Posted inRasifala

ରାଶିଫଳ: ଗୁରୁବାର, ମେ ୫ ତାରିଖ – Daily Horoscope

ମେଷ
ଆଜି ମଙ୍ଗଳ ନକ୍ଷତ୍ରସ୍ଥ ଚନ୍ଦ୍ର ଏକାଧାରରେ ଶାରୀରିକ ଓ ମାନସିକ ସ୍ଥିତିକୁ ମଜଭୁତ ରଖିବ। ଉଚ୍ଚାରୋହୀ ଶୁକ୍ର ବିଳାସ ସାମଗ୍ରୀ ସହିତ ଅର୍ଥ, ସୁଖ ଓ ସମ୍ମାନ ପ୍ରଦାନ କରିବେ। କିନ୍ତୁ କର୍ମକ୍ଷେତ୍ରରେ ଅତ୍ୟଧିକ ଯୁକ୍ତିତର୍କ ଦ୍ୱାରା ସମସ୍ୟା ସୃଷ୍ଟି ହୋଇପାରେ। ସ୍ଥଗିତ କାମ ପାଇଁ ଅନ୍ୟକୁ କୈଫିୟତ୍‌ ଦେବାକୁ ପଡ଼ିବାର ସୂଚନା ରହିଛି।
ବୃଷ
ବୃଷ
ଶୁକ୍ରଙ୍କ ସୁପ୍ରଭାବ ବଳରେ କୌଣସି କାମ ଅଟକିବ ନାହିଁ। ଅର୍ଥନୈତିକ ପ୍ରଗତି ଜୀବନଯାତ୍ରାକୁ ସୁଖମୟ କରିବ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିଲେ ଭୁଲ୍‌ କରିବେ। ଅତ୍ୟଧିକ କାର୍ଯ୍ୟବ୍ୟସ୍ତତା ଯୋଗୁ ଖାଦ୍ୟପେୟ ଠିକ୍‌ ରହି ନ ପାରେ। ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ବଢ଼ିବ ଏବଂ ପ୍ରତିଦ୍ୱନ୍ଦ୍ୱିତା କଲେ କିଛି ଲାଭ ହେବନି।
ମିଥୁନ
ମିଥୁନ
ସ୍ବରାଶ୍ୟାଭିମୁଖୀ ବୁଧ ଆପଣଙ୍କର ବୌଦ୍ଧିକ ବିକାଶ ସାଙ୍ଗକୁ ବନ୍ଧୁବତ୍ସଳ କରାଇବ। ପୂର୍ବର ସମସ୍ୟା ସମାଧାନ ହେବା କାରଣରୁ ମାନସିକ ଶାନ୍ତି ପାଇବାର ବହୁତ ଆଶା ରହିଛି। ବହୁ ଦିନରୁ ରହିଯାଇଥିବା ଅପୂର୍ଣ୍ଣ କାମକୁ ଆଜି ସନ୍ଧ୍ୟା ସୁଦ୍ଧା ସମ୍ପୂର୍ଣ୍ଣ କରିପାରନ୍ତି। ସାମାଜିକସ୍ତରରେ ଆନୁଷ୍ଠାନିକ କିମ୍ବା ଧର୍ମକାର୍ଯ୍ୟରେ ବ୍ୟସ୍ତ ରହିବେ।
କର୍କଟ
କର୍କଟ
ଶନିଙ୍କ ପ୍ରଭାବରେ ଆଶା ଓ ଆଶଙ୍କା ମଧ୍ୟରେ ସମୟ କଟାଇବା ସାଙ୍ଗକୁ ଦୈହିକ ଦୁର୍ବଳତା ଲାଗି ରହିବ। ଆର୍ଥିକ ଅନଟନ ଲାଗି ରହିଲେ ମଧ୍ୟ ପରିସ୍ଥିତିକୁ ସମ୍ଭାଳି ନେବେ। ଆତ୍ମୀୟମାନେ ସାହାଯ୍ୟର ପ୍ରତିଶ୍ରୁତି ଦେବେ। ଆକସ୍ମିକ ଦୂରଯାତ୍ରା ଓ ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିବାର ସୌଭାଗ୍ୟପ୍ରାପ୍ତ ହୋଇପାରନ୍ତି।
ସି˚ହ
ସି˚ହ
କର୍ମକ୍ଷେତ୍ରରେ ଜଣେ ପଦସ୍ଥ ବ୍ୟକ୍ତିଙ୍କ ସହାୟତାରେ କାର୍ଯ୍ୟ ସାଧିତ ହେବ। କିନ୍ତୁ ବିଭିନ୍ନ ସମସ୍ୟା ମଧ୍ୟରେ ଗତିକରି ମାନସିକ ସ୍ଥିତି ଭଲ ରହି ନ ପାରେ। ମାଙ୍ଗଳିକ କାର୍ଯ୍ୟ ପରିପ୍ରେକ୍ଷୀରେ ଆକସ୍ମିକ ଭାବେ ଦୂରଯାତ୍ରା କରିବାକୁ ପଡ଼ିପାରେ। ଗୁରୁତ୍ୱପୂର୍ଣ୍ଣ କାମ ଲାଗି ହଠାତ୍‌ ମୋଟାଅଙ୍କର ଅର୍ଥ ଆବଶ୍ୟକ ପଡ଼ିପାରେ।
କନ୍ୟା
ସୌଜନ୍ୟମୂଳକ ବ୍ୟବହାର ଓ ନମ୍ରତା ପ୍ରଭାବରେ କାର୍ଯ୍ୟଗୁଡ଼ିକ ସୁରୁଖୁରୁରେ ସମ୍ପନ୍ନ ହୋଇଯିବ। କିନ୍ତୁ ଚିତ୍ରା ନକ୍ଷତ୍ର ସାଧାରଣ ଯୁକ୍ତିତର୍କରେ ବନ୍ଧୁଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିବେ। ବ୍ୟବସାୟ ଓ ବାଣିଜ୍ୟ, ପ୍ରତିଦ୍ୱନ୍ଦ୍ୱିତା, କଚେରି ମାମଲା ବିଷୟରେ ଚିନ୍ତା କରିପାରନ୍ତି। ପାରିବାରିକ ସ୍ଥିତି ସକାଳ ସମୟରେ ଭଲ ରହିବ।
ତୁଳା
ତୁଳା
ସ୍ବଗୃହରେ ବୃହସ୍ପତିଙ୍କ ପ୍ରଭାବରୁ ଆଜି ସକାଳୁ କୌଣସି ଶୁଭ ଖବର ପାଇ ଖୁସି ହୋଇଯିବେ। ଅର୍ଥ ଓ ସମ୍ମାନ ସାଙ୍ଗକୁ ବନ୍ଧୁବର୍ଗଙ୍କ ସହାନୁଭୂତି ଯୋଗୁ କର୍ମମୁଖର ହେବେ। କିନ୍ତୁ ଅଧିକାଂଶ ସମୟ ଘର କାମ ଛାଡ଼ି ବାହାର କାମରେ ସମୟ କଟାଇବାକୁ ପଡ଼ିପାରେ। ବିଶିଷ୍ଟ ବ୍ୟକ୍ତିଙ୍କ ସୌଜନ୍ୟରୁ ମୂଲ୍ୟବାନ୍‌ ଦ୍ରବ୍ୟ ପାଇପାରନ୍ତି।
ବିଛା
ବିଛା
ତୃତୀୟ ଚତୁର୍ଥାଧିପଙ୍କ ଶୁଭତ୍ୱ କାରଣରୁ ସମ୍ପର୍କୀୟଙ୍କୁ ନିଜ ସପକ୍ଷରେ ଆଣିବାରେ ସମର୍ଥ ହେବେ। ଅନୁରାଧାର ବିଳମ୍ବ ହେଲେ ମଧ୍ୟ କାର୍ଯ୍ୟ ସାଧିତ ହେବ। ଜ୍ୟେଷ୍ଠାର ପାରିବାରିକ କଳହ ଦେଖାଦେଇପାରେ। ଦ୍ରବ୍ୟ ନଷ୍ଟ ଯୋଗୁ କ୍ଷୋଭ ପ୍ରକାଶ କରିପାରନ୍ତି। ସାମାଜିକ ସ୍ତରରେ ଗଠନମୂଳକ ପ୍ରସ୍ତାବ ଦେଇ ପ୍ରଶଂସିତ ହେବେ।
ଧନୁ
ଧନୁ
ଆଜି ସପ୍ତମସ୍ଥ ଚନ୍ଦ୍ର ହେତୁ କାମରେ କୌଣସି ଅସୁବିଧା ହେବନାହିଁ। ଧୈର୍ଯ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କରନ୍ତୁ, ସବୁକିଛି ଠିକ୍‌ ହୋଇଯିବ। କିନ୍ତୁ ମୂଳା ନକ୍ଷତ୍ର ସକାଶେ ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି। ଏଣୁ ସାବଧାନ ରହିବା ଭଲ। ନିର୍ମାଣାଧୀନ କାମ ଶେଷ ପର୍ଯ୍ୟାୟକୁ ଯିବାରେ କିଛି ଅସୁବିଧା ହେବନାହିଁ।
ମକର
ମକର
ତୃତୀୟସ୍ଥ ବୃହସ୍ପତି ଓ ଶୁଭ ଚନ୍ଦ୍ର ପ୍ରଭାବରେ ଯାତ୍ରା, ବାଣିଜ୍ୟ ତଥା ପାରିବାରିକ ଜୀବନ ଉନ୍ନତ ରହିବ। ଶ୍ରବଣା ନକ୍ଷତ୍ର ପ୍ରତ୍ୟେକ କ୍ଷେତ୍ରରେ ନିଜ ଲୋକଙ୍କ ଦ୍ୱାରା ସମସ୍ୟାଗ୍ରସ୍ତ ହୋଇପାରନ୍ତି। ନିଜର ଦୂରଦର୍ଶିତା ହେତୁ ପାରିବାରିକ ଜୀବନ ସୁଖରେ କଟିବ। ପୂର୍ବ ଶତ୍ରୁତା ହେତୁ କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ।
କୁମ୍ଭ
କୁମ୍ଭ
ରାଶ୍ୟାଧିପଙ୍କ ବଳବାନତ୍ୱ କାରଣରୁ କାମ ସହଜ ଓ ସୁବିଧାରେ ସମ୍ପନ୍ନ ହୋଇଯିବ। କିନ୍ତୁ ପରିବାରରେ ପିଲାଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ। ପୂର୍ବ ଶତ୍ରୁତାକୁ ନେଇ ଆତ୍ମୀୟମାନଙ୍କ ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିପାରନ୍ତି। ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି ଟଣାଓଟରା ଦେଖାଦେଇପାରେ।
ମୀନମୀନ
ମାନସିକ ସ୍ଥିତି ଭଲ ନ ରହିଲେ ମଧ୍ୟ ଶାରୀରିକ ସ୍ବାସ୍ଥ୍ୟ ନିୟନ୍ତ୍ରଣାଧୀନ ରହିବ। ମାଙ୍ଗଳିକ କାର୍ଯ୍ୟ ସକାଶେ ପରିବାର ପାଇଁ ଅଳଙ୍କାର, ଔଷଧପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି। ବନ୍ଧୁଙ୍କ ଜରିଆରେ ଆଜିର ଅର୍ଥ ସଂଗ୍ରହର ପ୍ରଚେଷ୍ଟା ନିଷ୍ଫଳ ହେବନାହିଁଁ । କଳା, ସାହିତ୍ୟ, ସାମ୍ବାଦିକତା, ଆଲୋଚନା, ସତ୍‌ସଙ୍ଗ, ଆନୁଷ୍ଠାନିକ କ୍ଷେତ୍ରରୁ ସୁଫଳ ମିଳିବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର , ସେପ୍ଟେମ୍ବର ୨୯ ତାରିଖ – Daily Horoscope

ମେଷ ଅସୁସ୍ଥ ପାରିବେଶିକ କୁପ୍ରଭାବ, ମାନସିକ ଓ ଶାରୀରିକ ଦିଗ ପାଇଁ ଅନୁକୂଳ ହେବ ନାହିଁ। ତଥାପି ଆର୍ଥିକ ଅଭିବୃଦ୍ଧି, ଧର୍ମୀୟ ଭାବନା, ବନ୍ଧୁମିଳନରୁ ଖୁସି ରହିବେ।…

ରାଶିଫଳ: ସୋମବାର, ସେପ୍ଟେମ୍ବର ୨୮ ତାରିଖ – Daily Horoscope

ମେଷ ଅଟକି ରହିଯାଇଥିବା ସବୁ କାମ ସୁବିଧାରେ ହେବା ଦୁରୂହ ହୋଇପଡିବ। ପରିସ୍ଥିତି ପ୍ରତି ଦୃଷ୍ଟି ରଖି କାମ କରନ୍ତୁ ଅନ୍ୟଥା ପରୋକ୍ଷ ଶତ୍ରୁତା ସାମୟିକ ବାଧା…

ରାଶିଫଳ: ରବିବାର, ସେପ୍ଟେମ୍ବର 2୭ ତାରିଖ – Daily Horoscope

ମେଷ ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ପରିବାରରେ ଅବସ୍ଥା ଦେଖି ବ୍ୟବସ୍ଥା ନ କଲେ ପରେ ଅନୁତାପ କରିବାକୁ…

ରାଶିଫଳ: ଶନିବାର , ସେପ୍ଟେମ୍ବର ୨୬ ତାରିଖ – Daily Horoscope

ମେଷ ଅଭାବ ଦୂରୀକରଣ ପାଇଁ ବନ୍ଧୁଙ୍କୁ ସାହାଯ୍ୟ କରିବା ସକାଶେ ଅନୁରୋଧ କରିପାରନ୍ତି। ରାହୁଙ୍କ ଦୃଷ୍ଟିରେ ଶୁକ୍ର ଅବସ୍ଥାନ କରିଥିବାରୁ ବିଶେଷ ଭ୍ରମଣଜନିତ ଶାରୀରିକ କ୍ଳାନ୍ତି ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?