Posted inRasifala

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୫ ତାରିଖ – Daily Horoscope

ମେଷ
ଆଜି ପ୍ରତ୍ୟେକ କ୍ଷେତ୍ରରେ ସମୟୋଚିତ ଦୃଢ଼ ପଦକ୍ଷେପ ନେଲେ କୃତକାର୍ଯ୍ୟ ହେବେ। ଅଫିସ୍‌ କାମରେ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ। ବହୁ ଆଲୋଚନା ଶେଷରେ ବନ୍ଧୁ ସାହାଯ୍ୟ ସହଯୋଗର ଦୃଢ଼ ପ୍ରତିଶ୍ରୁତି ଦେବେ। ପ୍ରକାଶନ ଓ ପ୍ରଶାସନିକ କ୍ଷେତ୍ରରେ ସହକର୍ମୀଙ୍କ ସୌହାର୍ଦ୍ଦ୍ୟରୁ ଉପକୃତ ହେବେ।
ବୃଷ
ବୃଷ
ପାରିବାରିକ କ୍ଷେତ୍ରରେ ଭଉଣୀଙ୍କ ସାହାଯ୍ୟ ପ୍ରତିଶ୍ରୁତିରୁ ଆଶ୍ୱସ୍ତି ଲାଭ କରିବେ। ଅଭିଳଷିତ ଦ୍ରବ୍ୟପ୍ରାପ୍ତିରେ ବିଜାତୀୟ ବ୍ୟକ୍ତି ଜଣେ ଅସହଯୋଗ କରିପାରନ୍ତି। ଶାରୀରିକ ଦୁର୍ବଳତା ଯୋଗୁ କାମ କରିବାକୁ ଆଗ୍ରହ ପ୍ରକାଶ କରିବେ ନାହିଁ। ସ୍ଥଗିତ କାମକୁ ପୂରା ଦମ୍‌ରେ କରିବାପାଇଁ ନିଷ୍ପତ୍ତି ନେବେ।
ମିଥୁନ
ମିଥୁନ
ଜଣେ ସହକର୍ମୀଙ୍କ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବେ। ବାଧ୍ୟବାଧକତାରେ ମନୋରଞ୍ଜନ ସମ୍ପର୍କିତ ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି। ଅନ୍ୟମନସ୍କ ହେତୁକ କୌଣସି ଭୁଲ୍‌ କାମ କରି ଅନୁତପ୍ତ ହେବାକୁ ପଡ଼ିପାରେ। ବ୍ୟବସାୟରେ ସାମାନ୍ୟ ପ୍ରତିବନ୍ଧକ ଦେଖାଦେବା ଆଶଙ୍କାର ସୂଚନା ପାଇବେ।
କର୍କଟ
କର୍କଟ
ଦୀର୍ଘଦିନରୁ ଭାଙ୍ଗିପଡ଼ିଥିବା ସମ୍ପର୍କ ଆଜି ଆକସ୍ମିକ ଭାବରେ ପୁନଃ ପ୍ରତିଷ୍ଠିତ ହେବ। ଭାବପ୍ରବଣବଶତଃ ବିରକ୍ତିକର କଥାବାର୍ତ୍ତାକରି ଅପଦସ୍ଥ ହୋଇପାରନ୍ତି। କର୍ମକ୍ଷେତ୍ରରେ ପରକଥାରେ ପ୍ରଭାବିତ ହେଲେ ଭୁଲ୍‌ ମାର୍ଗର ଅନୁସରଣ କରିବେ। ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହୋଇପାରନ୍ତି।
ସି˚ହ
ସି˚ହ
ମାନସିକ ଅବସାଦ ବଢ଼ିବା କାରଣରୁ କୌଣସି କାମ ଉସତ୍ାହପ୍ରଦ ହେବ ନାହିଁ। କର୍ମକ୍ଷେତ୍ରରେ ଈର୍ଷାପରାୟଣ ବ୍ୟକ୍ତିଙ୍କ ମିଥ୍ୟା ଗୁଜବରେ ଆତଙ୍କିତ ହୁଅନ୍ତୁ ନାହିଁ। ମାଲିମକଦ୍ଦମା କିମ୍ବା ବିବାଦୀୟ ଘଟଣାରେ ବିଜୟୀ ହେବେ। ବ୍ୟବସାୟରେ ସନ୍ତୋଷଜନକ ଫଳ ପାଇପାରନ୍ତି।
କନ୍ୟା
ହାତକୁ ନେଇଥିବା କାମଗୁଡ଼ିକ ଅଟକିବ ନାହିଁ ଏବଂ ସେଥିରେ ଆଶାଜନକ ଫଳ ପାଇବେ। ସରକାରୀ କାମରେ ହଠାତ୍‌ ବିଶ୍ୱସ୍ତ ସୂତ୍ରରୁ ଶୁଭ ଖବର ଶୁଣି ଖୁସି ହେବେ। ସାମାଜିକ ଜୀବନରେ ଅନ୍ୟାୟ ବିରୋଧରେ ସ୍ବର ଉତ୍ତୋଳନ କରି ଶତ୍ରୁତା ଅର୍ଜନ କରିବେ। ଉପରିସ୍ଥ ଆଦେଶାନୁସାରେ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ।
ତୁଳା
ତୁଳା
ପାରିବାରିକ କ୍ଷେତ୍ରରେ ଯୁକ୍ତିଯୁକ୍ତ କଥା କହି ସମସ୍ୟା ସମାଧାନ ପାଇଁ ଚେଷ୍ଟାକରିବେ। ବିଭିନ୍ନ ସୂତ୍ରରୁ ରୋଜଗାର କରିବା ସାଙ୍ଗକୁ ବିଳାସବ୍ୟସନରେ ସମୟ ଅତିବାହିତ କରିପାରନ୍ତି। ବନ୍ଧୁମାନେ ବିଭ୍ରାନ୍ତିକର ଖବର ପରିବେଷଣକରି ସମସ୍ୟାକୁ ବଢ଼ାଇଦେଇପାରନ୍ତି। ଆନୁଷ୍ଠାନିକ କାମ କିମ୍ବା ଧର୍ମକାର୍ଯ୍ୟରେ ନିଜକୁ ନିୟୋଜିତ କରିବେ।
ବିଛା
ବିଛା
ବନ୍ଧୁଙ୍କ କାର୍ଯ୍ୟକଳାପରେ ଅତିଷ୍ଠହେବା କାରଣରୁ ମନରେ ବିରକ୍ତିଭାବ ସୃଷ୍ଟିହେବ। ପରିସ୍ଥିତିରେ ପଡ଼ି ଖର୍ଚ୍ଚ କରିବାକୁ ବାଧ୍ୟ ହେବେ ଓ ମନସ୍ତାପ ମଧ୍ୟ କରିବେ। ସାମାଜିକ ପ୍ରତିଷ୍ଠା ବଢ଼ିବା ସହ ଦୀର୍ଘଦିନରୁ ଚିନ୍ତାକରିଥିବା କାମଟି ହଠାତ୍‌ ହୋଇଯିବ। କୌଶଳ ପ୍ରୟୋଗକରି କାର୍ଯ୍ୟ ହାସଲ କରିବାରେ ସମର୍ଥ ହେବେ।
ଧନୁ
ଧନୁ
ହାତରୁ ଖର୍ଚ୍ଚକରି ବନ୍ଧୁଙ୍କୁ ସାହାଯ୍ୟ କରି ଆମତ୍ତୃପ୍ତି ଲାଭକରିବେ। ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ, ଫଳରେ ପ୍ରତାରିତ ହେବା ବହୁ ସମ୍ଭାବନା ରହିଛି। ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ପାଇବେ। ଦୀର୍ଘଦିନରୁ ମଉଳିଯାଇଥିବା ଆଶା ପୁଣି କଅଁଳି ଉଠିବ।
ମକର
ମକର
ବିବାଦୀୟ ପରିସ୍ଥିତି ସୃଷ୍ଟିହେବାର ସୂଚନାକୁ ଅଣଦେଖା କରିବା ଠିକ୍‌ ହେବନାହିଁ। ଅନ୍ୟମନସ୍କ କିମ୍ବା ଅସାବଧାନତାବଶତଃ ଦ୍ରବ୍ୟ ନଷ୍ଟ ହୋଇପାରେ। ଅନ୍ୟମାନଙ୍କ ଭୁଲ୍‌ ଧାରଣା ଯୋଗୁ କର୍ମକ୍ଷେତ୍ରରେ ଭଲ କାମକରି ମଧ୍ୟ ନିନ୍ଦା ଶୁଣିବେ। ପାରିବାରିକ ସମସ୍ୟା କେତେକାଂଶରେ ନିୟନ୍ତ୍ରିତ ରହିବ।
କୁମ୍ଭ
କୁମ୍ଭ
ବିଶୃଙ୍ଖଳିତ ପରିସ୍ଥିତି ଲାଗି ରହିବା କାରଣରୁ କର୍ମକ୍ଷେତ୍ରରେ ଶିଥିଳତା ଦେଖାଦେବ। ପରକଥାରେ ମୁଣ୍ଡ ପୂରାଇ ଭୁଲ୍‌ମାର୍ଗରେ ଗତିକରିପାରନ୍ତି। ଶିଳ୍ପ, ବାଣିଜ୍ୟ, ଶେୟାବଜାରରେ କ୍ଷତି ଆଶଙ୍କା ରହିଛି , ମାତ୍ର ଜଣେ ବନ୍ଧୁଙ୍କ ସାହାଯ୍ୟକୁ ଭୁଲିପାରିବେ ନାହିଁ। ଭ୍ରାତୃ ସମ୍ପର୍କରେ ଅବନତି ଘଟିବ, ପ୍ରିୟକଥା କହି ସମସ୍ୟା ସୁଧାରିନେବେ।
ମୀନମୀନ

ଗତକଲିର ଆଲୋଚନା ଅନୁଯାୟୀ ଆଜି କାମରେ ଲାଗି ପଡ଼ିବେ, ତଥାପି ଜଣେ ବ୍ୟକ୍ତି ହଠାତ୍‌ ଅସହଯୋଗ କରିପାରନ୍ତି। ଯେତେ ଭଲ କାମ କଲେ ସୁଦ୍ଧା ସମାଲୋଚିତ ହେବେ। ମାଲିମକଦ୍ଦମାରୁ ଚିନ୍ତା ବଢ଼ିଯିବ, କିନ୍ତୁ ତୁଳନାମତ୍କ ବିଚାରକରି କିଛିଟା ଆଶ୍ୱସ୍ତିି ଲାଭକରିବେ। ଶିଳ୍ପ, ବାଣିଜ୍ୟ ଓ ରାଜନୀତି କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୭ ତାରିଖ – Daily Horoscope

ମେଷ ଶୁଭଗ୍ରହ ତୃତୀୟସ୍ଥ ଯୋଗୁ ବନ୍ଧୁଙ୍କ ମାଧ୍ୟମରେ ପାରିବାରିକ ଅସଙ୍ଗତୀ ଦୂର କରିବାରେ ସାହାଯ୍ୟ କରିବେ। ଆଜିର ଯାତ୍ରା, ସରକାରୀ କର୍ମଚାରୀଙ୍କୁ ସାକ୍ଷାତ, ବାଣିଜ୍ୟ ପାଇଁ ଦିନଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri