Posted inRasifala

ରାଶିଫଳ: ବୁଧବାର, ଜାନୁୟାରୀ ୫ ତାରିଖ – Daily Horoscope

ମେଷ
ପର ଲୋକଙ୍କ ସାହାଯ୍ୟ,ସହଯୋଗ ବିଶେଷଭାବରେ ଅନୁଭୂତ ହେବ। ଯୁକ୍ତିଯୁକ୍ତ କଥା ଓ ନିରପେକ୍ଷ ନ୍ୟାୟ ପ୍ରଦାନ କରି ବନ୍ଧୁଗହଣରେ ବହୁ ଚର୍ଚ୍ଚିତ ହେବେ। ଚେଷ୍ଟା କରୁଥିବା କାମରେ ସଫଳତା ପାଇବେ ସତ କିନ୍ତୁ ଏଥିପାଇଁ ବହତୁ ମେହେନତ କରିବାକୁ ପଡ଼ିପାରେ। ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିପାରିବେ।
ବୃଷ
ବୃଷ
ଆନୁଷ୍ଠାନିକ କାମରେ ବ୍ୟସ୍ତ ରହି ଗୁରୁତ୍ୱପୂର୍ଣ୍ଣ କାମକୁ ପାସୋରି ଦେବେ। ଉଚ୍ଚଶିକ୍ଷା, ଗବେଷଣା, ରଚନାମତ୍କ କାର୍ଯ୍ୟ, ସାହିତ୍ୟ, ସଂସ୍କୃତି କ୍ଷେତ୍ରରେ ସଫଳତା ପ୍ରଦାନ କରିବ। ବନ୍ଧୁଙ୍କ ମୁହଁରେ ଗୋପନୀୟ କଥା ପ୍ରକାଶ କରି ନ ପାରିବାରୁ ଅନ୍ତର୍ଦ୍ୱନ୍ଦ୍ୱ ସୃଷ୍ଟି ହେବ। ବୃଥା ଭ୍ରମଣ ଓ ଅଯଥା ଗୁଡ଼ାଏ ମୂଲହୀନ ଚିନ୍ତା କରି ମନକୁ ଭାରାକ୍ରାନ୍ତ କରିପାରନ୍ତି।
ମିଥୁନ
ମିଥୁନ
ବିଚାରଧାରା ଅନୁଯାୟୀ ଦିନଟି ବିଶେଷ ସଫଳତା ପ୍ରଦାନ କରିବ। ପାରିବାରିକ ସଦ୍‌ଭାବରେ, ବୁଝାମଣା ମାଧ୍ୟମରେ ସୁଖ, ଶାନ୍ତି ଫେରି ଆସିବ। ସରକାରୀ ସ୍ତରରୁ ଅର୍ଥ ଲାଭକରି ଋଣ ପରିଶୋଧ କରିବାରେ ସଫଳ ହେବେ। ବାଣିଜ୍ୟ, ବ୍ୟବସାୟ, କୁଟୀର ଶିଳ୍ପ, କଳା, ସାହିତ୍ୟରେ ସମସ୍ୟା ସମାଧାନ ପୂର୍ବକ ଆଶା ପୂରଣ ହୋଇଯିବ।
କର୍କଟ
କର୍କଟ
ବନ୍ଧୁଙ୍କ ସହାନୁଭୂତିଭରା କଥା ଏବଂ ପାରିବାରିକ ଆଶ୍ୱାସନା ହେତୁ ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ। କର୍ମକ୍ଷେତ୍ରରେ ଅନ୍ୟମାନଙ୍କ କାର୍ଯ୍ୟକଳାପ ନିଜ ପାଇଁ ଅସନ୍ତୋଷ ସୃଷ୍ଟି କରିପାରେ। ଇଚ୍ଛା ନ ଥିଲେ ମଧ୍ୟ ଅନ୍ୟଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ। ଶାରୀରିକ ସୁସ୍ଥତା ସହ ଆର୍ଥିକ ଉନ୍ନତି ପାଇଁ ପ୍ରଯନତ୍ କରିବେ।
ସି˚ହ
ସି˚ହ
ଆପଣଙ୍କ କଥା ଓ କାମ ବହୁଜନ ପ୍ରଶଂସିତ ହୋଇପାରେ। ପୂର୍ବରୁ ସମସ୍ୟା ରହିଥିଲେ ମଧ୍ୟ ପରିବାରର ସହମତିରେ କାମ କଲେ ଉପକୃତ ହେବେ। ରାଜନୀତି ଓ ସାଂଗଠନିକ କ୍ଷେତ୍ରରେ ଲୋକ ସମ୍ପର୍କ ବଢ଼ିବ। ପ୍ରତିଯୋଗିତାରେ, ମାଲିମକଦ୍ଦମାରେ, ଜମିଜମା କିଣାବିକାରେ ସଫଳତା ଯୋଗୁ ମନ ଖୁସି ରହିବ।
କନ୍ୟା
ଶତ୍ରୁତା ଓ ରୋଗପୀଡ଼ା କିମ୍ବା ଧାରକରଜଜନିତ ମାନସିକ ଅସ୍ଥିରତା ମନକୁ ବିଚଳିତ କରିବ। ଆପଣ ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ। ଯେଉଁ ଜିନିଷଟିକୁ ପାଇବାକୁ ଅପେକ୍ଷା କରିଛନ୍ତି ତାହା ବହୁତ ବିଳମ୍ବିତ ସମୟରେ ପାଇବେ। ଛୋଟ ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି।
ତୁଳା
ତୁଳା
କର୍ମକ୍ଷେତ୍ରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା କାରଣରୁ ବନ୍ଧୁମାନେ ଭୁଲ୍‌ ବୁଝିବେ। ବ୍ୟବସାୟ ଓ ପରିବହନରେ ସଂକଟ ଦୂରେଇଯିବ କିନ୍ତୁ ଆଶାଜନକ ଲାଭ ନ ହୋଇପାରେ। ଉଚ୍ଚବର୍ଗଙ୍କ ସାହାଯ୍ୟରୁ ଆଶା ପୂରଣ ହେବା ସଙ୍ଗକୁ ବନ୍ଧୁ ମିଳନରୁ ଉତ୍ସାହିତ ହେବେ। ଦୀର୍ଘ ଦିନରୁ ସମ୍ପର୍କରେ ଭଟ୍ଟା ପଡ଼ିଯାଇଥିବା ଭ୍ରାତୃ ସମ୍ପର୍କରେ ଉନ୍ନତି ଘଟିବ।
ବିଛା
ବିଛା
ଆପଣଙ୍କ ଆଶା ଓ ଅଭିଳାଷ ପୂରଣ ଦିଗରେ ବନ୍ଧୁମାନେ ସାହାଯ୍ୟ କରିବେ। ଅଭାବ ନ ଥିଲେ ମଧ୍ୟ ଅତ୍ୟଧିକ ଖର୍ଚ୍ଚ ଯୋଗୁ ମନରେ ସରସତା ରହିବ ନାହିଁ। କୃଷି, ବାଣିଜ୍ୟ, ବ୍ୟବସାୟ, ପରିବହନ, ପ୍ରଶାସନ, ସାହିତ୍ୟ, ସାମ୍ବାଦିକତା ତଥା ରାଜନୀତିରେ ଚେଷ୍ଟା ସଫଳ ହେବେ। କାନକୁହା କଥାକୁ ବିଶ୍ୱାସ କଲେ ପାରିବାରିକ ଅଶାନ୍ତି ସୃଷ୍ଟି ହେବ।
ଧନୁ
ଧନୁ
କର୍ମକ୍ଷେତ୍ର, ପରିବାର, ପ୍ରଶାସନ ଓ ଅର୍ଥ ସମ୍ପର୍କୀୟ ସମସ୍ୟାକୁ ପ୍ରତିହତ କରିବେ। ଆନୁଷ୍ଠାନିକ କ୍ଷେତ୍ର, ଶିଳ୍ପ, ବାଣିଜ୍ୟ, ବ୍ୟବସାୟିକ ସ୍ତରରେ ରହିଥିବା ଟେନସନ୍‌ କମିଯିବ। ରାଜନୀତି, କଳା, ସାହିତ୍ୟ, ଚଳଚ୍ଚିତ୍ର ଓ ସଙ୍ଗୀତ ଚର୍ଚ୍ଚା ପାଇଁ ଦିନଟି ଭଲ। ଆମତ୍ୀୟ ସ୍ବଜନଙ୍କ ସ୍ବତନ୍ତ୍ର ନିମନ୍ତ୍ରିତ କ୍ରମେ ଭ୍ରମଣ ସୁଯୋଗ ଲାଭ କରିପାରନ୍ତି।
ମକର
ମକର
ଆପଣଙ୍କ କଥା ଓ କାମରେ ତାଳମେଳ ଅଭାବରୁ ସମାଲୋଚିତ ହେବେ। କୌଣସି କାମ ପୂର୍ଣ୍ଣାଙ୍ଗ ହୋଇ ପାରିବ ନାହିଁ ବରଂ କ୍ଷତିରେ ପଡ଼ିବାର ଆଶଙ୍କା ରହିଛି। ଖଳ ଲୋକମାନଙ୍କ ପ୍ରାୟୋଜିତ ମିଥ୍ୟା ଗୁଜବରେ ଆତଙ୍କିତ ହୁଅନ୍ତୁ ନାହିଁ। ଆନୁଷ୍ଠାନିକ କାମ ମଧ୍ୟରେ ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ।
କୁମ୍ଭ
କୁମ୍ଭ
ସ୍ବାସ୍ଥ୍ୟ ପୂର୍ଣ୍ଣତଃ ଭଲ ନ ଥିଲେ ମଧ୍ୟ ନିୟନ୍ତ୍ରଣ ବାହାରକୁ ଯିବ ନାହିଁ। କର୍ମକ୍ଷେତ୍ରରେ ବନ୍ଧୁମାନଙ୍କ ଈର୍ଷାପରାୟଣତା ଆପଣଙ୍କ ପାଇଁ ସମସ୍ୟାର କାରଣ ପାଲଟି ଯିବ। ସାମାଜିକ ସ୍ତରରେ ବନ୍ଧୁମାନଙ୍କୁ ମନ ଭୁଲାଣିଆ କଥା କହି ପରିସ୍ଥିତିକୁ ସଜାଡି ନେବେ। ଆପଣଙ୍କ କଥାକୁ ବିଶ୍ୱାସ କରି ମିତ୍ରମାନେ ସହଯୋଗର ହାତ ବଢ଼ାଇପାରନ୍ତି।
ମୀନମୀନ
ଆତ୍ମୀୟଙ୍କ ଶତ୍ରୁତା ଓ ମିଥ୍ୟା ଗୁଜବ ମାନସିକ ସ୍ଥିତିକୁ ଦୋହଲାଇ ଦେଇପାରେ। ଦାମ୍ପତ୍ୟ ଜୀବନରେ ବୁଝାମଣା ନେଇ ତିକ୍ତତା ସକାଶରୁ ଆନମନା ରହିପାରନ୍ତି। ଆନୁଷ୍ଠାନିକ କ୍ଷେତ୍ରରେ ବକେୟା କାମ ଓ ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବ। ଆର୍ଥିକ ସ୍ଥିତି ପ୍ରାୟତଃ ପୂର୍ବଭଳି ରହିବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଡିସେମ୍ବର ୨୯ ତାରିଖ – Daily Horoscope

ମେଷ ଆଜି ପ୍ରିୟ ବ୍ୟକ୍ତିଟିର ଅନୁପସ୍ଥିତି ଆଶଙ୍କା କରି ମନ ବ୍ୟାକୁଳ ହୋଇପାରେ। ବନ୍ଧୁଙ୍କଠାରୁ ଅର୍ଥ ସାହାଯ୍ୟ ଅଯାଚିତ ଭାବେ ପାଇ ଖୁସି ହୋଇଯିବେ। ଉପରିସ୍ଥଙ୍କ...

ରାଶିଫଳ: ରବିବାର, ଡିସେମ୍ବର ୨୮ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଚତୁର୍ଥ କେନ୍ଦ୍ରରେ ବୃହସ୍ପତି କର୍ମକ୍ଷେତ୍ର ଓ ପାରିବାରିକ ଜୀବନର ବ୍ୟତିକ୍ରମକୁ ସୁଧାରି ନେବେ। ନିଜର ସମ୍ପର୍କୀୟମାନଙ୍କ କୌଣସି ଘରୋଇ ସମସ୍ୟା ବିଷୟରେ ଚିନ୍ତିତ...

ରାଶିଫଳ: ଶନିବାର, ଡିସେମ୍ବର ୨୭ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ସକାଶେ ସାମଗ୍ରିକ ସୁଖସୁବିଧା ସାଙ୍ଗକୁ ସମ୍ମାନ ଓ ପ୍ରଶଂସା ପାଇବେ। ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସକାଶେ ମାର୍ଗଦର୍ଶନ...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୨୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ପାପଗ୍ରହ ରାହୁଯୁକ୍ତ କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ତଥାପି ସାମ୍ବାଦିକତା, ଏଜେନ୍‌ଶିପ୍‌, ପରିବହନ, ବାଣିଜ୍ୟରେ ସଫଳତା ପାଇବେ। ପାରିବାରିକ...

ରାଶିଫଳ: ଗୁରୁବାର, ଡିସେମ୍ବର ୨୫ ତାରିଖ – Daily Horoscope

ମେଷ ଆଶା କରିଥିବା କାର୍ଯ୍ୟଟିରେ ସଫଳତା ପାଇବା ସକାଶେ ବହୁତ ଶ୍ରମ ସ୍ୱୀକାର କରିବାକୁ ପଡ଼ିପାରେ। ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବ।...

ରାଶିଫଳ: ବୁଧବାର, ଡିସେମ୍ବର ୨୪ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ପାରିବାରିକ ବିବାଦର ସମାଧାନ ପାଇଁ ଆଲୋଚନାରେ ନିମଗ୍ନ ରହିପାରନ୍ତି। ଶେଷ ସମୟରେ କୌଣସି ସୁଯୋଗ ପାଇ ହରାଇବା ସକାଶେ ବ୍ୟଥିତ ହେବାକୁ ପଡ଼ିପାରେ।...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୨୩ ତାରିଖ – Daily Horoscope

ମେଷ ଆଜି ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତି ରାଶ୍ୟାଧିପତି ଓ ଚନ୍ଦ୍ରଙ୍କ ଶୁଭତ୍ୱରୁ ଭଲ ରହିବ। ଯାନବାହନ ଚଳାଚଳ, ଆଲୋଚନା କ୍ଷେତ୍ରରେ, ମାତୃବର୍ଗରେ, ଜମିଜମା, ଦୋକାନବାଡ଼ି,...

ରାଶିଫଳ: ସୋମବାର, ଡିସେମ୍ବର ୨୨ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସହ ମଙ୍ଗଳଙ୍କ ମିଳନ ପାରିବାରିକ ଜୀବନକୁ ସରସ,ସୁନ୍ଦର କରିବ। ତଥାପି ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ଟଣାଓଟରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri