Posted inRasifala

ରାଶିଫଳ: ସୋମବାର, ନଭେମ୍ବର ୪ ତାରିଖ – Daily Horoscope

ମେଷ
ଆନୁଷଙ୍ଗିକ ସାହାଯ୍ୟ ସହଯୋଗ ଅଭାବରୁ କାମରେ ଅଗ୍ରଗତି ହୋଇପାରିବ ନାହିଁ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବ ଏବଂ ସମ୍ପର୍କୀୟଙ୍କ ସହାନୁଭୂତି ଲାଭ କରିବେ। କଳ କାରଖାନା, ଜଳଜାତ ଦ୍ରବ୍ୟ ତୈଳ କିମ୍ବା ବିଦ୍ୟୁତ୍‌ ବ୍ୟବସାୟରୁ ଲାଭବାନ ହେବେ। କର୍ମକ୍ଷେତ୍ରରେ ଫେରିବା ବାଟରେ ବନ୍ଧୁଙ୍କଠାରୁ ଅର୍ଥ ସାହାଯ୍ୟ ପାଇ ଖୁସି ହେବେ।
ବୃଷ
ବୃଷ
ନୂତନ କର୍ମାରମ୍ଭ ପ୍ରୀତିପ୍ରଦ ରହିବା ସାଙ୍ଗକୁ ଅର୍ଥନୈତିକ ଦୃଷ୍ଟିକୋଣରୁ ଉନ୍ନତି କରିବେ। ବନ୍ଧୁଙ୍କ ନିକଟରୁ ଯେତିକି ପାଉଛନ୍ତି ତାହାକୁ ଆଦରର ସହିତ ଗ୍ରହଣ କରିବା ଭଲ। ସମ୍ପର୍କୀୟଙ୍କ ସହଯୋଗରୁ ଉପକୃତ ହେବେ ଓ କାର୍ଯ୍ୟସିଦ୍ଧି ଅବଶ୍ୟ ଘଟିବ। ଦୂରଦର୍ଶିତା ଅଭାବରୁ କୌଣସି କ୍ଷେତ୍ରରେ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ।
ମିଥୁନ
ମିଥୁନ
ବନ୍ଧୁମାନେ ଯେତେ ବିରୋଧ କଲେ ମଧ୍ୟ ଆପଣଙ୍କୁ କିଛି ଫରକ ପଡିବନାହିଁ। ପାରିବାରିକ କ୍ଷେତ୍ରରେ କୌଣସି ଦୃଢ ପଦକ୍ଷେପ ନେଲେ ଝମେଲା ଅଧିକ ବଢି ଯାଇପାରେ। ଜମିଜମା ବିବାଦ କିମ୍ବା କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ। ଶିଳ୍ପ, ବାଣିଜ୍ୟ, ପରିବହନ ଓ ବ୍ୟବସାୟରେ ସଫଳତା ହାସଲର ଆଶା ରହିଛି।
କର୍କଟ
କର୍କଟ
ପାରିବାରିକ କ୍ଷେତ୍ରରେ କେହି ଜଣେ ବିନା କାରଣରେ ଅଭିଯୋଗ ଆଣିପାରନ୍ତି। କୌଣସି ବିବାଦୀୟ ଘଟଣାରେ ବନ୍ଧୁଙ୍କ ହସ୍ତକ୍ଷେପ ଦ୍ୱାରା ଆଶଙ୍କା ଦୂର ହୋଇଯିବ। ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ, ଯାହାକି ବନ୍ଧୁ ଗହଣରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିବ। ପରିବହନ, ବ୍ୟବସାୟ ଓ ସଂଗଠନ କ୍ଷେତ୍ରରେ ସୁଫଳ ପାଇପାରନ୍ତି।
ସି˚ହ
ସି˚ହ
ଆର୍ଥିକ ସମସ୍ୟା ମଧ୍ୟରେ ପିଲାଙ୍କ କୌଣସି ଅଭିଯୋଗକୁ ନେଇ ମନ ଅସ୍ଥିର ରହିବ। ପର କଥାରେ ପଡି ନିଜ ଲୋକଙ୍କୁ ଭୁଲ୍‌ ବୁଝିବେ, ଯାହାକି ସମସ୍ୟାକୁ ବୃଦ୍ଧି କରିପାରେ। ସରକାରୀ ଆଦେଶ ପ୍ରାପ୍ତ ହୋଇ ଇଚ୍ଛା ନ ଥିଲେ ମଧ୍ୟ ଦୂରସ୍ଥାନକୁ ଯାଇପାରନ୍ତି। ବନ୍ଧୁଙ୍କ ସହ ଆଳାପ ଆଲୋଚନା ପରେ ମନ ଶାନ୍ତ ହୋଇଯିବ।
କନ୍ୟା
ଆଜି ସକାଳୁ କୌଣସି ଶୁଭ ଖବର ପାଇ ମନ ଖୁସି ହୋଇଯିବ। ଯାତ୍ରା ସମୟରେ ପରିଚିତ ଲୋକଟି ମିତ୍ରତା ଛଳରେ ପାଖେଇ ଆସିବା ହେତୁ ବିରକ୍ତ ହେବେ। ଦୀର୍ଘଦିନର ଇଚ୍ଛୁକ ଜିନିଷଟି ଆଜି ପାଇ ଖୁସି ହେବେ। ବାଣିଜ୍ୟ ଓ ବ୍ୟବସାୟରେ ସମସ୍ୟା ଲାଗି ରହିଥିଲେ ମଧ୍ୟ ତାହା ବିଶେଷ ଉତ୍କଟ ହେବ ନାହିଁ।
ତୁଳା
ତୁଳା
ଆଜି ଯାହା ଓ ଯେମିତି ଚାହୁଁଛନ୍ତି ସେମିତି କାମ କରନ୍ତୁ କିନ୍ତୁ ବିବାଦରୁ ଦୂରେଇ ରହନ୍ତୁ। କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ଦୀର୍ଘ ଦିନରୁ ପ୍ରଶାସନିକ ସ୍ତରରେ ରହିଥିବା ସମସ୍ୟାର ସମଧାନ ହୋଇଯିବ। ପ୍ରିୟବନ୍ଧୁଙ୍କ ପାଇଁ ମନ ଛଟପଟ ହେବା ଫଳରେ ଦୂରଯାତ୍ରା କରିବାକୁ ପଡ଼ିପାରେ।
ବିଛା
ବିଛା
ପରିବାରର ବିଭିନ୍ନ ସମସ୍ୟା ବିଷୟ ଚିନ୍ତାକରି ମାନସିକ ସୁସ୍ଥତା ରହିବ ନାହିଁ। ସହକର୍ମୀଙ୍କ ସହ ସନ୍ଦେହ ଓ ଭୁଲ୍‌ ବୁଝାମଣା କାରଣରୁ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇପାରେ। କଳା, ସାହିତ୍ୟ, ସାମ୍ବାଦିକତା ଓ ରାଜନୀତି କ୍ଷେତ୍ରରେ ଆଦୃତ ହେବେ। ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହୋଇପାରନ୍ତି।
ଧନୁ
ଧନୁ
ବିଭିନ୍ନ ସମସ୍ୟା ମଧ୍ୟରେ ଚଳିବା କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। କିଛି ଗୁପ୍ତକଥା, କଳାଧନ, କଚେରି ମାମଲା, ଅନ୍ୟମାନଙ୍କ ଘରୋଇ କଥାର ଆଲୋଚନାରେ ଟେନ୍‌ସନ ବଢ଼ିବ। ଏକ ଭିନ୍ନ ପରିସ୍ଥିତିରେ ଭଟ୍ଟା ପଡିଥିବା ସମ୍ପର୍କ ପୁଣି ଯୋଡିବା ସକାଶେ ପ୍ରଯନତ୍ କରିପାରନ୍ତି। ପରିବହନ, ବ୍ୟବସାୟ, ଶିଳ୍ପ, ବାଣିଜ୍ୟରେ ଉନ୍ନତି କରିବେ।
ମକର
ମକର
ମୂଲ୍ୟହୀନ କଥାରେ ବିତର୍କ କରି ପରିବାରରେ କଳହ ଲାଗିପାରେ। ଖର୍ଚ୍ଚାନ୍ତ ହୁଅନ୍ତୁ ପଛେ କୌଣସି କାମ ଅଟକିବ ନାହିଁ। ମାଲିମକଦ୍ଦମା, ନିର୍ମାଣ, ପରିବହନ, ପ୍ରଶାସନିକ କ୍ଷେତ୍ର, ଜମିଜମା କିମ୍ବା ଘରସୀମାକୁ କେନ୍ଦ୍ରକରି ଟଣାଓଟରା ଲାଗିପାରେ। ପ୍ରତ୍ୟୁଷ ଯାତ୍ରାରେ ସଫଳତା ସହ ଅଟକି ଥିବା କାମ ସହଜରେ ହାସଲ କରିବେ।
କୁମ୍ଭ
କୁମ୍ଭ
ବନ୍ଧୁଙ୍କ ନିକଟରୁ ପ୍ରାପ୍ତି ଆଶା ନିରର୍ଥକ ହେବ ନାହିଁ କିନ୍ତୁ ସହଜରେ ପାଇବା କାଠିକର ପାଠ ହେବ। ନିଜ ପରିସରରେ ବିବାଦୀୟ ଘଟଣା ଭିନ୍ନ ଆକାର ଧାରଣ କରିବ, ଏଣୁ ସତର୍କ ରହିବା ଭଲ। କଠୋର ପରିଶ୍ରମ କାରଣରୁ ଶାରୀରିକ ଅସୁସ୍ଥି ଅନୁଭବ କରିପାରନ୍ତି। କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତିବିଶେଷ ସହାୟତା କରିବେ।
ମୀନମୀନ

କୌଣସି ବନ୍ଧୁଙ୍କ ସାହାଯ୍ୟରୁ ଯାନବାହନ,ନୂତନ ମେସିନେରି ଜିନିଷ କିଣିପାରନ୍ତି। ଆତ୍ମୀୟଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଘଟିବା ହେତୁ ମନ ହାଲୁକା ହୋଇଯିବ। ଗତକାଲି ରାତିରେ ଆଲୋଚନା ଅନୁଯାୟୀ ଆଜିର କାମଗୁଡିକ ସବୁ ଠିକ୍‌ଠାକ୍‌ ହୋଇଯିବ। ଗସ୍ତ କାର୍ଯ୍ୟକ୍ରମ ବଦଳି ଯାଇପାରେ କିନ୍ତୁ ଆର୍ଥିକ ସ୍ଥିତିରେ ସୁଧାର ଆସିବାର ପୂର୍ଣ୍ଣ ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ମାର୍ଚ୍ଚ ୮ ତାରିଖ – Daily Horoscope

ମେଷ ଆଜି ଗ୍ରହସ୍ଥିତିର ସୁପ୍ରଭାବରେ କର୍ମକ୍ଷେତ୍ର ଓ ପାରିବାରିକ ଜୀବନ ଶୃଙ୍ଖଳିତ ରହିବ। ପିଲାଙ୍କ ଆବଶ୍ୟକତା ଅନୁସାରେ ଜିନିଷ ନ ଆଣିବାରୁ ମାନସିକ ଅଶାନ୍ତିର ସମ୍ମୁଖୀନ ହେବେ।…

ରାଶିଫଳ: ଶନିବାର, ମାର୍ଚ୍ଚ ୭ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଭାଗ୍ୟାଧିପତି ବୃହସ୍ପତିଙ୍କ ଦୃଷ୍ଟିରେ ଥିବାରୁ ନୂତନ ଯୋଜନାରମ୍ଭ କରିବାକୁ ମନ ବଳାଇପାରନ୍ତି। ଆତ୍ମୀୟଙ୍କ ସହଯୋଗରେ ଧାର୍ମିକ କାର୍ଯ୍ୟ ସକାଶେ ପୂର୍ବ ପ୍ରସ୍ତୁତି ଶେଷ…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୬ ତାରିଖ – Daily Horoscope

ମେଷ ରାଶ୍ୟାଧିପତିଙ୍କ ସୁପ୍ରଭାବରୁ ସ୍ବାସ୍ଥ୍ୟରେ ଉନ୍ନତି ହେବ ଏବଂ ଅଭିଳାଷ ମଧ୍ୟ ପୂର୍ଣ୍ଣ ହୋଇଯିବ। ପାରିବାରିକ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଭଲ ରହି ନ ପାରେ। ଅର୍ଥ…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୫ ତାରିଖ – Daily Horoscope

ମେଷ ଆଜି ଶୁଭଚନ୍ଦ୍ର ପ୍ରଭାବରୁ ଆର୍ଥିକ ଅଭିବୃଦ୍ଧି ସହିତ ନୂତନ ସମ୍ପର୍କ ସୃଷ୍ଟି ହୋଇପାରିବ। ଶନିଙ୍କ ଦୃଷ୍ଟି ପଥାରୁଢ ହେତୁ ଉପରିସ୍ଥଙ୍କ ଦାୟିତ୍ୱପୂର୍ଣ୍ଣ କାମଟି ପୂର୍ଣ୍ଣାଙ୍ଗ ନହୋଇପାରେ।…

ରାଶିଫଳ: ବୁଧବାର, ମାର୍ଚ୍ଚ ୪ ତାରିଖ – Daily Horoscope

ମେଷ ଆଜି ଅନୁକୂଳ ଗ୍ରହସ୍ଥିତିରୁ ଆପଣଙ୍କ ଏକାଧାରରେ କାର୍ଯ୍ୟସିଦ୍ଧି ସଙ୍ଗକୁ ବନ୍ଧୁ ମିଳନରୁ ଖୁସୀ ରହିବେ। ଦୀର୍ଘ ସମୟ ଧରି ଅପେକ୍ଷା କରିଥିବା କାମରେ ଶୁଭ ସୂଚନା…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩ ତାରିଖ – Daily Horoscope

ମେଷ ପାପଗ୍ରହଯୁକ୍ତ ଚନ୍ଦ୍ର କୋଣଭାବରେ ରହିଥିବାରୁ ପାରିବାରିକ ସ୍ତରରେ ସାଧାରଣ ବ୍ୟତିକ୍ରମ ବେଶି କ୍ଷଣ ତିଷ୍ଠିରହିବ ନାହିଁ। କଥା ପ୍ରସଙ୍ଗରେ ବନ୍ଧୁଙ୍କ ଦୁଃଖଦ ପରିସ୍ଥିତି ଶ୍ରବଣ କରି…

ରାଶିଫଳ: ସୋମବାର, ମାର୍ଚ୍ଚ ୨ ତାରିଖ – Daily Horoscope

ମେଷ ଦ୍ୱାଦଶଭାବସ୍ଥ କର୍ମାଧିପ ଶନି ଆପଣଙ୍କ କର୍ମ ସମୂହକୁ ସମ୍ପନ୍ନ କରିବାରେ ବହୁତ ସମୟ ନେଇପାରେ। ବୁଧଙ୍କ ଦୁର୍ବଳତା କାରଣରୁ ପ୍ରତ୍ୟେକ କ୍ଷେତ୍ରରେ ଅନ୍ୟମାନଙ୍କୁ ସରଳ ଭାବରେ…

ରାଶିଫଳ: ରବିବାର, ମାର୍ଚ୍ଚ ୧ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ର ଚତୁର୍ଥ କେନ୍ଦ୍ରସ୍ଥ ହେତୁ ପରିବାର ଓ କର୍ମକ୍ଷେତ୍ରର ସ୍ଥିତି ଆନନ୍ଦଦାୟକ ରହିବ। ବିବାଦୀୟ ପରିସ୍ଥିତିରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri