନତି ଘଟିବ। ସ୍ନାୟବିକ ଦୁର୍ବଳତାରୁ ଆଗାମୀ ମାଙ୍ଗଳିକ କାର୍ଯ୍ୟ ସକାଶେ ଚିନ୍ତିତ ରହିପାରନ୍ତି।
କୁମ୍ଭ
କୁମ୍ଭ
ରାଶିରେ ବୃହସ୍ପତି ହେତୁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ। ଭାବପ୍ରବଣତାରେ ହଜି ନ ଯାଇ ନିୟନ୍ତ୍ରଣରେ ରହିଲେ ଉପକୃତ ହେବେ। ଆଜିର ପ୍ରତ୍ୟୁଷ ଯାତ୍ରା, ନିର୍ମାଣ, ବାଣିଜ୍ୟ ଓ ବ୍ୟବସାୟ ତଥା ପରିବହନ ସକାଶେ ଦିନଟି ଭଲ। ଜମିଜମା କାରବାର ଚୁକ୍ତିପତ୍ର ପାଇଁ ଟଣାଓଟରା ଲାଗିପାରେ।
ମୀନମୀନ
କୋଣଭାବରେ ଗ୍ରହ ପ୍ରଭାବରୁ ନୂତନ ଯୋଜନା ସକାଶେ ମନ ବଳାଇବେ। ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରହନ୍ତୁ, ନତୁବା ଅନୁତାପ କରିବାକୁ ପଡିପାରେ। ଶନିଯୁକ୍ତ ଚନ୍ଦ୍ରଜନିତ ଯେତେ ଭଲ କାମ କଲେ ମଧ୍ୟ ପରିବାରରେ ଅନ୍ୟମାନେ ଦୋଷ ଖୋଜି ବୁଲିବେ। ପରିବାରରେ ପିଲାମାନଙ୍କୁ କେନ୍ଦ୍ରକରି କୌଣସି ଘଟଣା ମନକୁ ବିବ୍ରତ କରିପାରେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଡିସେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ କୋଣ ସ୍ଥାନରେ ବୃହସ୍ପତି ଅବସ୍ଥାନ କରୁଥିବାରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ନୂଆ ଯୋଜନା ସକାଶେ ମନ...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୧୬ ତାରିଖ – Daily Horoscope

ମେଷ ଆଜିର ସପ୍ତମ ଚନ୍ଦ୍ର ପ୍ରଭାବରେ ବନ୍ଧୁଙ୍କ ସହ ଯାତ୍ରାରମ୍ଭ କରି ଖୁସି ମନେଇବେ। ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ।...

ରାଶିଫଳ: ସୋମବାର , ଡିସେମ୍ବର ୧୫ ତାରିଖ – Daily Horoscope

ମେଷ ଆଜିର ସପ୍ତମସ୍ଥ ଚନ୍ଦ୍ର ଏବଂ ଉଚ୍ଚାରୋହୀ ରାଶ୍ୟାଧିପତିଙ୍କ କାରଣରୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। କେତୁଙ୍କ କୁପ୍ରଭାବରୁ ସନ୍ତାନ ହେତୁକ ସମସ୍ୟା ବିବ୍ରତ କରିପାରେ।...

ରାଶିଫଳ: ରବିବାର, ଡିସେମ୍ବର ୧୪ ତାରିଖ – Daily Horoscope

ମେଷ ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ଯେଉଁଥିପାଇଁ ଚିନ୍ତିତ ରହିଥିଲେ, ଆଜି ତାହା ପଡ଼ୋଶୀଙ୍କ ମାଧ୍ୟମରେ ପାଇପାରିବେ।...

ରାଶିଫଳ: ଶନିବାର, ଡିସେମ୍ବର ୧୩ ତାରିଖ – Daily Horoscope

ମେଷ ଶୁଭଚନ୍ଦ୍ର ପ୍ରଭାବରେ ନୂତନ ଆନନ୍ଦ, ଉତ୍ସାହ ଓ ଉଦ୍ଦୀପନାର ସହ ଦିନଟି ଉପଭୋଗ୍ୟ ରହିବ। ଶତ୍ରୁକ୍ଷେତ୍ରସ୍ଥ ଚନ୍ଦ୍ରଙ୍କ ଯୋଗୁ ପାରିବାରିକ ଓ କର୍ମ କ୍ଷେତ୍ରର...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୧୨ ତାରିଖ – Daily Horoscope

ମେଷ ହାତକୁ ନେଇଥିବା କାମଟି ସମ୍ପନ୍ନ କରିବାରେ ବିଶେଷ ଅସୁବିଧା ରହିବ ନାହିଁ। ଶୁକ୍ରଙ୍କ ପ୍ରଭାବରୁ ଅର୍ଥ ଓ ବିଳାସପୂର୍ଣ୍ଣ ଦ୍ରବ୍ୟ ପ୍ରତି ଆଗ୍ରହୀ ହେବେ।...

ରାଶିଫଳ: ଗୁରୁବାର, ଡିସେମ୍ବର ୧୧ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଅସମ୍ପୂର୍ଣ୍ଣ କାମକୁ ନେଇ ମାନସିକ ଉଦ୍‌ବେଗ ବୃଦ୍ଧି ପାଇବ। ଅର୍ଥର ଅଭାବ ପୂରଣ ଦିଗରେ ବନ୍ଧୁଙ୍କ ସାହାଯ୍ୟ କାମକୁ ତ୍ୱରାନ୍ବିତ କରିବ। ଆଲୋଚନା...

ରାଶିଫଳ: ବୁଧବାର, ଡିସେମ୍ବର ୧୦ ତାରିଖ – Daily Horoscope

ମେଷ ଆଜି ପାପଯୁକ୍ତ ଚନ୍ଦ୍ର କୋଣସ୍ଥାନରେ ରହିଥିବାରୁ ସନ୍ତାନଙ୍କ ସମସ୍ୟା ଦୁଶ୍ଚିନ୍ତାର କାରଣ ହେବ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବାରୁ ଆଶ୍ୱସ୍ତି ଲାଭ କରିବେ। ଜଳ, ତୈଳ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri