Posted inRasifala

ରାଶିଫଳ: ମଙ୍ଗଳବାର, ଜୁଲାଇ ୦୬ ତାରିଖ – Daily Horoscope

ମେଷ
କାର୍ଯ୍ୟସିଦ୍ଧି କାରଣରୁ ମାନସିକ ପ୍ରଫୁଲ୍ଲତା ଅକ୍ଷୁଣ୍ଣ ରହିବ। ଧନସ୍ଥାନରେ ରାହୁ ଚନ୍ଦ୍ର ଅର୍ଥହାନି, ବୃଥା କଳହର କାରଣ ହୋଇପାରେ। ବନ୍ଧୁମାନଙ୍କ ପରାମର୍ଶ କ୍ରମେ ମନୋରଞ୍ଜନ ଉପକରଣ ଓ ଭୋଗ ବିଳାସ ସମ୍ପର୍କିତ ଦ୍ରବ୍ୟ ପ୍ରତି ଆଗ୍ରହୀ ହେବେ। ଗୃହ ମରାମତି, ଭୂମିକ୍ରୟ, ଗାଡ଼ି, ମୋଟର କିଣାବିକା କ୍ଷେତ୍ରରେ ସମସ୍ୟା ଉପୁଜିପାରେ।
ବୃଷ
ବୃଷ
ପ୍ରତ୍ୟେକ କାମକୁ କୌଶଳର ସହ ହାସଲ କରିବାରେ ସମର୍ଥ ହେବେ। ଘରେ କୌଣସି ମୂଲ୍ୟବାନ ଦ୍ରବ୍ୟ ନଷ୍ଟ ହେବାରୁ ଲଘୁକ୍ରୋଧ ପ୍ରକାଶ କରିପାରନ୍ତି। କୌଣସି ଦୂରାଗତ ବନ୍ଧୁଙ୍କ ସହ ଦେଖା ହୋଇ କିଛି ସମୟ ଅଟକି ରହିଯାଇପାରନ୍ତି। ଶୁକ୍ରଙ୍କ ପ୍ରଭାବରୁ ଶାସ୍ତ୍ରାନୁଶୀଳନ, ସାହିତ୍ୟ ଚର୍ଚ୍ଚା, ସାମ୍ବାଦିକତା, ସଭାସମିତିରେ ସଫଳତା ହାସଲ କରିପାରନ୍ତି।
ମିଥୁନ
ମିଥୁନ
ଭାଗ୍ୟସ୍ଥାନସ୍ଥ ବୃହସ୍ପତିଙ୍କ ଶୁଭତ୍ୱରୁ ଅଟକି ରହିଥିବା କାମକୁ ଆଜି ପୂର୍ଣ୍ଣାଙ୍ଗ କରିବା ପାଇଁ ଚେଷ୍ଟା କରି ସଫଳତା ଅର୍ଜନ କରିବେ। ପରିବାର ଭିତରେ ଛୋଟ ଛୋଟ କଥାକୁ କେନ୍ଦ୍ରକରି ତର୍କ ବିତର୍କର ଆଶଙ୍କା ରହିଛି। କର୍ମକ୍ଷେତ୍ରରେ ନୂତନ ବନ୍ଧୁ ସମ୍ପର୍କ ଯୋଡ଼ିବା ପାଇଁ ଚେଷ୍ଟା କଲେ ଉପକୃତ ହେବେ। ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟ କ୍ଷେତ୍ରରେ ପ୍ରତିବନ୍ଧକ ଲାଗି ରହିବ।
କର୍କଟ
କର୍କଟ
ଶୁକ୍ରମଙ୍ଗଳ ଯୋଗ ପ୍ରଭାବରୁ କର୍ମକ୍ଷେତ୍ରରେ ଦକ୍ଷତା ବୃଦ୍ଧି ପାଇବ। ଗୃହୋପଯୋଗୀ ଜମିଜମା କିମ୍ବା ଯାନ୍ତ୍ରିକ ଉପକରଣ, ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିବା ସକାଶେ ମନ ବଳାଇ ପାରନ୍ତି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ, ସଭାସମିତି, ଆଇନ ଅଦାଲତ କ୍ଷେତ୍ରରୁ ସୁଫଳ ମିଳିବ। ନିର୍ମାଣ, ପ୍ରକାଶନ, ପ୍ରଶାସନ ଓ ସାଂଗଠନିକ କାର୍ଯ୍ୟ ସମସ୍ୟାବହୁଳ ରହିବ।
ସି˚ହ
ସି˚ହ
ପାପଗ୍ରହ ଯୁକ୍ତ ଚନ୍ଦ୍ର କର୍ମଭାବସ୍ଥ ହେତୁ କୌଣସି ଦ୍ୱନ୍ଦ୍ୱାମତ୍କ ଖବର ମନକୁ ଅସ୍ଥିର କରିଦେବ। ଈର୍ଷା ଓ ଅସୂୟା ମନୋଭାବ ପୋଷଣ କରି ଆତ୍ମୀୟମାନେ ପରୋକ୍ଷ ସମାଲୋଚନା କରିପାରନ୍ତି। ଯାତ୍ରା ସମୟରେ ସତର୍କ ନ ରହିଲେ ଜିନିଷ ହଜିଯାଇପାରେ। ଗବେଷଣା, ଅନୁସନ୍ଧାନ, ଅଧ୍ୟୟନ, ଅଧ୍ୟାପନା, ପ୍ରତିଯୋଗିତା କ୍ଷେତ୍ରରେ ଉନ୍ନତି କରିବେ।
କନ୍ୟା
ବୁଧ ଭାଗ୍ୟଭାବରେ ଥିବାରୁ ଯେଉଁ କାମରେ ହାତଦେବେ ସଫଳ ହେବେ। କର୍ମକ୍ଷେତ୍ରରେ ଅନ୍ୟର କଥାକୁ ସହଜରେ ଗ୍ରହଣ କରିପାରିବେ ନାହିଁ। ପରିବାର ସଦସ୍ୟଙ୍କ ମଧ୍ୟରେ କଥାବାର୍ତ୍ତାରେ ସ୍ବଚ୍ଛତାର ଅଭାବ ପରିଲକ୍ଷିତ ହେବ। ରୋଗର ପୀଡାର ପ୍ରାଦୁର୍ଭାବଜନିତ ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି।
ତୁଳା
ତୁଳା
କର୍ମସ୍ଥାନରେ ରାଶ୍ୟାଧିପ ଧନାଧିପଙ୍କ ସହ ରହିଥିବାରୁ ଧନସମ୍ପଦ ଲାଭ ଯୋଗ ରହିଛି। ଅତୀତ ଘଟଣା ମନକୁ ବାରମ୍ବାର ଆଲୋଡ଼ିତ କରି ମନ ଅଶାନ୍ତ ହୋଇପାରେ। ସାଧାରଣ କଥାକୁ କେନ୍ଦ୍ର କରି ଅଫିସ୍‌ କାମରେ ଯୁକ୍ତିତର୍କର ଆଶଙ୍କା ରହିଛି। ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟ ଏବଂ ପରିବହନରେ ଅବଶ୍ୟ ଲାଭବାନ୍‌ ହେବେ।
ବିଛା
ବିଛା
ସପ୍ତମଭାବସ୍ଥ ଗ୍ରହ ସମ୍ପର୍କରୁ ଆଜି ପ୍ରତ୍ୟେକ କାମ ବ୍ୟୟ ବହୁଳ ହେବ କିନ୍ତୁ ସଫଳତା ପାଇବେ। ପ୍ରଶାସନ, ପ୍ରକାଶନ, ପରିବହନ, ବ୍ୟବସାୟ ,ବାଣିଜ୍ୟ ଓ ନିର୍ମାଣ କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବେ। ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡ଼ିପାରନ୍ତି। ଉପକାର କରିଥିବା ବ୍ୟକ୍ତିଙ୍କଠାରୁ ପ୍ରତିଦାନ ପାଇବା ଦୁର୍ଲଭ ହୋଇପଡିବ।
ଧନୁ
ଧନୁ
ବୃହସ୍ପତି ଭାଗ୍ୟଭାବକୁ ଅବଲୋକନ କରୁଥିବାରୁ ସମସ୍ୟା ସମାଧାନରେ ସଫଳତା ପାଇବେ। ପରିବାରର ଖର୍ଚ୍ଚଭାର ବୃଦ୍ଧି ଚିନ୍ତାର କାରଣ ହେବ। ବନ୍ଧୁଙ୍କ ସଦ୍‌ଭାବ ଓ ସହକର୍ମୀମାନଙ୍କ ସହଯୋଗ କର୍ମକ୍ଷେତ୍ରକୁ ତ୍ୱରାନ୍ବିତ କରିବ। ନିଜ ଲୋକମାନଙ୍କୁ ଅବିଶ୍ୱାସ କରି ପର କଥା ଶୁଣି ନିଜ ଲୋକଙ୍କୁ ସନ୍ଦେହ କରିପାରନ୍ତି।
ମକର
ମକର
ଧନସ୍ଥାନରେ ବ୍ୟୟାଧିପ ଥିବାରୁ ଆର୍ଥିକ ଅନଟନ କିଛି ମାତ୍ରାରେ ଦେଖାଦେବ। ଆକସ୍ମିକ ଭାବରେ ବନ୍ଧୁଙ୍କ ସାହାଯ୍ୟ ଲାଭ କରି ଆଶ୍ୱସ୍ତି ଲାଭ କରିବେ। ଶିକ୍ଷା, ପରୀକ୍ଷା, ଶିଳ୍ପ, ବାଣିଜ୍ୟ, ଗବେଷଣା, ପ୍ରଶାସନିକ ସ୍ତରରେ ଉନ୍ନତି ଘଟିବ। ସ୍ନାୟବିକ ଦୁର୍ବଳତାରୁ ଆଗାମୀ ମାଙ୍ଗଳିକ କାର୍ଯ୍ୟ ସକାଶେ ଚିନ୍ତିତ ରହିପାରନ୍ତି।
କୁମ୍ଭ
କୁମ୍ଭ
ରାଶିରେ ବୃହସ୍ପତି ହେତୁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ। ଭାବପ୍ରବଣତାରେ ହଜି ନ ଯାଇ ନିୟନ୍ତ୍ରଣରେ ରହିଲେ ଉପକୃତ ହେବେ। ଆଜିର ପ୍ରତ୍ୟୁଷ ଯାତ୍ରା, ନିର୍ମାଣ, ବାଣିଜ୍ୟ ଓ ବ୍ୟବସାୟ ତଥା ପରିବହନ ସକାଶେ ଦିନଟି ଭଲ। ଜମିଜମା କାରବାର ଚୁକ୍ତିପତ୍ର ପାଇଁ ଟଣାଓଟରା ଲାଗିପାରେ।
ମୀନମୀନ
କୋଣଭାବରେ ଗ୍ରହ ପ୍ରଭାବରୁ ନୂତନ ଯୋଜନା ସକାଶେ ମନ ବଳାଇବେ। ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରହନ୍ତୁ, ନତୁବା ଅନୁତାପ କରିବାକୁ ପଡିପାରେ। ଶନିଯୁକ୍ତ ଚନ୍ଦ୍ରଜନିତ ଯେତେ ଭଲ କାମ କଲେ ମଧ୍ୟ ପରିବାରରେ ଅନ୍ୟମାନେ ଦୋଷ ଖୋଜି ବୁଲିବେ। ପରିବାରରେ ପିଲାମାନଙ୍କୁ କେନ୍ଦ୍ରକରି କୌଣସି ଘଟଣା ମନକୁ ବିବ୍ରତ କରିପାରେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଫେବୃଆରୀ ୧୮ ତାରିଖ – Daily Horoscope

ମେଷ ଏକାଦଶ ସ୍ଥାନରେ ପଞ୍ଚଗ୍ରହକୂଟ କୋଣଭାବକୁ ପ୍ରଭାବିତ କରି ଶିକ୍ଷା, ସନ୍ତାନ, ବନ୍ଧୁସମ୍ପର୍କ ଏବଂ ଆଲୋଚନାରେ ସମସ୍ୟା ସୃଷ୍ଟି କରିପାରନ୍ତି। ଶନିଙ୍କ ଦୃଷ୍ଟି ଦ୍ୱିତୀୟଭାବକୁ ରହିଥିବାରୁ ଧନହାନି…

ରାଶିଫଳ: ମଙ୍ଗଳବାର, ଫେବୃଆରୀ ୧୭ ତାରିଖ – Daily Horoscope

ମେଷ ଆଜିର ଏକାଦଶସ୍ଥ ଗ୍ରହ ସ୍ଥିତି ପ୍ରଭାବରେ ପରୀକ୍ଷା, ଇଣ୍ଟରଭ୍ୟୁ, ସନ୍ତାନଙ୍କ ଉନ୍ନତି ସାଙ୍ଗକୁ ଆର୍ଥିକକ୍ଷେତ୍ର ଭଲ ରହିବ। କର୍ମମୁଖର ରହିବା ସହ ପାରିବାରିକ ଜୀବନ ପ୍ରୀତିପ୍ରଦ…

ରାଶିଫଳ: ସୋମବାର, ଫେବୃଆରୀ ୧୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସମସ୍ତ କାର୍ଯ୍ୟ ସକାଶେ ଅନୁକୂଳ ବାତାବରଣ ସୃଷ୍ଟି କରିବ। କିନ୍ତୁ ଅଶ୍ଳେଷା ସକାଶେ ଯେତେ ଭଲ କଲେ ମଧ୍ୟ ଅନ୍ୟମାନଙ୍କର ଆନ୍ତରିକତା ରହିବନି।…

ରାଶିଫଳ: ରବିବାର, ଫେବୃଆରୀ ୧୫ ତାରିଖ – Daily Horoscope

ମେଷ ଆଜିର କର୍ମଭାବସ୍ଥ ଚନ୍ଦ୍ରମଙ୍ଗଳଯାଗ ଆପଣଙ୍କୁ ଧୈର୍ଯ୍ୟର ସହ କାମ ହାସଲ ଦିଗରେ ସାହାଯ୍ୟ କରିବ। ସାଧାରଣ ବ୍ୟତିକ୍ରମ ରହିଲେ ମଧ୍ୟ ପାରିବାରିକ ଜୀବନରେ ଶାନ୍ତି ଅବ୍ୟାହତ…

ରାଶିଫଳ: ଶନିବାର, ଫେବୃଆରୀ ୧୪ ତାରିଖ – Daily Horoscope

ମେଷ ଆଜି ଆର୍ଥିକ, ମାନସିକ ଏବଂ ସାମାଜିକ ସ୍ଥିତି ଭଲ ରହିବ। ଆନୁଷ୍ଠାନିକ କାମରେ ବନ୍ଧୁମିଳନ ସହିତ କିଛି ସମୟ ଅତିବାହିତ କରିବାକୁ ପଡ଼ିପାରେ। ବନ୍ଧୁଙ୍କ ସହାୟତାରେ…

ରାଶିଫଳ: ଶୁକ୍ରବାର, ଫେବୃଆରୀ ୧୩ ତାରିଖ – Daily Horoscope

ମେଷ ଆଜିର ନବମସ୍ଥ ଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି, ବନ୍ଧୁ ସମ୍ପର୍କ ଏବଂ କାର୍ଯ୍ୟସିଦ୍ଧି କରାଇବ। କୌଣସି ବନ୍ଧୁଙ୍କୁ ଟଙ୍କା ପଇସା ଦେଇ ଫେରି ପାଇବାରେ କମ୍‍ ସମ୍ଭାବନାକୁ…

ରାଶିଫଳ: ଗୁରୁବାର, ଫେବୃଆରୀ ୧୨ ତାରିଖ – Daily Horoscope

ମେଷ ଆଜି ତ୍ୟାଗସ୍ବୀକାର ପୂର୍ବକ କୌଣସି ସାହାଯ୍ୟପ୍ରାର୍ଥୀଙ୍କୁ ସହାନୁଭୂତି ପ୍ରଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ପରିବହନରେ ପ୍ରତିବନ୍ଧକ ଦୂରେଇଯିବ। ସନ୍ତାନଙ୍କ ସ୍ବାସ୍ଥ୍ୟ, ସମ୍ପର୍କୀୟଙ୍କ…

ରାଶିଫଳ: ବୁଧବାର, ଫେବୃଆରୀ ୧୧ ତାରିଖ – Daily Horoscope

ମେଷ ଆଜି ରବିଙ୍କ ସହ ମଙ୍ଗଳଙ୍କ ସଂଯୋଗ ଦୈହିକ ସୁସ୍ଥତା, ପାରିବାରିକ ଶାନ୍ତି ଏବଂ ଆଲୋଚନା ସକାଶେ ଅନୁକୂଳ ରହିବ। ବିଶିଷ୍ଟବ୍ୟକ୍ତିଙ୍କ ଗହଣରେ ସମ୍ବର୍ଦ୍ଧିତ ହେବାର ସୌଭାଗ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri